ଗଛ ପକାଇ ରାସ୍ତା ଅବରୋଧ କଲେ ମାଓବାଦୀ

ଦାରିଙ୍ଗବାଡ଼ି,୨୫।୧୦(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି-କ.ନୂଆଗଁା ସୀମାନ୍ତବର୍ତ୍ତୀ କନ୍ଦିବାନ୍ଦା ନିକଟରେ ମାଓବାଦୀମାନେ ଗୁରୁବାର ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ୨ଟି ଲାଲ୍‌ ବ୍ୟାନର ଓ ଏକାଧିକ ପୋଷ୍ଟର ଛାଡ଼ିଛନ୍ତି। ତେବେ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଥିବା ସହ ଅନ୍ଧାର ଯୋଗୁ ଉକ୍ତ ବ୍ୟାନର ଏବଂ ପୋଷ୍ଟରରେ ଉଲ୍ଲେଖ କରିଥିବା କୌଣସି ବିଷୟ ଜଣାପଡୁନାହିଁ। ଦୀର୍ଘଦିନ ଧରି ମାଓବାଦୀଙ୍କ ନୀରବତା ପରେ ପୁଣି ସେମାନେ ଉପସ୍ଥିତି ଜାହିର କରିଛନ୍ତି। ରାସ୍ତା ଅବରୋଧ ଯୋଗୁ ଗାଡ଼ିମୋଟର ସହ ଆମ୍ବୁଲାନ୍ସ ମଧ୍ୟ ଗଛ ପଡ଼ିଥିବା ସ୍ଥାନରୁ ଫେରିଆସିଛି। ଲୋକଙ୍କ ଉକ୍ତ ରାସ୍ତାରେ ଯାତାୟାତ ବନ୍ଦ ହୋଇଯିବା ସହ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି। ଦାରିଙ୍ଗବାଡ଼ିରୁ ବାଲିଗୁଡ଼ା, ଫୁଲବାଣୀ, ଭବାନୀପାଟଣା ଓ ରାୟପୁର ଆଦି ଅଞ୍ଚଳକୁ ଯାତାୟାତ ବନ୍ଦ ହୋଇଯାଇଛି।
ସେହିପରି ଗୋପାଳପୁର ଠାରୁ ରାୟପୁରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ନଂ.୫୯ କୁର୍ତ୍ତମଗଡ ନିକଟ ୧୫ ମାଇଲଠାରେ ମଧ୍ୟ ମାଓବାଦୀମାନେ ଗଛକାଟି ରାସ୍ତାରେ ପକାଇ ଅବରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଙ୍କୁ ମାଡ଼ ଘଟଣା ,ସହକାରୀ ଶିକ୍ଷକ ନିଲମ୍ବିତ

ଦିଗପହଣ୍ଡି,୩ା୨(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ନୋଡାଲ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ବିରେଣି କୁମାର ସାହୁଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ...

ନାବାଳିକା ଝିଆରୀକୁ ବଳାତ୍କାର: ଥାନାରେ ଅଭିଯୋଗ, ଅଭିଯୁକ୍ତ ମଉସା ଗିରଫ, ସହଯୋଗ କରିବା ଅଭିଯୋଗରେ ମାଉସୀ ବି ଗିରଫ

ରାଉରକେଲା ଅଫିସ, ୪।୧୨: ତମାମ ଦେଶରେ ବଳାତ୍କାରକୁ ନେଇ ତୁମ୍ବିତୋଫାନ ଚାଲିଥିବା ବେଳେ ବୁଧବାର ରାଉରକେଲାରେ ଘଟିଥିବା ଏକ ଲଜ୍ଜାଜନକ ଘଟଣା ବିଭିନ୍ନ ମହଲରେ ପ୍ରତିକ୍ରିୟା...

ଟ୍ୟୁସନ ଫି ଦାନ କଲେ ଛାତ୍ରୀଛାତ୍ର

ଦେବଗଡ଼,୧୫।୪ (ଡି.ଏନ.ଏ.)-ଦେବଗଡ଼ ଜିଲା ବାରକୋଟ ବ୍ଲକ ସଦର ମହକୁମାର ବ୍ୟବସାୟୀ ଓ ଜଣେ ଠିକାଦାର ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଅର୍ଥ ପ୍ରଦାନ କରିଛନ୍ତି।...

ଶୁଖିଲା ପଡ଼ିବ ୫ ଶହ ଏକର ଜମି

ପଟ୍ଟାମୁଣ୍ଡାଇ,୧୧।୧(ଡି.ଏନ.ଏ.): ପଟ୍ଟାମୁଣ୍ଡାଇ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ମାଳିବସା ଠାରୁ ମିଜାଉଁଣୀ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୫ କିମି ରାସ୍ତା ନିର୍ମାଣ ଚାଲିଛି।...

ଚିକିତ୍ସା ଅବହେଳାରୁ ନବଜାତକର ମୃତ୍ୟୁ ଅଭିଯୋଗ: ଡାକ୍ତରଖାନାରେ ଉତ୍ତେଜନା

ଝାରସୁଗୁଡ଼ା ଅଫିସ,୨୮ା୫: ଝାରସୁଗୁଡ଼ା ଜିଲା ମୁଖ୍ୟ ଡାକ୍ତରଖାନାରେ ଗୁରୁବାର ଚିକିତ୍ସା ଅବହେଳା ଯୋଗୁ ଜଣେ ନବଜାତକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ...

ଚାଷ ଛଡାଇ ନେଲା ଚିନିକଳ: ବୁଡିବାକୁ ବସିଛି ଆଖୁଚାଷ

ନୟାଗଡ଼ ଅଫିସ,୬ା୨: ନୟାଗଡ଼ ଜିଲାର ପାରମ୍ପରିକ ଅର୍ଥକରୀ ଫସଲ ଆଖୁଚାଷ ଏବେ ବୁଡିବାକୁ ବସିଛି। କାହିଁ କେଉଁ କାଳରୁ ଏଠାକାର ଚାଷୀ ଆଖୁ ଚାଷ କରି...

ଚିହ୍ନଟ ହେଲେ ୪, ଜିଲାରେ ୨୬ କରୋନା ଆକ୍ରାନ୍ତ

କେନ୍ଦ୍ରାପଡ଼ା ଅଫିସ/ମାର୍ଶାଘାଇ/ମହାକାଳପଡ଼ା (ଡି.ଏନ.ଏ.), ୧୬ା୫: କେନ୍ଦ୍ରାପଡା ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୧୧ ତାରିଖ ସୁଦ୍ଧା ୯ ଜଣ ଚିହ୍ନଟ ହୋଇଥିବା...

ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ ପାଟଣା ବନ୍ଦ

ପାଟଣା,୧୫।୨(ସ୍ବ.ପ୍ର.):କେନ୍ଦୁଝର ଜିଲା ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ନେଇ ୧୨ ଘଣ୍ଟିଆ ପାଟଣା ବନ୍ଦ ଡାକରା ଦିଆଯାଇଛି। ଆନ୍ଦୋଳନକାରୀମାନେ ସୋମବାର ସକାଳ...

Advertisement


Archives

Model This Week