ଗଛରେ ପିଟିହେଲା ବସ୍‌, ୩୫ ଆହତ

ଯୋଡ଼ା,୨୯।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ କେତ୍‌ ହାଟିଂଠାରେ ଏକ ବସ୍‌ ଦୁର୍ଘଟଣା ଘଟି ୩୪ ଜଣ ଆହତ ହୋଇଥିବାବେଳେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ, ଟାଟା କମ୍ପାନୀର ଠିକାସଂସ୍ଥା ନଟରାଜ ବସ୍‌ ନଂ ଓଡି ୦୫ ଭି ୬୪୦୪ ବସ୍‌ଟି ଗୁରୁବାର ସକାଳେ ଟାଟା ପ୍ରୋଜେକ୍ଟ ଲିମିଟେଡ(ଟିପିଏଲ)ର କର୍ମଚାରୀମାନଙ୍କୁ ନେଇ ଖଣ୍ଡବନ୍ଧ ଖଣିକୁ ଯାଉଥିବା ବେଳେ କେତ୍‌ ହାଟିଂ (କେ-୧୩) ଠାରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା। ଫଳରେ ବସ୍‌ଟି ଭାଙ୍ଗିରୁଜି ଯିବା ସହିତ ବସ୍‌ରେ ବସିଥିବା ୭୦ କର୍ମଚାରୀଙ୍କ ମଧ୍ୟରୁ ୩୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଟାଟା ଟିସ୍କୋ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ, ଆହତମାନେ ହେଲେ ଅମନ କୁମୁଆ, ପ୍ରଦୀପ ନାଏକ, ମନୋଜ କୁମାର ରଏ, ପ୍ରେମ କୁମାର ରାଏ, ଲାଦୁରା ହାଇବ୍ରୁ, ମନୋଜ କୁମାର, ରାମଜିତ୍‌ ଯାଦବ, ବସନ୍ତ କୁମାର କୁସଓା, ରାମ କୁମାର ସିଂ, ରୋସନ କୁମାର, ସେକ୍‌ ସକିବୁଲ୍‌, ଜଗନ୍ନାଥ ଚାତାର, କ୍ଷୀରୋଦ ଗୋପ, ମାନସିଂ, ରାଜକୁମାର ଶୁକଦେବ୍‌, ଅମର କୁମାର ସିଂ, ଅଜୟ ସିଂ, ଆଶାନନ୍ଦ ସିଂ, ବଂଶୀଧର ସିଂ , ଭୀମ୍‌ଜିତ୍‌ ଯାଦବ। ତେବେ ଅନ୍ୟ ଆହତଙ୍କ ସମ୍ପର୍କରେ ସୂଚନା ମିଳିନାହିଁ। ଗୁରୁତର ଜଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ତେବେ ଆହତମାନଙ୍କଠାରୁ ପ୍ରକାଶ ଯେ, ଟାଟା କମ୍ପାନୀର ଠିକାସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ର କର୍ମଚାରୀମାନଙ୍କୁ ନେଇ ବସ୍‌ ପ୍ରତିଦିନ ଯୋଡ଼ାଠାରୁ ପ୍ରାୟ ୧୨ କିଲୋମିଟର ଦୂର ଟାଟାର ଖଣି ଖଣ୍ଡବନ୍ଧକୁ ଯାଇଥାଏ। ବସ୍‌ରେ ସିଟ୍‌ ସଂଖ୍ୟାଠାରୁ ଅଧିକ କର୍ମଚାରୀ ଏଥିରେ ଯିବା ପାଇଁ ବାଧ୍ୟ କରାଯାଏ। ଏଥିରେ ପ୍ରତିବାଦ କଲେ ତାଙ୍କର ଗେଟ୍‌ ପାସକୁ ରଦ୍ଦ କରିଦିଆଯିବାର ଧମକ ଦିଆଯାଏ ବୋଲି ଆହତ ମନୋଜ କୁମାର ସୂଚନା ଦେଇଛନ୍ତି। ଗୁରୁବାର ହୋଇଥିବା ଦୁର୍ଘଟଣା ସମ୍ପର୍କରେ ଟିପିଏଲ କମ୍ପାନୀ ସହିତ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲେ ହେଁ, ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଘଟଣା ସମ୍ପର୍କରେ ବଡ଼ବିଲ ଏସ୍‌ଡିପିଓ ଦିଲୀପ କୁମାର ବାଗ୍‌ ଘଟଣାସ୍ଥଳ ଓ ଡାକ୍ତରଖାନାକୁ ପୋଲିସ ପଠାଇ ତଦନ୍ତ କରୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମୁକାବିଲା: କଟକରୁ ୬୭୯ଟି ଗାଡ଼ି ଜବତ, ୯ ମାମଲା ରୁଜୁ

କଟକ ଅଫିସ,୧୫।୪: କରୋନା(କୋଭିଡ-୧୯) ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ନେଇ କେନ୍ଦ୍ରଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି।...

ଲଘୁଚାପ ବର୍ଷାରେ ବ୍ୟାପକ ଫସଲ ନଷ୍ଟ

ଭାପୁର,୨୯।୧୦(ଡି.ଏନ.ଏ.) ଢେଙ୍କାନାଳ ଜିଲା ସଦର ବ୍ଲକ ଓ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଛଦେଶ ଅଞ୍ଚଳରେ ଗତ ଲଘୁଚାପ ବର୍ଷାରେ ବ୍ୟାପକ ଧାନ ଓ ପନିପରିବା ଫସଲ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ କାର୍ଯ୍ୟାଦେଶ ବଣ୍ଟନ

ଜୁନାଗଡ,୨୪।୯(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବଳଦିଆମାଲ ପଞ୍ଚାୟତରେ ସୋମବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ପାଇଁ କାର୍ଯ୍ୟାଦେଶ ବଣ୍ଟନ ହୋଇଯାଇଛି। ଏଥିରେ ପଞ୍ଚାୟତର ୨୯ଜଣ ହିତାଧିକାରୀଙ୍କୁ...

ବ୍ରଜରାଜନଗର ଉପନିର୍ବାଚନ: ଷ୍ଟାର ପ୍ରଚାରକ ତାଲିକା ଜାରି କଲା କଂଗ୍ରେସ

ଝାରସୁଗୁଡ଼ା ଅଫିସ,୧୩।୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଜନୀତି ସରଗରମ ରହିଛି। ବୁଧବାର ପ୍ରାର୍ଥୀଙ୍କର ନାମାଙ୍କନପତ୍ର ଦାଖଲ ଶେଷ ହୋଇଥିବା ବେଳେ ପ୍ରାର୍ଥୀ ନିଜ ନିଜର ପ୍ରଚାର...

ବେଆଇନ୍‌ ଭାବେ ଚାଲୁଛି ଇଟାଭାଟି: ଯାଞ୍ଚ ପାଇଁ ନିିର୍ଦ୍ଦେଶ

ଛତ୍ରପୁର,୧୨ା୫(ଡି.ଏନ.ଏ)- ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଇଟାଭାଟି ଚାଲିଛି। ରାଜସ୍ବ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଏନ୍‌ଜିଟିର ନିର୍ଦ୍ଦେଶନାମା ପାଳନ ହେଉନି।  ଏହା...

ମାମୁଁଘରୁ ଫେରି ବର ଘରେ ବିବାହ କରିଥାନ୍ତେ ନାବାଳିକା, ହେଲେ ବିବାହ ପୂର୍ବରୁ ପହଞ୍ଚିଗଲେ ପୋଲିସ, ସିଡିପିଓ

ନିଶ୍ଚିନ୍ତକୋଇଲି,୧୪।୭(ସ୍ବ.ପ୍ର): ସରକାର ବାଲ୍ୟବିବାହ ଉପରେ କଡାକଡି ଆଇନ ପ୍ରଣୟନ କରିଥିଲେ ହେଁ ସଚେତନତା ଅଭାବରୁ ଏବେବି ବାଲ୍ୟ ବିବାହ ହେଉଥିବା ଅଭିଯୋଗ ହେଉଛି। ଏପରି ଏକ...

ମାସ୍କ ପିନ୍ଧି ନ ଥିବାରୁ ଉଠ୍‌ବସ୍‌ ଘଟଣା: ଭିଡିଓ ଭାଇରାଲ ପରେ ତଦନ୍ତ ନିର୍ଦ୍ଦେଶ

ବଇଣ୍ଡା, ୮ା୧୧(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ କଲେଜ ଛକରେ ଶନିବାର ପ୍ରଶାସନ ପକ୍ଷରୁ ଯାଞ୍ଚ ବେଳେ ମାସ୍କ ପିନ୍ଧି ନ ଥିବା ଦୁଇଜଣ ବ୍ୟକ୍ତି...

ବରଗଡ଼ ଧନୁଯାତ୍ରାର ପଞ୍ଚମ ଦିବସ: ମଥୁରାକୁ ଦହି ବିକିଗଲେ ଗୋପାଙ୍ଗନା

ବରଗଡ଼ ଅଫିସ,୪।୧: ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଶନିବାର ପଞ୍ଚମ ଦିବସ। ଏହି ଦିବସରୁ ଆରମ୍ଭ ହୋଇଛି ଗୋପୀ, ଗୋପାଙ୍ଗନାଙ୍କ ଦହି ବିକା...

Advertisement
Archives

Model This Week