ଗଛରେ ପିଟିହେଲା ବସ୍‌, ୩୫ ଆହତ

ଯୋଡ଼ା,୨୯।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ କେତ୍‌ ହାଟିଂଠାରେ ଏକ ବସ୍‌ ଦୁର୍ଘଟଣା ଘଟି ୩୪ ଜଣ ଆହତ ହୋଇଥିବାବେଳେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ, ଟାଟା କମ୍ପାନୀର ଠିକାସଂସ୍ଥା ନଟରାଜ ବସ୍‌ ନଂ ଓଡି ୦୫ ଭି ୬୪୦୪ ବସ୍‌ଟି ଗୁରୁବାର ସକାଳେ ଟାଟା ପ୍ରୋଜେକ୍ଟ ଲିମିଟେଡ(ଟିପିଏଲ)ର କର୍ମଚାରୀମାନଙ୍କୁ ନେଇ ଖଣ୍ଡବନ୍ଧ ଖଣିକୁ ଯାଉଥିବା ବେଳେ କେତ୍‌ ହାଟିଂ (କେ-୧୩) ଠାରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା। ଫଳରେ ବସ୍‌ଟି ଭାଙ୍ଗିରୁଜି ଯିବା ସହିତ ବସ୍‌ରେ ବସିଥିବା ୭୦ କର୍ମଚାରୀଙ୍କ ମଧ୍ୟରୁ ୩୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଟାଟା ଟିସ୍କୋ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ, ଆହତମାନେ ହେଲେ ଅମନ କୁମୁଆ, ପ୍ରଦୀପ ନାଏକ, ମନୋଜ କୁମାର ରଏ, ପ୍ରେମ କୁମାର ରାଏ, ଲାଦୁରା ହାଇବ୍ରୁ, ମନୋଜ କୁମାର, ରାମଜିତ୍‌ ଯାଦବ, ବସନ୍ତ କୁମାର କୁସଓା, ରାମ କୁମାର ସିଂ, ରୋସନ କୁମାର, ସେକ୍‌ ସକିବୁଲ୍‌, ଜଗନ୍ନାଥ ଚାତାର, କ୍ଷୀରୋଦ ଗୋପ, ମାନସିଂ, ରାଜକୁମାର ଶୁକଦେବ୍‌, ଅମର କୁମାର ସିଂ, ଅଜୟ ସିଂ, ଆଶାନନ୍ଦ ସିଂ, ବଂଶୀଧର ସିଂ , ଭୀମ୍‌ଜିତ୍‌ ଯାଦବ। ତେବେ ଅନ୍ୟ ଆହତଙ୍କ ସମ୍ପର୍କରେ ସୂଚନା ମିଳିନାହିଁ। ଗୁରୁତର ଜଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ତେବେ ଆହତମାନଙ୍କଠାରୁ ପ୍ରକାଶ ଯେ, ଟାଟା କମ୍ପାନୀର ଠିକାସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ର କର୍ମଚାରୀମାନଙ୍କୁ ନେଇ ବସ୍‌ ପ୍ରତିଦିନ ଯୋଡ଼ାଠାରୁ ପ୍ରାୟ ୧୨ କିଲୋମିଟର ଦୂର ଟାଟାର ଖଣି ଖଣ୍ଡବନ୍ଧକୁ ଯାଇଥାଏ। ବସ୍‌ରେ ସିଟ୍‌ ସଂଖ୍ୟାଠାରୁ ଅଧିକ କର୍ମଚାରୀ ଏଥିରେ ଯିବା ପାଇଁ ବାଧ୍ୟ କରାଯାଏ। ଏଥିରେ ପ୍ରତିବାଦ କଲେ ତାଙ୍କର ଗେଟ୍‌ ପାସକୁ ରଦ୍ଦ କରିଦିଆଯିବାର ଧମକ ଦିଆଯାଏ ବୋଲି ଆହତ ମନୋଜ କୁମାର ସୂଚନା ଦେଇଛନ୍ତି। ଗୁରୁବାର ହୋଇଥିବା ଦୁର୍ଘଟଣା ସମ୍ପର୍କରେ ଟିପିଏଲ କମ୍ପାନୀ ସହିତ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲେ ହେଁ, ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଘଟଣା ସମ୍ପର୍କରେ ବଡ଼ବିଲ ଏସ୍‌ଡିପିଓ ଦିଲୀପ କୁମାର ବାଗ୍‌ ଘଟଣାସ୍ଥଳ ଓ ଡାକ୍ତରଖାନାକୁ ପୋଲିସ ପଠାଇ ତଦନ୍ତ କରୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାରେ ବରଗଡ଼ ଏମ୍‌ପିଙ୍କ ବଡ଼ ବୟାନ, କହିଲେ…

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରାର ସ୍ଥାୟୀ ସ୍ବାଗତ ତୋରଣ ଭାଙ୍ଗିବା ଘଟଣାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ । ବିଜେଡିରୁ ବରଗଡ଼ ପୌରାଧ୍ୟକ୍ଷା କଳ୍ପନା…

ଟପ୍ପର ହୋଇ ଗୌରବ ଆଣିଲେ ଚନ୍ଦନ

ଥୁଆମୂଳ ରାମପୁର, ୨୮ା୫ (ଦୁର୍ଗା କୀର୍ତ୍ତି): ଭବାନୀପାଟଣାଠାରେ ପ୍ରତିଷ୍ଠିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ନାତକୋତ୍ତର ପରୀକ୍ଷା ଫଳର ମେଧା ତାଲିକା ଗୁରୁବାର ପରୀକ୍ଷା ନିୟନ୍ତ୍ରକଙ୍କ ସ୍ବାକ୍ଷରରେ…

ଓସିଏସ୍‌ ପରୀକ୍ଷାରେ ଭବେଶଙ୍କୁ ୯୩ ର଼୍ୟାଙ୍କ

କର୍ଲାମୁଣ୍ଡା,୨୮ା୫(ପ୍ରଦୀପ କୁମାର ସାହୁ): ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌) ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ…

ହଷ୍ଟେଲରେ ନ ଥିଲା ଲାଇନ୍‌: ନାଳକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ଛାତ୍ର

ଦେବଗଡ଼,୨୮ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ଗୋପପୁର ଗ୍ରାମର ଏକ ନାଳରେ ବୁଡି ଗୁରୁବାର ଜଣେ ନବମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଛି।…

ଝଡବତାସରେ ଭାଙ୍ଗିଲା ଗଛ, ବିଦ୍ୟୁତ୍‌ ସେବା ବନ୍ଦ

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ଗୁରୁବାର କାଳବୈଶାଖୀ ପ୍ରଭାବରେ ଝଡ଼ବତାସ ଓ ବର୍ଷା ହୋଇଛି। ବର୍ଷା ଯୋଗୁ କ୍ଷେତ, ଖଳାରେ ରହିଥିବା ଅମଳ ଧାନ…

ଶାନ୍ତି ଚୁକ୍ତିର ଦ୍ୱାର ଦେଶରେ ଇରାନ-ଆମେରିକା, ଖୋଲିବ କି ହର୍ମୁଜ? ଜାଣନ୍ତୁ ଅପଡେଟ ଖବର

ତେହରାନ,୨୮।୫: ଆମେରିକା ଏବଂ ଇରାନ ଉଭୟ ଏକ ଶାନ୍ତି ଚୁକ୍ତିନାମାରେ ପହଞ୍ଚିବା ନିକଟରେ ପହଞ୍ଚିଛନ୍ତି। ଆକ୍ସିଓସର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଆମେରିକା ଏବଂ ଇରାନ…

ଗାଁରେ ପଶି ଲୋକଙ୍କୁ କାମୁଡ଼ିଲା ପାଗଳା କୁକୁର

ଗୁଡ଼ାରି,୨୮।୫(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଅସଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଲିମି ଗ୍ରାମରେ ଗୁରୁବାର ପାଗଳା କୁକୁର ଆତଙ୍କ ଦେଖିବାକୁ ମିଳିଥିଲା। କୁକୁର…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ଆସୁଛନ୍ତି ମୋଦି

ଭୁବନେଶ୍ୱର,୨୮।୫: ଓଡ଼ିଶାରେ ଭାଜପା ସରକାରକୁ ପୂରଣ ହୋଇଛି ୨ ବର୍ଷ। ଏହି ଅବସରରେ ଏକ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ABVP ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri