ଗଛରେ ପାଚୁଛି ବାଇଗଣ, ମାଟିରେ ପୋତୁଛି ଚାଷୀ

ବେଗୁନିଆପଡା,୧୧ା୪(ଡି.ଏନ.ଏ.)- ବେଗୁନିଆପଡା ବ୍ଲକର ସୁମଣ୍ଡଳ, ବେଗୁନିଆପଡ଼ା ଓ ଖଲ୍ଲିକୋଟ ବ୍ଲକର କଞ୍ଚଣା ଓ ପୁସ୍ତପୁର ଗ୍ରାମରେ ପ୍ରଚୁର ବାଇଗଣ ଚାଷ ହୋଇଥାଏ। ଲକ୍‌ଡାଉନ ଯୋଗୁ ବହୁ ଚାଷୀ ବିକ୍ରି ହେଉ ନ ଥିବାରୁ ଏହାକୁ ତୋଳୁ ନାହାନ୍ତି। ବେଗୁନିଆପଡ଼ା ସ୍ଥିତ ଗେଞ୍ଜାରାପଲ୍ଲୀର ବାଇଗଣ ଚାଷୀ ଏ. ସିରଜୁଲୁ ଦୋରାଙ୍କ ଜମିରେ ବାଇଗଣ ପାଚି ଯାଇଥିଲେ ସୁଦ୍ଧା ବେପାରୀ କେହି କିଣିବାକୁ ଆସୁନାହାନ୍ତି। ଫଳରେ ସେ ମାଟି ଖୋଳି ପାଚିଲା ବାଇଗଣକୁ ପୋତିବାକୁ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି। ସେପଟେ ବାଇଗଣ ଚାଷ ପାଇଁ ରାଜ୍ୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ସୁମଣ୍ଡଳ ଓ ଭାଲିଆଝର ଗ୍ରାମର ଚାଷୀ ମଧ୍ୟ ଅଭାବୀ ବିକ୍ରି ଯୋଗୁ ଚିନ୍ତାରେ। ଗତବର୍ଷ ବସ୍ତା ୧୫୦୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଏବେ ବସ୍ତାକୁ ୬୦ରୁ ୧୦୦ ଟଙ୍କା ବା ଅତି ବେଶୀରେ ୧୨୦ ଟଙ୍କାରେ ଦେଲେବି ବିକ୍ରି ହେଉନାହିଁ। ଏହି ବ୍ଲକରେ ୧୦୦୦ ହେକ୍ଟରରୁ ଅଧିକ ଜମିରେ ବାଇଗଣ ଚାଷ ଓ ୫୦୦ ହେକ୍ଟରରୁ ଅଧିକ ଜମିରେ ପରିବା ଚାଷ ହେଉଥିବାବେଳେ ବର୍ତ୍ତମାନ ଅଭାବୀ ବିକ୍ରି ଯୋଗୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ପରିବାର ୭ବର୍ଷ ହେଲା ବିତାଡ଼ିତ

ଖୋର୍ଦ୍ଧା ଅଫିସ,୩୧।୮: ମାନବବାଦ ସଙ୍ଗଠନ ନଁାରେ ତାଲିବାନୀ ଶାସନ ଚଳାଇଥିବା ତଥାକଥିତ ଗୁରୁଜୀ ମାନସ ଦାସଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ଲମ୍ବିବାରେ ଲାଗିଛି। ସଙ୍ଗଠନ ନଁାରେ...

ଲକ୍‌ଡାଉନ୍‌କୁ ଗୁରୁତ୍ୱ ଦେଉନାହାନ୍ତି ଯାଜପୁର ରୋଡ୍‌ ବାସିନ୍ଦା: କିଣାକିଣି ବେଳେ ରଖାଯାଉନାହିଁ ସାମାଜିକ ଦୂରତା, ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନରେ ପ୍ରବଳ ଭିଡ଼

ଯାଜପୁର ଅଫିସ,୨୫।୩-କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲକ୍‌ଡାଉନ୍‌ ଘୋଷଣାକୁ ଯାଜପୁର ଜିଲାର ପ୍ରାୟ ଦୋକାନୀ ମାନୁଥିବାବେଳେ ଲୋକେ କିନ୍ତୁ ଏହାକୁ ଉଲ୍ଲଂଘନ କରୁଥିବା ଦେଖାଯାଇଛି। ଏଥିପାଇଁ...

୧,୧୭,୩୨୪ ଶିଶୁଙ୍କୁ ଦିଆଯିବ ପୋଲିଓ ବୁନ୍ଦା

ରାୟଗଡ଼ା ଅଫିସ,୨୮ା୨: ରାୟଗଡ଼ା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜନ୍ମରୁ ୫ବର୍ଷର ଶିଶୁଙ୍କ ପାଇଁ ପୋଲିଓ ବୁନ୍ଦା ପ୍ରଦାନ କାର୍ଯ୍ୟକ୍ରମ ରବିବାର ଶୁଭାରମ୍ଭ ହୋଇଛି। ଏଥିରେ ରାୟଗଡ଼ା...

ଗଳାକାଟି ହତ୍ୟା ଘଟଣା: ବଡ଼ବାପା ପୁଅ ଭାଇ ଗିରଫ

ବୁଗୁଡ଼ା,୨୯ା୧୦(ଡି.ଏନ.ଏ.)-ବୁଗୁଡ଼ା ସହର ଉପକଣ୍ଠ ବେତାରସିଙ୍ଗରେ ଶୁକ୍ରବାର ବିଳମ୍ବିତ ରାତିରେ ଦାଦାପୁଅ ଭାଇ ନିଲୁ ପାତ୍ର (୧୫)ଙ୍କ ଗଳା ଓ ପେଟରେ ଛୁରି ଭୁସି ବଡ଼ବାପା ପୁଅ...

‘ଆମେ ନେବୁନି କି କାହାକୁ ନେବାକୁ ଦେବୁନି’

ଛତ୍ରପୁର,୫।୫(ଡି.ଏନ୍‌.ଏ. )- ଗଞ୍ଜାମ ଜ଼ିଲା ଛତ୍ରପୁର ଏନ୍‌ଏସି ଅଧ୍ୟକ୍ଷା, ଉପାଧ୍ୟକ୍ଷା ଓ କାଉନସିଲରମାନଙ୍କୁ ଗୁରୁବାର ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ବିକାଶର ମନ୍ତ୍ର ଦେଇଛନ୍ତି। ‘ଆମେ...

ଗଡ଼ିବନି ବ୍ରହ୍ମ ତାଳଧ୍ୱଜ ରଥ

କେନ୍ଦ୍ରାପଡ଼ା,୨୩।୬: ତୁଳସୀ କ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ ଇଚ୍ଛାପୁର ରଥଦାଣ୍ଡରେ ଗଡିବନି । ରଥଯାତ୍ରା ପାଇଁ ରଥ ନିର୍ମାଣ ସରିଥିଲେ ମଧ୍ୟ କପଡା...

ବେଆଇନ ଗୋଚାଲାଣକୁ କେନ୍ଦ୍ରକରି ୨ ଗୋଷ୍ଠୀ ମୁହାଁମୁହିଁ, ୨ କଣ୍ଟେନର ଜବତ

ଭଦ୍ରକ ଅଫିସ, ୨୪।୩: ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ-ରାଣୀତାଲ ନିକଟରେ ବୁଧବାର ବେଆଇନ ଗୋଚାଳଣକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ...

ଅନୁମତି ମିଳିଲେ ଲୋକ ମହୋତ୍ସବ ନିଷ୍ପତ୍ତି

ତାଳଚେର,୨୧।୩(ନି.ପ୍ର.): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଓ ୨୦ ତମ ଲୋକ ମହୋତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଗୋପାଳପ୍ରସାଦସ୍ଥିତ ପୀଠ...

Advertisement
Archives

Model This Week