ଗଙ୍ଗାଜଳ ଆଣି ଆରଡ଼ି ପୀଠରେ ପହଞ୍ଚିଲେ ହରିହର

ଆରଡ଼ି,୧୨।୮ (ଡି.ଏନ.ଏ.) – ଶ୍ରାବଣ ମାସର ପ୍ରତି ସୋମବାର ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ କାଉଡ଼ିଆ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ବହୁ ଦୂରଦୂରାନ୍ତରୁ କାଉଡ଼ିଆମାନେ ନିଜର ମାନସିକ ପୂରଣ ପାଇଁ ପୀଠକୁ ଛୁଟି ଆସୁଛନ୍ତି। ଆଉ ମଣିବାବାଙ୍କୁ ଜଳଲାଗି କରୁଛନ୍ତି। ହରିହର ମଳିକ(୫୫) ନାମକ ଜଣେ ଶ୍ରଦ୍ଧାଳୁ ୧୨ ଦିନ ବାଟ ଚାଲି ୪୦୦ରୁ ଊର୍ଦ୍ଧ୍ୱ କି.ମି. ପଥ ଅତିକ୍ରମ କରି ରବିବାର ସକାଳେ ଆସି ବାବା ଆଖଣ୍ଡଳମଣିଙ୍କ ପୀଠରେ ପହଞ୍ଚିଛନ୍ତି। ସେ ନିଜର ମାନସିକ ପୂରଣ ଲାଗି ସୁଦୂର କଲିକତାସ୍ଥିତ ଗଙ୍ଗା ନଦୀରୁ ଗତ ୩୧ ତାରିଖରେ ଜଳ ଉଠାଇ ଭାର କରି ଏଠାକୁ ଯାତ୍ରାରେ ବାହାରିଥିଲେ। ତାଙ୍କ ଘର ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଇଚ୍ଛାପୁର ଗଁାରେ। ସେ ରବିବାର ସକାଳେ ଆସି ମଠଡିହରେ ପହଞ୍ଚିଥିଲେ। ସେଠାରେ କିଛି ସମୟ ବିଶ୍ରାମ ନେବା ପରେ ପୀଠକୁ ଯାତ୍ରା କରିଥିଲେ। ସୋମବାର ସକାଳେ ଜଳଲାଗି କରିବେ। ବାବାମଣିଙ୍କ ଅପାର କରୁଣା ନ ଥିଲେ ସେ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରି ନ ଥାନ୍ତେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଣିଜ ପରିବହନ ପାଇଁ ଜଙ୍ଗଲ କଟା ନେଇ ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କେନ୍ଦୁଝର,୪।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଉପର କାଦକଳାଠାରୁ ବସନ୍ତପୁର ପର୍ଯ୍ୟନ୍ତ ଜଙ୍ଗଲରେ ଖଣିଜ ପଥର ପରିବହନ ପାଇଁ ଜଙ୍ଗଲ କଟାଯାଇଥିବା ସ୍ଥାନୀୟ ଅଞ୍ଚଳବାସୀ ଜିଲାପାଳଙ୍କ...

କ୍ରାଫ୍ଟ ଟୁରିଜିମ କେନ୍ଦ୍ର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି

କେନ୍ଦୁଝର, ୭ା୧୧ (ସ୍ବ.ପ୍ର.)-ଘଟଗାଁ ବ୍ଲକ ଟେରାକୋଟା ଗ୍ରାମ ହଳଧରପୁରକୁ କ୍ରାଫ୍ଟ ଗ୍ରାମ ଭାବରେ ଅଭିବୃଦ୍ଧି କରିବା ପାଇଁ ସରକାର ଘୋଷଣା କରିଛନ୍ତି। ଏହି ଗ୍ରାମକୁ ଯିବା...

ଯୁବତୀଙ୍କୁ ଏସିଡ୍‌ ମାଡ଼ ମାମଲା: ଦୋଷୀଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧ଲକ୍ଷ ଟଙ୍କା ଜରିମାନା

ଧର୍ମଗଡ଼,୫।୭(ଡି.ଏନ.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ ଅନ୍ତର୍ଗତ ଖଣ୍ଡିଡଙ୍ଗରୀଗୁଡାର ଯୁବତୀଙ୍କୁ ଜଣେ ଯୁବକ ଏକତରଫା ପ୍ରେମ କରୁଥିଲେ । ଯୁବତୀ ଜଣକ ଏହାକୁ ବିରୋଧ କରିବାରୁ...

ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ: ୨ ବ୍ଲକ ବିଜେଡି ସଭାପତି ନିଲମ୍ବିତ

ଦଶରଥପୁର,୨୭ା୫(ଡି.ଏନ.ଏ.)- ଦଳରେ ରହି ଦଳ ବିରୋଧରେ ଅନ୍ତର୍ଘାତୀ କାର୍ଯ୍ୟ କରିବା ଯୋଗୁ ବିଜେଡିର ଦଶରଥପୁର ବ୍ଲକ ସଭାପତି ସୁବାସ ଚନ୍ଦ୍ର ମହାନ୍ତି ଏବଂ ଯାଜପୁର ବ୍ଲକ...

‘ଜଙ୍ଗଲରୁ ଆଦିବାସୀଙ୍କୁ ତଡ଼ିବାକୁ ଷଡ଼ଯନ୍ତ୍ର ଚାଲିଛି’

ବ୍ରହ୍ମପୁର ଅଫିସ୍‌, ୧୨ା୯-ଦେଶର ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଆଦିବାସୀ ଓ ବନଜୀବୀଙ୍କୁ ଜଙ୍ଗଲ ଜମିରୁ ଉଚ୍ଛେଦର ଉଦ୍ୟମ ତଥା ଭାରତୀୟ ଜଙ୍ଗଲ ଆଇନ -୧୯୨୭ରେ ପ୍ରସ୍ତାବିତ...

ଭିଜିଲାନ୍ସ ଜାଲରେ ଏମ୍‌କେସିଜି ମେଡିକାଲ କନିଷ୍ଠ କିରାଣି

ବ୍ରହ୍ମପୁର ଅଫିସ,୭ା୧-ଏମ୍‌କେସିଜି ମେଡିକାଲରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ନାମରେ ଥିବା ଏକ ଏଲଆଇସି କ୍ଲେମ୍‌ ଫାଇଲ ପ୍ରୋସେସିଂ ପାଇଁ ଲାଞ୍ଚ ନେଇ...

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଜଣେ ଅନ୍ତେବାସୀଙ୍କ ଅସ୍ବାଭାବିକ ଆଚରଣ, କର୍ମଚାରୀ ରାତି ଅନିଦ୍ରା

କଣ୍ଟାପଡ଼ା,୧୩ା୫(ଡି.ଏନ୍‌.ଏ.): କଟକ ଜିଲା କଣ୍ଟାପଡ଼ା ପଞ୍ଚାୟତର କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ମଙ୍ଗଳବାରଠାରୁ ରହିଥିବା ଜଣେ ପ୍ରବାସୀ ଅନ୍ତେବାସୀଙ୍କ ପାଇଁ ଉକ୍ତ କେନ୍ଦ୍ର ଦାୟିତ୍ୱରେ ରହିଥିବା କର୍ମଚାରୀମାନଙ୍କୁ ରାତି...

ଟ୍ରାକ୍ଟର ଧକ୍କାରେ ପୋଲ ତଳକୁ ଖସି ଜଳିଗଲା ଭ୍ୟାନ

ଅମରପାଲି,୧୧।୧(ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଜନକପୁର ନିକଟ ସୁରବାଲି ଯୋର ନିକଟରେ ଏକ ଟ୍ରାକ୍ଟର ଧକ୍କାରେ ପୋଲତଳକୁ ଖସି ଏକ ଭ୍ୟାନ ଜଳି ଯାଇଛି।...

Advertisement
Archives

Model This Week