ଖୋଲିପାରେ ଭିତର ରତ୍ନଭଣ୍ଡାର

ପୁରୀ ଅଫିସ,୧୯ା୧୧: ଖୋଲିପାରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର। ଗତ ୪ତାରିଖରେ ସୁପ୍ରିମ୍‌କୋର୍ଟ ମଧ୍ୟବର୍ତ୍ତିକାଳୀନ ରାୟରେ ରତ୍ନ ଅଳଙ୍କାର ପ୍ରସଙ୍ଗ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିକୁ ରିପୋର୍ଟ ପ୍ରଦାନ ଲାଗି ନିର୍ଦ୍ଦେଶ ଦେବା ପରେ ଏହି ପ୍ରସଙ୍ଗ ଏବେ ଜୋର୍‌ ଧରିଛି। ମହାପ୍ରଭୁଙ୍କ ରତ୍ନଅଳଙ୍କାର ଗଣତି ଓ ସୁରକ୍ଷା ସମ୍ପର୍କରେ କ’ଣ ପ୍ରସ୍ତୁତି ରହିଛି ସେ ସମ୍ପର୍କରେ ଜଣାଇବାକୁ ପରିଚାଳନା କମିଟିକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ସମ୍ପର୍କରେ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇ ସୁପ୍ରିମ୍‌କୋର୍ଟଙ୍କୁ ରିପୋର୍ଟ ଦିଆଯିବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି।
ଶ୍ରୀମନ୍ଦିର ରତ୍ନ ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ତାକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହେଉଥିବାବେଳେ ୨୦୧୮ ମାର୍ଚ୍ଚ ୨୦ରେ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଏସ୍‌ଆଇ କର୍ତ୍ତୃପକ୍ଷ ଏବଂ କେତେଜଣ ସେବାୟତ ରତ୍ନଭଣ୍ଡାରରୁ ପାଣି ଗଳୁଥିବା ନେଇ କହିବା ପରେ ରତ୍ନଭଣ୍ଡାର ଗୃହ ସ୍ଥିତି ଯାଞ୍ଚ ଲାଗି ନିଷ୍ପତ୍ତି ହୋଇଥିଲା। ଦୀର୍ଘବର୍ଷ ହେବ ଏହା ଖୋଲାଯାଇ ନାହିଁ। ତେଣୁ ରତ୍ନଭଣ୍ଡାର ସବ୍‌କମିଟି ଉପସ୍ଥିତିରେ ଉକ୍ତ ଗୃହ ଖୋଲାଯିବ ବୋଲି ଚୂଡ଼ାନ୍ତ ହୋଇଥିଲା। ୨୦୧୮ ଏପ୍ରିଲ ୪ରେ ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ବିଫଳ ହୋଇଥିଲା ପ୍ରଶାସନ। ରତ୍ନଭଣ୍ଡାର ଚାବି ହଜିଥିବାରୁ ଭିତର ଭଣ୍ଡାର ଖୋଲାଯାଇ ପାରି ନ ଥିବା କୁହାଯାଇଥିଲା। ଏହାକୁ ନେଇ ବେଶ୍‌ ହୋହଲ୍ଲା ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ଓ ସରକାରଙ୍କୁ ଘେରିଥିଲେ ବିରୋଧୀ। ଶେଷରେ ଏକ ଡୁପ୍ଲିକେଟ୍‌ ଚାବି ମିଳିଥିବା କୁହାଯାଇଥିଲା। ତେବେ ଡୁପ୍ଲିକେଟ ଚାବି ମିଳିବାକୁ ନେଇ ସମସ୍ତେ ସନ୍ଦେହରେ ପଡ଼ିିଥିଲେ। ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସୁରକ୍ଷାକୁ ନେଇ ମଧ୍ୟ ଉଠିଥିଲା ପ୍ରଶ୍ନ। ତେଣୁ ସରକାର ଚାବି ହଜିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ଆଦେଶ ଦେଇଥିଲେ। ଜଷ୍ଟିସ ରଘୁବୀର ଦାଶ ଏହାର ତଦନ୍ତ କରିଥିଲେ। ତଦନ୍ତ ରିପୋର୍ଟ ଏବେ ରାଜ୍ୟ ସରକାରଙ୍କ ପାଖରେ ରହିଥିବାବେଳେ ଅନେକ ସମୟରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ଦାବି ଉଠିଛି। ବିଭିନ୍ନ ସମୟରେ ଏକାଧିକ ସଙ୍ଗଠନ ରତ୍ନଭଣ୍ଡାର ଖୋଲିବା ଦାବିରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।  ସେହିପରି ପିପିଲି ବ୍ଲକ କମାକନ୍ତିଆର ଦିଲ୍ଲୀପ ବରାଳ ଗତ ସେପ୍ଟେମ୍ବର ୭ରେ ରାଜ୍ୟପାଳଙ୍କୁ ଭିତର ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ଯାଞ୍ଚ କରାଯିବା ନେଇ ଅନୁରୋଧପତ୍ର ପଠାଇଥିଲେ। ରାଜ୍ୟପାଳ ଏହାକୁ ଗ୍ରହଣ କରି ଗତ ସେପ୍ଟେମ୍ବର ୧୯ରେ ଆଇନ ବିଭାଗ ପ୍ରମୁଖ ସଚିବଙ୍କୁ ଉପଯୁକ୍ତ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦେଇଥିଲେ। ସେହିପରି ଗତ ମାସ ୨୯ ତାରିଖରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ରତ୍ନଭଣ୍ଡାରର ଅଡିଟ୍‌ କରାଯିବା ସହ ଠିକ୍‌ ଭାବେ ଅଳଙ୍କାର ଯାଞ୍ଚ କରିବାକୁ ଦାବି କରିଥିଲେ। ଏବେ ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ରତ୍ନଭଣ୍ଡାର ଖୋଲିବା ନେଇ ପ୍ରଶାସନିକ ସ୍ତରରେ ଆଲୋଚନା ଚାଲିଥିବା ଶୁଣିବାକୁ ମିଳୁଛି। ଏହାକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି, ଏ ନେଇ ସେବାୟତଙ୍କ ଉପରକୁ ଅଙ୍ଗୁଳି ଉଠିଲାଣି। ତେଣୁ ଭିତର ରତ୍ନଭଣ୍ଡାର ଖୋଲାଯାଇ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି କରାଯାଉ। ପୂର୍ବ ତାଲିକା ଯାହା ରହିଛି ସେଥିରେ ମେଳକ କରାଗଲେ ସବୁକିଛି ସ୍ପଷ୍ଟ ହୋଇଯିବ। ସୂଚନାଥାଉ କି, ଶ୍ରୀମନ୍ଦିରର ବାହାର ଭଣ୍ଡାର ବର୍ଷକୁ ଏକାଧିକ ଥର ଖୋଲାଯାଏ। କିନ୍ତୁ ୧୯୮୫ରେ ଶେଷଥର ଲାଗି ଭିତର ଭଣ୍ଡାର ଖୋଲା ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?