ଖୋଲା ରହିବ ବଛା ବଛା ବ୍ୟାଙ୍କ ଶାଖା

ନୂଆଦିଲ୍ଲୀ,୨୪-୩: କରୋନା ଲାଗି ବର୍ତ୍ତମାନ ସାରା ଦେଶର ବିଭିନ୍ନ ସ୍ଥାନରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ସ୍ଥାନଗୁଡିକରେ କେତେକ ବଛା ବଛା ଶାଖା ଖୋଲା ରଖିବାକୁ ଇଣ୍ଡିଆନ ବ୍ୟାଙ୍କ ଆସୋସିଏଶନ(ଆଇବିଏ) ବ୍ୟାଙ୍କଗୁଡିକୁ କହିଛି। ବ୍ୟାଙ୍କଗୁଡିକ ଏହି ସମୟରେ ଜରୁରୀ ସେବା ପ୍ରଦାନ କରିବେ ବୋଲି ଜଣାପଡିଛି। ବ୍ୟାଙ୍କଗୁଡିକର ମୁଖ୍ୟମାନଙ୍କ ଏ ନେଇ ଆଇବିଏ ପକ୍ଷରୁ ଅବଗତ କରାଯାଇଛି। ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି(ଏସ୍‌ଏଲ୍‌ବିସି)ର କନଭେନର ଏବଂ ଲିଡ ଡିଷ୍ଟ୍ରିକ୍ଟ ମ୍ୟାନେଜରଙ୍କୁ ଆଇବିଏ ଏ ନେଇ ନିବେଦନ କରିଛି। ବ୍ୟାଙ୍କଗୁଡିକର ବିଜନେସ କଣ୍ଟିନ୍ୟୁଇଟି ପ୍ଲାନ (ବିସିପି) ନେଇ ପଦକ୍ଷେପ ନେବାକୁ ରାଜ୍ୟ ପ୍ରଶାସନ ସହ ମିଳିତ ହୋଇ କାମ କରିବା ଲାଗି ଆଇବିଏ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି। ଅର୍ଥାତ ନିର୍ଦ୍ଧାରତ ବ୍ୟାଙ୍କଗୁଡିକର କାମ କିଭଳି ଚାଲିପାରିବ ସେ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ସ୍ଥାନୀୟ ରାଜ୍ୟ କର୍ତ୍ତୃପକ୍ଷଙ୍କ ସହ ସମନ୍ବୟ ରଖାକରିବେ।
ରବିବାର କରୋନା ଯୋଗୁ ଅଧିକ ୩ ଜଣ ଲୋକ ମୃତ୍ୟୁ ମୁଖରେ ପଡିଛନ୍ତି। ବିହାର ଏବଂ ଗୁଜରାଟ ଭଳି ରାଜ୍ୟରେ ପ୍ରଥମ କାଜୁଆଲ୍‌ଟି ଦେଖାଯାଇଛି। ଏବେ ଦେଶରେ କୋଭିଡ-୧୯ରେ ପ୍ରାୟ ୩୬୦ ଲୋକ ଆକ୍ରାନ୍ତ ହୋଇଛନ୍ତି। ସାରା ଦେଶରେ ଟ୍ରେନ ଚଳାଚଳକୁ ବାତିଲ କରାଯାଇଥିବା ବେଳେ ଆନ୍ତଃ ରାଜ୍ୟ ବସ୍‌ ଚଳାଚଳକୁ ମାର୍ଚ୍ଚ ୩୧ ଯାଏ ବନ୍ଦ ରଖାଯାଇଛି। କରୋନା ବ୍ୟାପିବାକୁ ରୋକିବା ଲାଗି ଅନିର୍ଦ୍ଧିଷ୍ଟ ସମୟ ଯାଏ କଟକଣା ଲଗାଇଛନ୍ତି। ଏଣୁ ବ୍ୟାଙ୍କଗୁଡିକ ଏଭଳି ସ୍ଥିତିକୁ ନଜରରେ ରଖି ପଦକ୍ଷେପ ଗ୍ରହଣ କରିଛନ୍ତି। ବ୍ୟାଙ୍କଗୁଡିକର ଆଞ୍ଚଳିକ କାର୍ଯ୍ୟାଳୟ, ଜୋନାଲ ଅଫିସ ଏବଂ ସର୍କଲ ମୁଖ୍ୟ ମାନଙ୍କୁ ଏ ଦିଗରେ ଠିକ୍‌ ଭାବେ ଅବଗତ କରାଇବା ଲାଗି ଆଇବିଏ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହି ଅଧିକାରୀ ସିଇଓଙ୍କୁ କୁହାଯାଇଛି।
ବ୍ୟାଙ୍କଗୁଡିକ ପ୍ରସ୍ତୁତ କରିଥିବା ବିସିପି କିଭଳି ଠିକ୍‌ ଭାବେ କାର୍ଯ୍ୟ କରିବ ସେ ନେଇ ଏସ୍‌ଏଲ୍‌ବିସି କନଭେନର ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକଙ୍କ ସହ ମଧ୍ୟ ସମନ୍ବୟ ରକ୍ଷା କରିବେ। ଏସ୍‌ଏଲ୍‌ବିସି କନଭେନର ବ୍ୟାଙ୍କଗୁଡିକର ଏମ୍‌ଡି ଏବଂ ସିଇଓ ମାନେ ଏ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବା ନେଇ ଆଇବିଏ ଆଶାବାଦୀ ରହିଛି। ଏହା ସହ ରାଜ୍ୟ ସ୍ତରରେ ମେମ୍ବର ବ୍ୟାଙ୍କ ମାନଙ୍କୁ ଯୋଜନା କିଭଳି ଠିକ୍‌ ଭାବେ କାର୍ଯ୍ୟ କରିବ ସେ ନେଇ ଧ୍ୟାନ ରଖିବାକୁ ଅବଗତ କରାଯାଇଛି। ସବୁ ବ୍ୟାଙ୍କ କୋଭିଡ-୧୯ ବିରୋଧରେ ଏକତ୍ର ହୋଇ ଲଢିବା ଲାଗି ଆଇବିଏ ନିବେଦନ କରିଛି। ବିକଳ୍ପ ପନ୍ଥା ଦ୍ୱାରା ବ୍ୟାଙ୍କିଙ୍ଗ ସେବା ଯୋଗାଣ ଏବଂ ଯେଭଳି ବ୍ୟାଙ୍କିଙ୍ଗ ସେବାରେ କୌଣସି ବାଧା ନ ଉପୁଯେ ତାକୁ ଧ୍ୟାନରେ ରଖିବା ଉପରେ ଆଇବିଏ ଗୁରୁତ୍ୱ ଦେଇଛି। ଆଇବିଏ ସୋମବାର ଗ୍ରାହକଙ୍କୁ ନିବେଦନରେ ଅନଲାଇନ ଏବଂ ଡିଜିଟାଲ ନେଣଦେଣ କରିବା ଲାଗି କହିଥିଲା। ଅତି ଆବଶ୍ୟକ ନ ହେଲେ ବ୍ୟାଙ୍କ ଶାଖା ନ ଯିବା, ଶାଖାରେ ଭିଡ ନ ଜବାଇବା, ନୋଟ ଛୁଇଁବା, ଗଣିବା ପରେ ହାତ ଧୋଇବା ଭଳି ବିଭିନ୍ନ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଏହାବାଦ କରୋନାରେ ଡରୋନା ଡିଜିଟାଲ କରୋନା କ୍ୟାମ୍ପେନ ଆରମ୍ଭ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri