ଖୋର୍ଦ୍ଧା ଗାମୁଛାରେ ପ୍ରସ୍ତୁତ ମାସ୍କର ଚାହିଦା ବଢୁଛି

ଖୋର୍ଦ୍ଧା ଅଫିସ,୨୫ା୪: କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ବାହାରକୁ ବାହାରିଲେ ମାସ୍କ ପରିଧାନ ଲାଗି ସରକାର କଟକଣା ମଧ୍ୟ କରିଛନ୍ତି। ଏହି ସମୟରେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତ ମାସ୍କ ପ୍ରସ୍ତୁତ କରାଯାଉଛି। ଏହି ପ୍ରେରିପେକ୍ଷୀରେ ଖୋର୍ଦ୍ଧା ପୌର ପ୍ରଶାସନ ଆନୁକୂଲ୍ୟରେ ୫ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଖୋର୍ଦ୍ଧାର ପ୍ରସିଦ୍ଧ ଗାମୁଛା ଓ କପଡ଼ାରେ ମାସ୍କ ପ୍ରସ୍ତୁତ କରୁଛନ୍ତି। ସମ୍ବଲପୁରୀ କପଡ଼ାରେ ମାସ୍କକୁ ଜନସାଧାରଣ ପସନ୍ଦ କରିଥିବା ବେଳେ ଏବେ ଖୋର୍ଦ୍ଧା ଗାମୁଛାର ପ୍ରସ୍ତୁତ ମାସ୍କର ଚାହିଦା ବୃଦ୍ଧି ପାଇଛି। ଏସ୍‌ଏଚ୍‌ଜି ଦ୍ୱାରା ପ୍ରସ୍ତୁତ ଏହି ମାସ୍କକୁ ସାଧାରଣରେ ଭୂୟସୀ ପ୍ରଂଶସା କରାଯାଇଛି। ଏନେଇ ଖୋର୍ଦ୍ଧା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥୀ କୁହନ୍ତି, ୧୦ ହଜାର ମାସ୍କ ପ୍ରସ୍ତୁତ ଲାଗି ଯୋଜନା ରହିଛି। ପ୍ରାଥମିକ ପର୍ଯ୍ୟାୟରେ ୫ଟି ଏସ୍‌ଏଚ୍‌ଜି ଗ୍ରୁପ୍‌ ଖୋର୍ଦ୍ଧା ଗାମୁଛାରୁ ୧ ହଜାର ମାସ୍କ ପ୍ରସ୍ତୁତ କରି ପୌର କାର୍ଯ୍ୟାଳୟକୁ ପ୍ରଦାନ କରିଛନ୍ତି। କିଛି ଏସ୍‌ଏଚ୍‌ଜି ଏହାର ବ୍ରିକି ବଟା ଆରମ୍ଭ କରିଛନ୍ତି। ଲୋକଙ୍କ ଚାହିଦାକୁ ଦେଖି ଏହାକୁ ବହୁଳ ପରିମାଣରେ ପ୍ରସ୍ତୁତ ଲାଗି ଗ୍ରୁପ୍‌ ମହିଳାଙ୍କୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାର ଟଙ୍କା ନ ଦେବାରୁ ଯୁବକଙ୍କୁ ହତ୍ୟା

କେସିଙ୍ଗା,୨।୯(ଡି.ଏନ.ଏ.) କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ କେରୋକୁଡା ଗ୍ରାମରେ ଧାର ଟଙ୍କା ନ ଦେବାରୁ ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା କରାଯାଇଥିବା ଅଭିଯୋଗ...

ସୁରଟ ଫେରନ୍ତାଙ୍କୁ ନେଇ ଗଞ୍ଜାମ ଆତଙ୍କିତ

ବ୍ରହ୍ମପୁର ଅଫିସ,୧୦ା୫- ବିଶ୍ୱରେ କରୋନା ଏବେ ଆତଙ୍କ ସୃଷ୍ଟି କରିଛି। ଏହାକୁ ନେଇ ଲୋକେ ଭୟଭୀତ ହେବା ସହ ଆଶା ଆଶଙ୍କାରେ ଦିନ କାଟୁଛନ୍ତି। ଏହି...

ଧରିତ୍ରୀ ପ୍ରଭାବ: ସ୍କୁଲ ବାଟରୁ ବାଉଁଶ ଖୋଲିଲେ ଗ୍ରାମବାସୀ

ପାଟପୁର,୧୬ା୪-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପକ୍ଷରୁ ୧୩୦ ସ୍କୁଲ କଲେଜରେ କ୍ବାରାଣ୍ଟାଇନ୍‌ କେନ୍ଦ୍ର ଖୋଲାଯାଇଥିବା ବେଳେ ସେଠାରେ ପ୍ରବାସୀଙ୍କୁ ସଙ୍ଗରୋଧରେ ରହିବା ବ୍ୟବସ୍ଥା କରାଯାଇଛି। ହେଲେ...

ଆନ୍ଧ୍ର ଟ୍ରକ ଚାଳକଙ୍କୁ ମାଡ ମାରି ଲୁଟ, ୩ ଗିରଫ

ହିଞ୍ଜିଳିକାଟୁ,୫ା୩(ଡି.ଏନ୍‌.ଏ.) – ହିଞ୍ଜିଳି ଥାନା ବୁରୁପୋଡା ଛକରେ ରବିବାର ରାତି ପ୍ରାୟ ୯ରେ ଏକ ଆନ୍ଧ୍ର ଟ୍ରକ ଚାଳକଙ୍କୁ ଲୁଟେରା ଆକ୍ରମଣ କରି ମୋବାଇଲ ଓ...

ସହରାଞ୍ଚଳ ବିଶୋଧନ ଆରମ୍ଭ କଲା ଗୁଣପୁର ପ୍ରଶାସନ

ଗୁଣପୁର,୪।୪(ଡି.ଏନ୍.ଏ.): ରାୟଗଡା ଜିଲା ଗୁଣପୁର ପୌର ପରିଷଦ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଶନିବାର ମିଳିତ ଭାବେ ସହରର ବିଭିନ୍ନ ସ୍ଥାନରେ ବିଶୋଧନ କରାଯାଇଛି। ମେଡିକାଲ,...

କଣ୍ଟାବାଞ୍ଜିରେ ୧୨୮ଖଣ୍ଡ ଭୋଟର ଥ୍ରୀଲିଙ୍ଗ୍‌ ଭିକ୍ଟ୍ରି

ବଲାଙ୍ଗୀର ଅଫିସ, ୨୫ା୫ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୨୮ ଖଣ୍ଡ ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ବିଜୟୀ...

ପୂଜାପାଠ ଆଳରେ ମହିଳାଙ୍କୁ ମଶାଣିକୁ ନେଇ ଅସଦାଚରଣ: ଛେଚା ଖାଇ ଗିରଫ ହେଲେ ଭଣ୍ଡବାବା

ବାସୁଦେବପୁର, ୪।୧୧ (ଡି.ଏନ.ଏ.) – ଜଣେ ଭଣ୍ଡବାବା ଶନିବାର ନିଶାର୍ଦ୍ଧରେ ଜଣେ ନିଃସନ୍ତାନ ମହିଳାଙ୍କୁ ମଶାଣିକୁ ନେଇ ପୂଜାପାଠ କରିବା ଆଳରେ ତାଙ୍କୁ ଅସଦାଚରଣ କରିବା...

ଜାନୁୟାରୀରୁ ପୌର ପାଳିକାରେ ଲାଗୁହେବ ମୋ ସରକାର

ପାରାଦୀପ,୧୨ା୧୨(ସ୍ବ.ପ୍ର.): ୨୦୨୦ ଜାନୁୟାରୀ ପହିଲାରୁ ପାରାଦୀପ ପୌରପାଳିକାରେ ମୋ ସରକାର ଯୋଜନା ଲାଗୁହେବ। ଏହା ଜାନୁୟାରୀ ୧୦ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବେ ଚାଲିବ। ତା’ପରଠାରୁ ପୂର୍ଣ୍ଣାଙ୍ଗଭାବେ...

Coronavirus Update


Archives

Model This Week

Why Dharitri