ଖୋର୍ଦ୍ଧାରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ: ନବିନାବାଗ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କଲେ ଜିଲାପାଳ

ଖୋର୍ଦ୍ଧା ଅଫିସ,୧୬।୫: ରାଜ୍ୟରେ ପୁଣି ୬୫ କରୋନା ଆକ୍ରାନ୍ତ ଶନିବାର ସକାଳେ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଖୋର୍ଦ୍ଧା ଜିଲାର ରହିଛନ୍ତି। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।  ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଖୋର୍ଦ୍ଧା ପୌରାଞ୍ଚଳର ହୋଇଥିବା ବେଳେ ଅନ୍ୟ ୨ ଆକ୍ରାନ୍ତ ବାଣପୁର ଅଞ୍ଚଳର ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ତେବେ ଜଣେ ପଶ୍ଚିମବଙ୍ଗ ଫେରନ୍ତା ଏବଂ ଅନ୍ୟ ଜଣେ ସୁରଟରୁ ଆସିଥିଲେ। ଏ ଦୁଇ ଜଣ ଯାକ କ୍ୱାରାଣ୍ଟାଇନରେ ଥିଲେ। ଅନ୍ୟ ଜଣେ ହୋମ୍‌ କ୍ୱାରାଣ୍ଟାଇନରେ ଥିଲେ।
ଅନ୍ୟପଟେ ଜିଲାପାଳ ଶିତାଂଶୁ ରାଉତ ନବିନାବାଗକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରିଛନ୍ତି । ଉକ୍ତ ଅଞ୍ଚଳରେ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ସେହିପରି ଏହି ଅଞ୍ଚଳରୁ କେହି ବାହାରକୁ ଯାଇ ପାରିବେ ନାହିଁ। ପୌର ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ବ୍ୟବସ୍ଥା କରାଯିବ। ଏଥିସହିତ ଉକ୍ତ ଅଞ୍ଚଳକୁ ସାନିଟାଇଜ କରାଯିବ। ଉକ୍ତ ଅଞ୍ଚଳର ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଲାଗି ବ୍ୟବସ୍ଥା କରାଯିବ ବୋଲି ଜିଲାପାଳ ରାଉତ କହିଛନ୍ତି। ଏହି ଅଞ୍ଚଳରେ ତଦାରଖ ପାଇଁ ପୌର ଅଧିକାରୀ ଶ୍ବେତପଦ୍ମା ଶତପଥୀ, ଏଡିଏମ୍‌ଓ(ପରିବାର କଲ୍ୟାଣ) ଏବଂ ସିଡିଏମଓ ବିଶ୍ବ ରଞ୍ଜନ ପତି ଦାୟିତ୍ୱରେ ରହିଛନ୍ତି । ଖୁବ୍‌ଶୀଘ୍ର ଉକ୍ତ ଅଞ୍ଚଳକୁ ସିଲ୍‌ ସହ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ବିଶୋଧନ କରାଯିବ ବୋଲି ପୌର ନିର୍ବାହୀ ଶତପଥୀ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ସଂଯୋଗ ହେଲା ବିଦ୍ୟୁତ୍‌

କୋରକେଣ୍ଡା,୨୨ା୧(ଡି.ଏନ.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ସଦର ପଞ୍ଚାୟତବୁଦୁଗୁଡା ଗ୍ରାମରେ ପ୍ରାୟ ୬ମାସ ହେବ ବିଦ୍ୟୁତ୍‌ କାଟ୍‌ ହୋଇଥିଲା। ଫଳରେ ଲୋକେ ସନ୍ଧ୍ୟା ହେଲେ ଡିବି, ଲଣ୍ଠନ...

ବଢ଼ୁଛି କୋଭିଡ୍‌ ସଂକ୍ରମଣ

ନୂଆଦିଲ୍ଲୀ,୧୬।୪(ପି.ଟି.): ଭାରତର କେତେକ ସହରରେ କୋଭିଡ୍‌ ସଂକ୍ରମଣ ପୁଣିଥରେ ବଢ଼ିବା ଆରମ୍ଭ କରିଛି। ୯୪୯ ନୂଆ ମାମଲା ସହ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧୧,୧୯୧କୁ...

୬ ବର୍ଷ ହେବ ଗାଁରୁ ବାସନ୍ଦ ପରିବାର: ଅଭିଯୋଗସତ୍ତ୍ୱେ ପ୍ରଶାସନ ନୀରବ

ଗୋପ,୧୨।୧୨(ଡି.ଏନ.ଏ.): ଗୋପ ଥାନା ଅଧୀନ ଦେସ୍ଥଳୀ ଗ୍ରାମର ରାମଚନ୍ଦ୍ର ଦାସ (୭୨) ଜମିଜମା ବିବାଦ କାରଣକୁ ନେଇ ଗତ ଛଅ ବର୍ଷ ହେବ ସମ୍ପୂର୍ଣ୍ଣ ପରିବାରକୁ...

କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ନେବା ପରେ ଜନ୍ମମାଟି ଯିବେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ: ସମ୍ବର୍ଦ୍ଧନା ନେଇ ପ୍ରସ୍ତୁତି

ସଜାନଗଡ଼, ୯।୬(ଡି.ଏନ୍‌.ଏ.): ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ନେବା ପରେ ରବିବାର ସନ୍ଧ୍ୟାରେ ଜନ୍ମମାଟି ନୀଳଗିରିରେ ପହଞ୍ଚିବେ। ତେବେ...

୧୨ ଘଣ୍ଟା ବାଲେଶ୍ୱର ବନ୍ଦ

ବାଲେଶ୍ୱର ଅଫିସ, ୧୭ା୬ ବାଲେଶ୍ୱର ଜିଲା ପୋଲିସ ପ୍ରଶାସନର ନିଷ୍କ୍ରିୟତା ଯୋଗୁ ସହରରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି। ଏହାର ପ୍ରତିବାଦରେ ଗୁରୁବାର ପୂର୍ବାହ୍ନ ୬ଟାରୁ ସନ୍ଧ୍ୟା...

ଅମାନୁଷିକ ଭାବେ ଷଣ୍ଢକୁ ତୀରମାଡ଼

ଆନନ୍ଦପୁର,୬।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ପଦନପୁର ଗାଁ ଛକରେ ଏକ ଷଣ୍ଢକୁ ଦୁର୍ବୃତ୍ତ ୮ ତୀର ମାଡ଼ କରିଛନ୍ତି। ଷଣ୍ଢ ଅବସ୍ଥା ଗୁରୁତର ଥିବା...

ସରୁନି ୱାଲ୍‌ ପେଣ୍ଟିଂ: ପଡ଼ି ରହିଛି ଲକ୍ଷାଧିକ ଟଙ୍କା

ବାଲେଶ୍ୱର ଅଫିସ,୩।୪-କରୋନା ସମୟରେ ସରକାର ସହରାଞ୍ଚଳରେ ବସବାସ କରୁଥିବା ଚିତ୍ରଶିଳ୍ପୀ, କାରିଗର ଓ ମହିଳାଗୋଷ୍ଠୀମାନଙ୍କୁ ରୋଜଗାର ଯୋଗାଇଦେବା ପାଇଁ ନୂଆ ନୂଆ ଯୋଜନା ପ୍ରଣୟନ କରିଥିଲେ।...

ମୂର୍ତ୍ତି ତିଆରି ନିଶାରେ ଶୁଭଶ୍ରୀସୋନମ

ବନ୍ତ, ୨୪।୮(ଡି.ଏନ.ଏ.)-ପାଠ ପଢିବା ସହିତ ଚିତ୍ର ଆଙ୍କିବା ଓ ମୂର୍ତ୍ତି ତିଆରି କରିବାରେ ନିଜକୁ ହଜାଇ ଦେଇଛନ୍ତି ଶୁଭଶ୍ରୀ ସୋନମ ରାଜ। ତାଙ୍କର ପ୍ରତିଭାକୁ ବିକାଶ...

Advertisement
Archives

Model This Week