Posted inଖେଳ

ଖେଳରତ୍ନ ସୁପାରିସ ତାଲିକାରେ ମନିକା

ନୂଆଦିଲ୍ଲୀ,୩।୬(ପି.ଟି.): ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳରନତ୍ ପୁରସ୍କାର ପାଇଁ ଚଳିତ ବର୍ଷ ଖେଳାଳିଙ୍କ ନାମ ସୁପାରିସ ତାଲିକା ବଢ଼ିବାରେ ଲାଗିଛି। ମଙ୍ଗଳବାର ଭାରତୀୟ ହକି ଅଧିନାୟିକା ରାଣୀ ରାମପଲ ଏବଂ ମହିଳା ଟେବୁଲ ଟେନିସ ତାରକା ମନିକା ବାତ୍ରାଙ୍କ ନାମ ସୁପାରିସ୍‌ କରାଯାଇଛି। ଅର୍ଜୁନ ପୁରସ୍କାର ପାଇଁ ମହିଳା ହକି ଖେଳାଳି ବନ୍ଦନା କାଟାରିୟା, ମୋନିକା ଓ ପୁରୁଷ ଡ୍ରାଗ୍‌ଫ୍ଲିକର ହରମନପ୍ରୀତ ସିଂଙ୍କ ନାମ ହକି ଇଣ୍ଡିଆ ସୁପାରିସ କରିଛି। ଟେବୁଲ ଟେନିସ ଫେଡେରେଶନ ଅଫ ଇଣ୍ଡିଆ (ଟିଟିଏଫଆଇ) ପକ୍ଷରୁ ମଧୁରିକା ପଟକାର, ମାନବ ଠାକ୍କର ଏବଂ ସୁତୀର୍ଥ ମୁର୍ଖାଜୀ ଏବଂ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ ବିଏଆଇ) ପକ୍ଷରୁ ସ୍ବସ୍ତିକ ସାଇରାଜ ରାଙ୍କିରେଡ୍ଡୀ, ଚିରାଗ ସେଟ୍ଟୀ ଓ ସମୀର ବର୍ମାଙ୍କ ନାମ ଏହି ପୁରସ୍କାର ପାଇଁ ସୁପାରିସ ହୋଇଛି। ମେଜର ଧ୍ୟାନଚାନ୍ଦ ଆଓ୍ବାର୍ଡ ଫର ଲାଇଫ୍‌ ଟାଇମ ଆଚିଭମେଣ୍ଟ ପାଇଁ ପୂର୍ବତନ ଖେଳାଳି ଆର.ପି. ସିଂ ଓ ତୁଷାର ଖାଣ୍ଡ୍‌କରଙ୍କ ନାମ ସୁପାରିସ କରିଛି ହକି ଇଣ୍ଡିଆ। ହକି କୋଚ୍‌ ବି.ଜେ. କାରିଆପ୍ପା, ରମେଶ ପଠାଣିଆ ଏବଂ ଟିଟି କୋଚ୍‌ ଜୟନ୍ତ ପୁଶିଲାଲ ଓ ଏସ. ରମଣଙ୍କ ନାମ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ସୁପାରିସ ହୋଇଛି।
୨୦୧୬ ଜାନୁୟାରୀ ୧ରୁ ୨୦୧୯ ଡିସେମ୍ବର ୩୧ ତାରିଖ ମଧ୍ୟରେ ଖେଳାଳିମାନଙ୍କ ପ୍ରଦର୍ଶନକୁ ବିଚାରକୁ ନିଆଯାଇ ଖେଳରନତ୍ ପୁରସ୍କାର ପ୍ରଦାନ କରାଯିବ। ଏହି ସମୟ ଅବଧିରେ ରାଣୀ ଭାରତୀୟ ଦଳର ନେତୃତ୍ୱ ନେଇ ଅନେକ ସଫଳତା ଅର୍ଜନ କରିଛନ୍ତି। ତାଙ୍କ ନେତୃତ୍ୱରେ ଭାରତ ୨୦୧୭ ମହିଳା ଏସିଆ କପ୍‌ରେ ଚାମ୍ପିୟନ ହୋଇଥିଲା। ସେହିପରି ୨୦୧୮ ଏସିଆନ ଗେମ୍ସରେ ରୌପ୍ୟ ପଦକ ହାସଲ କରିଥିଲା। ୨୦୧୯ ଏଫ୍‌ଆଇଏଚ୍‌ ଅଲିମ୍ପିକ କ୍ୱାଲିଫାୟର୍ସରେ ସେ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ତାଙ୍କ ନିର୍ଣ୍ଣାୟକ ଗୋଲ ବଳରେ ଭାରତ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଥିଲା। ଭାରତ ମଧ୍ୟ ଏଫ୍‌ଆଇଏଚ୍‌ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ କ୍ୟାରିୟର ଶ୍ରେଷ୍ଠ ନବମ ସ୍ଥାନ ଅଧିକାର କରିଥିଲା। ରାଣୀ ପ୍ରଥମ ଭାରତୀୟ ଭାବେ ଓ୍ବାଲର୍‌ଡ ଗେମ୍ସ ଆଥଲେଟ ଅଫ୍‌ ଦି ଇୟର ବିବେଚିତ ହୋଇଥିଲେ। ସେ ମଧ୍ୟ ୨୦୧୬ରେ ଅର୍ଜୁନ ଓ ୨୦୨୦ରେ ପଦ୍ମଶ୍ରୀ ସମ୍ମାନ ହାସଲ କରିଥିଲେ।
ଗତବର୍ଷ ଏହି ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ପାଇବାରୁ ବଞ୍ଚତ୍ତ ହୋଇଥିବା ମନିକା ଦେଶର ପ୍ରଥମ ମହିଳା ଟେବୁଲ ଟେନିସ ଖେଳାଳିଭାବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସିଙ୍ଗଲ୍ସ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ୨ ସ୍ବର୍ଣ୍ଣ ସହ ମୋଟ ୪ଟି ପଦକ ହାସଲ କରିଥିଲେ। ଗୋଲ୍ଡକୋଷ୍ଟର ଏହି ସଂସ୍କରଣରେ ତାଙ୍କ ନେତୃତ୍ୱରେ ଭାରତ ପ୍ରଥମଥରପାଇଁ ମହିଳା ଟିମ୍‌ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ପାଇଥିଲା। ୫ ମାସପରେ ଜାକର୍ତ୍ତା ଏସିଆନ ଗେମ୍ସରେ ଶରଥ କମଲଙ୍କୁ ସାଥିକରି ସେ ମିକ୍ସଡ ଡବଲ୍ସରେ ବ୍ରୋଞ୍ଜ ପଦକ ପାଇ ଇତିହାସ ରଚିଥିଲେ। ମନିକା ଏହି ସମ୍ମାନ ପାଇଁ ହକ୍‌ଦାର। ସେଥିପାଇଁ ଆମେ ତାଙ୍କ ନାମ ଦ୍ୱିତୀୟଥରପାଇଁ ସୁପାରିସ କରିଛୁ ବୋଲି (ଟିଟିଏଫଆଇ) ମହାସଚିବ ଏମ.ପି. ସିଂ ପ୍ରକାଶ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ରେସଲର ବଜରଙ୍ଗ ପୁନିଆ ଓ ପାରା ଆଥଲେଟ୍‌ ଦୀପା ମଲିକ ୨୦୧୯ରେ ଖେଳରନତ୍ ପୁରସ୍କାର ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମେକ୍ସିକୋରେ ପହଞ୍ଚିଲେ ଇରାନ ଖେଳାଳି

ତିଜୁଆନା, ୮ା୬- ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁ ଥିବା ଫିଫା ବିଶ୍ୱକପ୍‌ ଲାଗି ଇରାନ ଦଳର ଖେଳାଳିମାନେ ସୋମବାର ମେକ୍ସିକୋରେ ପହଞ୍ଚିଛନ୍ତି। ଘାତକ ମିସାଇଲ ଆକ୍ରମଣରେ…

‘ଅଧିକ ଆଶା ରଖିବା ଭୁଲ’, ବୈଭବଙ୍କୁ ନେଇ କପିଲ ଦେବଙ୍କ ବଡ଼ ବୟାନ:, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ, ୮।୬: ଆଇପିଏଲ ୨୦୨୬ରେ ପ୍ରଭାବଶାଳୀ ପ୍ରଦର୍ଶନ ପାଇଁ ବୈଭବ ସୂର୍ଯ୍ୟବଂଶୀ ଭାରତୀୟ ଟି୨୦ ଦଳରେ ସ୍ଥାନ ପାଇଛନ୍ତି। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନଙ୍କୁ ଆୟର୍ଲାଣ୍ଡ-ଇଂଲଣ୍ଡ ଏବଂ…

ଭାରତ ପାଇଁ ଖେଳିବା ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଚେତାବନୀ: ଆଗକୁ…

ନୂଆଦିଲ୍ଲୀ,୮।୬: ମାତ୍ର ୧୫ ବର୍ଷ ବୟସରେ ବିଶ୍ୱର ସବୁଠାରୁ ଚର୍ଚ୍ଚିତ କ୍ରିକେଟର ପାଲଟିଛନ୍ତି ବୈଭବ ସୂର୍ଯ୍ୟବଂଶୀ। IPLରେ ଚହଳ ସୃଷ୍ଟି କରିବା ଠାରୁ ଆରମ୍ଭ କରି ଟିମ…

ଇତିହାସ ରଚିଲା ଟିମ୍‌ ଇଣ୍ଡିଆ: ଟେଷ୍ଟ କ୍ରିକେଟ ଇତିହାସରେ…

ଚଣ୍ଡିଗଡ଼,୮।୬: ଏକମାତ୍ର ଟେଷ୍ଟରେ ଟିମ ଇଣ୍ଡିଆ ଆଫଗାନିସ୍ତାନକୁ ଏକ ଇନିଂସ ଏବଂ ୩୦୦ ରନରେ ପରାସ୍ତ କରିଛି। ଏହା ଟେଷ୍ଟ କ୍ରିକେଟ ଇତିହାସରେ ଟିମ ଇଣ୍ଡିଆର ସବୁଠାରୁ…

ପରମ୍ପରା କାହିଁକି ଭାଙ୍ଗିଲେ ଜୟ ଶାହା? ସେ ଜଣେ ପାକିସ୍ତାନୀ ଖେଳାଳିଙ୍କ ସହ ସର୍ବସାଧାରଣରେ ହାତ ମିଳାଇଲେ

ନୂଆଦିଲ୍ଲୀ,୮।୬: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଏତେ ଖରାପ ହୋଇଯାଇଛି ଯେ ଉଭୟ ଦେଶର ଖେଳାଳିମାନେ କ୍ରିକେଟ ପଡ଼ିଆରେ ହାତ ମିଳାନ୍ତି ନାହିଁ। ପାକିସ୍ତାନ ଲଗାତାର…

ଖାଲି କ୍ରିକେଟ ଖେଳିବାକୁ ଆସିନି, ୧୦-୨୦ ବର୍ଷ ଯାଏ ଡୋମିନେଟ୍‌ କରିବାକୁ ଚାହୁଁଛି: ବୈଭବଙ୍କ…

ନୂଆଦିଲ୍ଲୀ,୭।୬: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଦ୍ୱାରା ସାରା ବିଶ୍ୱକୁ ଚକିତ କରିଥିବା ୧୫ ବର୍ଷର ଯୁବ କ୍ରିକେଟରବୈଭବ ସୂର୍ଯ୍ୟବଂଶୀଙ୍କୁ ଶନିବାର ଦିନ ଏକ ବଡ଼…

ଟିମ ଇଣ୍ଡିଆରେ ଏଣ୍ଟ୍ରି ପରେ ବିଜ୍ଞାପନ ବଜାରରେ ଛାଇଗଲେ ସୂର୍ଯ୍ୟବଂଶୀ; କିନ୍ତୁ ବିରାଟ-ରୋହିତଙ୍କ ଭଳି କରିପାରିବେନି ସବୁ ବ୍ରାଣ୍ଡର ପ୍ରଚାର, ଜାଣନ୍ତୁ କାହିଁକ?

ନୂଆଦିଲ୍ଲୀ,୭।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ସହିତ ଏସିଆନ ଗେମ୍ସ ପାଇଁ ମଧ୍ୟ ନିଜର ଟି-୨୦ ଦଳ ଘୋଷଣା କରିସାରିଛି।…

‘ସ୍ବପ୍ନ ପୂରଣ ହେଲା..’, ବିରାଟ କୋହଲିଙ୍କୁ ନେଇ ଏମିତି କଥା କହିଲେ ବୈଭବ ସୂର୍ଯ୍ୟବଂଶୀ, ଏବେ ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୭।୬: ଯଦିଓ RCB GTକୁ ପରାସ୍ତ କରି IPL 2026 ଟାଇଟଲ ଜିତିଥିଲା, କିନ୍ତୁ 19ତମ ସିଜିନ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ ପାଇଁ ମନେ ରହିବ। ବୈଭବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri