Posted inଖେଳ

ଖେଳରତ୍ନ ସୁପାରିସ ତାଲିକାରେ ମନିକା

ନୂଆଦିଲ୍ଲୀ,୩।୬(ପି.ଟି.): ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳରନତ୍ ପୁରସ୍କାର ପାଇଁ ଚଳିତ ବର୍ଷ ଖେଳାଳିଙ୍କ ନାମ ସୁପାରିସ ତାଲିକା ବଢ଼ିବାରେ ଲାଗିଛି। ମଙ୍ଗଳବାର ଭାରତୀୟ ହକି ଅଧିନାୟିକା ରାଣୀ ରାମପଲ ଏବଂ ମହିଳା ଟେବୁଲ ଟେନିସ ତାରକା ମନିକା ବାତ୍ରାଙ୍କ ନାମ ସୁପାରିସ୍‌ କରାଯାଇଛି। ଅର୍ଜୁନ ପୁରସ୍କାର ପାଇଁ ମହିଳା ହକି ଖେଳାଳି ବନ୍ଦନା କାଟାରିୟା, ମୋନିକା ଓ ପୁରୁଷ ଡ୍ରାଗ୍‌ଫ୍ଲିକର ହରମନପ୍ରୀତ ସିଂଙ୍କ ନାମ ହକି ଇଣ୍ଡିଆ ସୁପାରିସ କରିଛି। ଟେବୁଲ ଟେନିସ ଫେଡେରେଶନ ଅଫ ଇଣ୍ଡିଆ (ଟିଟିଏଫଆଇ) ପକ୍ଷରୁ ମଧୁରିକା ପଟକାର, ମାନବ ଠାକ୍କର ଏବଂ ସୁତୀର୍ଥ ମୁର୍ଖାଜୀ ଏବଂ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ ବିଏଆଇ) ପକ୍ଷରୁ ସ୍ବସ୍ତିକ ସାଇରାଜ ରାଙ୍କିରେଡ୍ଡୀ, ଚିରାଗ ସେଟ୍ଟୀ ଓ ସମୀର ବର୍ମାଙ୍କ ନାମ ଏହି ପୁରସ୍କାର ପାଇଁ ସୁପାରିସ ହୋଇଛି। ମେଜର ଧ୍ୟାନଚାନ୍ଦ ଆଓ୍ବାର୍ଡ ଫର ଲାଇଫ୍‌ ଟାଇମ ଆଚିଭମେଣ୍ଟ ପାଇଁ ପୂର୍ବତନ ଖେଳାଳି ଆର.ପି. ସିଂ ଓ ତୁଷାର ଖାଣ୍ଡ୍‌କରଙ୍କ ନାମ ସୁପାରିସ କରିଛି ହକି ଇଣ୍ଡିଆ। ହକି କୋଚ୍‌ ବି.ଜେ. କାରିଆପ୍ପା, ରମେଶ ପଠାଣିଆ ଏବଂ ଟିଟି କୋଚ୍‌ ଜୟନ୍ତ ପୁଶିଲାଲ ଓ ଏସ. ରମଣଙ୍କ ନାମ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ସୁପାରିସ ହୋଇଛି।
୨୦୧୬ ଜାନୁୟାରୀ ୧ରୁ ୨୦୧୯ ଡିସେମ୍ବର ୩୧ ତାରିଖ ମଧ୍ୟରେ ଖେଳାଳିମାନଙ୍କ ପ୍ରଦର୍ଶନକୁ ବିଚାରକୁ ନିଆଯାଇ ଖେଳରନତ୍ ପୁରସ୍କାର ପ୍ରଦାନ କରାଯିବ। ଏହି ସମୟ ଅବଧିରେ ରାଣୀ ଭାରତୀୟ ଦଳର ନେତୃତ୍ୱ ନେଇ ଅନେକ ସଫଳତା ଅର୍ଜନ କରିଛନ୍ତି। ତାଙ୍କ ନେତୃତ୍ୱରେ ଭାରତ ୨୦୧୭ ମହିଳା ଏସିଆ କପ୍‌ରେ ଚାମ୍ପିୟନ ହୋଇଥିଲା। ସେହିପରି ୨୦୧୮ ଏସିଆନ ଗେମ୍ସରେ ରୌପ୍ୟ ପଦକ ହାସଲ କରିଥିଲା। ୨୦୧୯ ଏଫ୍‌ଆଇଏଚ୍‌ ଅଲିମ୍ପିକ କ୍ୱାଲିଫାୟର୍ସରେ ସେ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ତାଙ୍କ ନିର୍ଣ୍ଣାୟକ ଗୋଲ ବଳରେ ଭାରତ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଥିଲା। ଭାରତ ମଧ୍ୟ ଏଫ୍‌ଆଇଏଚ୍‌ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ କ୍ୟାରିୟର ଶ୍ରେଷ୍ଠ ନବମ ସ୍ଥାନ ଅଧିକାର କରିଥିଲା। ରାଣୀ ପ୍ରଥମ ଭାରତୀୟ ଭାବେ ଓ୍ବାଲର୍‌ଡ ଗେମ୍ସ ଆଥଲେଟ ଅଫ୍‌ ଦି ଇୟର ବିବେଚିତ ହୋଇଥିଲେ। ସେ ମଧ୍ୟ ୨୦୧୬ରେ ଅର୍ଜୁନ ଓ ୨୦୨୦ରେ ପଦ୍ମଶ୍ରୀ ସମ୍ମାନ ହାସଲ କରିଥିଲେ।
ଗତବର୍ଷ ଏହି ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ପାଇବାରୁ ବଞ୍ଚତ୍ତ ହୋଇଥିବା ମନିକା ଦେଶର ପ୍ରଥମ ମହିଳା ଟେବୁଲ ଟେନିସ ଖେଳାଳିଭାବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସିଙ୍ଗଲ୍ସ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ୨ ସ୍ବର୍ଣ୍ଣ ସହ ମୋଟ ୪ଟି ପଦକ ହାସଲ କରିଥିଲେ। ଗୋଲ୍ଡକୋଷ୍ଟର ଏହି ସଂସ୍କରଣରେ ତାଙ୍କ ନେତୃତ୍ୱରେ ଭାରତ ପ୍ରଥମଥରପାଇଁ ମହିଳା ଟିମ୍‌ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ପାଇଥିଲା। ୫ ମାସପରେ ଜାକର୍ତ୍ତା ଏସିଆନ ଗେମ୍ସରେ ଶରଥ କମଲଙ୍କୁ ସାଥିକରି ସେ ମିକ୍ସଡ ଡବଲ୍ସରେ ବ୍ରୋଞ୍ଜ ପଦକ ପାଇ ଇତିହାସ ରଚିଥିଲେ। ମନିକା ଏହି ସମ୍ମାନ ପାଇଁ ହକ୍‌ଦାର। ସେଥିପାଇଁ ଆମେ ତାଙ୍କ ନାମ ଦ୍ୱିତୀୟଥରପାଇଁ ସୁପାରିସ କରିଛୁ ବୋଲି (ଟିଟିଏଫଆଇ) ମହାସଚିବ ଏମ.ପି. ସିଂ ପ୍ରକାଶ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ରେସଲର ବଜରଙ୍ଗ ପୁନିଆ ଓ ପାରା ଆଥଲେଟ୍‌ ଦୀପା ମଲିକ ୨୦୧୯ରେ ଖେଳରନତ୍ ପୁରସ୍କାର ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭୋ ଭୋ କାନ୍ଦି ପିତାଙ୍କୁ ଅନ୍ତିମ ବିଦାୟ ଦେଲେ ଏହି ପ୍ରସିଦ୍ଧ କ୍ରିକେଟର୍‌, ଲେଖିଲେ ଭାବୁକ ପୋଷ୍ଟ

ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ଭାଇ କ୍ରୁନାଲଙ୍କ ପିତା ହିମାଂଶୁ ହୋଇପାଣ୍ଡ୍ୟାଙ୍କ ହୃଦ୍‌ଘାତରେ ପରଲୋକେ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା।...

‘ଆରସିବିରେ ଏବେ ଦୁଇ ୩୬୦ ଡିଗ୍ରୀ ଖେଳାଳି’

ମୁମ୍ବାଇ, ୨୫।୪- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଚଳିତ ସଂସ୍କରଣରେ ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କ ପ୍ରଦର୍ଶନରେ ଖୁବ୍‌ ପ୍ରଭାବିତ ହୋଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର।...

କର୍କଟରେ ପ୍ରାଣ ହରାଇଲେ ପାକିସ୍ତାନ କ୍ରିକେଟରଙ୍କ ଝିଅ

ଲଣ୍ଡନ,୨୦।୫- କର୍କଟ ରୋଗରେ ପୀଡ଼ିତ ପାକିସ୍ତାନ ବ୍ୟାଟ୍ସମ୍ୟାନ ଅସିଫ ଅଲିଙ୍କ ଦୁଇ ବର୍ଷୀୟା ଝିଅ ନୁର୍‌ ଫତିମା ସ୍ଥାନୀୟ ମେଡିକାଲରେ ପ୍ରାଣ ହରାଇଛନ୍ତି। ଅସିଫ ଖେଳୁଥିବା...

ଭିଜା ବାତିଲ ସହ ୩ ବର୍ଷ ପାଇଁ ବାସନ୍ଦ

ମେଲବୋର୍ନ,୧୪।୧: ଟେନିସ ତାରକା ନୋଭାକ୍‌ ଜୋକୋଭିଚ୍‌ଙ୍କ ଭିଜାକୁ ଶୁକ୍ରବାର ଦ୍ୱିତୀୟ ଥର ଲାଗି ବାତିଲ କରି ଦେଇଛନ୍ତି ଅଷ୍ଟ୍ରେଲିଆ ସରକାର। କୋଭିଡ୍‌-୧୯ ଟିକା ନ ନେଇ...

୧୨ ବର୍ଷ ବୟସରେ ପିତାଙ୍କୁ ହରାଇଥିଲେ, ଟେଷ୍ଟରେ ପ୍ରଥମ ଶତକ ଲଗାଇବା ପରେ ପଡ଼ିଆରେ ଭାବୁକ ହେଲେ ହନୁମା

କିଙ୍ଗଷ୍ଟନ,୧।୯:ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଭାରତ ତା’ର ଦୃଢ ସ୍ଥିତିରେ ରହିଛି। ଏହି ମ୍ୟାଚ୍‌ରେ ଯୁବ ମିଡଲଅର୍ଡର ବ୍ୟାଟ୍ସମ୍ୟାନ ହନୁମା ବିହାରୀ...

ରାଜ୍ୟ ସ୍କୁଲ୍ସ ଓପନ ଚେସ୍‌: ହର୍ଷିତ ଚାମ୍ପିୟନ

ଭୁବନେଶ୍ୱର, ୫।୪(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ଟଙ୍କପାଣି ରୋଡ୍‌ସ୍ଥିତ ସାଇ ବୀଣାପାଣି ଜ୍ଞାନମନ୍ଦିରରେ ରବିବାର ଅନୁଷ୍ଠିତ ନିଶିତ ମହାନ୍ତି ମେମୋରିଆଲ ରାଜ୍ୟ...

ସିଏସ୍‌କେକୁ ଶିଖରରେ ପହଞ୍ଚାଇଲେ ରୁତୁରାଜ

ଦୁବାଇ,୧୯।୯: ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ସତ୍ତ୍ୱେ ରୁତୁରାଜ ଗାଏକ୍ୱାଡଙ୍କ ୮୮ ରନ୍‌ର ବିସ୍ଫୋରକ ପାଳି ବଳରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପ୍ରତିପକ୍ଷ ମୁମ୍ବାଇ ଇଣ୍ଡିଆନ୍ସ...

ଅଗଷ୍ଟରେ ଜିମ୍ବାଓ୍ବେ ଗସ୍ତ କରିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ, ୮ା୭ (ପି.ଟି.): ଅଗଷ୍ଟରେ ଭାରତୀୟ କ୍ରିକେଟ ଦଳ ଜିମ୍ବାଓ୍ବେ ଗସ୍ତରେ ଯିବ। ଏଥିଲାଗି ବିଧିବଦ୍ଧ ଭାବେ ଦିନ ଧାର୍ଯ୍ୟ କରାଯାଇ ନ ଥିଲେ ହେଁ...

Advertisement
Archives

Model This Week