ଖୁଣ୍ଟ ପୋତାଯାଇଛି, ଜଳୁନି ଲାଇଟ୍‌

ଚମ୍ପୁଆ,୧୨।୧୨(ଡି.ଏନ.ଏ.)-ଏନଏସି ଗଠନ ପରେ ଜନସାଧାରଣଙ୍କୁ ମିଳିବାକୁ ଥିବା ମୌଳିକ ସୁବିଧା ପାଇବାରୁ ଏନଏସିବାସୀ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି। ଏନଏସି ଓ ବିଦ୍ୟୁତ ବିଭାଗ ପରସ୍ପରକୁ ଦୋଷ ଦେଉଥିବାରୁ ପଥପ୍ରାନ୍ତ ଆଲୋକ ବ୍ୟବସ୍ଥା ପ୍ରହସନରେ ପାଲଟିଛି। ଏଥିପାଇଁ ସମସ୍ତ କାର୍ଯ୍ୟ ଶେଷ ହେବାର ୧ମାସ ପୂରିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେବା ଯୋଗାଇବାରେ ବିଫଳ ହୋଇଛି। ଏବିଷୟରେ ଏନଏସିକୁ ପଚାରିଲେ ବିଦ୍ୟୁତ ବିଭାଗ ସଂଯୋଗ କରୁ ନ ଥିବା କହୁଥିବା ବେଳେ ବିଦ୍ୟୁତ ବିଭାଗ ଏନଏସିକୁ ଦାୟୀ କରୁଥିବା ଦେଖାଯାଇଛି।
ସୂଚନା ଅନୁସାରେ ପଥପ୍ରାନ୍ତ ଆଲୋକ ପାଇଁ ଏକ କମ୍ପାନୀ ମାଧ୍ୟମରେ ଖୁଣ୍ଟ ପୋତା, ତାର ଟଣା ଓ ଏଲଇଡି ବଲ୍‌ବ ବ୍ୟବସ୍ଥା କରାଯାଇଛି। ମାସେ ତଳେ ସମସ୍ତ କାର୍ଯ୍ୟ ଶେଷ ହୋଇଥିଲେ ବି ଏନ୍‌ଏସି ଓ ବିଦ୍ୟୁତ ବିଭାଗର ସମନ୍ବୟ ଅଭାବରୁ ତାହା ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ସମ୍ପୃକ୍ତ କମ୍ପାନୀ ପକ୍ଷରୁ ପାଞ୍ଚପୋଖରିଆ, ନୁଆଗଁା, ଫଗୁ ରୋଡ, ବି.ଡି.ଏନ.ପୁର ଶାସନ, ପାଞ୍ଚପୋଖରିଆ ଗ୍ରାମ ରାସ୍ତା, ପାଞ୍ଚପୋଖରିଆ, ଗୋଧୂଳି, ଭାଲିଆଢିପା, ଡମା ସାହି ଛକ, ଏଲ.ଆଇ.ସି କୋଲନୀ, ଫରେଷ୍ଟ ସ୍କୁଲ, ମହିଳା ମହାବିଦ୍ୟାଳୟ, ଶଙ୍କରପୁର ଛକ, ରାମତୀର୍ଥ ଆଦି ରାସ୍ତାରେ ୫୬୯ ଗୋଟି ଖୁଣ୍ଟ ପୋତାଯାଇ ଆଲୋକ ଦେବାର ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ଚମ୍ପୁଆ ଏନଏସି ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ କହିବା ଅନୁସାରେ ଗତ ୭ ତାରିଖରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ୫ ଦିନ ଭିତରେ ଏହା କାର୍ଯ୍ୟକାରୀ କରାଯିବ। ସେହିପରି ବିଦ୍ୟୁତ ବିଭାଗ ଯନ୍ତ୍ରୀଙ୍କ କହିବାନୁଯାୟୀ ଆମକୁ ଏନେଇ ସୂଚନା ମିଳିଛି ଏସଡିଓ ଏହାବାବଦକୁ କେତେ ପରିମାଣରେ ବିଦ୍ୟୁତ ଆବଶ୍ୟକତା କରୁଛି ଓ କେଉଁ ଜାଗାରେ ଅଧିକ ଭୋଲ୍ଟର ଟ୍ରାନ୍ସଫର୍ମର ଆବଶ୍ୟକ ତାହା ତଦାରଖ କରିବା ପରେ ଏହାର ବ୍ୟବସ୍ଥା କରାଯିବ ବୋଲି ପାଟ୍ଟଯୋଶୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…

୪୦ ଫୁଟ୍‌ ତଳକୁ ଖସିଲା OSRTC ବସ୍‌: ୨୪ଯାତ୍ରୀ ଆହତ, ଜଣେ ମୃତ

ପଟ୍ଟାଙ୍ଗି , ୧୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଘାଟିରେ OSRTC ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଯାତ୍ରୀ ଆହତ…

କେମୋଥେରାପିରେ ସୀମିତ କ୍ୟାନ୍‌ସର ଚିକିତ୍ସା: ୧୩୮କୋଟିର ହସ୍ପିଟାଲରେ ମିଳୁନି ସ୍ବାସ୍ଥ୍ୟସେବା

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ୟାନସର ରୋଗୀଙ୍କ ହବ୍‌ ପାଲଟିଛି। ଏଠାରେ କ୍ୟାନସର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଏଠାରେ ଥିବା କ୍ୟାନସର ହସ୍ପିଟାଲରୁ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri