ଖୁଚୁରା ମଦ ଦୋକାନ ଖୋଲିବାକୁ ବିରୋଧ

ଛେଣ୍ଡିପଦା,୪।୩(ସ୍ବ.ପ୍ର.) – ଛେଣ୍ଡିପଦା ଥାନା ପାଟକୁମୁଣ୍ଡା ପଞ୍ଚାୟତ ଭାଲୁଖାଇଢ଼ିପ ଠାରେ ପ୍ରସ୍ତାବିତ ଖୁଚୁରା ମଦ ଦୋକାନ ପାଇଁ ପ୍ରକାଶିତ ବିଜ୍ଞପ୍ତିକୁ ବିରୋଧ କରିଛି ଭାଲୁଖାଇଢ଼ିପ ଆଞ୍ଚଳିକ ମହିଳା ମଞ୍ଚ। ଏ ନେଇ ମଙ୍ଗଳବାର ମଞ୍ଚ ସଭାନେତ୍ରୀ ଟୁନୀ ସାହୁଙ୍କ ଆବାହକତ୍ୱରେ ୧୯ଟି ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟା ଓ ଗ୍ରାମ୍ୟ କମିଟିର ସଦସ୍ୟାମାନଙ୍କୁ ନେଇ ଭାଲୁଖାଇଢ଼ିପ ପ୍ରାଥମିକ ବିଦ୍ୟାଳୟଠାରେ ଏକ ବୈଠକ ବସିଥିଲା। ବୈଠକରେ ମଦ ଦୋକାନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହିତ ବୁଧବାର ଅନୁଗୋଳ ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଅବକାରୀ ଅଧୀକ୍ଷକ, ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଭାଲୁଖାଇଢ଼ିପରେ ଯଦି ମଦ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସଦସ୍ୟାମାନେ ଚେତାବନୀ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଭାଲୁଖାଇଢ଼ିପ ଆଞ୍ଚଳିକ କମିଟି ସମ୍ପାଦିକା ଅନା ବିଶ୍ୱାଳ, କୋଷାଧ୍ୟକ୍ଷ ସବିତା ସାହୁ, ପିଙ୍କି ସାହୁ, କୁନୀ ସାହୁ, ତପସ୍ବିନୀ ସାହୁ, ସୁଜାତା ସାହୁ, ସବିତା ସାହୁ, ବାସନ୍ତୀ ସାହୁ, ଜାତକ ସାହୁ, ବିନତୀ ସାହୁଙ୍କ ସମେତ ୧୯ଟି ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟା, ଗ୍ରାମବାସୀ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା ଭତ୍ତା ଟଙ୍କା ହଡ଼ପ: ନୟାଗଡ଼ ଜିଲାର ୪ ପିଇଓ ନିଲମ୍ବିତ

ନୟାଗଡ଼ ଅଫିସ,୨୨ା୧୨: ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଟଙ୍କା ହଡ଼ପ ଓ ଆର୍ଥିକ ଅନିୟମିତତା ନୟାଗଡ଼ ଜିଲାର ୪ ପିଇଓ (ପଞ୍ଚାୟତ ନିର୍ବାହୀ ଅଧିକାରୀ)ଙ୍କ ପାଇଁ...

ଜଷ୍ଟିସ ଅରିଜିତ ପଶାୟତ ପାଇବେ ଭୂମି ଗୌରବ ସମ୍ମାନ

କଟକ ଅଫିସ, ୧୧।୮: ଆସନ୍ତା ୧୭ରେ କଟକ ସାରଳା ଭବନଠାରେ ବିଶିଷ୍ଟ ଆଇନଜ୍ଞ ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅରିଜିତ ପଶାୟତଙ୍କୁ ଭୂମି ଗୌରବ ସମ୍ମାନରେ...

ଶ୍ରମିକଙ୍କ ମଜୁରୀବିଲ ଲାଗି ଟଙ୍କା ନେଉଥିବା ବେଳେ ଲାଞ୍ଚୁଆ ବାବୁଙ୍କୁ ମାଡିବସିଲା ଭିଜିଲାନ୍ସ

ପୁରୁଷୋତ୍ତମପୁର, ୯/୫(ଡିଏନ୍ଏ ) ଦାଦନ ଖଟିବାକୁ ଯାଇ ହନ୍ତସନ୍ତ ହେଉଥିବା ଗରିବ ଶ୍ରେଣୀର ଲୋକଙ୍କୁ ନିଜ ଅଞ୍ଚଳରେ କାମ ଯୋଗାଇ ଦେଇ ଦାଦନ ଶ୍ରମିକ ପ୍ରଥାକୁ...

ଭିନ୍ନକ୍ଷମ ପୁଅର ସାହାରା ବୃଦ୍ଧା ମା’

ଜେନାପୁର, ୯ା୫(ଡି.ଏନ.ଏ.): ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ କରିବାର ବ୍ୟବସ୍ଥା ଅଛି। ହେଲେ ବିଭାଗୀୟ ଅଧିକାରୀମାନେ ଏଥିରେ...

ମହୁ ବିକିବା ବାହାନାରେ ଘରେ ପଶି ଲୁଟ

ହିଞ୍ଜିଳିକାଟୁ,୧୭ା୭(ଡି.ଏନ୍‌.ଏ)-ହିଞ୍ଜିଳିକାଟୁ ବ୍ଲକ କଲୋନୀ ଅଞ୍ଚଳକୁ ମଙ୍ଗଳବାର ମହୁ ବକିବା ବାହାନାରେ ଆସିଥିବା ଜଣେ ଅଣ ଓଡ଼ିଆ ନାବାଳକ ଏକ ଘରେ ପଶି ସୁନା, ଟଙ୍କା ଚୋରି...

ନବନିର୍ବାଚିତ ବିଧାୟକ, ଏମ୍‌ପିଙ୍କୁ ସମ୍ବର୍ଦ୍ଧନା

ବାହାନଗା,୯।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତର ସତ୍ୟଭାମା କଲ୍ୟାଣ ମଣ୍ଡପ ପରିସରରେ ବିଜୁ ଜନତା ଦଳ ପକ୍ଷରୁ ଏକ ସମୀକ୍ଷା ବୈଠକ ରବିବାର...

ଧରିତ୍ରୀ ପ୍ରଭାବ : ଲକ୍ଷ୍ମୀଙ୍କୁ ମିଳିଲା ଚିକିତ୍ସା ଲାଗି ଆର୍ଥିକ ସହାୟତା

ହାଟଡିହୀ, ୬।୬(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୁଲଣ ପଞ୍ଚାୟତ ଜଳସରପୁର ଗ୍ରାମର ରାଧେଶ୍ୟାମ ବେହେରାଙ୍କ ପରିବାର। ତାଙ୍କର ୫ ବର୍ଷର ଝିଅ ଲକ୍ଷ୍ମୀଙ୍କ ସ୍ବାସ୍ଥ୍ୟାବସ୍ଥା...

ପୋଷ୍ଟ ପିଅନଙ୍କୁ କରୋନା

ଚିତ୍ରଡ଼ା,୨୨ା୭(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଞ୍ଚଳର ଜଣେ ପୋଷ୍ଟ ପିଅନ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଛନ୍ତି।...

Advertisement
Archives

Model This Week