Posted inଖେଳ

ଖାଲି ଷ୍ଟାଡିୟମ ଷ୍ଟୋକ୍ସଙ୍କ ପ୍ରଦର୍ଶନକୁ ପ୍ରଭାବିତ କରିବ

ଲଣ୍ଡନ, ୮ା୬ (ପି.ଟି.)-କୋଭିଡ୍‌-୧୯ ମହାମାରୀ ଯୋଗୁ ଯଦି ଅନ୍ତର୍ଜାତୀୟ କ୍ରିକେଟ ଖାଲି ଷ୍ଟାଡିୟମରେ ଖେଳାଯାଏ ତେବେ ଏହା ବିଶ୍ୱକପ୍‌ ବିଜୟୀ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କ ପ୍ରଦର୍ଶନ ଉପରେ ପ୍ରଭାବ ପକାଇପାରେ ବୋଲି କହିଛନ୍ତି ପୂର୍ବତନ ଇଂଲଣ୍ଡ ଫାଷ୍ଟ ବୋଲର ଡାରେନ ଗଫ୍‌। ଇଂଲଣ୍ଡ ଜୁଲାଇରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଏହା ଜୈବ-ସୁରକ୍ଷିତ ପରିବେଶ ମଧ୍ୟରେ ଅନୁଷ୍ଠିତ ହେବ। ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଗୁଡ଼ିକରେ ଷ୍ଟୋକ୍ସ ସବୁବେଳେ ଭଲ ପ୍ରଦର୍ଶନ କରି ଆସିଛନ୍ତି। କରୋନାଭାଇରସ ଯୋଗୁ ସମଗ୍ର ବିଶ୍ୱରେ ଏକ ଭିନ୍ନ ପରିବେଶ ସୃଷ୍ଟି ହୋଇଛି। ପୁଣି ବିନା ଦର୍ଶକରେ ଷ୍ଟୋକ୍ସଙ୍କ ଭଳି ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ କିପରି ରହୁଛି ତାହା ଲକ୍ଷ୍ୟ କରିବାର କଥା। କିନ୍ତୁ ମୁଁ ଭାବୁଛି ଏହା ତାଙ୍କ ପ୍ରଦର୍ଶନକୁ ସାମାନ୍ୟ ପ୍ରଭାବିତ କରିପାରେ। ଇଂଲଣ୍ଡ ତରଫରୁ ୫୮ ଟେଷ୍ଟ ଏବଂ ୧୫୯ ଅନ୍ତର୍ଜାତୀୟ ଦିନିକିଆ ଖେଳିଥିବା ଗଫ୍‌ କହିଛନ୍ତି ପଡ଼ିଆରେ ବିନା ଦର୍ଶକରେ ବିଭିନ୍ନ ଖେଳାଳିଙ୍କ ପ୍ରତିକ୍ରିୟା କ’ଣ ରହୁଛି ତାହା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ। ବହୁ ଖେଳାଳି ଦର୍ଶକଭରା ଷ୍ଟାଡିୟମରେ ଅଧିକ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଥାନ୍ତି। ଅଳ୍ପ କେତେଜଣ ଖେଳାଳି ଅଛନ୍ତି ସେମାନଙ୍କ ପାଇଁ ଦର୍ଶକ ଉପସ୍ଥିତି ଫରକ ପଡ଼େନି। ଯେକୌଣସି ପରିସ୍ଥିତିରେ ସେମାନଙ୍କ ପ୍ରଦର୍ଶନ ସ୍ବାଭାବିକ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପନ୍ତଙ୍କୁ ନେଇ କାର୍ତ୍ତିକଙ୍କ ଭବିଷ୍ୟବାଣୀ: କହିଲେ ୧୦୦ ଟେଷ୍ଟ ଖେଳିବେ…

ନୂଆଦିଲ୍ଲୀ,୮।୬: ଅଷ୍ଟ୍ରେଲିଆ-ଇଂଲଣ୍ଡ ବିପକ୍ଷରେ ଦମ୍‌ଦାର ବ୍ୟାଟିଂ କରି ପ୍ରଶଂସିତ ହୋଇଥିଲେ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ। ଆଇପିଏଲ୍‌ ଆରମ୍ଭ ହେବା ପୂର୍ବରୁ ସେ ଅନେକ...

ଦ୍ୱିତୀୟ ଦିନିକିଆ ଖେଳିବା ନେଇ ସନ୍ଦେହ, ସୁଯୋଗ ମିଳିଲେ ବାହାରିବେ…

ଲଣ୍ଡନ,୧୪।୭: ଭାରତ ଏବଂ ଇଲଂଣ୍ଡ ମଧ୍ୟରେ ଚଳିତ ସିରିଜର ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଗୁରୁବାର ଲଡର୍‌ସ ମଇଦାନରେ ଖେଳାଯିବ। ଓଭାଲରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଆହତ...

ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡର ରେକର୍ଡ ଭଲ ରହିଛି

ବର୍ମିଂହାମ,୧୦।୭(ପି.ଟି.)- ଚଳିତ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଓ ଅଷ୍ଟେଲିଆ ଏଜ୍‌ବାଷ୍ଟନ ଗ୍ରାଉଣ୍ଡରେ ପରସ୍ପରକୁ ଭେଟିବେ। ଗତ ୪ ବର୍ଷରେ...

ବିସିସିଆଇ ଘରୋଇ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ, ୪।୭(ପି.ଟି.)- ଆଗାମୀ ଘରୋଇ ସେସନ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବୁଧବାର ତା’ର ଘରୋଇ କାର୍ଯସୂଚୀ ଘୋଷଣା କରିଛି। ଏହି କାର୍ଯ୍ୟସୂଚୀରେ...

ରିଙ୍ଗ୍‌ରେ ବକ୍ସିଂ ଷ୍ଟାରଙ୍କ ଜୀବନ ନେଲା ହୃଦ୍‌ଘାତ

ମୁମ୍ବାଇ,୧୯।୫: ବକ୍ସିଂ ଜଗତ ଗୁରୁବାର ଆଉ ଜଣେ ଷ୍ଟାରଙ୍କୁ ହରାଇଛି। କ୍ୟାରିୟରରେ ଅପରାଜିତ ଥିବା ଜର୍ମାନ ଚାମ୍ପିୟନ ମୁସା ୟାମାକ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ମ୍ୟୁନିକ୍‌ଠାରେ...

କୋଭିଡ-୧୯: ଲଙ୍କାସାୟାର ଚେୟାରମ୍ୟାନ ଡେଭିଡ ହଜକିସ୍‌ଙ୍କ ମୃତ୍ୟୁ

ଲଣ୍ଡନ,୩୧।୩ (ପି.ଟି.): ବିଶ୍ୱରେ କୋଭିଡ- ୧୯ ତା’ର ଆତଙ୍କ ଜାରି ରଖିଛି। ଲଙ୍କାସାୟାର କାଉଣ୍ଟି କ୍ରିକେଟ କ୍ଲବ ଚେୟାରମ୍ୟାନ ଡେଭିଡ ହଜକିସ୍‌ ଏହି ଭାଇରସ୍‌ ଦ୍ୱାରା...

ଡବ୍ଲ୍ୟୁଟିସି ଫାଇନାଲ ଯଥାରୀତି ହେବ: ଆଇସିସି

ଦୁବାଇ, ୨୧ା୪ (ପି.ଟି.)-କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ହାରରେ ବୃଦ୍ଧି ପାଉଥିବାରୁ ବ୍ରିଟେନ ଭାରତକୁ ଏହାର ଟ୍ରାଭେଲ ‘ରେଡ୍‌ ଲିଷ୍ଟ’ରେ ସ୍ଥାନ ଦେଇଥିଲେ ମଧ୍ୟ ଜୁନ୍‌...

ବ୍ୟାକ୍‌ଫୁଟ୍‌ରେ ଇଂଲଣ୍ଡ: ଖାତା ଖୋଲିବାକୁ ଦେଉନାହାନ୍ତି ବୁମ୍‌ରା-ଶାମି

ନୂଆଦିଲ୍ଲୀ,୧୨।୭: ଇଂଲଣ୍ଡ ବିପକ୍ଷରେ ମଙ୍ଗଳବାର ଖେଳାଯାଉଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ବୋଲର୍‌ଙ୍କ ଜବରଦସ୍ତ ବୋଲିଂ ଦେଖିବାକୁ ମିଳିଛି। ଦ୍ରୁତ ବୋଲର ମହମ୍ମଦ ଶାମି ଏବଂ...

Advertisement
Archives

Model This Week