ଖାଲି ପଡ଼ିଥିବା ଓଇଏସ୍‌ ପଦବୀ ତୁରନ୍ତ ପୂରଣ ଦାବି

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଅଧିକାଂଶ ବ୍ଲକ୍‌ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ବହୁ ପଦବୀ ଖାଲି ପଡ଼ିଛି। ଖାଲି ପଡ଼ିଥିବା ବିଇଓ, ଏବିଇଓ, ବିଆର୍‌ସିସି ପଦବୀ ପୂରଣ କରାଯାଉ ନ ଥିବାରୁ ଶିକ୍ଷା ବ୍ୟବସ୍ଥା ଗୁରୁତର ପ୍ରଭାବିତ ହୋଇଛି। ସରକାର ଏଥିପ୍ରତି ଆଦୌ ତପତ୍ରତା ପ୍ରକାଶ କରୁନାହାନ୍ତି। ୭ ବର୍ଷରୁ ଊର୍ଦ୍ଧ୍ୱ ହେବ ରାଜ୍ୟରେ ଓଡ଼ିଶା ଏଜୁକେଶନ ସର୍ଭିସ୍‌ (ଓଇଏସ୍‌) ପରୀକ୍ଷା କରାଯାଇନାହିଁ। ଫଳରେ ଅନେକ ଯୋଗ୍ୟ ତଥା ଦକ୍ଷ ଶିକ୍ଷକ ଏଥିରୁ ବଞ୍ଚତ୍ତ ହୋଇଛନ୍ତି। ଏପରି କି ବିନା ପଦୋନ୍ନତିରେ ଅନେକ ଶିକ୍ଷକ ଅବସର ଗ୍ରହଣ ମଧ୍ୟ କରିସାରିଲେଣି। ତେଣୁ ରାଜ୍ୟରେ ଓଇଏସ୍‌ ପରୀକ୍ଷା କରାଯାଇ ଖାଲି ପଡ଼ିଥିବା ପଦବୀ ତୁରନ୍ତ ପୂରଣ କରିବାକୁ ରାଜ୍ୟ ବିଏଡ୍‌ କନିଷ୍ଠ ଶିକ୍ଷକ ସଂଘ ସଭାପତି ସରୋଜ କୁମାର ପଣ୍ଡା ଦାବି କରିଛନ୍ତି।
ସେ ଏକ ପ୍ରେସ୍‌ ବିବୃତିରେ କହିଛନ୍ତି, ରାଜ୍ୟ ସରକାର ସମସ୍ତ ବିଭାଗର କର୍ମଚାରୀଙ୍କୁ ପ୍ରମୋଶନ ଦେଇ ଖୁସି କରାଇଛନ୍ତି। ୫-ଟି ଲଗାଇ ସବୁ ବିଭାଗଗୁଡ଼ିକୁ ବ୍ୟବସ୍ଥିତ କରିବାକୁ ଚେଷ୍ଟା ଚଳାଇଛନ୍ତି। କିନ୍ତୁ ଅତ୍ୟନ୍ତ ଦୁଃଖର ବିଷୟ, ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ କାହିଁକି ଏତେ ଅଣଦେଖା କରାଯାଉଛି। ଯଦି ରାଜ୍ୟରେ ଖାଲି ପଡ଼ିଥିବା ସମସ୍ତ ଶିକ୍ଷକ ପଦବୀ ପୂରଣ ହେବା ସହ ଶ୍ରେଣୀ ଅନୁସାରେ ଶିକ୍ଷକ ନିଯୁକ୍ତି ଦିଆଯିବ ତେବେ ରାଜ୍ୟରେ ଶିକ୍ଷାର ମାନ ବଢିବ। ପିଲାଙ୍କୁ ଭଲ ଶିକ୍ଷା ମିଳିବ। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକଙ୍କ ମଧ୍ୟରୁ ଯୋଗ୍ୟତା ଆଧାରରେ ପରୀକ୍ଷା କରାଇ ଉପଯୁକ୍ତ ସ୍ଥାନରେ ଅବସ୍ଥାପିତ କରନ୍ତୁ ବୋଲି ସଂଘ ଦାବି କରି ଆସୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ରୋହୀ ଟିଏମସି ଏମପିଙ୍କୁ ସର୍ବଦଳୀୟ ବୈଠକ ପାଇଁ ନିମନ୍ତ୍ରଣ କରାଯିବାକୁ ନେଇ ବିରୋଧୀ କ୍ଷୁବ୍ଧ

ନୂଆଦିଲ୍ଲୀ,୧୯।୭: ସଂସଦୀୟ ଅଧିବେଶନ ପୂର୍ବରୁ ଡକାଯାଇଥିବା ସର୍ବଦଳୀୟ ବୈଠକରେ ଏକ ବିବାଦ ସୃଷ୍ଟି ହୋଇଥିଲା ଯେତେବେଳେ ବିଦ୍ରୋହୀ ତୃଣମୂଳ କଂଗ୍ରେସ (TMC) ଏମପିମାନଙ୍କୁ ମଧ୍ୟ ଯୋଗଦେବାକୁ ନିମନ୍ତ୍ରଣ…

ଜଗନ୍ନାଥପ୍ରସାଦ NAC ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ୧୨ ଓ୍ବାର୍ଡରେ ହେବ ବିଭକ୍ତ, ଆସନ ସଂରକ୍ଷଣ ନେଇ…

ଜଗନ୍ନାଥପ୍ରସାଦ,୧୯ା୭(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଅଞ୍ଚଳକୁ ନେଇ ନବଗଠିତ ବିଜ୍ଞାପିତ ଅଞ୍ଚଳ ପରିଷଦ(NAC)ର ଓ୍ବାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ନେଇ ଅଧିସୂଚନା…

ଫେସବୁକ ଡାଉନ: ଲଗଇନ ଠାରୁ ୱେବସାଇଟ ପର୍ଯ୍ୟନ୍ତ ସେବା ଠପ

ନୂଆଦିଲ୍ଲୀ,୧୯।୭: ଯଦି ଆଜି ସକାଳ ଠାରୁ ଆପଣଙ୍କର ଫେସବୁକ ଠିକ ଭାବରେ କାମ କରୁନାହିଁ, ତେବେ ଆପଣ ଏକା ନୁହଁନ୍ତି। ସାରା ବିଶ୍ୱରେ ହଜାର ହଜାର ଉପଭୋକ୍ତା…

ଗାଁକୁ ଆସି ପାରିଲାନି ଜନନୀ ଏକ୍ସପ୍ରେସ୍‌, ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ୨ କିଲୋମିଟର ବୋହିଲେ ଗ୍ରାମବାସୀ

ଭବାନୀପାଟଣା/ଥୁଆମୂଳ ରାମପୁର,୧୯ା୭(ଉତ୍ତମ କୁମାର ଦାଶ/ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଦୁର୍ଗମ ଥୁଆମୂଳ ରାମପୁର ବ୍ଲକରେ ରାସ୍ତା ସମସ୍ୟା ପୁଣିଥରେ ସାଧାରଣ ଲୋକଙ୍କ ଦୁର୍ଦ୍ଦଶାକୁ ସାମ୍ନାକୁ ଆଣିଛି। ପ୍ରସବ…

ଆମେରିକା ସହିତ ସମସ୍ତ ଚୁକ୍ତିନାମା ବାତିଲ ଘୋଷଣା କରିଛି ଇରାନ, କହିଛି MOUର ଅଧ୍ୟାୟ ଏବେ ସମ୍ପୂର୍ଣ୍ଣ ବନ୍ଦ

ତେହରାନ,୧୯।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତି ଚୁକ୍ତିନାମା ଶନିବାର ସମ୍ପୂର୍ଣ୍ଣ ଭାବରେ ବାତିଲ ହୋଇଗଲା। ପାକିସ୍ତାନ ଦ୍ୱାରା ମଧ୍ୟସ୍ଥତା କରାଯାଇଥିବା ଏହି ଚୁକ୍ତିନାମା – ଇସଲାମାବାଦ…

‘ଡୋନାଲ୍ଡ ଟ୍ରମ୍ପ ଜଣେ ମହାନ ଶୈତାନ,’ ମୋଜତାବା ଖାମେନେଇ କହିଲେ – ‘ତାଙ୍କ ଦସ୍ତଖତ ସମ୍ପୂର୍ଣ୍ଣ ମୂଲ୍ୟହୀନ’

ତେହରାନ,୧୯।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ମୋଜତାବା ଖାମେନେଇ ଶନିବାର ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ବଡ଼ ଆକ୍ରମଣ ଆରମ୍ଭ କରି ତାଙ୍କୁ ‘ମହାନ ଶୈତାନ’ ବୋଲି ଆଖ୍ୟା…

ପାକିସ୍ତାନର ପୋଲ୍‌ ଖୋଲିଲେ ନିଆଜି! ଅପରେଶନ ସିନ୍ଦୂରକୁ ନେଇ ବଡ଼ଦାବି କଲେଣି ଇମ୍ରାନଙ୍କ ଭଉଣୀ

ଇସଲାମାବାଦ,୧୯।୭: ‘ଅପରେଶନ ସିନ୍ଦୂର’ ସମୟରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା। ଭାରତୀୟ କ୍ଷେପଣାସ୍ତ୍ର ସାମ୍ନାରେ ପାକିସ୍ତାନୀ ସେନା ଆତ୍ମସମର୍ପଣ କରିବାକୁ ବସିଥିଲା। ଏହି ପରିପ୍ରେକ୍ଷୀରେ, ପୂର୍ବତନ ପାକିସ୍ତାନୀ…

ଇରାନ ଆମେରିକା ସହିତ ପୁଣିଥରେ ଯୁଦ୍ଧ ଆରମ୍ଭ କରିବାରୁ କ୍ଷୁବ୍ଧ ହେଲା ପାକିସ୍ତାନ, ବିଶେଷଜ୍ଞ କହିଲେ -‘ଏହା ଶକ୍ତି ନୁହେଁ ବରଂ…’

ଇସଲାମାବାଦ,୧୯।୭: ଆମେରିକା ସହିତ ବଢୁଥିବା ଉତ୍ତେଜନା ମଧ୍ୟରେ, ଇରାନ ଇସଲାମାବାଦ ବୁଝାମଣାପତ୍ର ଅନୁଯାୟୀ ସମସ୍ତ ଦାୟିତ୍ୱକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଛି। ପାକିସ୍ତାନ ମଧ୍ୟ ଏହି ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri