ଖାରବେଳନଗର ଥାନା ଅଧିକାରୀଙ୍କ ଅନୁଭୂତି: ଆଖି ଆଗରେ ଧ୍ୱଂସ ହୋଇଥିଲା ପୋଲିସ ଗାଡ଼ି

ପୋଲିସର କାର୍ଯ୍ୟ ସବୁବେଳେ ଚ୍ୟାଲେଞ୍ଜପୂର୍ଣ୍ଣ। ଅନେକ ସମୟରେ ମାଓବାଦୀ ଏବଂ ଅପରାଧୀଙ୍କ ସହ ବଣଜଙ୍ଗଲରେ ସଂଘର୍ଷ କରିବାକୁ ପଢ଼େ। ଏଥିରେ ପୋଲିସ କର୍ମଚାରୀ ଓ ଅଧିକାରୀମାନେ ଅତି ନିକଟରୁ ମୃତ୍ୟୁକୁ ଦେଖନ୍ତି। କେତେଜଣଙ୍କୁ ପ୍ରାଣ ହରାଇବାକୁ ପଡ଼େ ତ କେତେଜଣଙ୍କୁ ଗଭୀର ଆଘାତ ଲାଗେ। ଚାକିରି କାଳ ଭିତରେ ଏଭଳି କିଛି ଅନୁଭୂତି ଅପାସୋରା। ଖାରବେଳନଗର ଥାନା ଅଧିକାରୀ ବିଶ୍ୱରଞ୍ଜନ ସେନାପତିଙ୍କ କ୍ଷେତ୍ରରେ ମଧ୍ୟ ଏଭଳି କିଛି ଘଟିଛି, ଯାହାକୁ ସେ କେବେ ଭୁଲିପାରିବେ ନାହିଁ ବୋଲି କହିଛନ୍ତି।

ଥାନାଧିକାରୀ ସେନାପତିଙ୍କ କହିବାନୁଯାୟୀ, ସେ ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ କୋରାପୁଟ ଜିଲା ନାରାୟଣପାଟଣା ଥାନାରେ ଏସ୍‌ଆଇ ଭାବେ ନିୟୋଜିତ ଥିଲେ। ସେତେବେଳେ ସେହି ଥାନା ଅଞ୍ଚଳରେ ମାଓବାଦୀ ଓ ଚାଷୀ ମୂଲିଆ ଆଦିବାସୀ ସଂଘ ବେଶ୍‌ ସକ୍ରିୟ ଥିଲା। ପୋଲିସ ଇନ୍‌ଫର୍ମର ସନ୍ଦେହରେ ନିରୀହ ଲୋକଙ୍କୁ ମାଓବାଦୀମାନେ ହତ୍ୟା କରୁଥିଲେ। ଚାଷୀ ମୂଲିଆ ଆଦିବାସୀ ସଂଘକୁ ମାଓବାଦୀମାନେ ସହଯୋଗ କରୁଥିବାରୁ ସେମାନେ ପୋଲିସକୁ ଖାତିରି କରୁ ନ ଥିଲେ। ସେମାନେ ଲୋକଙ୍କୁ ଧମକାଇ ସେମାନଙ୍କ ଚାଷଜମିକୁ କବ୍‌ଜା କରି ଚାଷ କରନ୍ତି। ଯଦି କେହି ଏହାର ପ୍ରତିବାଦ କରୁଥିଲେ ସଂଘ ସଦସ୍ୟମାନେ ଘରେ ପଶି ଗାଈ, ଗୋରୁ ଏବଂ ଖାଦ୍ୟଶସ୍ୟ ଲୁଟି ନେଉଥିଲେ। ମାଓବାଦୀଙ୍କ ସମର୍ଥନ ରହୁଥିବାରୁ ଏହି ସଂଘ ବିରୋଧରେ କେହି ଭୟରେ ପୋଲିସ ନିକଟରେ ଅଭିଯୋଗ କରୁ ନ ଥିଲେ। ତଥାପି ସଂଘକୁ ଦମନ କରିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରାଗଲା। କୋବ୍ରା ବାହିନୀ ଡକାଯାଇ ଜଙ୍ଗଲ ଏବଂ ଅନ୍ୟ ଅଞ୍ଚଳରେ ପାଟ୍ରୋଲିଂ କରାଗଲା, ଯାହାକୁ ନେଇ ଚାଷୀ ମୂଲିଆ ଆଦିବାସୀ ସଂଘ ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯାଇ କୋବ୍ରା ବାହିନୀକୁ କାଢ଼ିନେବାକୁ ପୋଲିସକୁ କୁହାଯାଇଥିଲା। ମନା କରାଯିବାରୁ ସେମାନେ ପୋଲିସକୁ ଟାର୍ଗେଟ କରିଥିଲେ। ଏଥିପାଇଁ ସେମାନେ ବିଧିବଦ୍ଧ ଯୋଜନା କରିଥିଲେ। ସଂଘ ସଭାପତି ନାଚିକା ଲିଙ୍ଗା ୨୦୦୯ ଜୁନରେ ଥାନାକୁ ଆସି କୋବ୍ରା ବାହିନୀ ଉଠାଇ ନେବା ପାଇଁ ସେନାପତିଙ୍କ ସହିତ ଆଲୋଚନା କରିଥିଲେ। ସେନାପତି ବୁଝାଇବା ସମୟରେ ତାଙ୍କ ସାଥିରେ ଆସିଥିବା ସହଯୋଗୀମାନେ ଥାନା ଉପରକୁ ଗୁଳିମାଡ଼ କରିଥିଲେ। ଏହାସହ ଥାନା ଭିତରେ ପଶି ବନ୍ଧୁକ ଲୁଟି ନେଇ ଗୁଳିମାଡ଼ କରିଥିଲେ। ପୋଲିସ ଏବଂ ସେମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପୋଲିସ ଗୁଳିରେ ନାଚିକା ଲିଙ୍ଗାଙ୍କ ସହଯୋଗୀ କେଣ୍ଡ୍ରୁକା ସିଙ୍ଗାନା ଏବଂ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଥିଲା। ନାଚିକା ଲିଙ୍ଗା ସମେତ ଅନ୍ୟମାନଙ୍କୁ ପୋଲିସ ଗିରଫ କରିଥିଲା। ପୋଲିସର ଏଭଳି ପଦକ୍ଷେପ ଦେଖି ମାଓବାଦୀମାନେ ମଧ୍ୟ ଉଗ୍ର ହୋଇଯାଇଥିଲେ। ସେମାନେ ପୋଲିସ କର୍ମଚାରୀ ଓ ଯବାନଙ୍କୁ ମାରିବା ପାଇଁ ସୁଯୋଗ ଖୋଜୁଥିଲେ। ସେହି ସମୟରେ ପାଟ୍ରୋଲିଂ ପାଇଁ ଲକ୍ଷ୍ମୀପୁରରୁ ଏସ୍‌ଓଜି ଯବାନମାନେ ଚାଲି ଚାଲି ନାରାୟଣପାଟଣାକୁ ଆସୁଥିଲେ। ସେମାନଙ୍କ୍‌ୁ ଆଣିବା ଓ ଛାଡ଼ିବା କାମ ପୋଲିସର ଦାୟିତ୍ୱ ଥିଲା। ହେଲେ ରାସ୍ତାରେ ଗଲେ ଲ୍ୟାଣ୍ଡ୍‌ମାଇନ୍‌ ଭୟ ରହିଥିବାରୁ ଜଙ୍ଗଲରାସ୍ତା ଦେଇ ଚାଲିଚାଲି ଯିବାକୁ ପଡ଼େ। ଦିନେ ଜଙ୍ଗଲ ରାସ୍ତାରେ ମାଓବାଦୀମାନେ ଗଛ ପକାଇ ଅବରୋଧ କରିଥିଲେ। ତାହାକୁ ହଟାଇବା ପାଇଁ ଏନଡିଆରଏଫ୍‌ ଟିମ୍‌ ପହଞ୍ଚତ୍ୟାଇଥିଲା। ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଜରୁରିକାଳୀନ ସ୍ଥିତିରେ ନାରାୟଣପାଟଣାରୁ ପୋଲିସ ଫୋର୍ସ ଗାଡ଼ିରେ ଯାଇଥିଲା। ପଛରେ ଆଉ ଏକ ଗାଡ଼ିରେ ସେନାପତି ଓ ଅନ୍ୟ ଅଧିକାରୀମାନେ ଥିଲେ। ଘଟଣାସ୍ଥଳ ନିକଟବର୍ତ୍ତୀ ଏକ ବୁଲାଣିରେ ମାଓବାଦୀମାନେ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ଫଳରେ ପୋଲିସ ଫୋର୍ସ ନେଇ ଯାଉଥିବା ଗାଡ଼ି ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଛିନ୍‌ଛତ୍ର ହୋଇଯାଇଥିଲା। ଏଥିରେ ୮ ଜଣ ଯବାନଙ୍କ ମୃତ୍ୟୁ ଘଟିଥିଲା। ପଛରେ ଆସୁଥିବା ଗାଡ଼ି ଅଳ୍ପକେ ବର୍ତ୍ତି ଯାଇଥିଲା। ଫଳରେ ନୂଆ ଜୀବନ ପାଇଥିଲି ବୋଲି ସେନାପତି କହିଛନ୍ତି।
– ରିପୋର୍ଟ: ତ୍ରିନାଥ ମହାନ୍ତି, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

IMD କଲା ଆଲର୍ଟ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲିଠୁ ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ, ୨ା୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଜି ଦେଶର ୧୯ଟି ରାଜ୍ୟରେ ମୂଷଳଧାରାରେ ବର୍ଷା ହେବ। ଆଜି ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ବିହାର,…

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

ଅକ୍ଟୋବର ସୁଦ୍ଧା ସରିବ ପୋଲିସ ଏସ୍‌ଆଇ ପରୀକ୍ଷା

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପ୍ରଶ୍ନପତ୍ର ଲିକ୍‌ ଓ ନିଯୁକ୍ତି ଅନିୟମିତା ଯୋଗୁ ଦେଢ଼ବର୍ଷ ଧରି ପୋଲିସ ସବ୍‌-ଇନ୍ସପେକ୍ଟର (ଏସ୍‌ଆଇ) ପରୀକ୍ଷା ଅନିଶ୍ଚିତତା ଭିତରେ ରହିଥିବାବେଳେ ଇତିମଧ୍ୟରେ ବହୁ ଆବେଦନକାରୀଙ୍କ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri