Posted inଜାତୀୟ

ଖାରଜ ହୋଇପାରେ ପିଟିଶନ୍‌

ନୂଆଦିଲ୍ଲୀ,୨୫ା୧୧ (ଆଇଏଏନ୍‌ଏସ୍‌): ମହାରାଷ୍ଟ୍ର ରାଜ୍ୟପାଳଙ୍କ ବିରୋଧରେ ତିନିଦଳର ରିଟ୍‌ ପିଟିଶନକୁ ସୁପ୍ରିମକୋର୍ଟ ଶୁଣାଣି ପାଇଁ ଗ୍ରହଣ କରିଥିଲେ ହେଁ ଏହାର କୌଣସି ସାମ୍ବିଧାନିକ ଭିତ୍ତି ନ ଥିବାରୁ ସ୍ବତନ୍ତ୍ର ଖଣ୍ଡପୀଠ ଏହାକୁ ଖାରଜ କରିଦେଇପାରନ୍ତି ବୋଲି ଆଇନଜୀବୀ ବିରାଗ ଗୁପ୍ତା କହିଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୩୨ ଅନୁଯାୟୀ ଦାଏର ପିଟିଶନ୍‌ରେ ମୁଖ୍ୟମନ୍ତ୍ରୀ ଭାବେ ଫଡ୍‌ନବିସ୍‌ଙ୍କ ନିଯୁକ୍ତିକୁ ରଦ୍ଦ କରିବା ସହ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକି ବିଧାୟକମାନଙ୍କ ଶପଥ ଗ୍ରହଣ ଓ ଆସ୍ଥାଭୋଟ ଲୋଡ଼ିବା ପାଇଁ ଅନୁରୋଧ କରାଯାଇଛି। ଉକ୍ତ ଅନୁଚ୍ଛେଦ ଅନୁଯାୟୀ କୌଣସି ବ୍ୟକ୍ତିଙ୍କ ମୌଳିକ ଅଧିକାର କ୍ଷୁଣ୍ଣ ହେଲେ ସେ ନ୍ୟାୟ ପାଇଁ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥାନ୍ତି। ସେହି ଦୃଷ୍ଟିରୁ ତିନି ଦଳର ଆବେଦନ ରଦ୍ଦ ହୋଇପାରେ। ରାଜନୈତିକ ଦଳଗୁଡିକୁ ବୈଧ ବ୍ୟକ୍ତି ଭାବେ ନିର୍ବାଚନ କମିଶନ ସ୍ବୀକୃତି ଦେଇଛନ୍ତି। ତେବେ ତିନି ଦଳ ଗଠନ କରିଥିବା ମହାବିକାଶ ଅଘାଡି ମେଣ୍ଟର କୌଣସି ଆଇନଗତ ବୈଧତା ନ ଥିବା ଗୁପ୍ତା କହିଛନ୍ତି।
ଛୁଟିଦିନରେ ତୃତୀୟ ଶୁଣାଣି
ଶିବସେନା-ଏନ୍‌ସିପି-କଂଗ୍ରେସର ପିଟିଶନ ଉପରେ ସୁପ୍ରିମକୋର୍ଟରେ ରବିବାର ଶୁଣାଣି ହୋଇଛି। ଅଣକାର୍ଯ୍ୟଦିବସରେ ସ୍ବତନ୍ତ୍ର ଶୁଣାଣି ହେବା ଚଳିତ ବର୍ଷର ତୃତୀୟ ଘଟଣା। ଜଣେ ମହିଳା କର୍ମଚାରୀ ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିବା ପରେ ଏପ୍ରିଲ ୨୦ରେ (ଶନିବାର) ଶୁଣାଣି ହୋଇଥିଲା। ଅଦାଲତ ନଭେମ୍ବର ୯ ଶନିବାର ଅଯୋଧ୍ୟା ମାମଲାର ରାୟ ଦେଇଥିଲେ। ମହାରାଷ୍ଟ୍ର ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ତିନି ଦଳ ଶନିବାର ରାତିରେ ପିଟିଶନ ଦାଖଲ କରିଥିଲେ। ମାମଲାର ଗୁରୁତ୍ୱ ଦୃଷ୍ଟିରୁ ରବିବାର ଏହାର ଶୁଣାଣି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ଯୁବକଙ୍କୁ ପିଟି ହତ୍ୟା

ଜାମୁଇ,୨୯।୭: ବିହାରର ଜାମୁଇ ଜିଲା ସିମୁଲତାଲା ଥାନା ଅଧୀନରେ ୨ ଯୁବକଙ୍କୁ ଗ୍ରାମବାସୀ ପିଟି ପିଟି ହତ୍ୟା କରିଥିବା ଜଣାପଡ଼ିଛି। ମଙ୍ଗଳବାର ପୋଲିସ ସୂଚନା ମତାବକ...

କର୍ନାଟକ ମୁଖ୍ୟମନ୍ତ୍ରୀ ବଦଳିବା ଚର୍ଚ୍ଚା

ନୂଆଦିଲ୍ଲୀ,୩।୫: ଭାଜପା ନେତା ବାସବରାଜ ବୋମାଇ କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାର ୯ ମାସ ମଧ୍ୟରେ ଅନେକ ବିବାଦର ସମ୍ମୁଖୀନ ହୋଇଛନ୍ତି। ଆସନ୍ତାବର୍ଷ ରାଜ୍ୟ...

‘ମେକ ଇନ ଇଣ୍ଡିଆ’ର ଅଗ୍ରଗତି ଦେଖି ମୁଁ ବହୁତ୍‌ ଖୁସି: ମୋଦି

ନୂଆଦିଲ୍ଲୀ,୨୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ପ୍ରଗତି ମଇଦାନରେ ଦେଶର ସର୍ବବୃହତ ଡ୍ରୋନ ଫେଷ୍ଟିଭାଲର ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ଡ୍ରୋନ ପ୍ରଦର୍ଶନୀ ପରିଦର୍ଶନ...

ଏଲ୍‌ଏସିରେ ଉତ୍ତେଜନା: ଲଦାଖରେ ପହଞ୍ଚିଲେ ସେନାଧ୍ୟକ୍ଷ

ଲେହ, ୩।୯: ଭାରତ ଚାଇନା ମଧ୍ୟରେ ଏଲ୍‌ଏସିରେ ଉତ୍ତେଜନା ବଢ଼ିବାରେ ଲାଗିଛି। ସ୍ଥିତିର ସମୀକ୍ଷା ପାଇଁ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ଲଦାଖର ଲେହରେ...

ଛୁଟି ନ ଥିବାରୁ ମାନସିକ ସନ୍ତୁଳନ ହରାଉଛନ୍ତି ଯବାନ…

କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ (ସିଏପିଏଫ୍‌) ରେ ଥିବା ଯବାନମାନେ ଧୀରେଧୀରେ ନିଜର ମାନସିକ ସନ୍ତୁଳନ ହରାଇ ବସୁଥିବା ଦେଖିବାକୁ ମିଳୁଛି। ବିଭିନ୍ନ କାରଣରୁ କ୍ରୋଧ ବଶତଃ...

ପୁଣି ୨୫୦ ଟଙ୍କା ବଢିଲା ଗ୍ୟାସ୍‌ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୪: ପୁଣି କମର୍ସିଆଲ୍‌ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୨୫୦ ଟଙ୍କା ବୃଦ୍ଧି ଘଟିଛି। ତେବେ ଘରୋଇ ଗ୍ୟାସ ଦର ଅପରିବର୍ତ୍ତିତ ରହିଛି। ବର୍ଦ୍ଧିତ ଦର ଅନୁସାରେ...

ଫେକ୍‌ ଟିଆର୍‌ପି ସ୍କାମ୍‌ର ପର୍ଦ୍ଦାଫାଶ: ୪ ଗିରଫ, ସ୍କାନରରେ ରିପବ୍ଲିକ୍‌ ଟିଭି

ମୁମ୍ବାଇ, ୮ା୧୦-ମୁମ୍ବାଇ ପୋଲିସ ଗୁରୁବାର ଏକ ବଡ଼ଧରଣର ର଼୍ୟାକେଟର ପର୍ଦ୍ଦାଫାଶ କରିଛି। ଉକ୍ତ ର଼୍ୟାକେଟ ଜାଲିଆତି କରି ରିପବ୍ଲିକ୍‌ ଟିଭି ସମେତ ଆଉ କେତେକ ଟିଭି...

ଜେଟଲିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ଶାହା

ନୂଆଦିଲ୍ଲୀ,୨୮ ।୧୨: ଭାରତୀୟ କ୍ରିକେଟ କଂଣ୍ଟ୍ରୋଲ ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ଶିଖର ଧୱନ ଅରୁଣ ଜେଟଲି ଷ୍ଟାଡିୟମ ଫିରୋଜ...

Advertisement
Archives

Model This Week