ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରାଯାଇଛି: ମନ୍ତ୍ରୀ

ଭୁବନେଶ୍ୱର, ୨୩।୬(ବ୍ୟୁରୋ): କରୋନା ଯୋଗୁ ସୃଷ୍ଟି ହୋଇଥିବା ପରିସ୍ଥିତିରେ ଲୋକଙ୍କ ଖାଦ୍ୟ ନିରାପତ୍ତାକୁ ପ୍ରାଥମିକତା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏପ୍ରିଲ-ମେ-ଜୁନର ଆଗୁଆ ରାଶନ ସାମଗ୍ରୀ କାର୍ଡଧାରୀଙ୍କୁ ଯୋଗାଇ ଦିଆଯାଇଥିବା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। ବିଭାଗ ପକ୍ଷରୁ ୧୧ ଲକ୍ଷ ମେଟ୍ରିକ୍‌ ଟନ୍‌ ଖାଦ୍ୟ ଶସ୍ୟ ଉଭୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗାଇ ଦିଆଯାଇଛି। ଏ ବାବଦରେ ୯୨ଲକ୍ଷ ୯୬ ହଜାର ୩୨୩ ଜଣ କାର୍ଡଧାରୀ ପରିବାରକୁ ମୋଟ ୫.୬୪ ଲକ୍ଷ ମେଟ୍ରିକ୍‌ ଟନ୍‌ ଖାଦ୍ୟ ଶସ୍ୟ ବଣ୍ଟନ କରାଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ହିତାଧିକାରୀଙ୍କୁ ଏପ୍ରିଲ, ମେ ଓ ଜୁନ୍‌ର ଏକକାଳୀନ ଚାଉଳ ଓ ଡାଲି ବିନା ମୂଲ୍ୟରେ ଯୋଗାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲିଙ୍ଗରାଜ ମନ୍ଦିର ପାର୍ଶ୍ୱରୁ ହଟିବ ଜବରଦଖଲ: ଆଜି ସର୍ଭେ, ଖୁବ୍‌ଶୀଘ୍ର ଉଚ୍ଛେଦ

ଭୁବନେଶ୍ୱର, ୧୫ା୧୦(ବ୍ୟୁରୋ): ଶ୍ରୀମନ୍ଦିର ଭଳି ରାଜ୍ୟର ଅନ୍ୟତମ ଐତିହ୍ୟ ତଥା ପ୍ରମୁଖ ଶୈବପୀଠ ଶ୍ରୀଲିଙ୍ଗରାଜ ମନ୍ଦିର ପାର୍ଶ୍ୱରୁ ଜବରଦଖଲ ହଟିବ। ସେହିଭଳି ବିନ୍ଦୁ ସାଗର ପାର୍ଶ୍ୱରେ...

ବୃତ୍ତି ଛାଡ଼ିଛନ୍ତି ୫ ପାଟଣା ବାସିନ୍ଦା

ବଅଁରପାଳ,୧୬ା୩ – ଅନୁଗୋଳ ରାଜାଙ୍କ ପ୍ରଜା ଥିଲେ ୫ ପାଟଣାବାସୀ। କୌଳିକ ବୃତ୍ତି ଥିଲା ସେମାନଙ୍କ ବ୍ୟବସାୟର ଭିତ୍ତି। କିଏ ଘଣାରେ ତେଲ ପେଡ଼ୁଥିଲେ ତ...

ହୋଟେଲରେ ଯୁବତୀଙ୍କୁ ବଳାତ୍କାର

ଭୁବନେଶ୍ୱର,୩ା୩(ବ୍ୟୁରୋ): ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବକ ଏକ ହୋଟେଲରେ ରଖି ବଳାତ୍କାର କରିଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏକ...

ଆଇଏଏସ୍‌ ବିଜୟ କେତନ ଗିରଫ ମାମଲା: ଜାମିନ ଖାରଜ କଲେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ

ଭୁବନେଶ୍ୱର, ୧୩ା୧(ବ୍ୟୁରୋ): ଲକ୍ଷେ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ୨୦୦୯ ବ୍ୟାଚ୍‌ର ଆଇଏଏସ୍‌ ଅଫିସ ବିଜୟ କେତନ ଉପାଧ୍ୟାୟଙ୍କ ପାଇଁ ଅଡୁଆ...

ଆଖି ବୁଜିଲେ ଆଉ ୧୧ କରୋନା ଆକ୍ରାନ୍ତ: ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୫୮୦କୁ ବୃଦ୍ଧି

ଭୁବନେଶ୍ୱର, ୯।୯(ବ୍ୟୁରୋ): ରାଜ୍ୟରେ ବୁଧବାର ଆଉ ୧୧ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୮୦କୁ ବୃଦ୍ଧି...

କଟକରେ ୪୬.୩୯ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି

କଟକ ଅଫିସ, ୧୨।୧୧: କଟକ ସହରରେ ୪୬.୩୯ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡ଼ି ତିଆରି ହୋଇଛି। ଆର୍‌ଏମ୍‌ଆର୍‌ସି ପକ୍ଷରୁ କରାଯାଇଥିବା ସେରୋ ସର୍ଭେ ରିପୋର୍ଟରେ ଏହା...

ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍‌, ବିଭିନ୍ନ ବନ୍ୟାଞ୍ଚଳ କରିବେ ପରିଦର୍ଶନ

ଭୁବନେଶ୍ୱର,୧୬ା୯(ବ୍ୟୁରୋ): ବନ୍ୟା କ୍ଷୟକ୍ଷତିର ଅନୁଧ୍ୟାନ କରିବା ପାଇଁ କେନ୍ଦ୍ରୀୟ ଟିମ୍‌ ବୁଧବାର ଭୁବନେଶ୍ୱରେ ପହଞ୍ଚିଛନ୍ତି। କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ (ଏଲ୍‌ଡବ୍ଲ୍ୟୁଇ)ର ପ୍ରବୀଣ...

ମୁଖ୍ୟମନ୍ତ୍ରୀଙ୍କ ଅପିଲ୍‌କୁ ଓଡ଼ିଶାବାସୀଙ୍କ ସମର୍ଥନ: ୨୪ ଘଣ୍ଟାରେ ୧ଲକ୍ଷରୁ ଅଧିକ ଲୋକେ ଘରୁ ନ ବାହାରିବାକୁ ନେଲେ ଶପଥ

ଭୁବନେଶ୍ୱର,୨୫।୩(ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ଓଡ଼ିଶା ଜୋରଦାର୍‌ ଉଦ୍ୟମ ଚଳାଇଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ ବାର୍ତ୍ତା ଦେଇ ଘରୁ ନ...

Advertisement


Archives

Model This Week