ଖଳନାୟକ ନୁହେଁ; ଆଣ୍ଟିହିରୋ ପୀୟୂଷ ତ୍ରିପାଠୀ

ଓଡ଼ିଶା ଯାତ୍ରା ଜଗତରେ ଏବେ ଯେଉଁ କେତେଜଣ ଯୁବପ୍ରତିଭା ନେଗେଟିଭ୍‌ ଭୂମିକାକୁ ଏକ ନୂଆଟ୍ରେଣ୍ଡ ଦେବା ଆରମ୍ଭ କରିଛନ୍ତି ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଯୁବ ଖଳନାୟକ ପୀୟୂଷ ତ୍ରିପାଠୀ। ପୀୟୂଷଙ୍କ ଅଭିନୀତ ‘ମୁଁ କେନ୍ଦ୍ରାପଡ଼ାର ବାବା’, ‘ରାଧା ପିନ୍ଧିଦେଲା ମୀରା ସିନ୍ଦୂର’, ‘କଉଡ଼ିଖେଳ (ଦ୍ୱିତୀୟଭାଗ)’ ଆଦି ନାଟକକୁ ଏହାର ଗୋଟିଏ ଗୋଟିଏ ଉଦାହରଣ ଭାବରେ ନିଆଯାଇପାରେ। ମଞ୍ଚରେ ଗର୍ଜନ ତର୍ଜନ ନାହିଁ, ଚେହେରାରେ ବୀଭତ୍ସତା ନାହିଁ; ମାତ୍ର ଅଭିନୟରେ ରହିଛି ପ୍ରଚୁର ଖଳନାୟକୀ। ହସିହସି ସଂଳାପ କୁହାଯାଉଥିବ ସତ; ହେଲେ ସେଇଥିରେ ଦର୍ଶକଙ୍କ ରକ୍ତ ତାତୁଥିବ ଆଉ ଛାତି ଥରୁଥିବ। ଖଳନାୟକର ଏହି ନୂଆ ଟ୍ରେଣ୍ଡକୁ ଦର୍ଶକ ବି ବେଶ୍‌ ପସନ୍ଦ କରୁଛନ୍ତି। ସେଥିଲାଗି, ସେମାନଙ୍କୁ ‘ଖଳନାୟକ’ ବୋଲି ନ କହି କେହିକେହି ‘ଆଣ୍ଟିହିରୋ’ ବୋଲି ମଧ୍ୟ କହିବା ଆରମ୍ଭ କରିଛନ୍ତି। ନେଗେଟିଭ ଭୂମିକାରେ ଆଜି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପୀୟୂଷଙ୍କ କ୍ୟାରିୟର ଯେ, ଆରମ୍ଭ ହୋଇଥିଲା ନାୟକ (ହିରୋ) ଭାବରେ ହୁଏତ ଏକଥା ଖୁବ୍‌ କମ୍‌ ଦର୍ଶକ ଜାଣିଥିବେ। କଟକ ଲିଙ୍କରୋଡ଼ ଖପୁରିଆର ଏହି କଳାପ୍ରେମୀ ଯୁବକଜଣକ ଯାତ୍ରାପ୍ରତି ଆକର୍ଷିତ ହୋଇ ପ୍ରଥମେ ଯୋଗ ଦେଇଥିଲେ ବିଶ୍ୱଜନନୀ ଗଣନାଟ୍ୟରେ। ସେଠାରେ ତାଙ୍କର ନାଟକ ଥିଲା ‘ଶାଗୁଣା ଯାଉଛି ଶ୍ୱଶୁର ଘର’ ଏବଂ ‘ମୋ ସ୍ବାମୀ ନାହାନ୍ତି ଘରେ’। ଏଥିରେ ସେ ନାୟକ ଭାବରେ ଅଭିନୟ କରିଥିଲେ। ପରବର୍ଷ ସେ ଯୋଗଦେଲେ କୋଣାର୍କ ଗଣନାଟ୍ୟରେ। ସେଇଠି ବଦଳିଗଲା ତାଙ୍କ ଅଭିନୟର ଧାରା। କୋଣାର୍କରେ ତାଙ୍କର ବିଶିଷ୍ଟ ଅଭିନେତା ଦୈତ୍ୟାରୀ ପଣ୍ଡାଙ୍କ ସହ ସାକ୍ଷାତ ହେଲା। ସେ ପୂର୍ବରୁ ଦୈତ୍ୟାରୀ ପଣ୍ଡାଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ। ସେ ହିଁ ତାଙ୍କୁ ଖଳଚରିତ୍ରରେ ଅଭିନୟ କରିବାକୁ କହିଲେ। ଖାଲି କହିଲେନି, ହାତ ଧରି ଯେମିତି ପିଲାକୁ ଖଡ଼ି ମଡ଼ାଯାଏ ସେମିତି ଅଭିନୟ ଶିଖେଇଲେ। ପୀୟୂଷ କହନ୍ତି : ‘ମୁଁ ଆଜି ଯାହା ହୋଇଛି ଦଇତାରୀନନାଙ୍କ ପାଇଁ ହୋଇଛି। ସେ ମୋ ଅଭିନୟ ଜୀବନର ବାପା। ସେ ମୋ ଗୁରୁ। ସେ ମୋର ଆଦର୍ଶ। ସେ ମୋର ସବୁକିଛି।’ ଇତିମଧ୍ୟରେ ଯାତ୍ରା ଜଗତରେ ପାଞ୍ଚବର୍ଷ ଅତିବାହିତ କରିସାରିଥିବା ପୀୟୂଷ ବିଶ୍ୱଜନନୀ, କୋଣାର୍କ, ଇନ୍ଦ୍ରଭୁବନ, ରଙ୍ଗମହଲ ଆଦିରେ ନିଜର ଅଭିନୟ ପ୍ରଦର୍ଶନ କରି ସମ୍ପ୍ରତି ପାର୍ବତୀରେ ଅଭିନୟ କରୁଥିବା ବେଳେ ଆସନ୍ତା ସିଜନ୍‌ରେ ସେ ଯାତ୍ରା ସୂର୍ଯ୍ୟମନ୍ଦିରରେ ଯୋଗଦେବେ ବୋଲି ସୂଚନା ଦେଇଛନ୍ତି। ସେଥିପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ସେ। ବର୍ତ୍ତମାନର ଯୁବପିଢ଼ି ‘ଫିଟ୍‌ ଆଣ୍ଡ ଫାଇନ୍‌’ ଉପରେ ଗୁରୁତ୍ୱ ଦେଉଥିବାରୁ ସେ ନିଜର ବଡ଼ି ଫିଟ୍‌ନେସ୍‌ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଯାତ୍ରାକୁ ନେଇ ଅନେକ କ୍ଷୋଭ ରହିଛି ପୀୟୂଷଙ୍କ ମନରେ। ସେ କହନ୍ତି, ଯାତ୍ରା ପ୍ରତି ସରକାରଙ୍କର ନଜର ନାହିଁ। ପୁଣି ଯାତ୍ରାରେ ଅନେକ ରାବଣ ରହିଛନ୍ତି ଯେଉଁମାନେ ସବୁବେଳେ ଗୋଡ଼ଟଣା ନୀତି ଅବଲମ୍ବନ କରୁଛନ୍ତି। ଫଳରେ ପ୍ରତିଭାବାନ ଯୁବକମାନେ ଆଗକୁ ଆସିପାରୁ ନାହାନ୍ତି। ସେଥିଲାଗି ଯାତ୍ରାକୁ ନେଇ କୌଣସି ସ୍ବପ୍ନ ଦେଖି ହେଉନାହିଁ। ଓଡ଼ିଶାରେ ଯାତ୍ରାର ଏକ ବଡ଼ ପରମ୍ପରା ରହିଛି। ହେଲେ ପ୍ରଥମେ ଏସବୁରୁ ଯାତ୍ରା ମୁକ୍ତ ହେବା ଦରକାର। ବାପା ନଗେନ୍ଦ୍ରନାଥ ତ୍ରିପାଠୀ, ମା’ ଉଷାରାଣୀ ତ୍ରିପାଠୀ, ପତ୍ନୀ ରିଙ୍କି ତଥା ଏକମାତ୍ର ପୁତ୍ର ଆୟୁଷକୁ ନେଇ ସୁଖର ଜୀବନ ବିତାଉଥିବା ପୀୟୂଷଙ୍କର ଗୋଟିଏ ସ୍ବପ୍ନ ହେଉଛି, ତାଙ୍କ ଗୁରୁ ଦଇତାରୀ ପଣ୍ଡା ‘କଂସେଇଖାନା’ରେ ଯେଭଳି ଏକ ମାଇଚିଆ ଚରିତ୍ରରେ ଆସିଥିଲେ ସେ ବି ସେମିତି ଏକ ଚରିତ୍ରରେ ଅଭିନୟ କରନ୍ତେ। ସେ କେବଳ ସମୟ ଆଉ ସୁଯୋଗର ଅପେକ୍ଷାରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୨ ବର୍ଷରେ ବି ଭର୍ଜିନ’ ଅଛନ୍ତି ସନା ମକବୁଲ! ବ୍ରେକଅପ ପରେ ଫ୍ୟୁଚର ପାର୍ଟନରକୁ ନେଇ ଏମିତି କହିଲେ ଅଭିନେତ୍ରୀ

ଟିଭି ଅଭିନେତ୍ରୀ ସନା ମକବୁଲ ବର୍ତ୍ତମାନ ଏକ ସାକ୍ଷାତକାର ପାଇଁ ଖବରରେ ଅଛନ୍ତି। ବିଗ ବସ ଓଟିଟି ୩ ଜିତିବା ପରେ, ସନା ଲଗାତାର ଭାବରେ ଶିରୋନାମାରେ…

ମାଲାମାଲ ହେଲେ ଜାହ୍ନବୀ: ‘ପେଡ୍ଡି’ ପାଇଁ ମିଳିଲା…

ଦକ୍ଷିଣ ସୁପରଷ୍ଟାର ରାମ ଚରଣ ତାଙ୍କ ଆଗାମୀ ଫିଲ୍ମ ‘ପେଡ୍ଡି’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ସ୍ପୋଟର୍‌ସ ଆକ୍ସନ-ଡ୍ରାମାରେ ସେ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ସହ ନଜର…

ବିବାହ କରିବାକୁ ମନା କଲେ ଗାୟିକା, କାନାଡାରୁ ଭାରତ ଆସି ହତ୍ୟା

ଲୁଧିଆନା,୧୯।୫: ପଞ୍ଜାବର ଲୁଧିଆନାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି, ଯାହା ସଙ୍ଗୀତ ଶିଳ୍ପ ସମେତ ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ପ୍ରଖ୍ୟାତ ପଞ୍ଜାବୀ…

ସଲମାନ ଖାନଙ୍କ ଘରେ ପଶିଲା ସାପ:ଖେଳିଗଲା ଆତଙ୍କ, ତା’ପରେ ଯାହା ଘଟିଲା…

ମୁମ୍ବାଇ,୧୯।୪: ମୁମ୍ବାଇର ବାନ୍ଦ୍ରାରେ ଥିବା ଅଭିନେତା ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ମଙ୍ଗଳବାର ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ହଠାତ୍‌ ଏକ ସାପ ଆପାର୍ଟମେଣ୍ଟରେ ପଶିଯାଇଛି। ସାପଟିକୁ…

ଶାହରୁଖ ନା ସଲମାନ, କାହା ପାଖରେ ଅଛି ଅଧିକ ସମ୍ପତ୍ତି? ଜାଣନ୍ତୁ କିଏ କେତେ କୋଟିର ମାଲିକ

ମୁମ୍ବାଇ: ବଲିଉଡର ଦୁଇ ସବୁଠାରୁ ବଡ଼ ସୁପରଷ୍ଟାର ଶାହରୁଖ ଖାନ ଏବଂ ସଲମାନ ଖାନଙ୍କୁ ନେଇ ଦେଶ ତଥା ବିଦେଶରେ ପ୍ରବଳ କ୍ରେଜ୍‌ ରହିଛି। ଦଶନ୍ଧି ଦଶନ୍ଧି…

ସଲମାନଙ୍କ ଫଟୋ ଦେଖି ୨ ପୂର୍ବତନ ପ୍ରେମିକା ଆଶ୍ଚର୍ଯ୍ୟ: କହିଲେ…

୬୦ ବର୍ଷ ବୟସରେ ବି ସଲମାନ ଖାନଙ୍କ ଜଲଓ୍ବା। ନିକଟରେ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ତାଙ୍କ ଫଟୋକୁ ଯିଏ…

ନଦୀକୁ ଡେଇଁ ଜୀବନ ହାରିଲେ ୮୫ ବର୍ଷୀୟ ଭେଟେରାନ ଫିଲ୍ମ ନିର୍ମାତା, ତାମିଲ ସିନେମାଜଗତ ସ୍ତବ୍ଧ

ହାଇଦ୍ରାବାଦ: ତାମିଲ ସିନେମା ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହା ସାରା ଫିଲ୍ମଜଗତକୁ ସ୍ତବ୍ଧ କରିଦେଇଛି। ନିଜର ସ୍ପଷ୍ଟବାଦୀ ମତାମତ ଏବଂ ବିବାଦୀୟ…

‘ମୋ ସ୍ତର ଏତେ ତଳକୁ ଖସିନାହିଁ..’, ବିଜୟକୁ ନେଇ ମୁହଁ ଖୋଲିଲେ ରଜନୀକାନ୍ତ

ନୂଆଦିଲ୍ଲୀ,୧୭ା୫: ସାଉଥ ସୁପରଷ୍ଟାର ରଜନୀକାନ୍ତ ରବିବାର (୧୭ ମଇ) ଚେନ୍ନାଇସ୍ଥିତ ତାଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି କାର୍ଯ୍ୟକ୍ରମରେ, ସେ ତାମିଲନାଡୁ ବିଧାନସଭା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri