ଖଲ୍ଲିକୋଟର ୨ ପଞ୍ଚାୟତରେ ୧୫ ପଜିଟିଭ୍‌ : ୧୦ ଗାଁ କଣ୍ଟେନମେଣ୍ଟ, ୨୨ ଗାଁ ବଫର ଜୋନ୍‌ ଘୋଷଣା

ଛତ୍ରପୁର,୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଖଲ୍ଲିକୋଟ ବ୍ଲକର ୧୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବାଦପଲି ପଞ୍ଚାୟତରେ ୧୨ ଜଣ ଓ ଆଇତିପୁର ପଞ୍ଚାୟତରେ ୩ ଜଣ ସମୁଦାୟ ୧୫ ଜଣ ଅଛନ୍ତି। ଏହାପରେ ସଂକ୍ରମଣ ଯେପରି ଆଉ ନ ବ୍ୟାପିବ ସେଥିପାଇଁ ବ୍ଲକର ୨ଟି ପଞ୍ଚାୟତର ୧୦ଟି ଗାଁକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଏବଂ ୨୨ଟି ଗାଁକୁ ବଫର ଜୋନ୍‌ ଭାବେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ରବିବାର ଘୋଷଣା କରିଛନ୍ତି। ବ୍ଲକର ବାଦପଲ୍ଲୀ ପଞ୍ଚାୟତର ଘୋଡାପଡା, ସିଆଳିଆପାଟ, କୁରିମପୁର, ଗୁଣ୍ଡୁରିପଲ୍ଲୀ, ବଡ଼ସାନବଳା, ନୂଆପଲ୍ଲୀ, ଛକସିଂହ, ଦେବୀଝର ଏବଂ ଆଇତିପୁର ପଞ୍ଚାୟତର ବିରିପୁର ଗାଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ହୋଇଛି। ଏଥିସହ ଉକ୍ତ ୨ ପଞ୍ଚାୟତ ସଂଲଗ୍ନ ୨୨ଟି ଗାଁକୁ ମଧ୍ୟ ବଫର ଜୋନ ଘୋଷଣା କରାଯାଇଛି। ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ କାର୍ଯ୍ୟରତ ୧୫ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲାପାଳ ଏହିଭଳି ପଦକ୍ଷେପ ନେଇଛନ୍ତି। ଖଲ୍ଲିକୋଟର ଅତିରିକ୍ତ ତହସିଲଦାର ଜ୍ୟୋତିର୍ମୟ ଦାସଙ୍କୁ କଣ୍ଟେନମେଣ୍ଟ ଓ ବଫର ଜୋନ୍‌ର ନିର୍ବାହୀ ମାଜିଷ୍ଟ୍ରେଟ ଦାୟିତ୍ୱ ଦିଆଯାଇଛି। ଏହି ଅଞ୍ଚଳରେ ଲୋକଙ୍କୁ ବାହାରକୁ ବାହାରିବା ଓ ଯାତାୟାତକୁ ସଂପୂର୍ଣ୍ଣ ବନ୍ଦ କରାଯାଇଥିବାରୁ ସେଠାରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ ଗାଁଗୁଡିକରେ ଅଗ୍ନିଶମ ବିଭାଗ ସାନିଟାଇଜ କରିବେ ଏଥିସହ ପ୍ରତି ଘର ଘର ବୁଲି ସ୍କ୍ରିନିଂ ସହ ସ୍ବାବ ସଂଗ୍ରହ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରାଯିବ। ପୋଲିସ ପକ୍ଷରୁ ସେଠାରେ ବେରୀକେଟିଙ୍ଗ ଓ ଚେକପୋଷ୍ଟ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ବ୍ରହ୍ମପୁର ଗସ୍ତରେ ପୋଲିସ ଡିଜି

ବ୍ରହ୍ମପୁର ଅଫିସ,୮।୫: ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜି) ଅଭୟ ଶନିବାର ବ୍ରହ୍ମପୁର ଅଚାନକ...

ମୁକୁଳା ଟ୍ରାନ୍ସଫର୍ମର ନେଲା ଦନ୍ତାର ଜୀବନ

ନିରାକାରପୁର,୧୧।୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଧୀନ ଗୋଲାବାଇ ଛକ ନିକଟରେ ବିଦ୍ୟୁତ୍‌ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ହାତୀଟି କିଛି ଦିନ...

ପାଣିଟାଙ୍କିରେ ମାଛଚାଷ

ବୈପାରିଗୁଡା,୯।୧୧ (ଡି.ଏନ୍‌.ଏ):  ଚାଷୀଙ୍କ ବିକାଶ ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି ା ମାତ୍ର ସେସବୁ ଦୁର୍ଗମ ଆଦିବାସୀ ଅଞ୍ଚଳରେ ପହଞ୍ଚତ୍ପାରୁନି। ମାଛଚାଷ ହେଉଛି ଏହାର...

୫ ଦଫା ଦାବିରେ ଆଦିବାସୀଙ୍କ ରେଳପଥ ଅବରୋଧ

କଳିଙ୍ଗନଗର,୧୨।୨(ଡି.ଏନ.ଏ.): ସାଙ୍ଗେଲ ଅଭିଯାନ କେନ୍ଦୁଝର ଜୋନାଲ କମିଟି ପକ୍ଷରୁ ଶନିବାର ୫ ଦଫା ଦାବିରେ ଯାଜପୁର-କେନ୍ଦୁଝର ରୋଡ୍‌ ରେଳଷ୍ଟେଶନରେ ରେଳପଥ ଅବରୋଧ କରାଯାଇଛି। ମାରାଂବୁରୁ ଅର୍ଥାତ...

ଅଗଣାରେ ଛିଡ଼ା ହୋଇଥିଲା ମୃତ୍ୟୁ

କେନ୍ଦୁଝର/ତେଲକୋଇ୧୭।୨: କେନ୍ଦୁଝର ଜିଲା ତେଲକୋଇ ରେଞ୍ଜ ଅଧୀନ ଜଗମୋହନପୁର ଗ୍ରାମରେ ଏକ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଜାନକୀ...

ବନ୍ୟାକୁ ୩ ମାସ ବିତିଲା: ରାସ୍ତା ମରାମତି ହେଲାନି

କର୍ଲାମୁଣ୍ଡା,୨୧।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗତ ଅଗଷ୍ଟ ମାସରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ଆସି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ଏପରିକି ବିଭିନ୍ନ...

ପଁଚେତ୍‌ରେ କାଗଜପତର ଦାଖଲ କରି ନିରାଶ: ବଏସ୍‌ ୭୦, ଭତାରୁ ବଁଚିତ୍‌ ପଞ୍ଚାନନ

ଅତାବିରା, ୧୧।୬ (ଡି.ଏନ.ଏ): କେନ୍ଦ୍ର ଆର ରାଏଜ୍‌ ସରକାର ବୁଢ଼ାବୁଢ଼ି, ବିଧବା, ଛାର୍‌ରି, ଦିବ୍ୟାଙ୍ଗମାନକୁ ଇନ୍ଦିରା ଗାନ୍ଧୀ, ମଧୁବାବୁ ଲେଖେଁ ପେନ୍‌ସନ ଯୋଜନାରେ ସାମିଲ କରି...

ଆମ୍ବେଡ୍‌କରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ

ଜଟଣୀ,୨୮ା୬ (ଡି.ଏନ୍‌.ଏ.):ଜଟଣୀ ଥାନା ଅଧୀନ ବଡ଼ତୋଟା ବିଏସ୍‌ଏଫ୍‌ କ୍ୟାମ୍ପ ସମ୍ମୁଖ ରାସ୍ତା ପାର୍ଶ୍ୱରେ ଥିବା ବାବା ସାହେବ ଆମ୍ବେଡ୍‌କରଙ୍କ ପ୍ରତିମୂର୍ତ୍ତିର ହାତକୁ କେହି ଦୁର୍ବୃତ୍ତ ଭାଙ୍ଗି...

Advertisement
Archives

Model This Week