ଖରିଫ ଚାଷ ପାଇଁ ଜମିକୁ ଓହ୍ଲାଇଲେ ଚାଷୀ

ସମ୍ବଲପୁର, ୭।୬ (ବ୍ୟୁରୋ)- ଅଦିନିଆ ବର୍ଷା ସହ କୁଆପଥର ମାଡରେ ରବି ଧାନ ସହିତ ପନିପରିବା, ଡାଲି, ଫଳ ଜାତୀୟ ଫସଲ ନଷ୍ଟ ହୋଇଥିଲା। ଏଥିଯୋଗୁ ଚାଷୀ ବହୁ କ୍ଷତି ସହିଥିଲେ । କୃଷି ଓ ରାଜସ୍ବ ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ କ୍ଷତିପୂରଣ ମିଳିନାହିଁ। ଋଣ ପରିଶୋଧ ଚିନ୍ତାରେ ଚାଷୀ ସରକାରୀ ସହାୟତାକୁ ଅପେକ୍ଷା କରିଛି। ତଥାପି ହାରି ନାହିଁ । ପୁଣି ସେ ତା କାମରେ ଲାଗି ପଡିଛି । ରବି ଫସଲରେ ଭାଙ୍ଗି ପଡିଥିବା ଆର୍ଥିକ ମେରୁଦଣ୍ଡକୁ ସଳଖିବା ପାଇଁ ପୁଣି ଥରେ ସେ ଜମିକୁ ଓହ୍ଲାଇଛି।
ଚଳିତ ବର୍ଷ ଜୁନ ୧୦ରୁ ମୌସୁମୀ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥିପାଇଁ ଚାଷୀ ତା’ର ପ୍ରସ୍ତୁତି ଆରମ୍ଭ କରିଛି। ଚଳିତ ଖରିଫରେ ପାଣିପାଗ, ଦଇବ ସାହା ହେଲେ ଅମଳ ଭଲ ହେବ ବୋଲି ଚାଷୀ ଆଶା ରଖିଛି। ପ୍ରାୟ ଏକମାସ ହେବ ଜିଲାର ବିଭିନ୍ନ ଅଞ୍ଚଳରେ ଅଦିନିଆ ବର୍ଷା ଲାଗିରହିଛି । ଏହା ବୁଣା ଧାନ ପାଇଁ ଚାଷୀଙ୍କୁ ସୁହାଇଛି । ଅଣଜଳସେଚିତ ଅଞ୍ଚଳରେ ଚାଷୀ ଚାଷ କାମ ଆରମ୍ଭ କରିଛି । ଜିଲାର ଯୁଯୁମୁରା, ରେଢାଖୋଲ, ନାକଟିଦେଉଳ, ଜମନକିରା, କୁଚିଣ୍ଡା ଆଦି ବ୍ଲକ ଅଞ୍ଚଳର ଚାଷୀ ବୁଣା ଧାନ କରୁଛନ୍ତି । ଏପଟେ ଜଳସେଚନ ଅଞ୍ଚଳର ଜମିରେ ସୁଖା ଯୋତ କରାଯାଉଛି । ଏ ସମ୍ପର୍କରେ ଜିଲା ମୁଖ୍ୟ କୃଷି ଅଧିକାରୀ ସନ୍ତୋଷ କୁମାର ରାୟ କହିଛନ୍ତି, ମୌସୁମୀ ବର୍ଷା ହେଲେ ଚାଷୀ ବୁଣା ଧାନ କରି ପାରିବେ ନାହିଁ । ତେଣୁ ବୁଣାଧାନ ପାଇଁ ଏହା ଉପଯୁକ୍ତ ସମୟ । ଧାନ ବୁଣିଲା ପରେ ତାପମାତ୍ରା ଓ ବର୍ଷା ଠିକ ରହିଲେ ଭଲ ଗଜା ହୋଇ ପାରିବ । ନିୟମିତ ବର୍ଷା ହେଲେ କ୍ଷେତରେ ହଳ ଓ ଟ୍ରାକ୍ଟରରେ ନଙ୍ଗଳ କରିବା ହୋଇ ପାରିବ ନାହିଁ । ଏବେ ଚାଷୀମାନଙ୍କ ପାଇଁ ଆଉ ଏକ ବଡ ସୁଯୋଗ ରହିଛି । ସେମାନେ ଧଣିଚା ଚାଷ କରି ପାରିବେ । ଧଣିଚା ଚାଷ କଲେ କ୍ଷେତରେ ଉର୍ବରତା ଆସିବ । ଜୈବିକ ପଦ୍ଧତିରେ ତାହା ସାର ପରି କାମ ଦେବ । ଏବେ ଧଣିଚା ବୁଣିଲେ ପ୍ରାୟ ଏକମାସ ଭିତରେ ସେହି ଗଛ ମରିଯିବ । ପୁଣି ଚାଷୀ କ୍ଷେତରେ ଧାନ ଫସଲ କରି ପାରିବ । ଗୋଟିଏ ଏକର ପିଛା ୧୦ କେଜି ଧଣିଚା ମଞ୍ଜି ଚାଷୀ ବୁଣି ପାରିବେ । ସେହି ମଞ୍ଜି ଦର କେଜି ପିଛା ୩୫ରୁ ୪୦ ଟଙ୍କା ରହିଛି । ଏଥିରେ ଚାଷୀ ଲାଭବାନ ହୋଇପାରିବ ବୋଲି ସେ କହିଛନ୍ତି।
ଖରିଫ ପାଇଁ ଜିଲାରେ ମୋଟ ୧ ଲକ୍ଷ ୬ ହଜାର ହେକ୍ଟର ଜମିରେ ଧାନ ଚାଷ କରିବାର ଲକ୍ଷ୍ୟ ରହିଛି । ସେଥି ମଧ୍ୟରୁ ୨୦ ହଜାର ହେକ୍ଟର ଜମିରେ ବୁଣା ଧାନ ହୋଇଥାଏ । ଜଳ ସେଚନ ଅଞ୍ଚଳରେ ମଧ୍ୟ ଚାଷୀମାନେ ପୋଖରୀରୁ ପାଣି ନେଇ ପଲ୍ଲା କିଆରି ପ୍ରସ୍ତୁତ କରି ସାରିଛନ୍ତି । ଜୁନ୍‌ ୧୦ ପରେ କେନାଲରେ ପାଣି ଛଡାଯିବା ପାଇଁ ଆଶା କରାଯାଉଛି । ତେଣୁ ଜଳସେଚନ ଅଞ୍ଚଳରେ ମଧ୍ୟ ଶୀଘ୍ର ଚାଷ କାମ ଆରମ୍ଭ ହୋଇଯିବ । ଚଳିତ ବର୍ଷ ବର୍ଷା ସ୍ବାଭାବିକ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ତେଣୁ ମରୁଡି, ଗଜା ମରୁଡି ଭଳି ପରିସ୍ଥିତି ଉପୁଜିବ ନାହିଁ ବୋଲି ମୁଖ୍ୟ କୃଷି ଅଧିକାରୀ ରାୟ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକଳ୍ପ ନାହିଁ ତ ଜମି ନାହିଁ, କମ୍ପାନୀ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ରାଜସ୍ବ ମନ୍ତ୍ରୀ

ଛତ୍ରପୁର,୮।୬(ଦିଲୀପ ସାମଲ): ମହେନ୍ଦ୍ରମେଳାରେ ଯୋଗଦେଇ ଛତ୍ରପୁର ସର୍କିଟ ହାଉସ ଆସିଥିବାବେଳେ କିଛି କମ୍ପାନୀମାନେ ପ୍ରକଳ୍ପ ପାଇଁ ଜମି ନେଇଥିବା ବେଳେ ତାହା କୌଣସି କାର୍ଯ୍ୟକାରୀ କରୁ ନ…

ଚୋରାଚାଲାଣ କରୁଥିଲେ ଗଞ୍ଜେଇ, ପୋଲିସକୁ ଦେଖି ଭୟରେ ବାଇକ ସହ ଗଞ୍ଜେଇ ଛାଡି ଫେରାର୍‌ ମାରିଲେ ୨ ମାଫିଆ

ଡୁଙ୍ଗୁରିପାଲି, ୮।୬ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ସୋମବାର ସକାଳେ ପାଟ୍ରୋଲିଂ କରୁଥିବାବେଳେ ଶୁଖା-କର୍ଲାଯୁରୀ ରାସ୍ତାର ମହୁଲପାଲି ଛକରେ ଏକ ବାଇକ…

ଭବାନୀପାଟଣାରେ ଯୁବକଙ୍କୁ ଛୁରାମାଡ଼: ଗୁରୁତର ଅବସ୍ଥାରେ ବୁର୍ଲାରେ ଭର୍ତ୍ତିି

ଭବାନୀପାଟଣା,୮।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଶବରପଡ଼ାରେ ରବିବାର ରାତିରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଯୁବକଙ୍କ ନାମ ଶିବ ପ୍ରସାଦ ନାଏକ (୨୫)ବୋଲି ଜଣାପଡିଛି।…

ସପ୍ତାହେ ବିତିଲା ସରପଞ୍ଚଙ୍କ ଧାରଣା: ଦେଲେ ଚେତାବନୀ, ଯଦି ରାଜ୍ୟ ସରକାର ଭତ୍ତା ଟଙ୍କା ପ୍ରଦାନ ନ କରନ୍ତି…

ଦିଗପହଣ୍ଡି,୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅଧୀନ ୨୫ ପଞ୍ଚାୟତ ଏବଂ ଦିଗପହଣ୍ଡି ଏନଏସି ଅଧୀନ ୧୦ ୱାର୍ଡର ୭୧୫ ହିତାଧିକାରୀଙ୍କୁ ଇନ୍ଦିରା ଗାନ୍ଧୀ…

ମିଳୁନି ଭତ୍ତା: ଅଭିଯୋଗ ଶୁଣାଣିବେଳେ ହଠାତ୍‌ ଭିତରେ ପଶି ହୋହଲ୍ଲା କଲେ ଭତ୍ତା ହିତାଧିକାରୀ, ତା’ପରେ…

ଦିଗପହଣ୍ଡି,୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜନଶୁଣାଣି…

ସାଧୁଙ୍କୁ ମାରିଥିଲା କଲରାପତରିଆ ବାଘ: ଶିମିଳିପାଳ ଇତିହାସରେ ପ୍ରଥମ

ବାରିପଦା,୮।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଜାତୀୟ ଉଦ୍ୟାନ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନ ଅନ୍ତର୍ଗତ କୁମୁଦାବଡ଼ି ନିକଟରେ ଜଙ୍ଗଲରୁ ମିଳିଥିବା ଖଣ୍ଡବିଖଣ୍ଡିତ ମୃଦଦେହ ଅଂଶ ସମ୍ବନ୍ଧରେ…

ବିଶ୍ୱକପ୍‌ ଆରମ୍ଭ ପୂର୍ବରୁ ବ୍ରାଜିଲକୁ ବଡ଼ ଝଟ୍‌କା

ମୋରିସଟାଉନ୍‌,୮ା୬: ବିଶ୍ୱକପ୍‌ରେ ମରକ୍କୋ ବିପକ୍ଷ ପ୍ରଥମ ମ୍ୟାଚ୍‌ ଖେଳାଯିବାକୁ ଆଉ ଏକ ସପ୍ତାହରୁ କମ୍‌ ଦିନ ଥିବାବେଳେ ବ୍ରାଜିଲ ଆଘାତଜନିତ କାରଣରୁ ଦଳରେ ଜଣେ ଖେଳାଳି ପରିବର୍ତ୍ତନ…

ବିଲ ମଝିରୁ ମିଳିଲା ବିବାହିତ ଯୁବକଙ୍କ ମୃତଦେହ: ମୁତ୍ୟୁକୁ ନେଇ ବଢିଲା ସନ୍ଦେହ

ପାଟଣା,୮।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଟଭା ସରୁଆ ଗାଁ ବିଲ ମଝିରୁ ସୋମବାର ଜଣେ ବିବାହିତ ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତଦେହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri