ଖରାଦିନେ ଖାଆନ୍ତୁ ଏହି ଖାଦ୍ୟ, କମ୍‌ ହେବ ରକ୍ତଚାପ

ବର୍ତ୍ତମାନ ଅଧିକାଂଶ ଲୋକ ରକ୍ତଚାପ ରୋଗରେ ପୀଡ଼ିତ। ଉଚ୍ଚ ରକ୍ତଚାପ ଶରୀରର ରକ୍ତପ୍ରବାହ ଉପରେ କୁପ୍ରଭାବ ପକାଇଥାଏ। ଯେଉଁ ବ୍ୟକ୍ତିଙ୍କର ଏପରି ସମସ୍ୟା ରହିଛି, ସେମାନଙ୍କୁ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ବିଶେଷକରି ଖରାଦିନେ ରକ୍ତଚାପ ଥିବା ରୋଗୀଙ୍କ ଜୀବନ ପ୍ରତି ଅଧିକ ବିପଦ ରହିଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଏହି ଖାଦ୍ୟ ଖାଇବାକୁ  ଡାକ୍ତର ପରାମର୍ଶ ଦେଇଥାନ୍ତି। ଆସନ୍ତୁ ଜାଣିବା ଏ ସମ୍ପର୍କରେ…

୧. ରକ୍ତଚାପ ଥିବା ରୋଗୀଙ୍କ ପାଇଁ ଜାମୁକୋଳି ବହୁ ଉପକାରୀ। ଏଥିରେ ଫ୍ଲାଭୋନଏଡ୍‌ର ପରିମାଣ ଅଧିକ ଥିବାରୁ ଏହା ହୃଦ୍‌ଜନିତ ସମସ୍ୟା ଦୂର କରିଥାଏ।

୨. ଗରମ କ୍ଷୀରରେ ଅଧିକ ପରିମାଣରେ କ୍ୟାଲସିୟମ ଏବଂ ଭିଟାମିନ-‘ଡି’ ରହିଛି। ଏହା ଉଚ୍ଚ ରକ୍ତଚାପକୁ କମାଇଥାଏ। ନ୍ୟାସନାଲ ହେଲ୍‌ଥ ସର୍ଭେରୁ ଜାଣିବାକୁ ମିିଳିଛି ଯେ, ପ୍ରତିଦିନ ଗୋଟେ ଗ୍ଲାସ ଗରମ କ୍ଷୀର ପିଇବା ଦ୍ୱାରା ରକ୍ତଚାପ କମିଯାଏ।

୩. ଖରାଦିନେ  ଥଣ୍ଡା ଦହି ପିଅନ୍ତୁ। ଏହା ଦ୍ୱାରା ଶରୀରରେ ଜଳୀୟଅଂଶ ଠିକ୍‌ ରହିବା ସହ ରକ୍ତଚାପ ମଧ୍ୟ ନିୟନ୍ତ୍ରିତ ହୋଇଥାଏ।

୪. ଖରାଦିନେ ପ୍ରାୟ ସମସ୍ତେ ତରଭୁଜ ଖାଇବାକୁ ଭଲ ପାଇଥାନ୍ତି। ଏହା ରକ୍ତଚାପ ନିୟନ୍ତ୍ରଣ ସହ ଧମନୀ ଓ ହୃତପିଣ୍ଡ ଉପରେ ପଡୁଥିବା ଚାପକୁ କମ୍‌ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ: ଏହି ୫ଟି ରାଶିକୁ ଲାଗିପାରେ ବଡ଼ ଆର୍ଥିକ ଝଟ୍‌କା, ରହିବାକୁ ହେବ ସାବଧାନ!

ଜ୍ୟୋତିଷୀୟ ସଂଯୋଗ ଏବଂ ଗ୍ରହମାନଙ୍କ ଚଳନ ଯୋଗୁ ଅନେକ ରାଶିର ବ୍ୟକ୍ତିଙ୍କ ଜୀବନ ଉପରେ ଏହାର ବଡ଼ ପ୍ରଭାବ ପଡ଼ିବାକୁ ଯାଉଛି। ଏହି ଗ୍ରହ ସ୍ଥିତି ଯୋଗୁ…

ମସ୍ତିଷ୍କର ଭିନ୍ନ ଅଂଶରୁ ସୃଷ୍ଟି ହୁଏ ସ୍ବତଃସ୍ଫୂର୍ତ୍ତ, ଇଚ୍ଛାକୃତ ହସ

ନୂଆଦିଲ୍ଲୀ,୭।୭(ପି.ଟି.): ମଣିଷର ହସ ପଛରେ ଥିବା ରହସ୍ୟକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଆମର ସ୍ବତଃସ୍ଫୂର୍ତ୍ତ (ଆବେଗିକ) ଏବଂ ଇଚ୍ଛାକୃତ ହସ ପାଇଁ ମସ୍ତିଷ୍କର…

ଶନିଙ୍କ ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ଜୁଲାଇ ୨୦ରୁ ଚମକିବ ଏହି ରାଶିର ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ରାଶି ପରିବର୍ତ୍ତନ ସହିତ ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ନକ୍ଷତ୍ରରେ ପରିବର୍ତ୍ତନ ଗ୍ରହ ପ୍ରଭାବରେ ସୂକ୍ଷ୍ମ କିନ୍ତୁ…

ମଦ ନିଶା ଛାଡ଼ିବାର ସରଳ ଚିକିତ୍ସା

କିଛି ବର୍ଷ ମଧ୍ୟରେ ମଦ ନିଶା ଏକ ଗମ୍ଭୀର ସମସ୍ୟାରେ ପରିଣତ ହୋଇଯାଇଛି। ମଦ ନିଶା ଯୋଗୁ ବ୍ୟକ୍ତିର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଉପରେ ଖରାପ…

ରକ୍ତ ସଞ୍ଚାଳନକୁ ସକ୍ରିୟ କରେ ମହୁ, ଆହୁରି ଅନେକ ସମସ୍ୟା ଦୂର କରିବାରେ…

ମହୁରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଥଣ୍ଡା ସମସ୍ୟାରୁ ଉପଚାର ପାଇଁ ଏହା ବେଶ୍‌ ସହାୟକ ହୋଇଥାଏ। ତେବେ ଏଥିରେ ଏଭଳି ତତ୍ତ୍ୱ…

୪ ରାଶିଙ୍କ ଶୁଭ ସମୟ ଆରମ୍ଭ! ଚାକିରିରେ ଡବଲ ପ୍ରମୋସନ, ଅଜଣା ଲୋକ ଦେବେ ବଡ଼ ସରପ୍ରାଇଜ!

ନୂଆଦିଲ୍ଲୀ, ୫ା୭: ୧୯ ଜୁଲାଇରୁ ୪ ରାଶିଙ୍କ ଶୁଭ ସମୟ ଆରମ୍ଭ!ଚାକିରିରେ ଡବଲ ପ୍ରମୋସନ, ଅଜଣା ଲୋକ ଦେବେ ବଡ଼ ସରପ୍ରାଇଜ! ଦେବଗୁରୁ ବୃହସ୍ପତି ଜୁନ୍ ୧୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri