ଖରାଛୁଟିରେ ରୋଜଗାର

ବାଲେଶ୍ୱର ଅଫିସ, ୨୪।୪-ଏବେ ଚାଲିଛି ଖରାଛୁଟି। ଏହି ସମୟରେ ସାଧାରଣତଃ ପିଲାମାନେ ମଉଜମସ୍ତି କରିବାରେ ବ୍ୟସ୍ତ ରହିଥାନ୍ତି। ହେଲେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ମିତ୍ରପୁର ଅଞ୍ଚଳରେ କେତେକ ପିଲା ରାସ୍ତାକଡରେ କୋଳି ବିକ୍ରି କରି ରୋଜଗାର କରୁଥିବା ଦେଖିବାକୁ ମିଳିଛି। ପିଲାମାନେ ସ୍ଥାନୀୟ ମଛୁଆ ପାହାଡ଼ରୁ ପ୍ରତ୍ୟହ ପୂର୍ବାହ୍ନ ୬ଟାରୁ ଜଙ୍ଗଲକୁ ଯାଇ ଚାରକୋଳି ସଂଗ୍ରହ କରି ଘରକୁ ଆଣିଥାନ୍ତି। ତାହାକୁ ପଲିଥିନରେ ଭାଗ ଭାଗ କରି ବିକ୍ରି ଉଦ୍ଦେଶ୍ୟରେ ନେଇଥାନ୍ତି। ଗୋଟିଏ ପଲିଥିନ ୧୦ଟଙ୍କାରେ ବିକ୍ରି ହୋଇଥାଏ। ଏହି ଟଙ୍କାରେ ସେମାନେ ପାଠପଢ଼ା ନିମନ୍ତେ ଖାତା, କଲମ କିଣିବା ପାଇଁ ଖର୍ଚ୍ଚ କରୁଥିବା କହିଛନ୍ତି। ରାସ୍ତାକଡ଼ରେ ଉଦୁଉଦିଆ ଖରାରେ ବସି ଦିନତମାମ୍‌ କୋଳି ବିକ୍ରି କରିବା ପରେ ଯାହା ଟଙ୍କା ମିଳିଥାଏ ସେଥିରେ ଖାତା କିଣିଥାନ୍ତି। ଏଥିରୁ ଯାହା ବଳେ, ତାହାକୁ ମା’ବାପାଙ୍କୁ ଦେଇଥାନ୍ତି ବୋଲି ଷଷ୍ଠ ଶ୍ରେଣୀ ଛାତ୍ର ବୁଦ୍ଧିରାମ ସିଂ କହିଛନ୍ତି। ଏହାବ୍ୟତୀତ ସେମାନେ ବିଭିନ୍ନ ସମୟରେ ଋତୁ ଅନୁଯାୟୀ ମିଳୁଥିବା ବନଜାତ ଦ୍ରବ୍ୟ ସଂଗ୍ରହ କରି ମଧ୍ୟ ବିକ୍ରି କରୁଥିବା କହିଛନ୍ତି। ଏ ସମ୍ପର୍କରେ ଜିଲା ପ୍ରକଳ୍ପ ସଂଯୋଜକ ସୁରେନ୍ଦ୍ର ପ୍ରସାଦ ଶଙ୍ଖୁଆ କହିଛନ୍ତି ଯେ, ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଉଜ୍ୱଳ ଏବଂ ପଞ୍ଚମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଉତ୍‌ଥାନ ଯୋଜନାରେ ବହି ପ୍ରଦାନ କରାଯାଉଛି। ସେଥିପାଇଁ ଛାତ୍ରୀଛାତ୍ରମାନଙ୍କ ପାଇଁ ଖାତାର ଆବଶ୍ୟକତା ନାହଁି। ଛାତ୍ରୀଛାତ୍ରମାନେ ପେନସିଲ୍‌ରେ ବିଭିନ୍ନ ବିଷୟ ପୁସ୍ତକର ଉତ୍ତର ଲେଖିବେ ଏବଂ ଏହାକୁ ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକମାନେ ତଦାରଖ କରିବାର ନିର୍ଦ୍ଦେଶ ଦିଆଯାଇଛି ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୌମ୍ୟାଶ୍ରୀ ଆତ୍ମାହୁତି ମାମଲା: ଫକୀରମୋହନ ମହାବିଦ୍ୟାଳୟରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚ ଡିଜି

ବାଲେଶ୍ୱର,୨୦ା୭(ବାଞ୍ଛାନିଧି ଦେ): ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ମାମଲାର ତଦନ୍ତ ପାଇଁ ରବିବାର ମହାବିଦ୍ୟାଳୟରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚ ଡିଜି...

ଦୋକାନରେ ନଥିଲେ ମା’ ,ସଉଦା ଆଣିବାକୁ ଯାଇ ଶିଶୁକନ୍ୟାଙ୍କୁ ବଳାତ୍କାର

ବାଲେଶ୍ୱର,୨୦।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଟାଉନ ଥାନା ଅଧୀନ ମଧୁଆମିଲ୍‌ ଛକ ନିକଟରେ ଥିବା ଏକ ଦୋକାନ ଭିତରେ ଜଣେ ୮ବର୍ଷର ଶିଶୁକନ୍ୟାକୁ ବଳାତ୍କାର ହୋଇଥିବା ଅଭିଯୋଗ...

ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ପୂର୍ବରୁ ଆଇସିସି ନିକଟରେ ଅଭିଯୋଗ କରିଥିଲେ ବାପା, କହିଥିଲେ ଏ ଦିଗରେ ଦୃଷ୍ଟି ନ ଦେଲେ ମୋ’ ଝିଅ…

ବାଲେଶ୍ୱର,୨୦ା୭(ବାଞ୍ଛାନିଧି ଦେ): ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ଏଚ୍‌ଓଡି ସମୀର ସାହୁ ମାନସିକ ନିର୍ଯାତନା ଦେଉଥିବା ନେଇ ଗତ...

ଆତ୍ମହୁତି ପୂର୍ବରୁ ଆଇସିସିଙ୍କୁ ଗୁହାରି ଜଣାଇଥିଲେ ବାପା

ବାଲେଶ୍ୱର,୧୯।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ଏଚ୍‌ଓଡି ସମୀର ସାହୁ ମାନସିକ ନିର୍ଯାତନା ଦେଉଥିବା ନେଇ ଗତ...

ଟ୍ରକ୍‌ ପଛରେ ପିଟିହେଲା ବସ୍‌, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ବାଲେଶ୍ୱର,୧୯ା୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ୬୦ ନମ୍ବର ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ଜୁଣବଳଦା ଛକ ନିକଟରେ ଏକ ଟ୍ରକ୍‌ ପଛପଟରେ ଯାତ୍ରୀବାହୀ ବସ୍‌...

କ୍ରାଇମବ୍ରାଞ୍ଚ ଟିମ୍‌କୁ ବଡ଼ ସୁରାକ୍‌, ଜଣାପଡ଼ିଲା FM ଛାତ୍ରୀଙ୍କୁ କିଏ ଆଣି ଦେଇଥିଲା ପେଟ୍ରୋଲ

ବାଲେଶ୍ୱର,୧୯ା୭: ଫକୀର ମୋହନ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଶୁକ୍ରବାର ଏଫ୍‌ଏମ୍‌ ଛାତ୍ରୀ ମୃତ୍ୟୁର ତନାଘନା...

୩୩ ବର୍ଷ ପରେ ରାୟ ପ୍ରକାଶ: ଦୋଷୀଙ୍କ ଦଣ୍ଡବିଧାନକୁ ଦେଖିପାରିଲେନି ପୀଡ଼ିତ

ନୀଳଗିରି,୧୯ା୭(ପ୍ରଶାନ୍ତ ବିଶ୍ୱାଳ):ରାଜନୈତିକ ଆକ୍ରୋଶର ଶିକାର ହୋଇ ମରଣସହ ସଂଗ୍ରାମ କରୁଥିବା ଜଣେ ବ୍ୟକ୍ତିଙ୍କୁ ଶେଷରେ ୩୩ବର୍ଷ ପରେ ନ୍ୟାୟ ମିଳିଥିବା ବେଳେ ଦୋଷୀଙ୍କୁ ଦଣ୍ଡ ମିଳିଛି।...

FM କଲେଜ ଛାତ୍ରୀ ମୃତ୍ୟୁ ଘଟଣା: ବାଲେଶ୍ୱରରେ ପହଞ୍ଚିଲା UGC ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌

ବାଲେଶ୍ୱର,୧୮ା୭(ବାଞ୍ଛାନିଧି ଦେ): ଫକୀର ମୋହନ ମହାବିଦ୍ୟାଳୟର  ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ର ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ମାମଲାରେ ବାଲେଶ୍ୱରେ ଶୁକ୍ରବାର ଆସି ପହଞ୍ଚିଛି UGC...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri