ଖରାଛୁଟିରେ ରୋଜଗାର

ବାଲେଶ୍ୱର ଅଫିସ, ୨୪।୪-ଏବେ ଚାଲିଛି ଖରାଛୁଟି। ଏହି ସମୟରେ ସାଧାରଣତଃ ପିଲାମାନେ ମଉଜମସ୍ତି କରିବାରେ ବ୍ୟସ୍ତ ରହିଥାନ୍ତି। ହେଲେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ମିତ୍ରପୁର ଅଞ୍ଚଳରେ କେତେକ ପିଲା ରାସ୍ତାକଡରେ କୋଳି ବିକ୍ରି କରି ରୋଜଗାର କରୁଥିବା ଦେଖିବାକୁ ମିଳିଛି। ପିଲାମାନେ ସ୍ଥାନୀୟ ମଛୁଆ ପାହାଡ଼ରୁ ପ୍ରତ୍ୟହ ପୂର୍ବାହ୍ନ ୬ଟାରୁ ଜଙ୍ଗଲକୁ ଯାଇ ଚାରକୋଳି ସଂଗ୍ରହ କରି ଘରକୁ ଆଣିଥାନ୍ତି। ତାହାକୁ ପଲିଥିନରେ ଭାଗ ଭାଗ କରି ବିକ୍ରି ଉଦ୍ଦେଶ୍ୟରେ ନେଇଥାନ୍ତି। ଗୋଟିଏ ପଲିଥିନ ୧୦ଟଙ୍କାରେ ବିକ୍ରି ହୋଇଥାଏ। ଏହି ଟଙ୍କାରେ ସେମାନେ ପାଠପଢ଼ା ନିମନ୍ତେ ଖାତା, କଲମ କିଣିବା ପାଇଁ ଖର୍ଚ୍ଚ କରୁଥିବା କହିଛନ୍ତି। ରାସ୍ତାକଡ଼ରେ ଉଦୁଉଦିଆ ଖରାରେ ବସି ଦିନତମାମ୍‌ କୋଳି ବିକ୍ରି କରିବା ପରେ ଯାହା ଟଙ୍କା ମିଳିଥାଏ ସେଥିରେ ଖାତା କିଣିଥାନ୍ତି। ଏଥିରୁ ଯାହା ବଳେ, ତାହାକୁ ମା’ବାପାଙ୍କୁ ଦେଇଥାନ୍ତି ବୋଲି ଷଷ୍ଠ ଶ୍ରେଣୀ ଛାତ୍ର ବୁଦ୍ଧିରାମ ସିଂ କହିଛନ୍ତି। ଏହାବ୍ୟତୀତ ସେମାନେ ବିଭିନ୍ନ ସମୟରେ ଋତୁ ଅନୁଯାୟୀ ମିଳୁଥିବା ବନଜାତ ଦ୍ରବ୍ୟ ସଂଗ୍ରହ କରି ମଧ୍ୟ ବିକ୍ରି କରୁଥିବା କହିଛନ୍ତି। ଏ ସମ୍ପର୍କରେ ଜିଲା ପ୍ରକଳ୍ପ ସଂଯୋଜକ ସୁରେନ୍ଦ୍ର ପ୍ରସାଦ ଶଙ୍ଖୁଆ କହିଛନ୍ତି ଯେ, ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଉଜ୍ୱଳ ଏବଂ ପଞ୍ଚମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଉତ୍‌ଥାନ ଯୋଜନାରେ ବହି ପ୍ରଦାନ କରାଯାଉଛି। ସେଥିପାଇଁ ଛାତ୍ରୀଛାତ୍ରମାନଙ୍କ ପାଇଁ ଖାତାର ଆବଶ୍ୟକତା ନାହଁି। ଛାତ୍ରୀଛାତ୍ରମାନେ ପେନସିଲ୍‌ରେ ବିଭିନ୍ନ ବିଷୟ ପୁସ୍ତକର ଉତ୍ତର ଲେଖିବେ ଏବଂ ଏହାକୁ ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକମାନେ ତଦାରଖ କରିବାର ନିର୍ଦ୍ଦେଶ ଦିଆଯାଇଛି ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଚିତ୍ରପୁର ଜଙ୍ଗଲରେ ବିରଳ ପ୍ରଜାତିର ଜୀବ: ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ଭୋଗରାଇ, ୮।୯ (ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସମୁଦ୍ରକୂଳକୁ ଲାଗିଥିବା ବିଚିତ୍ରପୁର ଜଙ୍ଗଲରୁ ୫ଟି ଅଜଣା ଜୀବ ଉଦ୍ଧାର ହୋଇଛି। ଏକାଥରେ ୫ଟି ବିରଳ…

ହଷ୍ଟେଲରେ ଝୁଲିପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ: ମା’ଙ୍କୁ ଫୋନ୍‌ କରି କହିଲେ…

ବାହାନଗା,୮।୯(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ଘରୋଇ ଇଞ୍ଜିନିୟରିଂ କଲେଜ ବିସିଇଟି (ବାଲେଶ୍ବର କଲେଜ ଅଫ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି )ର ମହିଳା ଛାତ୍ରବାସରେ ଜଣେ ଛାତ୍ରୀଙ୍କ…

ନାନା ସମସ୍ୟାରେ ଛନ୍ଦି ହୋଇଛି ବରି ହାଇସ୍କୁଲ, ମଧ୍ୟାହ୍ନଭୋଜନ ଅର୍ଥରେ କିଣାଯାଉଛି ଚକ୍‌ଖଡ଼ି

ସିମୁଳିଆ,୭ା୯(ସନ୍ତୋଷ ନାୟକ): ୨୦୨୪-୨୫ ଶିକ୍ଷାବର୍ଷରୁ ବାଲେଶ୍ୱର ଜିଲାରେ ପ୍ରଥମ ପିଏମ୍‌ଶ୍ରୀ ବିଦ୍ୟାଳୟର ମାନ୍ୟତା ପାଇଥିବା ସିମୁଳିଆ ବ୍ଲକର ବରି ହାଇସ୍କୁଲ ନାନା ସମସ୍ୟା ମଧ୍ୟରେ ଛନ୍ଦି ହୋଇରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri