ଖଣି ପ୍ରଭାବିତ ଅଞ୍ଚଳରେ ମେଗା ଜଳଯୋଗାଣ ପ୍ରକଳ୍ପ ବାଟବଣା: ତ୍ରୁଟି ସୁଧାରିବାକୁ ତାଗିଦ୍‌

ଯାଜପୁର ଅଫିସ,୨୨ା୮: ଯାଜପୁର ଜିଲା ସୁକିନ୍ଦା ବ୍ଲକର ଖଣି ପ୍ରଭାବିତ ଅଞ୍ଚଳରେ ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠିରେ ନିର୍ମାଣାଧିନ ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ଅତି ନିମ୍ନମାନର ହେଉଛି। ଏଥିରେ ବ୍ୟାପକ ଅନିୟମିତତା ହେବା ସହିତ ବିଭାଗୀୟ ତଦାରଖ ଠିକ୍‌ ଭାବେ ହୋଇ ପାରିନାହିଁ। ଦାୟିତ୍ୱରେ ଥିବା ଠିକାସଂସ୍ଥା ନାଗାର୍ଜୁନ କନ୍‌ଷ୍ଟ୍ରକ୍ସନ କମ୍ପାନୀ ଲିଃ(ଏନ୍‌ସିସି) କୌଣସି ନୀତିନିୟମକୁ ନ ମାନି କାର୍ଯ୍ୟ କରୁଛି। ଏପରି କି ମାଟି ଉପରେ ପାଇପ ବିଛାଇ ଯେନତେନ ପ୍ରକାରେ କାର୍ଯ୍ୟ ସମ୍ପାଦନ କରିବାକୁ ଉଦ୍ୟମ ହେଉଛି। ଅଥରିଟି ଇଞ୍ଜିନିୟର୍ସ(ଯନ୍ତ୍ରୀ ପ୍ରାଧିକରଣ) ପକ୍ଷରୁ ଖଣି ପ୍ରଭାବିତ ଅଞ୍ଚଳରେ ହେଉଥିବା ଗ୍ରାମ୍ୟ ପାଇପ ଜଳଯୋଗାଣ ପ୍ରକଳ୍ପ ଉପରେ ନୀରିକ୍ଷଣ ଓ ତଦନ୍ତରେ ଏହା ଜଣାପଡିଛି । ଏହି ମର୍ମରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ(ଆରଡବ୍ଲ୍ୟୁଏସ୍‌ଏସ୍‌) କଟକ ସର୍କଲ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଅଥରିଟି ଇଞ୍ଜିନିୟରର ତଦନ୍ତ ରିପୋର୍ଟ ସହ ପରାମର୍ଶ ଓ ପରିଶୋଧନ କରିବାକୁ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ(ଇଞ୍ଜିନିୟର ଇନ୍‌ ଚିଫ୍‌) ଗତ ୨ଦିନ ତଳେ ସୂଚନା ଦେଇଛନ୍ତି। ଉକ୍ତ ସୂଚନା ପତ୍ରରେ ଏନ୍‌ସିସି ଠିକାସଂସ୍ଥାକୁ ତ୍ରୁଟି ସୁଧାରିବା ସହ ଅଧିକ ଯନତ୍ଶୀଳ ହେବାକୁ ତାଗିଦ କରି ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ହୋଇଛି। ଏଥିରୁ ଡିଏମ୍‌ଏଫ୍‌ ପାଣ୍ଠିର କୋଟି କୋଟି ଟଙ୍କା କିଭଳି ଭାବରେ ବିଭାଗୀୟ ଅଧିକାରୀ ଓ ଠିକାଦାର ମିଳିମିଶି ଚଳୁ କରିବାକୁ ମସୁଧା ଚଳାଇଛନ୍ତି ତାହା ଜଳଜଳ ହୋଇ ବାରି ହୋଇପଡ଼ୁଛି।
ଯାଜପୁର ଜିଲା ସୁକିନ୍ଦା ବ୍ଲକ ମୁଖ୍ୟ ଖଣି ଗ୍ରାମଠାରୁ ୧୦ କି.ମି. ପରିଧି ମଧ୍ୟରେ ଥିବା ସମସ୍ତ ଗ୍ରାମକୁ ପାଇପ ଯୋଗେ ଜଳଯୋଗାଣ କରିବାକୁ ଡିଏମ୍‌ଏଫ୍‌ ପାଣ୍ଠିରୁ ୨୨୫କୋଟି ଟଙ୍କା ମଞ୍ଜୁର ହୋଇଛି। ବ୍ରାହ୍ମଣୀ ନଦୀର ଢେଙ୍କାନାଳ ଜିଲା ଭୁବନ ବ୍ଲକର ପ୍ରହରାଜପୁର(ମଣିପୁର) ନିକଟରେ ଏହି ପ୍ରକଳ୍ପ ନିର୍ମାଣାଧିନ ଅବସ୍ଥାରେ ରହିଛି। ସମ୍ପ୍ରତି ରହଁ।ସୋଲରୁ ମଙ୍ଗଳପୁର ଓ ବାମ୍ଫିଲୋରୁ କୁନିନ୍ଦା ପର୍ଯ୍ୟନ୍ତ ପାଇପ ବିଛା କାର୍ଯ୍ୟ ମଧ୍ୟ ଚାଲିଛି। ଏହି ପ୍ରକଳ୍ପ ଜରିଆରେ ସୁକିନ୍ଦା ବ୍ଲକର ଦୁଧୁଯୋରୀ, କୁହିକା, କାଙ୍କଡ଼ପାଳ, ରାହାଁସୋଲ, ଚିଙ୍ଗୁଡିପାଳ, କାଳିଆପାଣି ଓ ପିମ୍ପୁଡିଆ ପଞ୍ଚାୟତର ପ୍ରାୟ ୩୦ଟି ଗ୍ରାମକୁ ଜଳଯୋଗାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ହେଲେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକା ଯୋଗୁ ପ୍ରକଳ୍ପର ଅଗ୍ରଗତି ନୈରାଶ୍ୟଜନକ ହୋଇଥିବାବେଳେ ନିର୍ଦ୍ଧାରିତ ଅଟକଳ ଅନୁସାରେ କାର୍ଯ୍ୟ ହେଉ ନାହିଁ। ଯାହାକି ଅଥରିଟି ଇଞ୍ଜିନିୟର ପକ୍ଷରୁ ଗତ ଜୁଲାଇ ମାସରେ ସୁକିନ୍ଦା ପ୍ରକଳ୍ପର ନୀରିକ୍ଷଣ ରିପୋର୍ଟରୁ ଜଣାପଡ଼ିଛି। ଯାଜପୁର ଡିଭିଜନ ପକ୍ଷରୁ ହେଉଥିବା ସୁକିନ୍ଦା ପ୍ରକଳ୍ପରେ ଶ୍ରମିକମାନେ ବିନା ସୁରକ୍ଷା ବ୍ୟବସ୍ଥାରେ କାର୍ଯ୍ୟ କରୁଥିବା ନୀରିକ୍ଷଣ ବେଳେ ଜଣାପଡ଼ିଥିଲା। ଏପରି କି ଗୋଟିଏ ଖାତ(ଟେଞ୍ଚ୍‌)ରେ ଏକାଧିକ ପାଇପ ବିଛାଯାଇଛି। ଖାତର ଗଭୀରତା ଜଳଯୋଗାଣ ମାନୁଆଲକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରାଯାଇଛି। ମାଟି ଉପରେ ପାଇପ ବିଛାଯାଇ ଯେନତେନ ପ୍ରକାରେ କାର୍ଯ୍ୟ ସମ୍ପାଦନ ହେଉଛି। ତେଣୁ ଏହି ଅଭ୍ୟାସକୁ ବନ୍ଦ କରିବା ସହ ଆବଶ୍ୟକ ଗାଇଡଲାଇନ ଅନୁସାରେ ପାଇପ ବିଛାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପାଟନାଠାରେ ନିର୍ମାଣାଧିନ ଇଏସ୍‌ଆର ସ୍ତମ୍ଭରେ ବିଭିନ୍ନ ତ୍ରୁଟି ପରିଲ୍ଲକ୍ଷିତ ହୋଇଥିବାବେଳେ ସିଧା(ଭର୍ଟିକାଲ) ଭାବେ ନିର୍ମାଣ ହୋଇନାହିଁ । ଯାହାକି ଏକ ଗୁରୁତର କ୍ଷତି ା ତେଣୁ କଟକ ସର୍କଲ ଅଧିକ୍ଷଣ ଯନ୍ତ୍ରୀ ତୁରନ୍ତ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନରେ ଯାଇ ଆବଶ୍ୟକ ପଦକ୍ଷେପ ନେବାକୁ ଅଥରିଟି ଇଞ୍ଜିନିୟର୍ସ ପ୍ରସ୍ତାବ ଦେଇଛି। ସମସ୍ତ ନିର୍ମାଣ ସାମଗ୍ରୀ ପରୀକ୍ଷା କରି ବ୍ୟବହାର କରିବା କଥା, ଯାହାକି ହେଉ ନାହିଁ। ସେହିପରି ବ୍ୟବହାର ହେଉଥିବା ପଥର ସାମଗ୍ରୀ ଗାଇଡ ଲାଇନ ଅନୁସାରେ ସଂଗ୍ରହ କରାଯାଇ ନାହିଁ ବୋଲି ଅଥରିଟି ପକ୍ଷରୁ ନୀରିକ୍ଷଣ ବେଳେ ଜଣାପଡିଛି ା ତେଣୁ ତୁରନ୍ତ ଏହିସବୁ ତ୍ରୁଟି ସୁଧାରିବା ସହ ପ୍ରକଳ୍ପ ଉପରେ ଅଧିକ ଗୁରୁତ୍ୱ ଦେବାକୁ ଅଥରିଟି ଇଞ୍ଜିନିୟର୍ସ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ା ଏ ସଂକ୍ରାନ୍ତରେ ଯାଜପୁର ଆରଡବ୍ଲ୍ୟୁଏସ୍‌ଏସ୍‌ର ନିର୍ବାହୀ ଯନ୍ତ୍ରୀ ଅମିୟ କୁମାର ପରିଜାଙ୍କୁ ପଚାରିବାରେ ସେ କହିଛନ୍ତି ସମ୍ପୃକ୍ତ ପ୍ରକଳ୍ପର ଦେଖାରେଖା କରିବାକୁ ଆବଶ୍ୟକ ଯନ୍ତ୍ରୀ ନାହଁାନ୍ତି। ଜଣେ ଏସ୍‌ଡିଓଙ୍କ ପକ୍ଷେ ଉପଯୁକ୍ତ ଭାବେ ନୀରିକ୍ଷଣ କରିବା ସମ୍ଭବ ହେଉନାହିଁ। ତଥାପି ଅଟରିଟି ଇଞ୍ଜିନିୟର୍ସଙ୍କ ପରାମର୍ଶ ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲିି ସେ କହିଛନ୍ତି। ଖଣି ପ୍ରଭାବିତ ଲୋକଙ୍କୁ ସ୍ବଚ୍ଛ ଜଳ ଯୋଗାଇବାକୁ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିଲେ ହେଁ ବିଭାଗୀୟ ଯନ୍ତ୍ରୀମାନେ ତାକୁ ଗୁରୁତର ସହ ନେଉ ନାହାନ୍ତି । ତେଣୁ ସମ୍ପୃକ୍ତ ଠିକାସଂସ୍ଥାର ମାନମାନି ବଢିବଢି ଚାଲିଛି ବୋଲି ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri