Posted inରାଜ୍ୟ

ଖଣି ଅଞ୍ଚଳରେ ପାଇପ୍‌ଯୋଗେ ପାନୀୟ ଜଳ ଯୋଗାଣ: ରାସ୍ତା ପାର୍ଶ୍ୱ ଖୋଳା କାମକୁ ବିରୋଧ

କାଳିଆପାଣି,୧୯ା୬(ଡି.ଏନ୍‌.ଏ.)- କାଳିଆପାଣି ଖଣି ଅଞ୍ଚଳରେ ଜିଲା ଖଣିଜ ପାଣ୍ଠି ବିନିଯୋଗରେ ପାନୀୟ ଜଳ ଯୋଗାଣ ନିମନ୍ତେ ପାଇପ୍‌ ବିଛା କାମ ଚାଲିଛି। କାଙ୍କଡ଼ପାଳ ଗ୍ରାମଠାରୁ ପାନୀୟଜଳ ଯୋଗାଣ ପାଇଁ ପାଇପ୍‌ ବିଛା କାମ କରାଯାଉ ଥିବାବେଳେ ଠିକାଦାର ବିନାଅନୁମତିରେ ରାସ୍ତା ପାର୍ଶ୍ୱ ଖୋଳି ନଷ୍ଟ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆରମ୍ଭରୁ ଠିକାଦାର ବହୁ ମୂଲ୍ୟବାନ ଗଛ କାଟିବାକୁ ନେଇ ବିରୋଧର ଶିକାର ହୋଇଥିଲେ। ଏବେ ପୁଣି ଠିକାଦାର ବିନା ଅନୁମତିରେ ରାସ୍ତା ଖୋଳିବା ନେଇ ସ୍ଥାନୀୟ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ୨୦୧୫ରେ ଜିଲା ଖଣିଜ ପାଣ୍ଠି ଅର୍ଥରେ ସୁକିନ୍ଦା ବ୍ଲକ ଖଣି ଅଞ୍ଚଳର ବିଭନ୍ନ ଗ୍ରାମକୁ ପାନୀୟ ଜଳ ଯୋଗାଣ ନିମନ୍ତେ ଖଣିଜପାଣ୍ଠି ପ୍ରଥମ ବୈଠକରେ ପ୍ରକଳ୍ପ ପାଇଁ ପ୍ରସ୍ତାବ ପାରିତ ହୋଇଥିଲା। ବିଳମ୍ବରେ ହେଲେ ମଧ୍ୟ ପ୍ରକଳ୍ପକାମ ଦ୍ରୁତଗତିରେ କରାଯାଉଛି। ବ୍ରାହ୍ମଣୀ ନଦୀରୁ ଜଳ ଉଠାଯାଇ କାଙ୍କଡ଼ପାଳ ପଞ୍ଚାୟତର କଙ୍କଡ଼ପାଳଠାରେ ଭୂତଳ ଟାଙ୍କିରେ ଗଚ୍ଛିତ କରି ଖଣି ଅଞ୍ଚଳର ସମସ୍ତ ଗ୍ରାମକୁ ଜଳ ଯୋଗାଣ କରାଯିବା ପ୍ରସ୍ତାବରେ ଗୃହୀତ ହୋଇଥିଲା। ନଗଡା ଅପପୁଷ୍ଟି ଘଟଣାପରେ ଆଦିବାସୀ ବହୁଳ ନଗଡ଼ା ପର୍ଯ୍ୟନ୍ତ ରହିଥିବା ଗ୍ରାମଗୁଡିକୁ ସ୍ବଚ୍ଛ ପାନୀୟ ଜଳ ଯୋଗାଣ କରିବାକୁ ପାଇପ ବିଛା କାମ ଚାଲିଛି। ଆରମ୍ଭରୁ ପାଇପ ବିଛାକାମ ଜଙ୍ଗଲ ଭିତର ଦେଈ ଆସୁଥିବାରୁ ଠିକାଦାର ବହୁ ମୂଲ୍ୟବାନ ଗଛ କାଟି ନଷ୍ଟ କରିଥିଲେ। ଏ ନେଇ କୁସୁମଡ଼ିହା ଗ୍ରାମବାସୀ ବିରୋଧ କରିଥିଲେ। ପରେ ଆରଡ଼ି ବିଭାଗ ଏସ୍‌ଡିଓ ମୁଦୁଲି ଭେଙ୍କଟରମଣଙ୍କ ନିର୍ଦ୍ଦେଶକ୍ରମେ କନିଷ୍ଟଯନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରିବା ପରେ ଜଳପରିମଳ ବିଭାଗକୁ ଏପରି ନ କରିବାକୁ ଚିଠି କରିବା ସହ କାମ ବନ୍ଦ କରିବାକୁ ମଧ୍ୟ ତାଗିଦ୍‌ କରିଥିଲେ। ମାତ୍ର କିଛି ଦିନ ଆରଡବ୍ଲ୍ୟୁଏସ୍‌ଏସ୍‌ ବିଭାଗ କାମ ବନ୍ଦ କରିବା ପରେ ପୁଣି ଠିକାଦାର କାମ ଆରମ୍ଭ କରିଥିଲେ। ଏବେ କଲରଙ୍ଗୀ ଦେହୁରୀ ସାହିଠାରୁ ପାଇପ୍‌ ବିଛା କାର୍ଯ୍ୟ ପାଇଁ ମାଟି ଖୋଳା ଆରମ୍ଭ ହୋଇଛି। ହେଲେ ଠିକାଦାର ବିନା ଅନୁମତିରେ କଂକ୍ରିଟ ରାସ୍ତା ପାର୍ଶ୍ୱକୁ ଖୋଳି ମାଟିକୁ ରାସ୍ତାରେ ଗଦା କରୁଛନ୍ତି। ଫଳରେ ରାସ୍ତାରେ ଯାତାୟାତ କରିବାରେ ବିଭିନ୍ନ ସମସ୍ୟା ଦେଖାଯାଉଛି। ଏ ନେଇ ଜଳପରିମଳ ବିଭାଗ କନିଷ୍ଠଯନ୍ତ୍ରୀ ଆର୍‌ ଶତପଥୀଙ୍କୁ ପଚାରିବାରୁ, ଏହା ଏକ ସରକାରୀ କାମ ହୋଇଥିବାରୁ ସଡ଼କ ବିଭାଗ ପକ୍ଷରୁ ଅନୁମତି ଆବଶ୍ୟକ ନାହିଁ ା ତେବେ ଯେଉଁ ଅଞ୍ଚଳକୁ ଖୋଳାଯାଇଛି। ସେ ସ୍ଥାନକୁ ପୂର୍ବ ପରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷେ ଆରଡି ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ, ରାସ୍ତା ଖୋଳିବାକୁ ମନା କରାଯାଇଛି। ଏଥିସହ ଏ ସମ୍ପର୍କରେ ଜିଲାପାଳ ଏବଂ ଅର୍‌ଡବ୍ଲ୍ୟୁଏସ୍‌ଏସ୍‌ ବିଭାଗକୁ ଚିଠି କରାଯାଇଥିବା କହିଛନ୍ତି। ଠିକାଦାରଙ୍କ ବିରୋଧରେ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏ ଦିଗରେ ଜିଲାପାଳ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଧିବାସୀ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ବାତ୍ୟା: ସତର୍କ କରାଇଲେ ଗଞ୍ଜାମ ଜିଲାପାଳ

ଭୁବନେଶ୍ୱର,୨୫ା୯(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ କରାଇଛନ୍ତି ଗଞ୍ଜାମ ଓ ଗଜପତି ଜିଲା ପ୍ରଶାସନ। ବାତ୍ୟା ଗୋପାଳପୁର ଓ ବିଶାଖାପାଟଣା ମଝି ପୂର୍ବ କଳିଙ୍ଗପଟନମ୍‌ ଦେଇ...

ଚେନ୍ନାଇରେ ଫଶିିଛନ୍ତି ପୁରୀର ୧୮ ତୀର୍ଥଯାତ୍ରୀ

ପୁରୀ ଅଫିସ,୨୬ା୩: ତୀର୍ଥ କରିବାକୁ ଯାଇଥିବା ପୁରୀର ୧୮ଜଣ ଚେନ୍ନାଇରେ ଅଟକି ରହିଛନ୍ତି। ଏବେ ଟ୍ରେନ୍‌ ଏବଂ ବିମାନ ସେବା ବନ୍ଦ ହୋଇଯାଇଥିବାରୁ ସେମାନେ ଓଡ଼ିଶା...

ଲେଫ୍ଟ ଫ୍ରି’ ନିୟମ କଡ଼ାକଡ଼ି ନିର୍ଦ୍ଦେଶ

ଭୁବନେଶ୍ୱର,୮।୧(ବ୍ୟୁରୋ): କଟକ-ଭୁବନେଶ୍ୱର କମିଶନରେଟ ପୋଲିସରେ ନୂଆ ଟ୍ରାଫିକ ଡିସିପି ଭାବେ ଏସ୍‌. ସୁଶ୍ରୀ ଯୋଗଦେଇଛନ୍ତି। ଦାୟିତ୍ୱ ଗ୍ରହଣ ପରେ ସୁଶ୍ରୀ ସହରର ଟ୍ରାଫିକ୍‌ ସମସ୍ୟାର ସମାଧାନ...

ବିଦ୍ୟାଳୟ ସମ୍ମୁଖରେ ମୁକୁଳା କୂଅ

ତେଲକୋଇ, ୨୭।୨(ଡି.ଏନ.ଏ.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଅଧୀନରେ ପିଟାନାଳୀ ଠାରେ ଆଦର୍ଶ ବିଦ୍ୟାଳୟ ରହିଛି। ଏହି ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଠାରୁ ଦ୍ବାଦଶ ଶ୍ରେଣୀ...

ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ ବର୍ଷା

କଟକ ଅଫିସ,୭ା୯: ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାରେ ବୁଧବାର ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର...

ପୁଣି ଧରାପଡ଼ିଲା ନକଲି ଟେଲ୍‌ମା-୪୦

କଟକ ଅଫିସ,୨୩ା୯: ବାରଣ ସତ୍ତ୍ୱେ ନକଲି ମେଡିସିନ କାରବାର ଥମିବାର ନାଁ ଧରୁନି। ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ ପକ୍ଷରୁ ଗୁରୁବାର ପୁଣି କଟକର ୩ଟି ଏଜେନ୍ସିରେ...

ଧାମନଗରରେ ଲାଗିଲା ୧୪୪ ଧାରା, ୭ ତାରିଖ ଯାଏ ବଳବତ୍ତର

ଭଦ୍ରକ ଅଫିସ,୫।୪: ଭଦ୍ରକ ଜିଲା ଧାମନଗରରେ ୧୪୪ ଧାରା ଜାରି ହୋଇଛି। ମଙ୍ଗଳବାର ରାତି ୯ଟାରୁ ୭ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଏହା ବଳବତ୍ତର...

୪୦ ଡିଗ୍ରୀ ଉପରେ ୧୧ ସହର

ଭୁବନେଶ୍ୱର, ୧୧।୪(ବ୍ୟୁରୋ): ସାରା ରାଜ୍ୟରେ ପ୍ରବଳ ଖରା ତାତି ଜାରି ରହିଛି। ଉପକୂଳଠାରୁ ପଶ୍ଚିମ ଓଡ଼ିଶାରେ ସ୍ଥିତି ଅସହ୍ୟ ହୋଇଛି। ଗରମରେ ଲୋକେ ଆଉଟୁପାଉଟୁ ହେଉଛନ୍ତି।...

Advertisement
Archives

Model This Week