Posted inରାଜ୍ୟ

ଖଣି ଅଞ୍ଚଳରେ ପାଇପ୍‌ଯୋଗେ ପାନୀୟ ଜଳ ଯୋଗାଣ: ରାସ୍ତା ପାର୍ଶ୍ୱ ଖୋଳା କାମକୁ ବିରୋଧ

କାଳିଆପାଣି,୧୯ା୬(ଡି.ଏନ୍‌.ଏ.)- କାଳିଆପାଣି ଖଣି ଅଞ୍ଚଳରେ ଜିଲା ଖଣିଜ ପାଣ୍ଠି ବିନିଯୋଗରେ ପାନୀୟ ଜଳ ଯୋଗାଣ ନିମନ୍ତେ ପାଇପ୍‌ ବିଛା କାମ ଚାଲିଛି। କାଙ୍କଡ଼ପାଳ ଗ୍ରାମଠାରୁ ପାନୀୟଜଳ ଯୋଗାଣ ପାଇଁ ପାଇପ୍‌ ବିଛା କାମ କରାଯାଉ ଥିବାବେଳେ ଠିକାଦାର ବିନାଅନୁମତିରେ ରାସ୍ତା ପାର୍ଶ୍ୱ ଖୋଳି ନଷ୍ଟ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆରମ୍ଭରୁ ଠିକାଦାର ବହୁ ମୂଲ୍ୟବାନ ଗଛ କାଟିବାକୁ ନେଇ ବିରୋଧର ଶିକାର ହୋଇଥିଲେ। ଏବେ ପୁଣି ଠିକାଦାର ବିନା ଅନୁମତିରେ ରାସ୍ତା ଖୋଳିବା ନେଇ ସ୍ଥାନୀୟ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ୨୦୧୫ରେ ଜିଲା ଖଣିଜ ପାଣ୍ଠି ଅର୍ଥରେ ସୁକିନ୍ଦା ବ୍ଲକ ଖଣି ଅଞ୍ଚଳର ବିଭନ୍ନ ଗ୍ରାମକୁ ପାନୀୟ ଜଳ ଯୋଗାଣ ନିମନ୍ତେ ଖଣିଜପାଣ୍ଠି ପ୍ରଥମ ବୈଠକରେ ପ୍ରକଳ୍ପ ପାଇଁ ପ୍ରସ୍ତାବ ପାରିତ ହୋଇଥିଲା। ବିଳମ୍ବରେ ହେଲେ ମଧ୍ୟ ପ୍ରକଳ୍ପକାମ ଦ୍ରୁତଗତିରେ କରାଯାଉଛି। ବ୍ରାହ୍ମଣୀ ନଦୀରୁ ଜଳ ଉଠାଯାଇ କାଙ୍କଡ଼ପାଳ ପଞ୍ଚାୟତର କଙ୍କଡ଼ପାଳଠାରେ ଭୂତଳ ଟାଙ୍କିରେ ଗଚ୍ଛିତ କରି ଖଣି ଅଞ୍ଚଳର ସମସ୍ତ ଗ୍ରାମକୁ ଜଳ ଯୋଗାଣ କରାଯିବା ପ୍ରସ୍ତାବରେ ଗୃହୀତ ହୋଇଥିଲା। ନଗଡା ଅପପୁଷ୍ଟି ଘଟଣାପରେ ଆଦିବାସୀ ବହୁଳ ନଗଡ଼ା ପର୍ଯ୍ୟନ୍ତ ରହିଥିବା ଗ୍ରାମଗୁଡିକୁ ସ୍ବଚ୍ଛ ପାନୀୟ ଜଳ ଯୋଗାଣ କରିବାକୁ ପାଇପ ବିଛା କାମ ଚାଲିଛି। ଆରମ୍ଭରୁ ପାଇପ ବିଛାକାମ ଜଙ୍ଗଲ ଭିତର ଦେଈ ଆସୁଥିବାରୁ ଠିକାଦାର ବହୁ ମୂଲ୍ୟବାନ ଗଛ କାଟି ନଷ୍ଟ କରିଥିଲେ। ଏ ନେଇ କୁସୁମଡ଼ିହା ଗ୍ରାମବାସୀ ବିରୋଧ କରିଥିଲେ। ପରେ ଆରଡ଼ି ବିଭାଗ ଏସ୍‌ଡିଓ ମୁଦୁଲି ଭେଙ୍କଟରମଣଙ୍କ ନିର୍ଦ୍ଦେଶକ୍ରମେ କନିଷ୍ଟଯନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରିବା ପରେ ଜଳପରିମଳ ବିଭାଗକୁ ଏପରି ନ କରିବାକୁ ଚିଠି କରିବା ସହ କାମ ବନ୍ଦ କରିବାକୁ ମଧ୍ୟ ତାଗିଦ୍‌ କରିଥିଲେ। ମାତ୍ର କିଛି ଦିନ ଆରଡବ୍ଲ୍ୟୁଏସ୍‌ଏସ୍‌ ବିଭାଗ କାମ ବନ୍ଦ କରିବା ପରେ ପୁଣି ଠିକାଦାର କାମ ଆରମ୍ଭ କରିଥିଲେ। ଏବେ କଲରଙ୍ଗୀ ଦେହୁରୀ ସାହିଠାରୁ ପାଇପ୍‌ ବିଛା କାର୍ଯ୍ୟ ପାଇଁ ମାଟି ଖୋଳା ଆରମ୍ଭ ହୋଇଛି। ହେଲେ ଠିକାଦାର ବିନା ଅନୁମତିରେ କଂକ୍ରିଟ ରାସ୍ତା ପାର୍ଶ୍ୱକୁ ଖୋଳି ମାଟିକୁ ରାସ୍ତାରେ ଗଦା କରୁଛନ୍ତି। ଫଳରେ ରାସ୍ତାରେ ଯାତାୟାତ କରିବାରେ ବିଭିନ୍ନ ସମସ୍ୟା ଦେଖାଯାଉଛି। ଏ ନେଇ ଜଳପରିମଳ ବିଭାଗ କନିଷ୍ଠଯନ୍ତ୍ରୀ ଆର୍‌ ଶତପଥୀଙ୍କୁ ପଚାରିବାରୁ, ଏହା ଏକ ସରକାରୀ କାମ ହୋଇଥିବାରୁ ସଡ଼କ ବିଭାଗ ପକ୍ଷରୁ ଅନୁମତି ଆବଶ୍ୟକ ନାହିଁ ା ତେବେ ଯେଉଁ ଅଞ୍ଚଳକୁ ଖୋଳାଯାଇଛି। ସେ ସ୍ଥାନକୁ ପୂର୍ବ ପରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷେ ଆରଡି ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ, ରାସ୍ତା ଖୋଳିବାକୁ ମନା କରାଯାଇଛି। ଏଥିସହ ଏ ସମ୍ପର୍କରେ ଜିଲାପାଳ ଏବଂ ଅର୍‌ଡବ୍ଲ୍ୟୁଏସ୍‌ଏସ୍‌ ବିଭାଗକୁ ଚିଠି କରାଯାଇଥିବା କହିଛନ୍ତି। ଠିକାଦାରଙ୍କ ବିରୋଧରେ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏ ଦିଗରେ ଜିଲାପାଳ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଧିବାସୀ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳା ପୋଷାକ ପିନ୍ଧି ସଂସଦ ଆସିବେ ବିରୋଧୀ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ ଦିନ। ହଙ୍ଗାମାର ଆଶାକୁ ଦୃଷ୍ଟିରେ ରଖି ଲୋକସଭା ବାଚସ୍ପତି ଓମ ବିର୍ଲା ସମସ୍ତ ଦଳ ସହିତ ଆଲୋଚନା…

ଦାରିଙ୍ଗବାଡିରେ ସପ୍ତାହେ ଲାଗି ରହିଛି ବର୍ଷା: ହସୁଛି ଧାନ-ହଳଦୀ କ୍ଷେତ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ଅଞ୍ଚଳରେ ରଥଯାତ୍ରା ପୂର୍ବ ରାତିଠାରୁ ଲାଗିରହିଛି। ବର୍ଷା ମଝିରେ ମଝିରେ ବର୍ଷା କମିଲେ ମଧ୍ୟ ପାଗ…

ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର: ହସ୍ପିଟାଲରରେ ହେଲେ ଭର୍ତ୍ତିି, ଆରୋଗ୍ୟ କାମନା କଲେ…

ପାଟଣା, ୨୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

CJP ପ୍ରଦର୍ଶନ ମଧ୍ୟରେ ଭାଜପା କଲା ବଡ଼ ଘୋଷଣା: ରାହୁଲ ଗାନ୍ଧୀଙ୍କ ବିରୋଧରେ ସାରା ଦେଶରେ ହେବ…

ନୂଆଦିଲ୍ଲୀ,୨୨।୭: ଭାଜପା ଆଜି ସାରା ଦେଶରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟକୁ ଘେରାଉ କରିବାକୁ ଯାଉଛି। ଭାଜପାର କହିବାନୁଯାୟୀ ରାହୁଲ ଗାନ୍ଧୀ ଦୁର୍ଭାବନାପୂର୍ଣ୍ଣ ମନୋଭାବ ରଖି ପ୍ରଧାନମନ୍ତ୍ରୀ ଆବାସ…

CJP ଆନ୍ଦୋଳନ ଭିତରେ କେନ୍ଦ୍ର ସରକାରଙ୍କ ଠାରେ ବଡ଼ ଦାବି କଲେ ମୁଖ୍ୟମନ୍ତ୍ରୀ ବିଜୟ: NEET ପରୀକ୍ଷାକୁ…

ନୂଆଦିଲ୍ଲୀ,୨୨।୭: କକ୍ରୋଚ ଜନତା ପାର୍ଟି (CJP)ର ପ୍ରଦର୍ଶନ ଏବଂ ବିବାଦ ଭିତରେ ତମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ଥଲାପତି କେନ୍ଦ୍ର ସରକାରଙ୍କ ନିକଟରେ ଏକ ବଡ଼ ଦାବି ରଖିଛନ୍ତି।…

ଶପିଂ ମଲରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡ଼ି ଛାରଖାର

ଝାରସୁଗୁଡା, ୨୨।୭(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ସରବାହାଲ ରୋଡ଼ସ୍ଥିତ ଭି ଆର୍ଟ ଶପିଂ ମଲ ଏବଂ ଶଙ୍କର ଅଳଙ୍କାର ଦୋକାନରେ ବୁଧୁବାର ଭୋରରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି I…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ପ୍ରଦର୍ଶନ, ଭାରତ ସରକାରଙ୍କୁ କଲେ ବଡ଼ ଅପିଲ୍‌

ନୂଆଦିଲ୍ଲୀ,୨୨।୭: ଆମେରିକାସ୍ଥିତ ଏକ ଅଧିକାର ଗ୍ରୁପର କର୍ମକର୍ତ୍ତାମାନେ ଆମରଣ ଅନଶନ କରୁଥିବା ସୋନମ ୱାଙ୍ଗଚୁକଙ୍କ ପ୍ରତି ଏକଜୁଟତା ଜାହିର କରିବା ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri