Posted inଖେଳ

କ୍ୱାଲିଫାଏଡ୍‌ ଆଥଲେଟ ସ୍ଥାନ ବଜାୟ ରଖିବେ

ଲାଉସାନେ, ୯।୪(ଏପି)- ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବା ଆଥଲେଟ ସେମାନଙ୍କ ସ୍ଥାନ ବଜାୟ ରଖିବେ। କୋଭିଡ୍‌-୧୯ ସଂକ୍ରମଣ କାରଣରୁ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଛି। ତେବେ ୨୦୨୧ରେ ଯେତେବେଳେ ଅଲିମ୍ପିକ୍ସ ନୂଆ ତାରିଖରେ ଆୟୋଜନ ହେବ ସେତେବେଳେ ଏହି ଆଥଲେଟମାନେ ସେମାନଙ୍କ ସ୍ଥାନ ବଜାୟ ରଖିବା ସହ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇପାରିବେ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ତରଫରୁ କୁହାଯାଇଛି। ନୂଆ କାର୍ଯ୍ୟସୂଚୀ ଅନୁଯାୟୀ ଅଲିମ୍ପିକ୍ସ ଆସନ୍ତାବର୍ଷ ଜୁଲାଇ ୨୩ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୮ ତାରିଖରେ ଶେଷ ହେବ। ଏପର୍ଯ୍ୟନ୍ତ ୬, ୫୦୦ ଆଥଲେଟ୍‌ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିସାରିଛନ୍ତି।
ଅଲିମ୍ପିକ୍ସ ଯୋଗ୍ୟତା ହାସଲ ପାଇଁ ଆଇଓସି ପୁନଃ ଲିଖିତ ରୋଡମ୍ୟାପ୍‌ ଜାରି କରିଛି। ୨୦୨୧ ଜୁନ୍‌ ୨୯କୁ ଯୋଗ୍ୟତା ହାସଲ କରିବାର ନୂଆ ଡେଡ୍‌ଲାଇନ୍‌ ଘୋଷଣା କରାଯାଇଛି। ଇଣ୍ଡିଭିଜୁଆଲ ଅନ୍ତର୍ଜାତୀୟ ସ୍ପୋଟର୍‌ସ ଫେଡେରେଶନଗୁଡିକ ଯୋଗ୍ୟତା ହାସଲ ନେଇ ପୂର୍ବପରି ସେମାନଙ୍କ କାର୍ଯ୍ୟ ଜାରି ରଖିବେ ବୋଲି କୁହାଯାଇଛି। ବିଭିନ୍ନ ଇଭେଣ୍ଟରେ ଅଂଶଗ୍ରହଣ କରି ଯୋଗ୍ୟତା ହାସଲ କରିବାକୁ ବିଭିନ୍ନ ସ୍ପୋଟର୍‌ସ ଫେଡେରେଶନ ଏକାଧିକ ଆଥଲେଟଙ୍କୁ ସୁଯୋଗ ଦେଇଛି। ୨୦୨୦ ଡେଡ୍‌ଲାଇନ୍‌ ଅନୁସାରେ ଯୋଗ୍ୟତା ହାସଲ କରିବାର ନିକତର ହୋଇଥିବା ଆଥଲେଟଙ୍କୁ ସୁଯୋଗ ଦେବାକୁ ଫେଡେରେଶନମାନଙ୍କୁ ଆଇଓସି ନିର୍ଦ୍ଦେଶ ଦେଇଛି। ତେବେ ଏଥିପାଇଁ ଆଥଲେଟଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ମଧ୍ୟ ଗୁରୁତ୍ୱ ଦେବା ଏହି ପ୍ରକ୍ରିୟାରେ ସନ୍ତୁଳନ ରକ୍ଷା କରିବାକୁ ଆଇଓସି କହିଛି। ଅଲିମ୍ପିକ୍ସରେ ଶ୍ରେଷ୍ଠ ଆଥଲେଟମାନଙ୍କୁ ସୁଯୋଗ ଦେବା ଉପରେ ଆଇଓସି ଗୁରୁତ୍ୱ ଦେଇଛି।
ତେବେ ଯେଉଁମାନେ ଯୋଗ୍ୟତା ହାସଲ କରିସାରିଛନ୍ତି ସେମାନେ ସ୍ଥାନ ବଜାୟ ରଖିବେ ବୋଲି ଆଇଓସି ଗତ ସପ୍ତାହରେ ସ୍ପଷ୍ଟ କରିଥିଲା। ଏ ସଂକ୍ରାନ୍ତରେ କେତୋଟି ନିୟମରେ ପରିବର୍ତ୍ତନ ହୋଇଥିଲା। ଉଦାହରଣ ସ୍ବରୂପ ବକ୍ସିଂରେ ସର୍ବୋଚ୍ଚ ବୟସସୀମା ୪୦ ଥିବା ବେଳେ ଏହାକୁ କୋହଳ କରାଯିବ ବୋଲି ସ୍ପଷ୍ଟ କରାଯାଇଥିଲା। ୨୦୨୦ରେ ବୟସ କମ୍‌ କାରଣରୁ ସୁଯୋଗ ପାଇ ନ ଥିବା ଜିମ୍ନାଷ୍ଟମାନେ ୨୦୨୧ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାକୁ ପ୍ରୟାସ କରିପାରିବେ।
ବାକିଥିବା ଅଲିମ୍ପିକ୍‌ କ୍ୱାଲିଫାଇଂ ଇଭେଣ୍ଟ ପାଇଁ ଆଥଲେଟଙ୍କ ସ୍ବାସ୍ଥ୍ୟକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଆଇଓସି ସ୍ପଷ୍ଟ କରିଛି। କୋଭିଡ-୧୯ ସଂକ୍ରମଣ ରୋକା ନ ଯିବ ପର୍ଯ୍ୟନ୍ତ କୌଣସି କାର୍ଯ୍ୟସୂଚୀ ନିର୍ଦ୍ଧାରଣ ନ କରିବାକୁ କୁହାଯାଇଛି। ନଭେମ୍ବର ୩୦ ପର୍ଯ୍ୟନ୍ତ ସବୁ ପ୍ରକାର କ୍ୱାଲିଫାଇଂ ଇଭେଣ୍ଟକୁ ବାତିଲ କରିବା ନେଇ ଓ୍ବାଲର୍‌ଡ ଆଥଲେଟିକ୍ସ ଘୋଷଣା ମଧ୍ୟ କରିଛି। କ୍ୱାଲିଫାଇଂ ପାଇଁ ଡିସେମ୍ବର ୧ରୁ ୨୦୨୧ ଜୁନ୍‌ ୨୯ ତାରିଖ ପର୍ଯ୍ୟନ୍ତ ଓ୍ବଣ୍ଡୋ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

GT ବସରେ କେମିତି ଲାଗିଲା ନିଆଁ, ସାମ୍ନାକୁ ଆସିଲା ଭିଡ଼ିଓ, ଘଣ୍ଟାଏ ରାସ୍ତା କଡ଼ରେ ବସି ରହିଲେ ଖେଳାଳି

ନୂଆଦିଲ୍ଲୀ,୧।୬: IPL 2026 ଫାଇନାଲ ପରେ ଦଳ ହୋଟେଲକୁ ଫେରୁଥିବା ବେଳେ ଗୁଜୁରାଟ ଟାଇଟାନ୍ସ ଦଳର ବସରେ ନିଆଁ ଲାଗିଯାଇଥିଲା; ଘଟଣାର ଏକ ଭିଡ଼ିଓ ଏବେ ସାମ୍ନାକୁ…

ମଟନ, ଚିକେନ ସହ ହଳଦିଆ ମିଠା…, ଏହା ହେଉଛି ବୈଭବଙ୍କ ଶକ୍ତି ପଛର ରହସ୍ୟ, ୧୫ ବର୍ଷ ବୟସରେ ନେଉଛନ୍ତି…

ନୂଆଦିଲ୍ଲୀ,୧।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ବିସ୍ଫୋରକ ବ୍ୟାଟିଂରେ ଏକ ଆକର୍ଷଣ ସୃଷ୍ଟି କରିଛନ୍ତି। ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ସୁନୀଲ ଗାଭାସ୍କର ପର୍ଯ୍ୟନ୍ତ, ସମସ୍ତେ…

RCBକୁ ମିଳିଲା ୨୦ କୋଟି, ହେଲେ ବୈଭବଙ୍କୁ ମିଳିଲା କେତେ? ଜାଣନ୍ତୁ…

ନୂଆଦିଲ୍ଲୀ,୧।୬: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଫାଇନାଲରେ ଗୁଜରାଟ ଟାଇଟାନ୍ସକୁ ୫ ୱିକେଟରେ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ IPL 2026 ଟ୍ରଫି ଜିତିଛି। ଚମତ୍କାର…

ବିଜୟର ଛକା ସହ ପ୍ରେମର ନିବେଦନ… RCBର ଟାଇଟଲ ବିଜୟ ପରେ ବିରୁୁଷ୍କାଙ୍କ ରୋମାଣ୍ଟିକ ମୁଡର ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧।୬: ଆଇପିଏଲ ଇତିହାସରେ RCBର ନାମ ସ୍ବର୍ଣ୍ଣାକ୍ଷରରେ ଲେଖାଯାଇଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଫାଇନାଲ ମ୍ୟାଚ ଚାଲିଥିବା ସମୟରେ ଷ୍ଟାଡିୟମରେ ଥିବା…

IPL 2026 ଫାଇନାଲ ପରେ ବଡ଼ ଘଟଣା: ଖେଳାଳିମାନଙ୍କୁ ନେଇ ଯାଉଥିବା ଗୁଜରାଟ ଟାଇଟାନ୍ସ ଟିମ ବସରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୧।୬: IPL 2026 ଫାଇନାଲ ପରେ, ଗୁଜୁରାଟ ଟାଇଟାନ୍ସର ଦଳର ବସରେ ନିଆଁ ଲାଗିଗଲା। ଦଳ ନରେନ୍ଦ୍ର ମୋଦି ଷ୍ଟାଡିୟମରୁ ହୋଟେଲକୁ ଯାଉଥିବା ସମୟରେ ଏହି ଘଟଣା…

Watch:‘କେତେ କ୍ଷୀର ପିଉଛ’, ରବି ଶାସ୍ତ୍ରୀଙ୍କ ଏମିତି ପ୍ରଶ୍ନରେ ମଜାଦାର ଉତ୍ତର ଦେଲେ ବୈଭବ ସୂର୍ଯ୍ୟବଂଶୀ, ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧।୬: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ 2026 ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଆରସିବି ଗୁଜରାଟ ଟାଇଟନ୍ସକୁ ୫ ୱିକେଟରେ ପରାସ୍ତ କରିଛି। ୧୫ ବର୍ଷୀୟ ବୈଭବ…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri