Posted inଖେଳ

କ୍ୱାର୍ଟରରେ ଶରନ: ପ୍ରଜନେଶଙ୍କ ଅଭିଯାନ ଶେଷ

ଲସ୍‌ କାବୋସ (ମେକ୍ସିକୋ), ୧।୮ (ପି.ଟି.)- ଏଠାରେ ଚାଲିଥିବା ଏଟିପି ଲସ୍‌ କାବୋସ ଟେନିସ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ ୨ୟ ରାଉଣ୍ଡର ଏକ ମୁକାବିଲାରେ ଭାରତର ପ୍ରଜନେଶ ଗୁଣେଶ୍ୱରନଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ବିଶ୍ୱ ମାନ୍ୟତାର ୯୦ତମ ସ୍ଥାନରେ ରହିଥିବା ପ୍ରଜନେଶ ୬-୪, ୩-୬, ୨-୬ ସେଟ୍‌ରେ ଆମେରିକାର ଟେଲର୍‌ ଫ୍ରିତ୍‌ଜଙ୍କ ନିକଟରୁ ପରାସ୍ତ ହୋଇଛନ୍ତି। ପ୍ରଜନେଶ ପ୍ରଥମ ସେଟ୍‌କୁ ଜିତି ନେଇଥିଲେ ମଧ୍ୟ ପରବର୍ତ୍ତୀ ୨ ସେଟ୍‌ରେ ବିଶ୍ୱ ମାନ୍ୟତାର ୨୮ତମ ସ୍ଥାନରେ ରହିଥିବା ଟେଲରଙ୍କ ନିକଟରୁ ପରାସ୍ତ ହୋଇ ସୁଯୋଗ ହାତଛଡ଼ା କରିଥିଲେ। ଏହି ପ୍ରତିଯୋଗିତାରୁ ପ୍ରଜନେଶଙ୍କୁ ୨୦ ପଏଣ୍ଟ ଓ ୧୨,୮୨୫ ଆମେରିକୀୟ ଡଲାର ମିଳିଛି। ଏଥିସହ ର଼୍ୟାଙ୍କିଙ୍ଗ୍‌ରେ ମଧ୍ୟ ସେ ୨ଟି ସ୍ଥାନ ଉପରକୁ ଉଠିଛନ୍ତି। ଅପରପକ୍ଷରେ ପୁରୁଷ ଡବଲ୍ସରେ ଅଂଶଗ୍ରହଣ କରିଥିବା ଅନ୍ୟତମ ଭାରତୀୟ ଟେନିସ ଖେଳାଳି ଡିଭିଜ ଶରନ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଇସ୍ରାଏଲ୍‌ର ଜୋନାଥନ ଏରିକ୍‌ଙ୍କୁ ସାଥୀ କରି ଖେଳୁଥିବା ଶରନ ୭-୫, ୬-୧ ସେଟ୍‌ରେ ୪ର୍ଥ ସିଡ୍‌ ବେନ୍‌ ମ୍ୟାକ୍‌ଲାଚଲାନ ଓ ଜନ୍‌-ପ୍ୟାଟ୍ରିକ ସ୍ମିଥ୍‌ ଯୋଡ଼ିଙ୍କୁ ହରାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଶେସ ପଞ୍ଚମ ଟେଷ୍ଟ: ଇଂଲଣ୍ଡ ଅଗ୍ରଣୀ

ଲଣ୍ଡନ, ୧୪।୯- ସ୍ଥାନୀୟ କେନିଂଟନ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଆଶେସ ଟେଷ୍ଟରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ପଛୁଆ...

ଜାତୀୟ କ୍ରୀଡ଼ା ପ୍ରତିଷ୍ଠାନ କର୍ମଚାରୀଙ୍କୁ କରୋନା

ନୂଆଦିଲ୍ଲୀ, ୧୯ା୮ (ପି.ଟି.)- ପଟିଆଲାସ୍ଥିତ ଜାତୀୟ କ୍ରୀଡ଼ା ପ୍ରତିଷ୍ଠାନ (ଏନ୍‌ଆଇଏସ୍‌)ର କ୍ୟାଟରିଂ ମ୍ୟାନେଜର କରୋନା ସଂକ୍ରମିତ ହୋଇଛନ୍ତି। ଛୁଟିରୁ ଫେରିବା ପରେ ଲକ୍ଷ୍ନୌଠାରେ ସେ ନିୟମାନୁସାରେ...

ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ

ଚେନ୍ନାଇ, ୨୦।୪: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା। ଏଠାକାର ପିଚ୍‌ରେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ...

ପ୍ରଥମେ ବ୍ୟାଟିଂ କରିବ ଭାରତ

ବର୍ମିଂହାମ,୯।୭: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ରେ ଟସ୍‌ ହାରିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ଇଂଲଣ୍ଡ ଅଧିନାୟକ ଜୋସ୍‌ ବଟଲର୍‌ ଟସ ଜିତି ପ୍ରଥମେ ବୋଲିଂ...

ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଲେ ଜୋ ରୁଟ୍‌

ଲଣ୍ଡନ,୧୨।୧୨: ଇଂଲଣ୍ଡର ତାରକା ଖେଳାଳି ଜୋ ରୁଟ ତାଙ୍କ ଟେଷ୍ଟ କ୍ରିକେଟରେ ବ୍ୟାଟିଂ ପାଇଁ ଜଣାଶୁଣା, କିନ୍ତୁ ପାକିସ୍ତାନ ବିପକ୍ଷ ମ୍ୟାଚରେ ସେ ତିନି ଉଇକେଟ...

ଏଫ୍‌ଆଇଏଚ୍‌ ହକି ର଼୍ୟାଙ୍କିଙ୍ଗ: ପୁରୁଷ ୫ମ, ମହିଳା ୯ମ

ଲାଉସାନେ (ସୁଇଜରଲାଣ୍ଡ), ୮ା୯ (ପି.ଟି.)- ଓସେନିଆ କପ୍‌ ଶେଷ ହେବା ପରେ ରବିବାର ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ପକ୍ଷରୁ ବିଶ୍ୱ ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ...

ଆଇପିଏଲ୍‌କୁ ନେଇ ଧୋନୀଙ୍କ ବଡ ଘୋଷଣା

ଆଇପିଏଲ୍‌ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି। ଧୋନୀଙ୍କ ଅଧିନାୟକତ୍ୱରେ ଏହି ଦଳ ପ୍ରଥମ ଥର ପାଇଁ ପ୍ଲେ ଅଫ ପାଇଁ...

୪୧ ବର୍ଷ ପରେ ହକିରେ ଅଲିମ୍ପିକ୍ସ ମେଡାଲ

ଟୋକିଓ,୫।୮: ଦୀର୍ଘ ୪୧ ବର୍ଷ ପରେ ଭାରତ ଅଲିମ୍ପିକ୍ସରେ ହକିରେ ପୁଣି ପଦକ ଜିତିଛି। ପୁରୁଷ ହକିରେ ଭାରତକୁ ଐତିହାସିକ ବିଜୟ ହୋଇଛି। ଜର୍ମାନୀକୁ ହରାଇ...

Advertisement
Archives

Model This Week