କ୍ୱାରାଣ୍ଟାଇନ୍‌ ସେଣ୍ଟର ଅନୁଧ୍ୟାନ କଲେ ଜିଲାପାଳ

ଆର.ଉଦୟଗିରି,୨ା୫(ଡି.ଏନ.ଏ.): ଗଜପତି ଜିଲାପାଳ ଅନୁପମ ଶାହା ନୂଆଗଡ ବ୍ଲକର କରୋନା ପାଇଁ ଖୋଲାଯାଇଥିବା ବିଭିନ୍ନ କ୍ୱାରାଣ୍ଟାଇନ୍‌ ସେଣ୍ଟର ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜିଲାପାଳ ଖଜୁରିପଦା ପଞ୍ଚାୟତର ଦୋଘରିଆ ଆଦିବାସୀ ହାଇସ୍କୁଲ କ୍ବାରେଣ୍ଟାଇନ୍‌ ସେଣ୍ଟର ସମେତ ବଡପଦା ଓ କେ.ଝାଲରସିଂ ଆଦି ପଞ୍ଚାୟତରେ ଖୋଲିଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ସେଗୁଡିକରେ ଥିବା ଲୋକଙ୍କୁ ଭଲ ରନ୍ଧାଖାଦ୍ୟ ଦେବା ପାଇଁ ପରାମର୍ଶ ଦେଇଥିଲେ। ନୂଆଗଡ଼ ବ୍ଲକର ୨,୩୭୪ ଶ୍ରମିକ ବାହାର ରାଜ୍ୟରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ଏକ ହଜାରରୁ ଉର୍ଦ୍ଧ୍ୱ ଘରକୁ ଫେରିବା ପାଇଁ ପଞ୍ଜୀକରଣ କରାଯାଇଛି ବୋଲି ନୋଡାଲ ଅଫିସର ପ୍ରଭାକର ସାହୁ କହିଛନ୍ତି। ଜିଲାପାଳଙ୍କ ପରିଦର୍ଶନ ବେଳେ ନୂଆଗଡ ତହସିଲଦାର ପ୍ରଫୁଲ କୁମାର କୁଜୁରୁ, ବିଡିଓ ଲାବଣ୍ୟନେନ୍ଦୁ ମାହାନ୍ତି, ସହକାରୀ ଯନ୍ତ୍ରୀ ପି.କେ. ପଟ୍ଟନାୟକ ଓ ପଞ୍ଚାୟତର ପିଇଓମାନେ ଉପସ୍ଥିତ ଥିଲେ। ନୂଆଗଡ଼ରୁ ଜିଲାପାଳ ଆର.ଉଦୟଗିରି ବ୍ଲକକୁ ଆସି କରୋନା ମୁକାବିଲା ଲାଗି ନିଆଯାଇଥିବା ପଦକ୍ଷେପ ଉପରେ ସମୀକ୍ଷା କରିଥିବା ବିଡିଓ ପ୍ରଦୀପ କୁମାର ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୫ରୁ ଶୁଲିଆ ମହୋତ୍ସବ, ୨୭ରେ ଯାତ୍ରା

ଦେଓଗଁା(ଡି.ଏନ.ଏ.)/ବଲାଙ୍ଗୀର ଅଫିସ,୧୯ା୧୨:ଡିସେମ୍ବର ୨୫ରୁ ଶୁଲିଆ ମହୋତ୍ସବ ଆରମ୍ଭ ହେବ। ୨୭ ତାରିଖ ପାରମ୍ପରିକ ଶୁଲିଆ ଯାତ୍ରା ଅନୁଷ୍ଠିତ ହେବ। ରବିବାର ଶୁଲିଆ ମହେତ୍ସବ କମିଟି ପକ୍ଷରୁ...

ରାଶନ କାର୍ଡ଼ରେ ନଅଶହ ଟଙ୍କା ଦେବା ଘଟଣା: ଜିଆର୍‌ଏସ୍‌ଙ୍କୁ ବହିଷ୍କାର କଲେ ଜିଲାପାଳ

ପାତ୍ରପୁର, ୨୩ା୪(ଡି.ଏନ୍‌.ଏ.)- ସରକାର ଲକ୍‌ଡାଉନରେ ଲାଗି ରାଶନକାର୍ଡଧାରୀଙ୍କୁ ହଜାରେ ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ହେଲେ ପାତ୍ରପୁର ବ୍ଲକ ବରଙ୍ଗ ପଞ୍ଚାୟତରେ ହଜାରେ ଟଙ୍କା ବଦଳରେ...

ବ୍ରହ୍ମପୁର ବିମାନବନ୍ଦର ଦାବି ନେଇ ରାଜନୀତି

ବ୍ରହ୍ମପୁର ଅଫିସ,୨୬।୧୧: ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁର ନିକଟସ୍ଥ ଗୋପାଳପୁର ବେଳାଭୂମି ଆକର୍ଷଣୀୟ ହୋଇଥିବାରୁ ରାଜ୍ୟ ଓ ଦେଶର ପର୍ଯ୍ୟଟନ ମାନଚିତ୍ରରେ ସ୍ଥାପିତ ହୋଇଛି।...

ଜୁଆ ଆଡ୍ଡାରେ ଚଢ଼ାଉ: ୩ ଗିରଫ

ଧାମନଗର,୧୮।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗରସ୍ଥିତ ଖାନକା ସରିଫ ନିକଟରେ ଚାଲିଥିବା ଜୁଆ ଆଡ୍ଡାରେ ଧାମନଗର ପୋଲିସ ସୋମବାର ରାତିରେ ଚଢ଼ାଉ କରି ୩ ଜୁଆଡ଼ୀଙ୍କୁ ଗିରଫ...

କରୋନାକୁ ହରାଇଲେ ୧୩ ମାସର ଶିଶୁ

କୋରୁକୋଣ୍ଡା,୬ା୮(ଡି.ଏନ.ଏ)-ମାଲକାନଗିରି ଜିଲାରେ କରୋନା ତାର କାୟା ବିସ୍ତାର କରି ଚାଲିଛି। ତେବେ ପ୍ରଥମ କରି ଏକ ୧୩ ମାସର ଛୁଆ କରୋନାରୁ ସୁସ୍ଥ ହୋଇଥିବା ଖବର...

ଗୋଖାଦ୍ୟ ଚାଉଳ ହିତାଧିକାରୀଙ୍କୁ ବଣ୍ଟନ

ଚଣ୍ଡିଖୋଲ,୪/୧୦(ଡି.ଏନ୍‌.ଏ.): ଗରିବ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇ ପ୍ରତି ମାସରେ ହିତାଧିକାରୀଙ୍କୁ ୫କେଜି ଚାଉଳ ଅଥବା ଗହମ ଦିଆଯାଉଛି। ଗହମ ଗଚ୍ଛିତ ନ...

ପାର୍କ ଭ୍ରମ ସୃଷ୍ଟି କରୁଛି ବ୍ଲକ କାର୍ଯ୍ୟାଳୟ ପରିସର

କେନ୍ଦୁଝର,୩୦ା୧୨(ଦୀପକ ମିଶ୍ର) କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ୍‌ ପରିସରର ସୌନ୍ଦର୍ଯ୍ୟ ବଢ଼ାଉଛି ବିଭିନ୍ନ କିସମର ଗେଣ୍ଡୁ, ସେବତୀ, ଜିନିଆ ଆଦି ସୌନ୍ଦର୍ଯ୍ୟପୂର୍ଣ୍ଣ ଗଛ। ବ୍ଲକ୍‌ ପରିସରକୁ...

ଘନ କୁହୁଡ଼ି ବଳୟରେ ପାଟଣା: ଜନଜୀବନ ଅସ୍ତବ୍ୟସ୍ତ

ପାଟଣା,୧୩ା୧(ସ୍ବ.ପ୍ର.): ଘନ କୁହୁଡ଼ି ବଳୟରେ ଶୁକ୍ରବାର ସକାଳୁ କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳର ରାସ୍ତା ଘାଟ ଆଚ୍ଛାଦିତ ହୋଇଥିବାରୁ ସକାଳ ୯ଟା...

Advertisement
Archives

Model This Week