କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବା ପ୍ରବାସୀଙ୍କ ଆତ୍ମହତ୍ୟା, ୬ ଦିନ ତଳେ ବିଜୟଓ୍ବାଡାରୁ ଫେରିଥିଲେ

ବେତନଟୀ,୧୫।୫(ଡି.ଏନ୍‌. ଏ.): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ ଅଁଳା ପଞ୍ଚାୟତର ଡମ୍ବରୁଡହର ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଏକ ମହୁଲଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଶୁକ୍ରବାର ସକାଳେ ଦେଖିବାକୁ ମିଳିଛିଛି l ମୃତକ ହେଲେ ରାଇକମା ଗ୍ରାମର ସୁରେନ୍ଦ୍ର ବେହେରା(୪୦)। ସେ ନିଜ ପିନ୍ଧା ଲୁଙ୍ଗି ସାହାଯ୍ୟରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ଗ୍ରାମବାସୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ସୁରେନ୍ଦ୍ର ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ସେଠାରୁ ଫେରି ପ୍ରାୟ ୬ଦିନ ହେବ ଡମ୍ବରୁଡହର ପ୍ରାଥମିକ ବିଦ୍ୟାଳୟ (ସଙ୍ଗରୋଧ କେନ୍ଦ୍ର)ରେ ରହି ଆସୁଥିଲେ। ତେବେ ଶୁକ୍ରବାର ତାଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ଖବର ପାଇ ବେତନଟୀ ପୋଲିସ ଉପଖଣ୍ଡ ଅଧିକାରୀ ଲଳିତ ପଟ୍ଟନାୟକ, ବେତନଟୀ ବିଡ଼ିଓ ସ୍ମୃତିରଞ୍ଜନ ମଲ୍ଲିକ, ବେତନଟୀ ତହସିଲଦାର ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତଦନ୍ତ ପରେ ଅଧିକ ତଥ୍ୟ ଜଣାପଡିବ ବୋଲି ସେମାନେ କହିଛନ୍ତି। ତେବେ ଘଟଣା ନେଇ ଜଣାପଡ଼ିବା ପରେ ଅଞ୍ଚଳବାସୀ କାରାଣ୍ଟାଇନ ସେଣ୍ଟରରେ ରାତିରେ ଡ୍ୟୁଟି କରିଥିବା କର୍ମଚାରୀ ଓ ଉଚ୍ଚ ଅଧିକାରୀଙ୍କୁ ଘଟଣା ପାଇଁ ଦାୟୀ କରିଛନ୍ତି l ଆତ୍ମହତ୍ୟା କରିବା ସମୟରେ କିଭଳି ସେମାନେ ଜାଣିପାରିଲେ ନାହିଁ ନାହିଁ ତାହା ଚକିତ କରିଥିବା ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଗତସିଂହପୁରରେ ଆଉ ୧୩ କରୋନା ପଜିଟିଭ୍‌ ଚିହ୍ନଟ: ୧୪୩ରେ ପହଞ୍ଚିଲା ମୋଟ ସଂକ୍ରମିତ ସଂଖ୍ୟା

ଜଗତ୍‌ସିଂହପୁର ଅଫିସ, ୧୩ା୬: ଜଗତ୍‌ସିଂହପୁର ଜିଲାରେ ଶନିବାର ପୁଣି ୧୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବାଲିକୁଦା ବ୍ଲକ ଅଞ୍ଚଳର...

ଭତ୍ତା, ମାସକୁ ୫ କେଜି ଚାଉଳ ସମ୍ବାରୀଙ୍କ ଭରସା

ଦଶମନ୍ତପୁର,୩ା୩ ( ଡ଼ି.ଏନ୍‌.ଏ.): ଜାଳେଣି କାଠ ବିକିଲେ ଚୁଲି ଜଳୁଛି। ଦୀର୍ଘବର୍ଷ ହେବ ସ୍ବାମୀ ଚାଲିଯାଇଛନ୍ତି ଆରପାରିକୁ। ଏହାପରଠାରୁ ଅସହାୟ ଅବସ୍ଥାରେ ଜୀବନ ଜୀଉଁଛନ୍ତି କୋରାପୁଟ...

ରଥ ଦେଖି ଫେରିବା ବେଳେ ମହିଳାଙ୍କୁ କଚାଡ଼ି ମାରିଲା ହାତୀ

ଖଇରା,୧୦।୭(ଡି.ଏନ୍‌.ଏ.): ବଲେଶ୍ବର ଜିଲା ଖଇରା ବ୍ଲକ ବାଉଁଶଗଡ଼ିଆ ପଞ୍ଚାୟତ କୋହ୍ଲସାହିରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଦ୍ରୌପଦୀ ହୋ(୪୫)। ସମା ହୋଙ୍କ...

ବରଗଡ଼ରୁ ପୁଣି ୪ କରୋନା ପଜିଟିଭ ଚିହ୍ନଟ

ବରଗଡ଼ ଅଫିସ,୨୧।୭: ବରଗଡ଼ ଜିଲାରେ ମଙ୍ଗଳବାର ପୁଣି ୪ଜଣ ନୂଆ କରୋନା (କୋଭିଡ-୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨ଜଣ ମହିଳା ଥିବାବେଳେ ୨...

ପ୍ରାର୍ଥୀ ଘୋଷଣା ପରେ ରାଜନୈତିକ ଉଷ୍ମତା

ଝାରସୁଗୁଡ଼ା ଅଫିସ,୧୦ା୫: ଆସନ୍ତା ୩୧ତାରିଖରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ୧୧ତାରିଖ ନାମାଙ୍କନପତ୍ର ଦାଖଲ ଶେଷ ତାରିଖ ରହିଛି। ଇତିମଧ୍ୟରେ ୪ ରାଜନୈତିକ...

ଗୋଷ୍ଠୀ ଶୌଚାଳୟରୁ ଫିଟୁନି ତାଲା

କୋରୁକୋଣ୍ଡା, ୫।୫(ଡି.ଏନ୍‌.ଏ.) : ନିର୍ମାଣ ପରଠାରୁ ମାତ୍ର ୧୫ ଦିନ ଲୋକଙ୍କ ସେବାରେ ଲାଗିଛି। ତା’ପରଠାରୁ ତାଲା ପଡ଼ି ରହିଛି ଗୋଷ୍ଠୀ ଶୌଚାଳୟ। ଜନକଲ୍ୟାଣ ଉଦ୍ଦେଶ୍ୟରେ ବିଭିନ୍ନ...

ହନ୍ତୁକ ପଞ୍ଚାୟତ ଅଫିସରେ ଭିଜିଲାନ୍ସ ଚଢ଼ାଉ

ପୁରୀ ଅଫିସ, ୬।୩: ପୁରୀ ସଦର ବ୍ଲକ ହନ୍ତୁକ ପଞ୍ଜାୟତ ଅଫିସରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ପୂର୍ବରୁ ବିଭିନ୍ନ ଯୋଜନାରେ ଆସିଥିବା ୧୩...

ରାଜ୍ୟ ସରକାରଙ୍କୁ କେନ୍ଦ୍ରର ଚିଠି: ଉପାନ୍ତ ଅଞ୍ଚଳର ଡାକ୍ତରଙ୍କୁ ସ୍ବତନ୍ତ୍ର ସୁବିଧା ଦେବାକୁ ପରାମର୍ଶ

ଭୁବନେଶ୍ୱର, ୧୦ା୭(ବ୍ୟୁରୋ):  ଉପାନ୍ତ ଅଞ୍ଚଳରେ କାର୍ଯ୍ୟରତ ଡାକ୍ତରମାନଙ୍କୁ ସ୍ବତନ୍ତ୍ର ସୁବିଧା ସୁଯୋଗ ଦେବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ କହିଛନ୍ତି। ଉପାନ୍ତ ଅଞ୍ଚଳକୁ ଯାଉଥିବା...

Advertisement
Archives

Model This Week