କରୋନା ମୁକାବିଲା : କ୍ୱାରାଣ୍ଟାଇନ୍‌ ଅବଧି ୨୧ ଦିନ ବଢ଼ାଇବାକୁ ପରାମର୍ଶ

ଭୁବନେଶ୍ୱର,୮ା୫(ବ୍ୟୁରୋ): କରୋନା(କୋଭିଡ୍‌-୧୯) ମୁକାବିଲା କ୍ଷେତ୍ରରେ ଓଡ଼ିଶା ସରକାର ବହୁ ଆଗୁଆ ପଦକ୍ଷେପ ନେଇଛନ୍ତି। ଫଳରେ ଓଡ଼ିଶା ସମଗ୍ର ଦକ୍ଷିଣ ଏସିଆରେ ଉଦାହରଣ ସୃଷ୍ଟି କରିଛି। ଏହା ଅନୁକରଣୀୟ ହୋଇପାରିଛି ବୋଲି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ପରାମର୍ଶଦାତା ତଥା ଭାରତୀୟ ଜନସ୍ବାସ୍ଥ୍ୟ ପ୍ରତିଷ୍ଠାନ(ପିଏଚ୍‌ଏଫ୍‌ଆଇ)ସଭାପତି କେ.ଶ୍ରୀନାଥ ରେଡ୍ଡୀ ଭିଡିଓ କନ୍‌ଫରେନ୍ସରେ ଗୁରୁବାର ଆଲୋଚନା ବେଳେ ଏହା କହିଛନ୍ତି। ସେ ଓଡ଼ିଶା ସରକାରଙ୍କ ସଫଳତାକୁ ଭୂୟସୀ ପ୍ରଶଂସାକରି କହିଛନ୍ତି, ବ୍ରିଟେନ୍‌, ଇଟାଲୀ, ଆମେରିକା ଓ ସୁଇଡେନ୍‌ ଭଳି ଆଗୁଆ ଦେଶ ଲକ୍‌ଡାଉନ୍‌ ନ କରିବା ଯୋଗୁ ସେମାନଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଛି। ମାତ୍ର ଭିଏତନାମ୍‌ ଭଳି ଦେଶ ସଙ୍ଗରୋଧ, କଣ୍ଟାକ୍ଟ ଟ୍ରେସିଂ ଏବଂ ବହୁ ସଂଖ୍ୟାରେ ପରୀକ୍ଷା କରିବା ଯୋଗୁ ରୋଗ ନିୟନ୍ତ୍ରଣ କରିପାରିଛି ।
ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଭନ୍ନ ବିଭାଗ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ବରିଷ୍ଠ ଅଧିକାରୀ, ଜିଲାପାଳ ଓ ଏସ୍‌ପିମାନଙ୍କ ସହ ଭିଡିଓ କନ୍‌ଫରେନ୍ସରେ ‘କୋଭିଡ୍‌ରୁ ଶିକ୍ଷା-ଆମେ କ’ଣ ଶିଖିଲେ ଏବଂ କିପରି କୋଭିଡ୍‌ ଯୁଦ୍ଧ ଜିତିବା’ ବିଷୟରେ ଆଲୋଚନା ବେଳେ ରେଡ୍ଡୀ କହିଛନ୍ତି, କରୋନା ନିୟନ୍ତ୍ରଣ ପାଇଁ ଏପର୍ଯ୍ୟନ୍ତ କୌଣସି ପ୍ରତିଷେଧକ ଟିକା ବା ଔଷଧ ଉଦ୍ଭାବନ ହୋଇ ନାହିଁ। ସାମାଜିକ ଦୂରତା ହିଁ ଏକମାତ୍ର ବିକଳ୍ପ। ଜନସାଧାରଣଙ୍କ ସହଯୋଗ ଏବଂ ଗୋଷ୍ଠୀର ସକ୍ରିୟ ଅଂଶଗ୍ରହଣ ହିଁ ଏହି ରୋଗର ଶ୍ରେଷ୍ଠ ରକ୍ଷାକବଚ। ଗୋଷ୍ଠୀ ପ୍ରତିରୋଧକ ଶକ୍ତି ଉପରେ ଗୁରୁତ୍ୱ ନ ଦେଇ ଗୋଷ୍ଠୀ ସୁରକ୍ଷା ଉପରେ ଗୁରୁତ୍ୱ ଦେଲେ ଏହି ମହାମାରୀକୁ ନିୟନ୍ତ୍ରଣ କରାଯାଇପାରିବ। ବନ୍ୟଜନ୍ତୁ ବିଶେଷକରି ବାଦୁଡ଼ିଠାରୁ ମଣିଷକୁ ସଂକ୍ରମିତ ହୋଇଥିବା ଏହି ଭୂତାଣୁ ନାକ, ଆଖି ଓ ପାଟି ଦ୍ୱାରା ମଣିଷ ଶରୀରକୁ ପ୍ରବେଶ କରିଥାଏ। ମଣିଷ ଶରୀରରୁ କାଶ, ଛିଙ୍କ ସମୟରେ ବାହାରୁଥିବା କଣିକା ଦ୍ୱାରା ଅନ୍ୟକୁ ସଂକ୍ରମିତ ହୋଇଥାଏ। ତେଣୁ ବାରମ୍ବାର ହାତଧୋଇବା, ମୁହଁରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରଖିବା ଦ୍ୱାରା କୋଭିଡ୍‌କୁ ପରାସ୍ତ କରିପାରିବା। ତେବେ ରେଡ୍ଡୀ କ୍ୱାରାଣ୍ଟାଇନ୍‌ ଅବଧିକୁ ୧୪ ଦିନରୁ ୨୧ ଦିନ ପର୍ଯ୍ୟନ୍ତ ମଧ୍ୟ ବଢ଼ାଇବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିବା ଜଣାପଡ଼ିଛି। ୧୪ ଦିନ କ୍ୱାରାଣ୍ଟାଇନ୍‌ ପରେ ମଧ୍ୟ ଲୋକମାନଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହେଉଛି। ଏପରି ସ୍ଥଳେ ଏହାର ଅବଧି ବଢ଼ାଇବାର ଆବଶ୍ୟକତା ରହିଛି। କ୍ୱାରାଣ୍ଟାଇନ୍‌ରେ ମଧ୍ୟ ସାମାଜିକ ଦୂରତା ରକ୍ଷା କରିବାକୁ ପଡିବ ବୋଲି ରେଡ୍ଡୀ କହିଛନ୍ତି।
ବିଭିନ୍ନ ସଂକ୍ରମିତ ଦେଶରୁ ମିଳିଥିବା ତଥ୍ୟ ଉପରେ ଆଲୋଚନାକରି ରେଡ୍ଡୀ କହିଛନ୍ତି, କରୋନା ଭୂତାଣୁ କେବଳ ନିମୋନିଆ ସୃଷ୍ଟି କରେ ନାହିଁ। ଏହା ହୃଦୟ, ମସ୍ତିଷ୍କ, ଅନ୍ତଃନଳୀରେ ସଂକ୍ରମଣକରି କ୍ଷତି ପହଞ୍ଚାଇଥାଏ। କେତେକ କ୍ଷେତ୍ରରେ ଏହା ଥ୍ରୋମ୍ବୋସିସ୍‌ ପରିସ୍ଥିତି ସୃଷ୍ଟି କରି ଘାତକ ହୋଇଥାଏ। ଏହି ଭୂତାଣୁ ସମସ୍ତଙ୍କୁ ସଂକ୍ରମିତ କରିଥାଏ। ଘରେ ରହୁଥିବା ବୟସ୍କ ବ୍ୟକ୍ତି ତଥା ରୋଗୀମାନେ ଅଧିକ ମାତ୍ରାରେ ପୀଡିତ ହୋଇ ମୃତ୍ୟୁମୁଖରେ ପଡ଼ିବା ଆଶଙ୍କା ରହିଛି। କମ୍‌ ବୟସ୍କ ଯୁବକମାନେ ବାହାରକୁ ବେଶି ଯାଉଥିବାରୁ ତାଙ୍କଠାରୁ ବୟସ୍କମାନଙ୍କୁ ଅଧିକ ସଂକ୍ରମଣ ହେବା ସମ୍ଭାବନା ରହିଛି। ସେମାନଙ୍କଠାରୁ ଦୂରେଇ ରହିବା ସହ ମାସ୍କ ପିନ୍ଧିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଉଚ୍ଚ ତାପମାତ୍ରା ସହିତ ଆର୍ଦ୍ରତା ଯୋଗୁ ଏହି ଭୂତାଣୁ ପ୍ରଭାବହୀନ ହେଉଥିବା ଆପାତତଃ ପ୍ରମାଣ ମିଳିଥିଲେ ମଧ୍ୟ ଭୂତାଣୁର ବାୟୁମଣ୍ଡଳୀୟ ତାପମାତ୍ରା ନିୟୁଟ୍ରାଲ ବୋଲି ସେ ମତ ଦେଇଥିଲେ। ଭାରତୀୟ ଡାକ୍ତରମାନେ ପୋଲିଓ ଟିକା ସହିତ ମ୍ୟାଲେରିଆ ଭଳି ଔଷଧ ବ୍ୟବହାର କରୁଥିବାରୁ କୋଭିଡ୍‌ ଆମ ଦେଶରେ ସେଭଳି ଜଟିଳ ପରିସ୍ଥିତି ସୃଷ୍ଟି କରି ନ ପାରେ ବୋଲି ଡାକ୍ତର ରେଡ୍ଡୀ କହିଛନ୍ତିି। ଏ ସବୁ ଉପରେ ଗୁରୁତ୍ୱ ନ ଦେଇ ସାମାଜିକ ଦୂରତ୍ୱ ବଜାୟ ରଖିବା ଆବଶ୍ୟକ। ସେପ୍ଟେମ୍ବର କିମ୍ବା ଅକ୍ଟୋବର ସୁଦ୍ଧା କରୋନା ପ୍ରତିଶେଧକ ଟିକା ବାହାରିପାରେ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ସ୍ବାସ୍ଥ୍ୟକର୍ମୀଙ୍କ ଭଳି ପୋଲିସ କର୍ମଚାରୀମାନେ ମଧ୍ୟ ଅଧିକ ବିପଦସଙ୍କୁଳ। ସେମାନଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନଦେବାକୁ ସେ ପରାମର୍ଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡ. ରେଡ୍ଡୀଙ୍କୁ ସ୍ବାଗତ କରିବା ସହ ତାଙ୍କ ଉପାଦେୟ ପରାମର୍ଶ ଓ ଅଭିଜ୍ଞତା ସଂକ୍ରମଣ ରୋକିବାରେ ମାର୍ଗଦଶର୍ର୍ନ ଦେବ ବୋଲି ଆଶା ପ୍ରକଟ କରିଛନ୍ତି ।
ସୂଚନାଯୋଗ୍ୟ, ଡ. ରେଡ୍ଡୀ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ବିଭିନ୍ନ ବିଶେଷଜ୍ଞ କମିଟିରେ ସଦସ୍ୟ ଭାବେ କାମ କରିବା ସହ ବର୍ତ୍ତମାନ କୋଭିଡ୍‌ ସଲିଡାରିଟି ଗ୍ରୁପ୍‌ ଟ୍ରାଏଲ ଉପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଆନ୍ତର୍ଜାତିକ ସଞ୍ଚାଳନ କମିଟିର କାର୍ଯ୍ୟନିର୍ବାହୀ ଗୋଷ୍ଠୀର ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ତାରକା ଫୁଟବଲର କରୋନା ଭାଇରସ ଆକ୍ରାନ୍ତ

ସାଙ୍ଘାଇ,୨୧।୩(ପି.ଟି.):  ଚାଇନାର ଜଣାଶୁଣା ଫୁଟବଲ ତାରକା ବୁ ଲେଇ ସ୍ପେନ୍‌ରେ କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ସ୍ପେନ୍‌ର ଇସ୍ପାନ୍ୟୋଲ କ୍ଲବ ତରଫରୁ ଖେଳୁଥିବା ଲେଇଙ୍କ...

ଆଜି ରାଜ୍ୟରୁ ୧୧୨ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୬ା୧୨(ବ୍ୟୁରୋ): ରବିବାର ରାଜ୍ୟରୁ ୧୧୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୫୩,୮୮୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ସୁନ୍ଦରବନ ଛୁଇଁବ ବୁଲ୍‌ବୁଲ୍‌

ଭୁବନେଶ୍ୱର,୯।୧୧(ବ୍ୟୁରୋ): ସାମୁଦ୍ରିକ ଝଡ଼ ‘ବୁଲବୁଲ୍‌’ ଉଗ୍ରରୂପ ଧାରଣ କରିଛି। ଏହା ଅଧିକରୁ ଅଧିକ ବଳ ଗୋଟାଇ ଉତ୍ତର ଦିଗକୁ ମାଡ଼ି ଚାଲିଛି। ଘଣ୍ଟା ପ୍ରତି ଏହା...

ଆଜିଠାରୁ ପ୍ରଥମ ସପ୍ତଶଯ୍ୟା ମହୋତ୍ସବ

ଢେଙ୍କାନାଳ ଅଫିସ, ୧୦।୬ ଢେଙ୍କାନାଳ ଜିଲା କଳାକୃତି ଗ୍ରାମ ସଦେଇବେରେଣୀରେ ଶୁକ୍ରବାରଠାରୁ ଆରମ୍ଭ ହେଉଛି ପ୍ରଥମ ସପ୍ତଶଯ୍ୟା ହସ୍ତଶିଳ୍ପ ଓ ସାଂସ୍କୃତିକ ମହୋତ୍ସବ। ଜିଲା ପ୍ରଶାସନ,...

ଭାରତୀୟ ସେନାର କରୋନା ମୁକାବିଲା: ପ୍ରଥମଥର ପାଇଁ ୩୫% ଅଧିକାରୀ-୫୦% ଜେସିଓ ସପ୍ତାହେ ପାଇଁ ଘରେ ରହି କରିବେ କାମ

ନୂଆଦିଲ୍ଲୀ,୨୧।୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ଅନ୍ତର୍ଗତ ପ୍ରଥମଥର...

ହସ୍ତାନ୍ତର ହେଉ ଅବ୍ୟବହୃତ ସ୍କୁଲ ଗୃହ

ବନ୍ତ,୨୯ ।୪(ଡି.ଏନ.ଏ./ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଗୋପୀନାଥପୁର ପଞ୍ଚାୟତର ଅବ୍ୟବହୃତ ଅମରସିଂହପୁର ପ୍ରାଥମିକ ବିଦ୍ୟାଳୟ ଗୃହକୁ ହସ୍ତାନ୍ତର କରିବା ପାଇଁ ଆଞ୍ଚଳିକ ମଞ୍ଚ ପକ୍ଷରୁ...

୨୨ରୁ ପୁଣି ଭିଜିବ ଓଡ଼ିଶା

ଭୁବନେଶ୍ୱର,୧୩।୨(ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୧ ତାରିଖରୁ ବର୍ଷା ହୋଇଯାରେ। ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷାର ଆଶଙ୍କା ରହିଥିବା ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ...

ଯୁବକଙ୍କ ଗୋଡ଼ରେ ମାଡ଼ିଗଲା ରଥ ବ୍ରେକ୍‌

ବାରଙ୍ଗ,୧୩।୭(ଡି.ଏନ୍‌.ଏ.):ବାରଙ୍ଗ ଅଞ୍ଚଳରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ଚାଲୁଥିବା ବେଳେ ରଘୁନାଥପୁର ଗ୍ରାମମୁଣ୍ଡରେ ଏକ ଅଘଟଣ ଦେଖିବାକୁ ମିଳିଛି। ନନ୍ଦନକାନନ ଛକସ୍ଥିତ ଜଗନ୍ନାଥ ମନ୍ଦିରରୁ ଗୋଟିଏ ରଥରେ...

Advertisement
Archives

Model This Week