କରୋନା ମୁକାବିଲା : କ୍ୱାରାଣ୍ଟାଇନ୍‌ ଅବଧି ୨୧ ଦିନ ବଢ଼ାଇବାକୁ ପରାମର୍ଶ

ଭୁବନେଶ୍ୱର,୮ା୫(ବ୍ୟୁରୋ): କରୋନା(କୋଭିଡ୍‌-୧୯) ମୁକାବିଲା କ୍ଷେତ୍ରରେ ଓଡ଼ିଶା ସରକାର ବହୁ ଆଗୁଆ ପଦକ୍ଷେପ ନେଇଛନ୍ତି। ଫଳରେ ଓଡ଼ିଶା ସମଗ୍ର ଦକ୍ଷିଣ ଏସିଆରେ ଉଦାହରଣ ସୃଷ୍ଟି କରିଛି। ଏହା ଅନୁକରଣୀୟ ହୋଇପାରିଛି ବୋଲି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ପରାମର୍ଶଦାତା ତଥା ଭାରତୀୟ ଜନସ୍ବାସ୍ଥ୍ୟ ପ୍ରତିଷ୍ଠାନ(ପିଏଚ୍‌ଏଫ୍‌ଆଇ)ସଭାପତି କେ.ଶ୍ରୀନାଥ ରେଡ୍ଡୀ ଭିଡିଓ କନ୍‌ଫରେନ୍ସରେ ଗୁରୁବାର ଆଲୋଚନା ବେଳେ ଏହା କହିଛନ୍ତି। ସେ ଓଡ଼ିଶା ସରକାରଙ୍କ ସଫଳତାକୁ ଭୂୟସୀ ପ୍ରଶଂସାକରି କହିଛନ୍ତି, ବ୍ରିଟେନ୍‌, ଇଟାଲୀ, ଆମେରିକା ଓ ସୁଇଡେନ୍‌ ଭଳି ଆଗୁଆ ଦେଶ ଲକ୍‌ଡାଉନ୍‌ ନ କରିବା ଯୋଗୁ ସେମାନଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଛି। ମାତ୍ର ଭିଏତନାମ୍‌ ଭଳି ଦେଶ ସଙ୍ଗରୋଧ, କଣ୍ଟାକ୍ଟ ଟ୍ରେସିଂ ଏବଂ ବହୁ ସଂଖ୍ୟାରେ ପରୀକ୍ଷା କରିବା ଯୋଗୁ ରୋଗ ନିୟନ୍ତ୍ରଣ କରିପାରିଛି ।
ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଭନ୍ନ ବିଭାଗ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ବରିଷ୍ଠ ଅଧିକାରୀ, ଜିଲାପାଳ ଓ ଏସ୍‌ପିମାନଙ୍କ ସହ ଭିଡିଓ କନ୍‌ଫରେନ୍ସରେ ‘କୋଭିଡ୍‌ରୁ ଶିକ୍ଷା-ଆମେ କ’ଣ ଶିଖିଲେ ଏବଂ କିପରି କୋଭିଡ୍‌ ଯୁଦ୍ଧ ଜିତିବା’ ବିଷୟରେ ଆଲୋଚନା ବେଳେ ରେଡ୍ଡୀ କହିଛନ୍ତି, କରୋନା ନିୟନ୍ତ୍ରଣ ପାଇଁ ଏପର୍ଯ୍ୟନ୍ତ କୌଣସି ପ୍ରତିଷେଧକ ଟିକା ବା ଔଷଧ ଉଦ୍ଭାବନ ହୋଇ ନାହିଁ। ସାମାଜିକ ଦୂରତା ହିଁ ଏକମାତ୍ର ବିକଳ୍ପ। ଜନସାଧାରଣଙ୍କ ସହଯୋଗ ଏବଂ ଗୋଷ୍ଠୀର ସକ୍ରିୟ ଅଂଶଗ୍ରହଣ ହିଁ ଏହି ରୋଗର ଶ୍ରେଷ୍ଠ ରକ୍ଷାକବଚ। ଗୋଷ୍ଠୀ ପ୍ରତିରୋଧକ ଶକ୍ତି ଉପରେ ଗୁରୁତ୍ୱ ନ ଦେଇ ଗୋଷ୍ଠୀ ସୁରକ୍ଷା ଉପରେ ଗୁରୁତ୍ୱ ଦେଲେ ଏହି ମହାମାରୀକୁ ନିୟନ୍ତ୍ରଣ କରାଯାଇପାରିବ। ବନ୍ୟଜନ୍ତୁ ବିଶେଷକରି ବାଦୁଡ଼ିଠାରୁ ମଣିଷକୁ ସଂକ୍ରମିତ ହୋଇଥିବା ଏହି ଭୂତାଣୁ ନାକ, ଆଖି ଓ ପାଟି ଦ୍ୱାରା ମଣିଷ ଶରୀରକୁ ପ୍ରବେଶ କରିଥାଏ। ମଣିଷ ଶରୀରରୁ କାଶ, ଛିଙ୍କ ସମୟରେ ବାହାରୁଥିବା କଣିକା ଦ୍ୱାରା ଅନ୍ୟକୁ ସଂକ୍ରମିତ ହୋଇଥାଏ। ତେଣୁ ବାରମ୍ବାର ହାତଧୋଇବା, ମୁହଁରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରଖିବା ଦ୍ୱାରା କୋଭିଡ୍‌କୁ ପରାସ୍ତ କରିପାରିବା। ତେବେ ରେଡ୍ଡୀ କ୍ୱାରାଣ୍ଟାଇନ୍‌ ଅବଧିକୁ ୧୪ ଦିନରୁ ୨୧ ଦିନ ପର୍ଯ୍ୟନ୍ତ ମଧ୍ୟ ବଢ଼ାଇବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିବା ଜଣାପଡ଼ିଛି। ୧୪ ଦିନ କ୍ୱାରାଣ୍ଟାଇନ୍‌ ପରେ ମଧ୍ୟ ଲୋକମାନଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହେଉଛି। ଏପରି ସ୍ଥଳେ ଏହାର ଅବଧି ବଢ଼ାଇବାର ଆବଶ୍ୟକତା ରହିଛି। କ୍ୱାରାଣ୍ଟାଇନ୍‌ରେ ମଧ୍ୟ ସାମାଜିକ ଦୂରତା ରକ୍ଷା କରିବାକୁ ପଡିବ ବୋଲି ରେଡ୍ଡୀ କହିଛନ୍ତି।
ବିଭିନ୍ନ ସଂକ୍ରମିତ ଦେଶରୁ ମିଳିଥିବା ତଥ୍ୟ ଉପରେ ଆଲୋଚନାକରି ରେଡ୍ଡୀ କହିଛନ୍ତି, କରୋନା ଭୂତାଣୁ କେବଳ ନିମୋନିଆ ସୃଷ୍ଟି କରେ ନାହିଁ। ଏହା ହୃଦୟ, ମସ୍ତିଷ୍କ, ଅନ୍ତଃନଳୀରେ ସଂକ୍ରମଣକରି କ୍ଷତି ପହଞ୍ଚାଇଥାଏ। କେତେକ କ୍ଷେତ୍ରରେ ଏହା ଥ୍ରୋମ୍ବୋସିସ୍‌ ପରିସ୍ଥିତି ସୃଷ୍ଟି କରି ଘାତକ ହୋଇଥାଏ। ଏହି ଭୂତାଣୁ ସମସ୍ତଙ୍କୁ ସଂକ୍ରମିତ କରିଥାଏ। ଘରେ ରହୁଥିବା ବୟସ୍କ ବ୍ୟକ୍ତି ତଥା ରୋଗୀମାନେ ଅଧିକ ମାତ୍ରାରେ ପୀଡିତ ହୋଇ ମୃତ୍ୟୁମୁଖରେ ପଡ଼ିବା ଆଶଙ୍କା ରହିଛି। କମ୍‌ ବୟସ୍କ ଯୁବକମାନେ ବାହାରକୁ ବେଶି ଯାଉଥିବାରୁ ତାଙ୍କଠାରୁ ବୟସ୍କମାନଙ୍କୁ ଅଧିକ ସଂକ୍ରମଣ ହେବା ସମ୍ଭାବନା ରହିଛି। ସେମାନଙ୍କଠାରୁ ଦୂରେଇ ରହିବା ସହ ମାସ୍କ ପିନ୍ଧିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଉଚ୍ଚ ତାପମାତ୍ରା ସହିତ ଆର୍ଦ୍ରତା ଯୋଗୁ ଏହି ଭୂତାଣୁ ପ୍ରଭାବହୀନ ହେଉଥିବା ଆପାତତଃ ପ୍ରମାଣ ମିଳିଥିଲେ ମଧ୍ୟ ଭୂତାଣୁର ବାୟୁମଣ୍ଡଳୀୟ ତାପମାତ୍ରା ନିୟୁଟ୍ରାଲ ବୋଲି ସେ ମତ ଦେଇଥିଲେ। ଭାରତୀୟ ଡାକ୍ତରମାନେ ପୋଲିଓ ଟିକା ସହିତ ମ୍ୟାଲେରିଆ ଭଳି ଔଷଧ ବ୍ୟବହାର କରୁଥିବାରୁ କୋଭିଡ୍‌ ଆମ ଦେଶରେ ସେଭଳି ଜଟିଳ ପରିସ୍ଥିତି ସୃଷ୍ଟି କରି ନ ପାରେ ବୋଲି ଡାକ୍ତର ରେଡ୍ଡୀ କହିଛନ୍ତିି। ଏ ସବୁ ଉପରେ ଗୁରୁତ୍ୱ ନ ଦେଇ ସାମାଜିକ ଦୂରତ୍ୱ ବଜାୟ ରଖିବା ଆବଶ୍ୟକ। ସେପ୍ଟେମ୍ବର କିମ୍ବା ଅକ୍ଟୋବର ସୁଦ୍ଧା କରୋନା ପ୍ରତିଶେଧକ ଟିକା ବାହାରିପାରେ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ସ୍ବାସ୍ଥ୍ୟକର୍ମୀଙ୍କ ଭଳି ପୋଲିସ କର୍ମଚାରୀମାନେ ମଧ୍ୟ ଅଧିକ ବିପଦସଙ୍କୁଳ। ସେମାନଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନଦେବାକୁ ସେ ପରାମର୍ଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡ. ରେଡ୍ଡୀଙ୍କୁ ସ୍ବାଗତ କରିବା ସହ ତାଙ୍କ ଉପାଦେୟ ପରାମର୍ଶ ଓ ଅଭିଜ୍ଞତା ସଂକ୍ରମଣ ରୋକିବାରେ ମାର୍ଗଦଶର୍ର୍ନ ଦେବ ବୋଲି ଆଶା ପ୍ରକଟ କରିଛନ୍ତି ।
ସୂଚନାଯୋଗ୍ୟ, ଡ. ରେଡ୍ଡୀ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ବିଭିନ୍ନ ବିଶେଷଜ୍ଞ କମିଟିରେ ସଦସ୍ୟ ଭାବେ କାମ କରିବା ସହ ବର୍ତ୍ତମାନ କୋଭିଡ୍‌ ସଲିଡାରିଟି ଗ୍ରୁପ୍‌ ଟ୍ରାଏଲ ଉପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଆନ୍ତର୍ଜାତିକ ସଞ୍ଚାଳନ କମିଟିର କାର୍ଯ୍ୟନିର୍ବାହୀ ଗୋଷ୍ଠୀର ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଷଣ୍ଢ, ପଦାରେ ଛେଳି

ବିଶ୍ୱ ମାନଚିତ୍ରରେ ମହାଦେଶଗୁଡ଼ିକର ଆପେକ୍ଷିକ ଆକାରରେ ଥିବା ବିଭିନ୍ନ ତ୍ରୁଟିକୁ ସୁଧାରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ) ପକ୍ଷରୁ ୪ ସେପ୍ଟେମ୍ବରରେ ଏକ ସଂକଳ୍ପ ଅଣାଯାଇଥିଲା।…

ଆରାବଳୀ ମାମଲାରେ ସୁପ୍ରିମକୋର୍ଟଙ୍କ ଚେତାବନୀ, ନଭେମ୍ବର ୩୦ ସୁଦ୍ଧା ରିପୋର୍ଟ ନଦେଲେ…

ନୂଆଦିଲ୍ଲୀ,୮ା୯(ପି.ଟି.): ଆରାବଳୀ ପର୍ବତମାଳାର ସଂଜ୍ଞା ଏବଂ ସୁରକ୍ଷା ଉପରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଉଚ୍ଚସ୍ତରୀୟ କମିଟି ଏହାର ସମୟସୀମାକୁ ୬ ମାସ ବଢ଼ାଇବା ନିମନ୍ତେ…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଚାଉଳଧୁଆ ଜଳପ୍ରପାତ: ନୀରବତା ଭିତରେ ଝରଣାର କୁଳୁକୁଳୁ ନାଦ..

ନୂଆପଡ଼ା,୮ା୯ (ମକାରୁ ବେମାଲ):ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ରହିଛି ନୂଆପଡ଼ାର ପ୍ରସିଦ୍ଧ ଚାଉଳଧୁଆ ଜଳପ୍ରପାତ। ପାହାଡ଼ର ଛାତି ଚିରି ଝରିପଡ଼ୁଥିବା ଜଳଧାରାର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କ ଆକୃଷ୍ଟ…

୯/୧୧ ଆକ୍ରମଣକୁ ନେଇ ୨୫ ବର୍ଷ ପରେ ନୂଆ ଖୁଲାସା, ଅଲକାଏଦା ନେତାଙ୍କ ସହ ପେଣ୍ଟବଲ୍ ଖେଳୁଥିଲେ…

ୱାଶିଂଟନ୍,୮।୯: ଆମେରିକାରେ ୨୦୦୧ ମସିହାରେ ହୋଇଥିବା ୯/୧୧ ଆତଙ୍କୀ ଆକ୍ରମଣକୁ ନେଇ ୨୫ ବର୍ଷ ପରେ ଏକ ବଡ଼ ଖୁଲାସା ହୋଇଛି । ତଦନ୍ତରେ ଓମର ଅଲ-ବାୟୁମୀଙ୍କ…

ଜିଲାପାଳଙ୍କୁ ଫେରାଦ ହେଲେ ନିରାଶ ଆଶାୟୀ: ରାତିଅଧରେ ସ୍ପଷ୍ଟୀକରଣ ଦେଲା ବିଭାଗ

ବରଗଡ଼/ଅତାବିରା,୮।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର):ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡିଂ ଲାଇଭହୁଡସ୍‌ ଥ୍ରୁ…

ଅସଜଡ଼ା ଭିତ୍ତିଭୂମିରୁ ମୁହଁ ମୋଡ଼ୁଛନ୍ତି ପିଲା: ୫ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୨ ଶ୍ରେଣୀ କକ୍ଷ, ୨ ଶିକ୍ଷକ

ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି।…

ଦିଲ୍ଲୀରେ ମଣିପୁରୀ ମ୍ୟୁଜିକ୍ ଶିକ୍ଷକଙ୍କୁ ହତ୍ୟା, ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆଦିଲ୍ଲୀ,୮।୯: ଦିଲ୍ଲୀର କିଲୋକରୀ ଗାଁରେ ମଣିପୁରର ଅବସରପ୍ରାପ୍ତ ମ୍ୟୁଜିକ୍ ଶିକ୍ଷକ ତଥା ସଙ୍ଗୀତଜ୍ଞ ଚୋଙ୍ଗଥମ ବିକ୍ରମ ସିଂଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି । ତାଙ୍କ…

୯ରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮ା୯(ବନ୍ଦନା ସେଠୀ):ରାଜ୍ୟରେ ଆସନ୍ତା ୯ ତାରିଖରୁ ବଢ଼ିପାରେ ବର୍ଷାର ପରିମାଣ। ଏହି ସମୟ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri