କ୍ୟାବିନେଟ ନିଷ୍ପତ୍ତି: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହେବ

ଭୁବନେଶ୍ୱର,୧୭ା୬(ବ୍ୟୁରୋ)-ଚଳିତବର୍ଷ ପୁରୀରେ ଶ୍ରୀଜୀଉଙ୍କ ରଥଯାତ୍ରା ଅନୁଷ୍ଠିତ ହେବ ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଆଇନ ବିଭାଗ ପକ୍ଷରୁ ଦିଆଯାଇଥିବା ସଂକଳ୍ପକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି।
ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ଆରମ୍ଭରେ ଚାଇନା ସହ ସଂଘର୍ଷରେ ପ୍ରାଣବଳୀ ଦେଇଥିବା ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଶହୀଦଙ୍କ ସ୍ମୃତିରେ ବୈଠକରେ ୨ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା। ଏହା ପରେ ଆଇନ ବିଭାଗ ପକ୍ଷରୁ ରଥଯାତ୍ରା ବନ୍ଦ କରିବା ନେଇ ପ୍ରସ୍ତାବ ଆଗତ କରାଯାଇଥିଲା। ଏହି ବୈଠକରେ ଯୋଗ ଦେଇ ରାଜ୍ୟ ଆଡଭୋକେଟ ଜେନେରାଲ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବିଷୟରେ କ୍ୟାବିନେଟକୁ ଅବଗତ କରାଇଥିଲେ। ବୈଠକରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଉଚ୍ଚତମ ନ୍ୟୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀମନ୍ଦିର ପରିସର ମଧ୍ୟରେ ସମସ୍ତ ପ୍ରକାର ନିର୍ଦ୍ଦେଶାବଳୀର ଅନୁପାଳନ ହେବ । ଏଥି ସହିତ ସମସ୍ତ ରୀତିନୀତି ପାଳନ କରିବା ପାଇଁ ପଦକ୍ଷେପ ନେବାକୁ ଶ୍ରୀମନ୍ଦିର ପରିଚାଳନା କମିଟିକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ଜିଲାରେ ଥିବା ପରିଚାଳନା କମିଟି ଓ ଅନୁଷ୍ଠାନଗୁଡ଼ିକ ଯେପରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବେ ତାହା ସୁନିଶ୍ଚିତ କରିବା ପାଇଁ ସମସ୍ତ ଜିଲାର ମାଜିଷ୍ଟ୍ରେଟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ସରକାର ୨୦୨୦ ମେ ୩୦ ତାରିଖ ଏବଂ ରାଜ୍ୟ ସରକାରଙ୍କ ୨୦୨୦ ଜୁନ୍‌ ୧ ତାରିଖରେ କୋଭିଡ୍‌-୧୯ ପରିଚାଳନା ପାଇଁ ଜାରି କରାଯାଇଥିବା ସମସ୍ତ ନିର୍ଦ୍ଦେଶାବଳୀ କଡାକଡି ଭାବେ ପାଳନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦେଶୀ ପକ୍ଷୀଙ୍କ ଉପରେ ଶିକାରୀଙ୍କ ଲୋଲୁପ ଦୃଷ୍ଟି

ଯାଜପୁର ରୋଡ଼,୧୯।୯(ନି.ପ୍ର.): ଯାଜପୁର ରୋଡ଼ ସହରର ସାପଗଡ଼ିଆ ଅଞ୍ଚଳରେ ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଛି। ଏହି ପକ୍ଷୀମାନେ ସାଇବେରିଆ ଅଞ୍ଚଳରୁ ଆଜକୁ ୨୦ବର୍ଷ ଧରି ଏଠାକୁ...

ମହିଳା କମିଶନରେ ହାଜର ହେଲେ ଅନୁଭବ

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): ପାରିବାରିକ ବିବାଦକୁ ନେଇ ରାଜ୍ୟ ମହିଳା କମିଶନଙ୍କ ନିକଟରେ ମଙ୍ଗଳବାର ହାଜର ହୋଇଛନ୍ତି ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ଅଭିନେତ୍ରୀ...

ଚାଷୀ ଅନୁକୂଳ କଲେ ପହିଲି ମୁଣ୍ଡା

ମହାକାଳପଡ଼ା,୨୫ା୭(ଡି.ଏନ୍‌.ଏ.): ଓଡ଼ିଶାରେ ମୌସୁମୀ ବାୟୁ ପ୍ରବେଶ କରିବା ପରେ ଚାଷୀମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଅନେକ ଅଞ୍ଚଳରେ ତଳିଘେରା ପ୍ରସ୍ତୁତ ହୋଇଥିବା ବେଳେ ଚାଷୀମାନେ...

ସ୍ବାସ୍ଥ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ: କ୍ୱାରାଣ୍ଟାଇନରେ ନ ରହିଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୫।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ପରେ ପ୍ରବାସୀ ଓଡ଼ିଆଙ୍କୁ କଡ଼ା ଚେତାବନୀ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ...

କରୋନା ଆକ୍ରାନ୍ତ ସରପଞ୍ଚ, ଆଶା, ଅଙ୍ଗନଓ୍ବାଡି କର୍ମୀଙ୍କ ସହ ଟେଲିଫୋନ୍‌ରେ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮ା୫(ବ୍ୟୁରୋ): ରାଜ୍ୟରେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିବା ସରପଞ୍ଚ, ଆଶା ଏବଂ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ସହ ଗୁରୁବାର ଟେଲିଫୋନ୍‌ରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।...

ଚିକିଛା ଅଭାବୁ ଅଁଧ୍‌ ପାଲଟିଯାଇଛନ୍‌ ପ୍ରାଣବନ୍ଧୁ

ବିନିକା,୨୩।୨ (ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ କଇଁତରା ଗଁାର ପ୍ରାଣବନ୍ଧୁ ଭୁଏ(୬୫)। ଆଏଜ୍‌କେ ୫ ବଛର ହେଲା ସେ କେହେନ୍‌ସି କାରନ୍‌ରୁ ନିଜର ଦୃଷ୍ଟିଶକ୍ତି...

ରାଜ୍ୟରେ ନୂଆ ୨୫୧ କରୋନା ପଜିଟିଭ ଚିହ୍ନଟ, ୪ ଜଣଙ୍କ ଜୀବନଗଲା

ଭୁବନେଶ୍ୱର, ୨।୧(ବ୍ୟୁରୋ): ରାଜ୍ୟରେ ଶନିବାର ପୁଣି ୨୫୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ ଜଣ ଆଖି ବୁଜୁଛନ୍ତି। ତେବେ ନୂଆ ପଜିଟିଭଙ୍କୁ...

ହାଇଓ୍ବାକୁ ଧକ୍କା ଦେଲା ବସ୍‌, ଦୁଇ ଜଣଙ୍କ ଜୀବନ ଗଲା, ୧୦ରୁ ଊର୍ଦ୍ଧ୍ୱ ଆହତ

ସୁନ୍ଦରଗଡ଼,୨୭ା୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଚାନ୍ଦିପୋଷ ନିକଟରେ ସୋମବାର ଭୋର୍‌ରୁ ଏକ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ହାଇଓ୍ବାକୁ ଧକ୍କା ଦେବାରୁ ୨ ଜଣଙ୍କର...

Advertisement
Archives

Model This Week