କ୍ୟାନ୍‌ସର: ପ୍ରଥମେ ସଚେତନତା ଆବଶ୍ୟକ

ଭୁବନେଶ୍ୱର, ୨।୨(ବ୍ୟୁରୋ): କର୍କଟ ରୋଗ ବା କ୍ୟାନ୍‌ସର ଅର୍ଥ ମୃତ୍ୟୁ। କ୍ୟାନ୍‌ସର ପୀଡ଼ିତଙ୍କ ମୃତ୍ୟୁ ସୁନିଶ୍ଚିତ ବୋଲି ସାଧାରଣରେ ଲୋକେ ଭାବିଥାନ୍ତି। ପୁଣି ଅନେକ ସ୍ଥାନରେ କ୍ୟାନ୍‌ସରକୁ ଏକ ଡିଆଁ ରୋଗ ଭାବି ରୋଗୀଙ୍କୁ ବାସନ୍ଦ କରିଦିଆଯାଉଛି। ଏଥି ପାଇଁ ଚିକିତ୍ସା ନୁହେଁ, ପ୍ରଥମେ ସଚେତନତା ନିତାନ୍ତ ଆବଶ୍ୟକ। ଲୋକଙ୍କୁ ରୋଗର କାରଣ ଓ ନିରାକରଣ ବୁଝାଇ ସଚେତନ କରିବାକୁ ଆଗେଇ ଆସିଛନ୍ତି ଓଡ଼ିଶାରେ କ୍ୟାନ୍‌ସର ସମ୍ପର୍କିତ ସଚେତନତା କାର୍ଯ୍ୟ କରୁଥିବା ବିଭିନ୍ନ ସାମାଜିକ ଅନୁଷ୍ଠାନ। ଫେବୃୟାରୀ ୪ରେ ବିଶ୍ବ କର୍କଟ ଦିବସ ପାଳନ ଉପଲକ୍ଷେ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଆରମ୍ଭ ହୋଇଛି ‘କ୍ୟାନ୍‌ସରକୁ ଜାଣିବା, କ୍ୟାନ୍‌ସରକୁ ଜିଣିବା’ ଅଭିଯାନ। ଶନିବାର ସ୍ଥାନୀୟ ପ୍ରେସ୍‌ କ୍ଲବ୍‌ ଅଫ୍‌ ଓଡ଼ିଶାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଭିଯାନର ଶୁଭାରମ୍ଭ ହୋଇଛି।
ଟିମ୍‌ର ମୁଖ୍ୟ ନିଶିକାନ୍ତ ମିଶ୍ର କହିଛନ୍ତି ଯେ, ବାସ୍ତବରେ କ୍ୟାନ୍‌ସରକୁ ଭଲ ଭାବେ ନ ଜାଣିବା ହିଁ କାଳ ହୋଇଯାଉଛି। କ୍ୟାନ୍‌ସର ସଚେତନତା କ୍ଷେତ୍ରରେ କାମ କରୁଥିବା ବିଭିନ୍ନ ସାମାଜିକ ଅନୁଷ୍ଠାନର ଆକଳନ ମୁତାବକ, ଓଡ଼ିଶାରେ ୭୦ରୁ ୮୦% ଲୋକ ଏହି ରୋଗ ସମ୍ବନ୍ଧରେ ସଚେତନ ନୁହନ୍ତି। ଏହି ମହାମାରୀ ରୋଗ ସମ୍ପର୍କରେ ସେମାନଙ୍କ ଯଥେଷ୍ଟ ଧାରଣା, ଭୟ, ଲକ୍ଷଣ, ଚିକିତ୍ସା ଓ ପ୍ରତିରୋଧ ସମ୍ପର୍କିତ ଜ୍ଞାନ ନାହିଁ। ଫଳରେ କ୍ୟାନ୍‌ସର ରୋଗ ଚିହ୍ନଟ ବେଳକୁ ଅନେକ ତୃତୀୟ କିମ୍ବା ଚତୁର୍ଥ ସ୍ତରରେ ପହଞ୍ଚି ଯାଉଛନ୍ତି। ଏହି ଅଜ୍ଞତା ଯୋଗୁ ଅନେକଙ୍କ ଅକାଳରେ ମୃତ୍ୟୁ ଘଟୁଛି ବୋଲି ସେ କହିଛନ୍ତି। ବିଭିନ୍ନ ସାମାଜିକ ଅନୁଷ୍ଠାନ ଏକତ୍ର ହୋଇ ଅଭିଯାନକୁ କିପରି ବ୍ୟାପକ କରିହେବ ସେ ଦିଗରେ ଅନେକ ପଦକ୍ଷେପ ନିଆଯିବ ବୋଲି ମିଶ୍ର କହିଛନ୍ତି। ଗ୍ରାମ୍‌ମେଟ୍‌ ସାମାଜିକ ଅନୁଷ୍ଠାନ ପକ୍ଷରୁ ବୀରେନ ଦାସ ଯୋଗଦେଇ କହିଛନ୍ତି ଯେ, ଓଡ଼ିଶା ଏ ପର୍ଯ୍ୟନ୍ତ ନ୍ୟାଶନାଲ କ୍ୟାନ୍‌ସର ରେଜିଷ୍ଟ୍ରିର ଅନ୍ତର୍ଭୁକ୍ତ ହୋଇ ନ ଥିବାରୁ ଓଡ଼ିଶାରେ କେତେ କର୍କଟ ରୋଗୀ ଅଛନ୍ତି ତାହା ଜଣାପଡ଼ିନାହିଁ। ତେବେ ସାମାଜିକ ଅନୁଷ୍ଠାନର ଆକଳନ ମୁତାବକ, ପ୍ରତିବର୍ଷ ୫୦ ହଜାର ଲୋକ କ୍ୟାନ୍‌ସରର ଶିକାର ହେଉଛନ୍ତି। ଏମାନଙ୍କ ଚିକିତ୍ସା ପାଇଁ ଓଡ଼ିଶାରେ କେବଳ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ର ଓ ଏମ୍ସର ଏକ ବିଭାଗରେ ସରକାରୀ ଭାବେ କ୍ୟାନ୍‌ସର ଚିକିତ୍ସା କରାଯାଉଛି। ଦକ୍ଷ ଡାକ୍ତରଙ୍କ ସଂଖ୍ୟା ମଧ୍ୟ ଅତି କମ୍‌। ଫଳରେ କ୍ୟାନ୍‌ସରରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ବୋଲି ଦାସ କହିଛନ୍ତି।

ମଣିଷ ଶରୀରରେ ନଖ ଓ ଚୁଟିକୁ ଛାଡ଼ିଦେଲେ ବାକି ପ୍ରତିଟି ଅଙ୍ଗରେ କ୍ୟାନ୍‌ସରର ସମ୍ଭାବନା ରହିଛି। ଏକ ଆକଳନରୁ ଜଣାପଡ଼ିଛି ଭାରତରେ ଯେତେ କ୍ୟାନ୍‌ସର ରୋଗୀ ଚିହ୍ନଟ ହେଉଛନ୍ତି, ତନ୍ମଧ୍ୟରୁ ୪୦-୫୦% ମୁଖଗହ୍ବର କର୍କଟରେ ଆକ୍ରାନ୍ତ। ତେଣୁ ତମାଖୁ ସେବନ ନିୟନ୍ତ୍ରଣରେ ହିଁ କ୍ୟାନ୍‌ସର ଆକ୍ରାନ୍ତଙ୍କ ସଂଖ୍ୟା ୪୦% କମାଇ ହେବ ବୋଲି ମହମ୍ମଦ ଇମ୍ରାନ ଅଲୀ କହିଛନ୍ତି। ଦ୍ବିତୀୟରେ ରହିଛି ‘ସ୍ତନ କର୍କଟ’। ଏ କ୍ଷେତ୍ରରେ ସବୁଠୁ ବଡ଼ କଥା ହେଉଛି, ଯଦି ଜଣେ ନିଜେ ଚାହିଁବ ତେବେ କିଛିଦିନ ଅନ୍ତରରେ ନିଜ ସ୍ତନରେ କିଛି ଅସ୍ବାଭାବିକ ପରିବର୍ତ୍ତନ, ଗେଟା, ଆବୁ ଥିବା ଅନୁଭବ କରି ପ୍ରାଥମିକ ସ୍ତରରୁ ଡାକ୍ତରଙ୍କ ପରାମର୍ଶ ନେଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବ। ମାତ୍ର ଏ ସମ୍ବନ୍ଧରେ ଯଥେଷ୍ଟ ସଚେତନତା ସୃଷ୍ଟି ହେଉନାହିଁି ବୋଲି କବିତା ମହାନ୍ତି କହିଛନ୍ତି। ଏକ ଗବେଷଣାରୁ ଜଣାପଡ଼ିଛି ଯେ, ବଡ଼ଗଡ଼ରେ ୬୪% ଚାଷୀ ବିନା ଗ୍ଲୋବ୍‌, ବୁଟ୍‌, ଟାୱେଲ୍‌, ଫୁଲ୍‌ ପ୍ୟାଣ୍ଟ୍‌ ଓ ଫୁଲ୍‌ ସାର୍ଟରେ ଚାଷ ଜମିରେ କୀଟନାଶକ ସିଞ୍ଚନ କରୁଛନ୍ତି। ତେଣୁ ଏହା ମଧ୍ୟ କ୍ୟାନ୍‌ସର ସୃଷ୍ଟି କରିବାରେ ଏକ କାରଣ ସାଜିଛି ବୋଲି ସାମାଜିକକର୍ମୀ ନିତାଇ ପାଣିଗ୍ରାହୀ କହିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରେଖା ଦାସ, ସୁଶ୍ରୀ ମିଶ୍ର, ଲିଲି ଜେନାମଣି, ଡ. ମମତା ଦାସ ପ୍ରମୁଖ ଉପସ୍ଥିତ ରହି କର୍କଟକୁ ଜାଣିବା ଓ ଜିଣିବା ପାଇଁ ଆହ୍ବାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲଟିଂ ହେଉଥିବା ଅଞ୍ଚଳରେ ଲାଗୁଛି ଷ୍ଟ୍ରିଟ୍ ଲାଇଟ୍‌: ଆବଶ୍ୟକ ସ୍ଥାନରେ ନାହିଁ, ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ହଟାଇବାକୁ….

ପୁରୁଷୋତ୍ତମପୁର, ୨୧।୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ସହରରେ ଆବଶ୍ୟକ ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ଦାବିରେ ଦିବ୍ୟାଙ୍ଗ ଯୁବ ଆଇନଜୀବୀ ସନ୍ତୋଷ…

୪ ମାସ ହେଲା ମିଳୁନି ଭତ୍ତା: ଅନ୍ଦୋଳନ ପାଇଁ ସଜବାଜ ହିତାଧିକାରୀ

ଭଞ୍ଜନଗର,୨୧।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର କିଛି ହିତାଧିକାରୀ ବିଗତ ୪ ମାସ ହେଲା ବକେୟା ଭତ୍ତା ଅର୍ଥ ପାଇ ପାରିନାହାନ୍ତି। ଫଳରେ ଉକ୍ତ ହିତାଧିକାରୀ ମାନେ…

ଆନ୍ଦୋଳନ ଛାଡି ଖାଉଥିଲେ ବର୍ଗର! CJP ନେଲା କାର୍ଯ୍ୟାନୁଷ୍ଠାନ, ସଂଗଠନର ମୁଖପାତ୍ର ପଦରୁ…

ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ପାର୍ଟି (CJP) ବିଜେତା ଦହିୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ସଂଗଠନର ମୁଖପାତ୍ର ପଦରୁ ହଟାଇ ଦେଇଛି। ଏହାର ସୂଚନା CJP…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

କଲ୍ୟାଣସିଂହପୁର ସେରିଗୁମାଠାରେ ଭାଜପାର ମିଶ୍ରଣ ପର୍ବ: ବିଭିନ୍ନ ଦଳ ଛାଡ଼ି ପଦ୍ମ ଧରିଲେ ୨୦୦ କର୍ମୀ

କଲ୍ୟାଣସିଂହପୁର,୨୧।୭( ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ମାଝିଗୁଡ଼ା ମଣ୍ଡଳର ସେରିଗୁମା ଠାରେ ଭାରତୀୟ ଜନତା ପାର୍ଟି (ଭାଜପା ) ପକ୍ଷରୁ…

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଅଗଷ୍ଟ ୩ରୁ ୫ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର, ୨୧।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ଅବସରରେ ସେ…

CJP ଆନ୍ଦୋଳନକୁ ନେଇ ମମତାଙ୍କ ବଡ଼ ଘୋଷଣା, ବିରୋଧୀ ହେଲେ କାବା!

ନୂଆଦିଲ୍ଲୀ,୨୧।୭: ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (TMC) ପ୍ରମୁଖ ମମତା ବାନାର୍ଜୀ ଦଳର ବିଦ୍ରୋହୀ ନେତାମାନଙ୍କ ଉପରେ ଏପର୍ଯ୍ୟନ୍ତର ସବୁଠାରୁ କଡ଼ା ଆକ୍ରମଣ କରିଛନ୍ତି। ସେ ସ୍ପଷ୍ଟ ଶବ୍ଦରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri