କ୍ଷେପଣାସ୍ତ୍ର ପରୀକ୍ଷା ପାଇଁ ଯୋଜନା କରୁଛି ପାକିସ୍ତାନ: ଭୟରେ ଯୁଦ୍ଧ ପ୍ରସ୍ତୁତି

ଇସ୍‌ଲାମାବାଦ,୨୯ା୮: କଶ୍ମୀର ସମ୍ପର୍କିତ ଭାରତର ନିଷ୍ପତ୍ତି ପରେ ପାକିସ୍ତାନର ନିଦ ହଜିଯାଇଛି। ନିୟନ୍ତ୍ରଣରେଖା (ଏଲ୍‌ଓସି)ରେ ସୈନ୍ୟ ଠୁଳ କରି ଥରକୁ ଥର ଆଣବିକ ଅସ୍ତ୍ର ବ୍ୟବହାର ଓ ଯୁଦ୍ଧର ଭୟ ଦେଖାଉଥିବା ପାକିସ୍ତାନ ଏବେ ଭାରତର ସମ୍ଭାବ୍ୟ ଆକ୍ରମଣକୁ ନେଇ ନିଜେ ଛାନିଆ ହୋଇଯାଇଛି। ଏଥିପାଇଁ ଖୁବ୍‌ଶୀଘ୍ର ଆଣବିକ ଅସ୍ତ୍ର ପରୀକ୍ଷା କରିବା ପାଇଁ ପଡ଼ୋଶୀ ଦେଶ ସଜବାଜ ହେଉଛି। ଆସନ୍ତା ଅକ୍ଟୋବର କିମ୍ବା ନଭେମ୍ବରରେ ଭାରତ-ପାକିସ୍ତାନ ମଧ୍ୟରେ ଘମାଘୋଟ ଯୁଦ୍ଧ ହେବ ବୋଲି ପାକିସ୍ତାନର ରେଳମନ୍ତ୍ରୀ ଶେଖ୍‌ ରଶିଦ୍‌ ଅହମ୍ମଦଙ୍କ ବୁଧବାର ଭବିଷ୍ୟବାଣୀରୁ ଇସ୍‌ଲାମାବାଦର ଆଭିମୁଖ୍ୟ ସ୍ପଷ୍ଟ ହୋଇଛି।
ମିଳିଥିବା ସୂଚନାନୁସାରେ ସୀମା ସେପଟେ ପାକିସ୍ତାନୀ ସୈନ୍ୟ ଭାରତ ସହ ଯୁଦ୍ଧ ପାଇଁ ଠୁଳ ହୋଇଛନ୍ତି। କରାଚୀ ନିକଟସ୍ଥ ସୋନମିଆନି ଟେଷ୍ଟ ରେଞ୍ଜରେ ପରୀକ୍ଷା ପାଇଁ ଏକ ଆଣବିକ ଓ କେତେକ ପାରମ୍ପରିକ କ୍ଷେପଣାସ୍ତ୍ର ରଖାଯାଇଛି। ଭାରତ ପଟକୁ ମୁହଁ କରି ରଖାଯାଇଥିବା ପାରମ୍ପରିକ ଯୁଦ୍ଧାସ୍ତ୍ରଗୁଡ଼ିକ ମଧ୍ୟରେ ରହିଛି ହତ୍‌ଫ ୧ (୭୦-୧୦୦ କି.ମି. ରେଞ୍ଜ) ଓ ହତ୍‌ଫ ୨ (ଅବ୍‌ଦାଲି), ଯାହାର ଆକ୍ରମଣ କ୍ଷମତା ୧୮୦ରୁ ୨୦୦ କି.ମି.। ଏହାର ଆଣବିକ କ୍ଷେପଣାସ୍ତ୍ରଗୁଡ଼ିକ ହେଲା ୨୯୦ କି.ମି. ରେଞ୍ଜ୍‌ର ହତ୍‌ଫ ୩ (ଗଜ୍‌ନବୀ) ଏବଂ ହତ୍‌ଫ ୭ (୩୫୦-୭୦୦ କି.ମି. ଆକ୍ରମଣ କ୍ଷମତାସମ୍ପନ୍ନ ବାବର କ୍ରୁଜ୍‌ ମିଶାଇଲ)। ସେହିପରି ହତ୍‌ଫ ୪ (ଶାହିନ ୧- ୭୦୦ କି.ମି.), ଘୌରି ୧ ନାମକ ହତ୍‌ଫ ୫ (୨୫୦-୧୫୦୦ କି.ମି.) ଓ ୧୫୦୦ରୁ ୨୦୦୦ କି.ମି. ଆକ୍ରମଣ କ୍ଷମତାସମ୍ପନ୍ନ ହତ୍‌ଫ୍‌ ୬ (ଶାହିନ୍‌ ୨) କ୍ଷେପଣାସ୍ତ୍ର ମୁତୟନ କରାଯାଇଛି । ପାକିସ୍ତାନ ଏହି କ୍ଷେପଣାସ୍ତ୍ରଗୁଡ଼ିକର ପରୀକ୍ଷଣ ଖୁବ୍‌ଶୀଘ୍ର କରିବା ପାଇଁ ଯୋଜନା କରିଛି। ସେଠାକାର ନୋଟିସ ଟୁ ଏୟାରମେନ୍‌ (ଏନ୍‌ଓଟିଏଏମ୍‌) ଓ ନୌସେନାକୁ ସଜାଗ ରହିବା ପାଇଁ ବୁଧବାର ଆଲର୍ଟ କରାଯାଇଛି। ଅଗଷ୍ଟ ୨୮ ଓ ୩୧ରେ ଭୋର ୪ଟା ୪୦ରୁ ପୂର୍ବାହ୍ନ ୯ଟା ମଧ୍ୟରେ ସାମରିକ ଅଭ୍ୟାସ କରାଯିବ ବୋଲି ଉକ୍ତ ନୋଟିସରେ ଉଲ୍ଲେଖ କରାଯାଇଛି। ପାକିସ୍ତାନ ତା’ର ସମସ୍ତ ମିଶାଇଲ୍‌ ସିଷ୍ଟମ୍‌କୁ ଭାରତରେ ଆକ୍ରମଣ ପାଇଁ ବିକଶିତ କରିଛି। ଏହାସହ ଆଣବିକ ଶକ୍ତି କ୍ଷମତାକୁ ମଧ୍ୟ ବଳ ଦେବାରେ ଲାଗିଛି। ଯୁଦ୍ଧ ହେଲେ ଭାରତ ଉପରେ ଆଣବିକ ଅସ୍ତ୍ର ପ୍ରୟୋଗ କରାଯିବ ବୋଲି ଧମକ ଦେବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ସମେତ ଦେଶର ଶୀର୍ଷ ନେତୃତ୍ୱ ପଛାଉନାହାନ୍ତି।
ରେଳମନ୍ତ୍ରୀ ଶେଖ୍‌ ରଶିଦ୍‌ ଅହମ୍ମଦ କହିଛନ୍ତି, କଶ୍ମୀରୀଙ୍କ ଭାଗ୍ୟ ଜାତିସଂଘ ନୁହେଁ, ବରଂ ସେମାନେ ନିଜେ ନିର୍ଦ୍ଧାରଣ କରିବେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗୁ କଶ୍ମୀରର ମୁକ୍ତି ପାଇଁ ଶେଷ ଯୁଦ୍ଧ କରିବାର ସମୟ ଆସିଯାଇଛି। ଏଥର ଭାରତ ସହ ଚୂଡ଼ାନ୍ତ ଓ ଶେଷ ଯୁଦ୍ଧ ହେବ। ୨୦୧୯ ଶେଷ ସୁଦ୍ଧା ବିଶେଷକରି ଆସନ୍ତା ଅକ୍ଟୋବରରୁ ନଭେମ୍ବର ଭିତରେ ଦୁଇଦେଶ ମଧ୍ୟରେ ନିର୍ଣ୍ଣାୟକ ଯୁଦ୍ଧ ହେବ ବୋଲି ରଶିଦ୍‌ କହିଛନ୍ତି। ତାଙ୍କ ଘୋଷଣା ପରିପ୍ରେକ୍ଷୀରେ ପାକିସ୍ତାନର ଏଭଳି ପ୍ରସ୍ତୁତିକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ‘ଅର୍ଣ୍ଣବ’ ପରେ ପିଇବା ପାଣି ପାଇଁ ହାହାକାର: ୨୦୦ ପରିବାର ହନ୍ତସନ୍ତ

ଦାରିଙ୍ଗବାଡ଼ି, ୪/୧୧ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ ପରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଜନଜୀବନ। କେଉଁଠି ରାସ୍ତା ବିଚ୍ଛିନ୍ନ ତ ଆଉ କେଉଁଠି ଭୂସ୍ଖଳନ। ଅନ୍ୟପଟେ ବିଦ୍ୟୁତ୍‌ ସଂଯୋଗ…

କୋଟିଆ ଓ ମହାନଦୀ

କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଲାଗି ରହିଥିବା ବିବାଦ ବହୁ ପୁରୁଣା। ଏହାର ୨୮ ଗାଁ ମଧ୍ୟରୁ ୨୧ଟି ଗ୍ରାମକୁ ନେଇ ଓଡ଼ିଶା ଏବଂ…

୯ରେ ରାଜ୍ୟ କ୍ୟାବିନେଟ୍‌: ୯ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର, ୪ା୧୧ (ରବିନାରାୟଣ ଜେନା):ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ନଭେମ୍ବର ୯ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ…

ଭାରତ ବନାମ ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ: ଟସ୍‌ ଜିତିଲା ଭାରତ, ଦେଖନ୍ତୁ ୨ ଦଳର ପ୍ଲେଇଙ୍ଗ୍‌ ୧୧

ନୂଆଦିଲ୍ଲୀ, ୪।୧୧: ଭାରତ ବନାମ ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ ଅକ୍ଲାଣ୍ଡର ଇଡେନ ପାର୍କ ଷ୍ଟାଡିୟମରେ ଖେଳାଯିବ। ତେବେ ଭାରତର ଅଧିନାୟକ ଶୁଭମନ ଗିଲ ଟସ୍‌ ଜିତି ପ୍ରଥମେ…

୧୨୩ ବର୍ଷର ବିଶ୍ୱ ରେକର୍ଡ ଭାଙ୍ଗିଲେ ଏହି ଭାରତୀୟ ବ୍ୟାଟର! କ୍ରିକେଟ ଇତିହାସରେ ଯୋଡ଼ିହେଲା ନୂଆ ଅଧ୍ୟାୟ

ନୂଆଦିଲ୍ଲୀ,୪।୧୧:କ୍ରିକେଟ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ଭାରତୀୟ ବ୍ୟାଟର ଚିନ୍ମୟ ସୁତାର। ମାତ୍ର ୫ଟି ଫାର୍ଷ୍ଟ କ୍ଲାସ ପାଳିରେ ୭୯୪ ରନ ସଂଗ୍ରହ କରି ସେ ୧୨୩…

ୟୁକ୍ରେନ୍‌ ସହାୟତା କେନ୍ଦ୍ର ଉପରେ ଆକ୍ରମଣ: ୩୧ ମୃତ

କିଭ୍‌,୪ା୧୧: ଦକ୍ଷିଣ ୟୁକ୍ରେନ୍‌ର ଏକ ସହାୟତା କେନ୍ଦ୍ରରୁ ଲୋକେ ମାନବୀୟ ସହାୟତା ସଂଗ୍ରହ କରିବା ପାଇଁ ଏକାଠି ହୋଇଥିବାବେଳେ ରୁଷିଆ ଆକ୍ରମଣ କରିବାରୁ ୩୧ ଜଣଙ୍କ ମୃତ୍ୟୁ…

ଆମେରିକା ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ପାଇଁ ମତଦାନ ଜାରି

ଓ୍ବାଶିଂଟନ,୪ା୧୧: ଆମେରିକା କଂଗ୍ରେସକୁ କେଉଁ ଦଳ ନିୟନ୍ତ୍ରଣ କରିବ, ସେନେଇ ମଙ୍ଗଳବାର ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଅନୁଷ୍ଠିତ ହେଉଛି। ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସର ସମସ୍ତ ୪୩୫ ଆସନ ଏବଂ…

ଆଜି ପ୍ରଥମ ଦିନିକିଆ: ପେସ୍‌ ଆଟାକ୍‌ ଭାରତ ପାଇଁ ଚିନ୍ତାର କାରଣ

ଅକ୍‌ଲାଣ୍ଡ, ୪ା୧୧: ସ୍ଥାନୀୟ ଇଡେନ୍‌ ପାର୍କଠାରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। କ୍ୟାରିୟରରେ ଅନ୍ତିମଥର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?