କ୍ଷୀର ବ୍ୟବସାୟୀ ହତ୍ୟା ଘଟଣା ପର୍ଦ୍ଦାଫାଶ: ମାଷ୍ଟରମାଇଣ୍ଡ୍‌ ସମେତ ୩ ଗିରଫ

ବ୍ରହ୍ମପୁର ଅଫିସ,୧୯ା୬: ଗଞ୍ଜାମ ଜିଲା ଗୋସାଇଁନୂଆଗାଁ ହିଲ୍‌ପଟଣାସ୍ଥିତ ହେରିଟେଜ୍‌ କ୍ଷୀର ଡିଲର ଲମ୍ବୋଦର ମୁନିଙ୍କୁ ହତ୍ୟା କରି ସୁନା ଗହଣା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ବହୁଚର୍ଚିତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ମୃତ ଲମ୍ବୋଦରଙ୍କ ଡ୍ରାଇଭର ରୂପେଶ କୁମାର ପାଢ଼ୀ ଓରଫ ଲାଲାଙ୍କ ସମେତ ୩ ଜଣଙ୍କୁ ପୋଲିସ ଗିରଫ କରିଛି ବୋଲି ଶୁକ୍ରବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ଏହି ହତ୍ୟାକାଣ୍ଡ ଘଟଣାର ଅନ୍ୟ ୨ ଅଭିଯୁକ୍ତ ଫେରାର ଥିବା ସେ କହିଛନ୍ତି। ବ୍ୟବସାୟୀଙ୍କୁ ହତ୍ୟା କରିବା ପରେ ଲକ୍ଷ୍ମୀ ଭଣ୍ଡାରରୁ ଲୁଟି ନେଇଥିବା ସୁନା ଗହଣା ଓ ଟଙ୍କା ମଧ୍ୟରୁ ପୋଲିସ ୪ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଅଭିଯୁକ୍ତଙ୍କଠାରୁ ଜବତ କରିଥିବା ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ଏନେଇ କେସ୍‌ ନମ୍ବର ୮୭/୧୯ ଅନୁସାରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଫେରାର ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ବ୍ରହ୍ମପୁର ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ, ପ୍ରଶାସନିକ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ

ଭଞ୍ଜନଗର,୪ା୫(ଡି.ଏନ୍‌.ଏ.): ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୋମବାର ଭଞ୍ଜନଗର ଉପଖଣ୍ଡର ପୋଲିସ ପ୍ରଶାସନିକ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି...

କରୋନା ମୁକାବିଲା ପାଇଁ ଠିକାଦାର ଦେଲେ ୨ଲକ୍ଷ

ଦାରିଙ୍ଗବାଡ଼ି,୨୪।୪(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ିର ବରିଷ୍ଠ ଠିକାଦାର ଗିରିଶ ଚନ୍ଦ୍ର ସାହୁ ଶୁକ୍ରବାର ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ୨ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି।...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ବୌଦ୍ଧ,୨୨।୧(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ସୁରୁଣ୍ଡି ଗ୍ରାମର ଜଣେ ବ୍ୟକ୍ତି ବୁଧବାର ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ ଉକ୍ତ ଗ୍ରାମର ପବିତ୍ର...

ଛତ୍ରପୁରର ୫ ଲଜ୍‌ ଉପରେ ଚଢ଼ାଉ, ବନ୍ଦ ନିର୍ଦ୍ଦେଶ: ଅନ୍ୟ ରାଜ୍ୟର ୭ ଜଣ ଠାବ

ଛତ୍ରପୁର,୩ା୪(ଡି.ଏନ୍‌.ଏ.)- ଛତ୍ରପୁରର ୫ଟି ଲଜ୍‌ ଉପରେ ଗୁରୁବାର ରାତିରେ ପ୍ରଶାସନର ଏକ ଟିମ୍‌ ଅଚାନକ ଚଢାଉ କରିଥିଲେ। ଏଥିରୁ ୨ଟି ଲଜ୍‌ରେ କେହି ନ ଥିବାବେଳେ...

ଟିକରସାହିର ନିଖୋଜ ବ୍ୟକ୍ତିଙ୍କ ମୃତଦେହ ବ୍ରାହ୍ମଣୀପାଳ କୁଶେଇ ନଦୀରୁ ଉଦ୍ଧାର

କେନ୍ଦୁଝର, ୨୪।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଦୈତାରୀ ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଳ ସଉତୁଣୀ ନାଳ ନିକଟସ୍ଥ କୁଶେଇ ନଦୀରୁ ସୋମବାର ଏକ ମୃତଦେହ ଉଦ୍ଧାର ହୋଇଛି। ମୃତକ...

ସୁବାସ ରାମଚନ୍ଦ୍ର ଦୋଷୀ ସାବ୍ୟସ୍ତ

ପୁରୀ ଅଫିସ,୧୭।୧୦: ୫ବର୍ଷରେ ଶୁକ୍ରବାର ବହୁ ଚର୍ଚ୍ଚିତ ପୁରୀ ଟ୍ରେନ୍‌ ପୋଡ଼ି ମାମଲାର ରାୟ ପ୍ରକାଶ ପାଇଛି। ପୁରୀର ଆସିଷ୍ଟାଣ୍ଟ ସେସନ୍ସ ଜଜ୍‌ କମ୍‌ ସିଜେଏମ୍‌...

କେନ୍ଦ୍ରୀୟ ବିଦ୍ୟାଳୟ ଟିମ୍‌ର ସ୍ଥାନ ପରିଦର୍ଶନ

ଆନନ୍ଦପୁର,୪।୬(ସ୍ବ.ପ୍ର.): କେନ୍ଦ୍ରୀୟ ବିଦ୍ୟାଳୟର ଏକ ଟିମ୍‌ କେନ୍ଦୁଝର ଜିଲା ଆନନ୍ଦପୁରରେ ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାନ ପରିଦର୍ଶନ କରି ଫେରିଛନ୍ତି। ଏହି ଟିମ୍‌ରେ କଟକ କେନ୍ଦ୍ରୀୟ...

ମଦ ଦୋକାନ ଖାତା ପତ୍ର ଯାଞ୍ଚ କଲେ ଅଧିକାରୀ

ଖଇରା, ୮।୬(ଡି.ଏନ.ଏ.)-ଜିଲା ଅବକାରୀ ବିଭାଗ ଓ ଖଇରା ରାଜସ୍ବ ବିଭାଗ ତରଫରୁ ମିଳିତ ଭାବେ ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଖଇରା ଓ କୁପାରୀ...


Coronavirus Update

Archives

Model This Week

Why Dharitri