Posted inଜାତୀୟ

କ୍ଷତିଗ୍ରସ୍ତଙ୍କ ପାଇଁ କ’ଣ ପଦକ୍ଷେପ ନେଇଛ

ନୂଆଦିଲ୍ଲୀ,୩ା୩ (ପି.ଟି.): ଉତ୍ତରପୂର୍ବ ଦିଲ୍ଲୀ ଦଙ୍ଗାରେ କ୍ଷତିଗ୍ରସ୍ତ ଲୋକମାନଙ୍କ ଚିକିତ୍ସା ଓ ଥଇଥାନ ପାଇଁ କ’ଣ ପଦକ୍ଷେପ ନେଇଛ ରିପୋର୍ଟ ଦାଖଲ କରିବା ଲାଗି ହାଇକୋର୍ଟ ସୋମବାର ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଡି.ଏନ୍‌. ପଟେଲ ଓ ଜଷ୍ଟିସ ସି. ହରିଶଙ୍କରଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ନିର୍ଦ୍ଦେଶ ଜାରି କରିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୩୦କୁ ଧାର୍ଯ୍ୟ କରିଛନ୍ତି। ଦିଲ୍ଲୀରେ ପୁଣି ଥରେ ଦଙ୍ଗା ସୃଷ୍ଟି ହେବା ନେଇ ରବିବାର ସନ୍ଧ୍ୟାରେ ଗୁଜବ ପ୍ରଚାରିତ ହୋଇଥିଲା। ପୋଲିସ ଏହି ଗୁଜବକୁ ପ୍ରତିହତ କରିବାରେ ସଫଳ ହୋଇଥିବା ସରକାରୀ ଓକିଲ ରାହୁଲ ମେହରା କୋର୍ଟଙ୍କୁ ଜଣାଇଥିଲେ। ଗତ ସପ୍ତାହରେ ଦଙ୍ଗାଜନିତ ମୃତ୍ୟୁସଂଖ୍ୟା ୪୭ରେ ପହଞ୍ଚତ୍ଥିବାବେଳେ ୨୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଭଙ୍ଗାରୁଜା ଓ ପୋଡାଜଳାରେ ବ୍ୟାପକ ସମ୍ପତ୍ତି ନଷ୍ଟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବିଧାନ ଅନୁଯାୟୀ କାର୍ଯ୍ୟ କରିବି’

ବେଙ୍ଗାଲୁରୁ,୧୮ା୭(ପି.ଟି.): ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ କର୍ନାଟକ ବିଧାନସଭାର ବାଚସ୍ପତି କେ.ଆର୍‌. ରମେଶ କୁମାର ସ୍ବାଗତ କରିଛନ୍ତି। ବିଦ୍ରୋହୀ ବିଧାୟକମାନଙ୍କ ଇସ୍ତଫା ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ଅଦାଲତ...

ଅପରେଶନ୍‌ ଅଲ୍‌ଆଉଟର ସୁଫଳ ମିଳୁଛି, ସରକାର ଦେଲେ ସୂଚନା…

ନୂଆଦିଲ୍ଲୀ,୧।୧୨: ସମ୍ପ୍ରତି ଜମ୍ମୁ-କଶ୍ମୀରରେ ସ୍ଥିତି ସ୍ବାଭାବିକ ହେବାରେ ଲାଗିଛି। ଅପରେଶନ୍‌ ଅଲ୍‌ଆଉଟର ସୁଫଳ ମିଳୁଛି ବୋଲି ରାଜ୍ୟ ସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର...

ଅଯୋଗ୍ୟ ଘୋଷିତ ୧୭ ବିଧାୟକ ଲଢ଼ିପାରିବେ ନିର୍ବାଚନ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୩।୧୧: କର୍ନାଟକର ଅଯୋଗ୍ୟ ଘୋଷିତ ୧୭ ବିଧାୟକ ନିର୍ବାଚନ ଲଢ଼ିପାରିବେ ବୋଲି ବୁଧବାର ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। ଏହି ଘଟଣାରେ ବାଚସ୍ପତିଙ୍କ ନିଷ୍ପତ୍ତି ଠିକ୍‌ ଥିବା...

କୁତବ୍‌ ମିନାର ନେଇ ବିବାଦ ଘନେଇଲା, ୨୭ ହିନ୍ଦୁ- ଜୈନ ମନ୍ଦିର ଅବଶେଷରେ ହୋଇଛି ନିର୍ମିତ…

ନୂଆଦିଲ୍ଲୀ, ୧୦।୫ : ଅଯୋଧ୍ୟା ପରେ କାଶୀ, ମଥୁରା, ତାଜମହଲ ଏବଂ ବର୍ତ୍ତମାନ ଦିଲ୍ଲୀର କୁତବ୍‌ ମିନାରକୁ ନେଇ ବିବାଦ ଘନେଇବାରେ ଲାଗିଛି। ହିନ୍ଦୁ ସଂଗଠନର...

ଯୋଗୀ ଜାରି କଲେ ଜନ ସଂଖ୍ୟା ୨୦୨୧-୩୦ ନୀତି…

ଲକ୍ଷ୍ନୌ,୧୧।୭: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ରାଜ୍ୟରେ ଜନ ସଂଖ୍ୟା ୨୦୨୧-୩୦ ନୀତି ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସ ଭବନରେ...

ଅପେକ୍ଷାର ହେବ ଅନ୍ତ: ଦେଶକୁ ମିଳିବ ଗୋଟିଏ ଡୋଜ ବାଲା ଟିକା!

ନୂଆଦିଲ୍ଲୀ,୧୦ ।୯: କରୋନା ଭାଇରସଠାରୁ ଦୂରେଇ ରହିବାକୁ ଏବେ ସମସ୍ତେ ଗୋଟିଏ ଡୋଜ୍ ବାଲା ଭ୍ୟାକ୍ସିନକୁ ଅପେକ୍ଷା ରଖିଛନ୍ତି । ହେଲେ ଖୁବଶୀଘ୍ର ଏହାର ଅନ୍ତ...

ମନ୍ଦିର ସଂଲଗ୍ନ ଖନନ ସମୟରେ ମିଳିଲା ୫୦୫ ସ୍ବର୍ଣ୍ଣମୁଦ୍ରା

ତିରୁଚିରାପଲି,୨୭।୨: ତାମିଲନାଡୁର ତିରୁଚିରାପଲି ଜିଲା ଥିରୁଭାନୈକଭଲ ନିକଟରେ ଥିବା ଜମ୍ବୁକେଶ୍ୱର ମନ୍ଦିର ନିକଟରେ ଖନନ ଚାଲିଥିବା ବେଳେ ମାଟିତଳୁ ୫୦୫ଟି ସ୍ବର୍ଣ୍ଣମୁଦ୍ରା ମିଲିଥିବା ଜଣାପଡିଛି। ଏହାର...

ଭାଙ୍ଗିଲା ଚାରମିନାରର କିଛି ଅଂଶ

ହାଇଦ୍ରାବାଦ,୨।୫: ଆନ୍ଧ୍ର ପ୍ରଦେଶରେ ଥିବା ୪ଶହ ବର୍ଷ ପୁରୁଣା ଚାରମିନାରର କିଛି ଅଂଶ ଭାଙ୍ଗି ଯାଇଥିବା ଜଣାପଡିଛି। ବୁଧବାର ରାତିରେ ଏହାର ଏକ ଖମ୍ବର କିଛି...

Advertisement
Archives

Model This Week