Posted inଖେଳ

କ୍ଲୁଜନର ଦକ୍ଷିଣ ଆଫ୍ରିକା ଦଳର ବ୍ୟାଟିଂ କୋଚ୍‌

ଜୋହାନ୍ସବର୍ଗ,୨୩।୮(ପିଟି): ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ଅଲରାଉଣ୍ଡର ଲାନ୍ସ କ୍ଲୁଜନର ଶୁକ୍ରବାର ଜାତୀୟ ଦଳର ବ୍ୟାଟିଂ କୋଚ୍‌ ନିଯୁକ୍ତ ହୋଇଛନ୍ତି। ତେବେ ତାଙ୍କୁ କେବଳ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଲାଗି ଦାୟିତ୍ୱ ଦିଆଯାଇଛି। କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ) ପୂର୍ବତନ ପେସର ଭିନସେଣ୍ଟ ବର୍ନସଙ୍କୁ ବୋଲିଂ କୋଚ୍‌ ପଦରେ ନିଯୁକ୍ତ କରିଛି। ଫିଲ୍ଡିଂ କୋଚ୍‌ ଜଷ୍ଟିନ ଅନଟଙ୍ଗ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି। ନୂଆ ନିୟମ ଅନୁଯାୟୀ ଟିମ୍‌ ଡିରେକ୍ଟର ତାଙ୍କର ୩ ସହାୟକ କୋଚ୍‌ ନିଯୁକ୍ତ କରିଛନ୍ତି ବୋଲି ସିଏସ୍‌ଏ କାର୍ଯ୍ୟକାରୀ ନର୍ଦ୍ଦେଶକ କୋରି ଭାନ ଜିଲ କହିଛନ୍ତି। କ୍ଲୁଜନର କେବଳ ଭାରତ ବିପକ୍ଷ ଟି୨୦ ସିରିଜ୍‌ରେ ବ୍ୟାଟିଂ କୋଚ୍‌ ସମ୍ଭାଳିବେ। ସେ ସମସ୍ତ ଫର୍ମାଟ ପାଇଁ ବର୍ତ୍ତମାନ ଉପଲବ୍ଧ ନାହାନ୍ତି। ହ୍ବାଇଟ୍‌ ବଲ କ୍ରିକେଟରେ ତାଙ୍କ ରେକର୍ଡ ବହୁତ ଭଲ ରହିଛି, ଯାହା ଜାତୀୟ ଦଳର ଖେଳାଳିଙ୍କୁ ସହାୟକ ହେବ ବୋଲି ଭାନ ଜିଲ କହିଛନ୍ତି। କ୍ଲୁଜନର ଟେଷ୍ଟରେ ୧୯୦୬ ରନ୍‌ କରିବା ସହ ୮୦ ଉଇକେଟ ନେଇଥିଲେ। ସେହିଭଳି ଦିନିକିଆ ଫର୍ମାଟରେ ୩୫୭୬ ରନ୍‌ ଓ ୧୯୨ ଉଇକେଟ ଅକ୍ତିଆର କରିଥିଲେ। ଦକ୍ଷିଣ ଆଫ୍ରିକା ଦଳ ସେପ୍ଟେମ୍ବର ୧୫ ତାରିଖରେ ଟି୨୦ ସିରିଜ୍‌ ଲାଗି ଭାରତ ଗସ୍ତ କରିବ। ଏହାପରେ ଦୁଇ ଦଳ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫେସବୁକ୍‌ରେ ବକ୍ସରଙ୍କୁ ପ୍ରେମ ନିବେଦନ କରିଥିଲେ ଶିଖର ଧାଓ୍ବନ

ଭାରତୀୟ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧାଓ୍ବନ ନିଜ ବ୍ୟାଟିଂ ପାଇଁ ଯେତିକି ଲୋକପ୍ରିୟତା ହାସଲ କରିନାହାନ୍ତି, ତାଙ୍କ ପ୍ରେମ କାହାଣୀକୁ ନେଇ ସେତିକି...

ଜାପାନ ଅନ୍ତର୍ଜାତୀୟ ପାରାବ୍ୟାଡ୍‌ମିଣ୍ଟନ: ପ୍ରମୋଦଙ୍କ ଡବଲ ବିଜୟ

ଭୁବନେଶ୍ୱର, ୧୪।୧୧(କ୍ରୀଡ଼ା ପ୍ରତିନିଧି)- ଜାପାନ ଅନ୍ତର୍ଜାତୀୟ ପାରାବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ବୁଧବାର ଟୋକିଓରେ ଆରମ୍ଭ ହୋଇଛି। ବିଶ୍ୱର ୧୯୨ ପ୍ରତିଯୋଗୀଙ୍କୁ ନେଇ ହେଉଥିବା ଏହି ପ୍ରତିଯୋଗିତାର ପ୍ରଥମ...

ଓନୁଙ୍କ ସହ ଓଡ଼ିଶା ଏଫସିର ଚୁକ୍ତି

ଭୁବନେଶ୍ୱର, ୧୪।୯(କ୍ରୀଡ଼ା ପ୍ରତିନିଧି)-  ସ୍ପାନିଶ୍‌ ଫୁଟବଲର ମାନୁଏଲ ଓନୁଙ୍କ ସହ ଓଡ଼ିଶା ଏଫସି ଏକବର୍ଷିଆ ଚୁକ୍ତି କରିଛି। ଫଳରେ ଏହି ସେଣ୍ଟର ଫରଓ୍ବାର୍ଡ ଭୁବନେଶ୍ୱର ଭିତ୍ତିକ...

ମଜୁରିଆ କୁସ୍ତିଯୋଦ୍ଧାଙ୍କୁ ୨.୫ ଲକ୍ଷ ସହାୟତା

ନୂଆଦିଲ୍ଲୀ, ୫ା୨ (ପି.ଟି.)-ମଜୁରିଆ ଭାବେ କାର୍ଯ୍ୟ କରୁଥିବା ମଧ୍ୟପ୍ରଦେଶର ଜଣେ କୁସ୍ତିଯୋଦ୍ଧା ସନ୍ନି ଯାଦବଙ୍କୁ କ୍ରୀଡ଼ା ମନ୍ତ୍ରଣାଳୟ ୨.୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛି।...

ସମ୍ଭାବ୍ୟ ଖେଳାଳିଙ୍କ ତାଲିକାରେ ନ ଥିଲେ ହେଲେ ବିଶ୍ୱକପ୍‌ ଦଳରେ ଆମିର

କରାଚି,୧୭।୫(ପି.ଟି.)- ପାକିସ୍ତାନ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଆମିରଙ୍କୁ ପ୍ରଥମେ ଅଣଦେଖା କରାଯାଇଥିଲେ ମଧ୍ୟ ପରେ ତାଙ୍କୁ ବିଶ୍ୱକପ୍‌ ଦଳରେ ସାମିଲ କାରାଯାଇଛି। ଚଳିତ ଇଂଲଣ୍ଡ...

ପ୍ରଥମ କ୍ରିକେଟର ଏଲିସେ ପେରି

ବ୍ରିଗଟନ,୨୯।୭(ପିଟି)- ଟି୨୦ ଫର୍ମାଟ୍‌ରେ ୧ ହଜାର ରନ୍‌ ଓ ୧୦୦ ଉଇକେଟ ନେବାରେ ଅଷ୍ଟ୍ରେଲିଆନ ଅଲରାଉଣ୍ଡର ଏଲିସେ ପେରି ବିଶ୍ୱର ପ୍ରଥମ କ୍ରିକେଟର। ଏଠାରେ ଖେଳାଯାଇଥିବା...

ପସନ୍ଦ ବ୍ୟାଟ୍ସମ୍ୟାନଙ୍କ ନାମ କହିଲେ ୱିଲିୟମସନ

ଓ୍ବେଲିଂଟନ, ୨୮ା୪: ‘କ୍ରିକେଟିଂ ବ୍ରେନ୍‌’ ପାଇଁ ବିଶ୍ୱ କ୍ରିକେଟରେ ପରିଚିତ ଲାଭ କରିଥିବା ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ ନିଜେ ଜଣେ ମ୍ୟାଚ ବିଜେତା। ସେ...

‘ପ୍ରତି ରାଜ୍ୟ ଗୋଟିଏ କ୍ରୀଡ଼ାକୁ ଅଗ୍ରାଧିକାର ଦେବେ’

ନୂଆଦିଲ୍ଲୀ, ୯ା୭(ପି.ଟି.)- ଭାରତର ପ୍ରତ୍ୟେକ ରାଜ୍ୟ ଗୋଟିଏ ଲେଖାଏ କ୍ରୀଡ଼ାକୁ ଅଗ୍ରାଧିକାର ଦେବେ। ଉକ୍ତ କ୍ରୀଡ଼ାର ଉନ୍ନତି ପାଇଁ ସମ୍ପୃକ୍ତ ରାଜ୍ୟ ଫୋକସ କରିବେ। କେନ୍ଦ୍ର...

Play 250+ Trending Games
Archives

Model This Week

Why Dharitri