କ୍ଲିନିକ୍‌, ଡାଇଗ୍ନୋଷ୍ଟିକ ସେଣ୍ଟରରେ ଚଢ଼ାଉ

ନୟାଗଡ଼ ଅଫିସ,୨୬ା୧୦: ନୟାଗଡ଼ ସହରରେ ଥିବା ବିଭିନ୍ନ ଡାଇଗ୍ନୋଷ୍ଟିକ ସେଣ୍ଟରରେ ଅନିୟମିତତା ହେଉଥିବା ଅଭିଯୋଗ ହେବା ପରେ ଶୁକ୍ରବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତରଫରୁ ସହରରେ ଥିବା ୩ଟି କ୍ଲିନିକ ଓ ଡାଇଗ୍ନୋଷ୍ଟିକ ସେଣ୍ଟର ଉପରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ କେଉଁ ସେଣ୍ଟର ଉପରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ନେଇ କୌଣସି ସୂଚନା ଦିଆଯାଇନାହିଁ। ସମସ୍ତ ସୂଚନା ଗୁପ୍ତ ରଖାଯାଇଛି। ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଆସି ପ୍ରଥମେ ଜିଲାପାଳଙ୍କ ସହିତ ଆଲୋଚନା କରିଥିଲେ। ପରେ ସେମାନେ ଜିଲାପାଳଙ୍କ କାର୍ଯ୍ୟାଳୟରୁ ୨ ଜଣ ଅଧିକାରୀ ଓ ଜିଲା ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କୁ ନେଇ ଚଢ଼ାଉ କରିଥିଲେ। ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶ୍ୱେତ ମହାପାତ୍ର କହନ୍ତି, ୩ଟି ସ୍ଥାନରେ ଚଢ଼ାଉ ହୋଇଥିବା ବେଳେ କୌଣସି ରିପୋର୍ଟ ସ୍ବାସ୍ଥ୍ୟ ବିଭାଗ ତାଙ୍କୁ ପ୍ରଦାନ କରିନାହିଁ। ଆଗାମୀ ଦିନରେ ଏ ବିଷୟରେ ଜଣାପଡ଼ିବ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩୦ବର୍ଷ ହେବ ଝୁମ୍ପୁଡ଼ି ଘରେ ୪ପରିବାର

ପିପିଲି,୨୫।୭(ଡି.ଏନ୍‌.ଏ.): ରାଜ୍ୟ ସରକାର ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କୁ ଉନ୍ନତମାନର ସେବା ଯୋଗାଇବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ହେଲେ ଠିକ୍‌ ସମୟରେ ଗ୍ରାମାଞ୍ଚଳବାସୀଙ୍କୁ ସହାୟତା ମିଳୁ...

ସମୂହ ଛୁଟି ନେଇ ଧାରଣାରେ ଶିକ୍ଷୟିତ୍ରୀ, ୧୩୧ ବିଦ୍ୟାଳୟରେ ଝୁଲିଲା ତାଲା

ବୁଗୁଡ଼ା,୧୪ା୯(କାଳୀଚରଣ ଦାଶ): ୩ ଦଫା ଦାବି ପୂରଣ ପାଇଁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଆହ୍ବାନ କ୍ରମେ ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ମିଳିତ...

ନ୍ୟାୟ ପାଇଁ ଧାରଣା ଘଟଣା: ଆକ୍ରମଣକାରୀ ଗିରଫ

ତିହିଡ଼ି,୨।୩(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ବୁଧପୁର ଗ୍ରାମର ସନ୍ତୋଷ କୁମାର ଜେନା ନାମକ ଜଣେ ବ୍ୟକ୍ତିଙ୍କୁ ରବିବାର ଆକ୍ରମଣ କରାଯାଇଥିଲା। ପୋଲିସଠାରୁ...

ଜଗନ୍ନାଥଙ୍କୁ ଚପଲ ପିନ୍ଧି ପୂଜାକଲେ ମାଲକାନଗିରି ଜିଲା ପରିଷଦ ଅଧ୍ୟକ୍ଷା

ମାଲକାନଗିରି,୨୦ା୧୦(ଡି.ଏନ.ଏ.): ଓଡ଼ିଆଙ୍କ ଆରାଧ୍ୟ ଦେବତା ସ୍ବୟଂ ଜଗନ୍ନାଥ ମହାପ୍ରଭୁଙ୍କୁ ମାଲକାନଗିରି ଜିଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ ଅବମାନନା କରିଛନ୍ତି। ଏକ କାର୍ଯ୍ୟକ୍ରମରେ ସେ ଚପଲ...

ଆଦିବାସୀ ନାବାଳିକାଙ୍କୁ ବଳାତ୍କାର

ଭଦ୍ରକ ଅଫିସ,୧୩।୧୨: ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି।...

ବିପୁଳ ପରିମାଣର ଚୋରା ବନ୍ଧୁକ, ଗୁଳି ଜବତ

ଛେଣ୍ଡିପଦା,୧୯।୧୨(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା କେରଜାଙ୍ଗ ଗାଁରୁ ବିଳମ୍ବିତ ରାତିରେ ବିପୁଳ ପରିମାଣର ଚୋରା ବନ୍ଧୁକ ଓ ଗୁଳି ଜବତ ହୋଇଛି। ଏ ନେଇ...

ବିଦ୍ୟୁତ୍‌ ଚୋରି ରୋକିବାକୁ ପ୍ରିପେଡ୍‌ ସ୍ମାର୍ଟ ମିଟର ପ୍ରଚଳନ ନିଷ୍ପତ୍ତି: ‘ପ୍ରଥମେ ସରକାରୀ ସ୍ତରରେ ଲାଗୁ ହେଉ’

ଓଡ଼ଗାଁ, ୨୨।୮(ସ୍ବ.ପ୍ର.): ସମ୍ପ୍ରତି ରାଜ୍ୟରେ ବିଦ୍ୟୁତ୍‌ ଚୋରି ରୋକିବାକୁ ରାଜ୍ୟ ଶକ୍ତି ମନ୍ତ୍ରୀ ପ୍ରିପେଡ୍‌ ସ୍ମାର୍ଟ ମିଟର ପ୍ରଚଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ...

ରାଜରାସ୍ତାରେ ଗର୍ଜିଲେ ଅମଲା

ଢେଙ୍କାନାଳ ଅଫିସ,୨୧ା୪: ଢେଙ୍କାନାଳ ଜିଲା ମିଳିତ ଅମଲା ମଞ୍ଚ ପକ୍ଷରୁ ଶୁକ୍ରବାର ବିକ୍ଷୋଭ କରାଯାଇ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।...

Advertisement
Archives

Model This Week