Posted inଖେଳ

କ୍ଲାସିକୋ ଲାଗି ମୁତୟନ ହେବେ ୩ ହଜାର ପୋଲିସ

ବାର୍ସିଲୋନା,୧୪।୧୨(ଏଏଫ୍‌ପି)- ଆସନ୍ତା ସପ୍ତାହରେ ରିଅଲ ମାଡ୍ରିଡ୍‌ ଓ ବାର୍ସିଲୋନା ମଧ୍ୟରେ ଖେଳାଯିବାକୁ ଥିବା କ୍ଲାସିକୋ ମ୍ୟାଚ୍‌ର କାର୍ଯ୍ୟସୂଚୀରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏଥିନେଇ ପ୍ରାୟ ୩ ହଜାର ପୋଲିସ ଅଫିସର ଓ ସୁରକ୍ଷା କର୍ମଚାରୀ ମୁତୟନ କରାଯିବ ବୋଲି ଲୋକାଲ ଅଫିସିଆଲ ଶୁକ୍ରବାର କହିଛନ୍ତି। ଦେଶର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଲା ଲିଗା ମ୍ୟାଚ୍‌ ଆସନ୍ତା ୧୮ ତାରିଖରେ କାମ୍ପା ନୂଆଠାରେ ଖେଳାଯିବ। କିନ୍ତୁ ଷ୍ଟାଡିୟମ ବାହାରେ ସେହି ଦିନ ବଡ଼ ବିକ୍ଷୋଭ ପାଇଁ ଡାକରା ଦେଇଛି କାଟଲାନ ସେପାରାଟିଷ୍ଟ ମୁଭମେଣ୍ଟ। ଏକ ହଜାର ସ୍ଥାନୀୟ ପୋଲିସ ଓ ଅନ୍ୟ ପୋଲିସ ଫୋର୍ସର ଦୁଇ ହଜାର ପୋଲିସ ଅଫିସର ଓ ସୁରକ୍ଷା କର୍ମଚାରୀଙ୍କ ମୁତୟନ କରାଯିବ। ସେମାନେ ଷ୍ଟାଡିୟମ ବାହାରେ ଓ ଭିତର ଦାୟିତ୍ୱରେ ରହିବେ। ଯଦି ପିଚ ମଧ୍ୟକୁ କୌଣସି ବିକ୍ଷୋଭକାରୀ ପ୍ରବେଶ କଲେ ଏଥିପାଇଁ ଷ୍ଟାଡିୟମ ଭିତରେ ଥିବା ସୁରକ୍ଷା କର୍ମୀ ଦାୟୀ। ଏ ନେଇ ବଡ଼ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯିବ ଓ ଭବିଷ୍ୟତରେ ମ୍ୟାଚ୍‌ଗୁଡ଼ିକ ରୁଦ୍ଧ ଦ୍ୱାର ଷ୍ଟାଡିୟମରେ ଖେଳାଯିବ ବୋଲି କାଟଲାନ ଇଣ୍ଟେରିଅର ଆଫାୟର୍ସ ମୁଖ୍ୟ ମିକୁଏଲ ବଚ କହିଛନ୍ତି। ଉଲ୍ଲେଖଥାଉ କି, ପ୍ରଥମେ ଏହି ମ୍ୟାଚ୍‌ ଆକ୍ଟୋବର ୨୬ ତାରିଖରେ ଖେଳାଯିବାର ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମଜୁରିଆ କୁସ୍ତିଯୋଦ୍ଧାଙ୍କୁ ୨.୫ ଲକ୍ଷ ସହାୟତା

ନୂଆଦିଲ୍ଲୀ, ୫ା୨ (ପି.ଟି.)-ମଜୁରିଆ ଭାବେ କାର୍ଯ୍ୟ କରୁଥିବା ମଧ୍ୟପ୍ରଦେଶର ଜଣେ କୁସ୍ତିଯୋଦ୍ଧା ସନ୍ନି ଯାଦବଙ୍କୁ କ୍ରୀଡ଼ା ମନ୍ତ୍ରଣାଳୟ ୨.୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛି।...

୨୦ ଥର କରୋନା ଟେଷ୍ଟ କରିସାରିଲେଣି ଆଇପିଏଲ୍‌ର ଏହି ମାଲିକାଣୀ

ବର୍ତ୍ତମାନ ଆଇପିଏଲ୍‌ ମ୍ୟାଚ୍‌ ଚାଲିଛି। ମହାମାରୀ କରୋନା ସମୟରେ ଆଇପିଏଲ୍‌ ଖେଳାଯାଉଥିବାରୁ ଆୟୋଜକମାନେ ଏଥିପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି। ଏ ନେଇ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବର...

ବ୍ରୋଞ୍ଚ ଜିତିଲେ ବଜରଙ୍ଗ

ଚିବା,୭।୮: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ରେସଲର ବଜରଙ୍ଗ ପୁନିଆ ଶନିବାର ବ୍ରୋଞ୍ଚ ପଦକ ଜିତିଛନ୍ତି। ସେ କାଜାଖସ୍ତାନର ଖେଳାଳି ଡୁଲେଟ୍‌ ନିୟାଜବେକୋଭଙ୍କୁ ୮-୦ରେ ପରାସ୍ତ କରିଛନ୍ତି।...

ସେରେନା-ହାଲେପ୍‌ ଫାଇନାଲ

ଲଣ୍ଡନ, ୧୨ା୭ (ଏଏଫ୍‌ପି)-ଚଳିତବର୍ଷର ଓ୍ବିମ୍ବେଲଡନ ଓପନ୍‌ ଟେନିସ ମହିଳା ସିଙ୍ଗଲ୍ସ ଫାଇନାଲ ଆମେରିକାର ସେରେନା ଓ୍ବିଲିୟମ୍ସ ଏବଂ ରୋମାନିଆର ସିମୋନା ହାଲେପ୍‌ଙ୍କ ମଧ୍ୟରେ ଖେଳାଯିବ। ୨୪ତମ...

ଏକ ସପ୍ତାହ ଘୁଞ୍ଚତ୍ଲା ଫ୍ରେଞ୍ଚ୍‌ ଓପନ୍‌

ପ୍ୟାରିସ୍‌, ୯ା୪ (ଏପି)- କରୋନା ଭାଇରସ ମହାମାରୀ ଯୋଗୁ ଫ୍ରେଞ୍ଚ ଓପନ ଟେନିସ୍‌ ଟୁର୍ନାମେଣ୍ଟକୁ ଏକ ସପ୍ତାହ ବିଳମ୍ବ କରାଯାଇଛି। ଆୟୋଜକଙ୍କ ପକ୍ଷରୁ ଗୁରୁବାର ଏ...

ପିଏମ୍‌ କେୟାର ଫଣ୍ଡ୍‌କୁ ବିଦେଶୀ ଖେଳାଳି ଦେଲେ ୩୭ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୨୬।୪ : କୋଭିଡ୍‌-୧୯ ମହାମାରୀ ସହ ଲଢ଼େଇ ପାଇଁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ୍‌କୁ ଅଷ୍ଟ୍ରେଲିଆନ ପେସର ଓ କୋଲକାତା ନାଇଟ୍‌ ରାଇଡର୍ସ ଷ୍ଟାର ପାଟ କୁମିନ୍ସ...

ଶ୍ରୀଲଙ୍କା-ସ୍କଟ୍‌ଲାଣ୍ଡ ମ୍ୟାଚ୍‌ ବାତିଲ

ଏଡିନବର୍ଗ, ୧୯।୫- ଶ୍ରୀଲଙ୍କା ଓ ଘରୋଇ ସ୍କଟ୍‌ଲାଣ୍ଡ ମଧ୍ୟରେ ଶନିବାରଠାରୁ ଆରମ୍ଭ ହୋଇଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଯାଇଛି। ମ୍ୟାଚ୍‌...

ବ୍ୟାଟ୍‌ ଛାଡି ମାଇକ୍‌ ଧରିବେ ଏହି କ୍ରିକେଟର୍‌

ଲଣ୍ଡନ,୬।୬: ଜୁନ ୧୮ରୁ ୨୨ ପର୍ଯ୍ୟନ୍ତ ଇଂଲଣ୍ଡର ସାଉଥମ୍ପଟନ୍‌ରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲ୍ୟୁଟିସି) ମ୍ୟାଚ ଖେଳାଯିବ। ଏହି ମ୍ୟାଚ...

Advertisement
Archives

Model This Week