କ୍ରୀଡ଼ାବିତ୍‌ଙ୍କ ସହଯୋଗ ଲୋଡ଼ିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୪ା୪ (ପି.ଟି.)-ଦେଶରେ କୋଭିଡ୍‌-୧୯ ମହାମାରୀର ପ୍ରକୋପ କ୍ରମେ ବୃଦ୍ଧି ପାଉଛି। ଏଥିଲାଗି ସଚେତନତା ଅଭିଯାନରେ ସାମିଲ ହେବା ଲାଗି ଦେଶର ପ୍ରମୁଖ କ୍ରୀଡ଼ାବିତ୍‌ଙ୍କ ସହଯୋଗ ଲୋଡ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁକ୍ରବାର ସେ କେତେଜଣ ଖେଳାଳିଙ୍କ ସହିତ ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି କ୍ରିକେଟ ଆଇକନ୍‌ ବିରାଟ କୋହଲି ଏବଂ ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି ସିନ୍ଧୁ। ଭାଇରସ୍‌ର ସଂକ୍ରମଣକୁ ରୋକିବା ଲାଗି ଦେଶରେ ବର୍ତ୍ତମାନ ୨୧ ଦିନିଆ ଲକ୍‌ଡାଉନ୍‌ କାର୍ଯ୍ୟକାରୀ କରାଯାଉଛି। ଭିଡିଓ କଲ୍‌ ଜରିଆରେ ଏହି ଆଲୋଚନା ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇ ୧ ଘଣ୍ଟା ଧରି ଚାଲିଥିଲା। ଏଥିରେ କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁଙ୍କ ବ୍ୟତୀତ ୪୦ରୁ ଊର୍ଦ୍ଧ୍ୱ ଆଥଲେଟ୍‌ ସାମିଲ ହୋଇଥିଲେ। ଭାରତରେ କୋଭିଡ୍‌-୧୯ ପଜିଟିଭ୍‌ଙ୍କ ସଂଖ୍ୟା ୨,୦୦୦ ଅତିକ୍ରମ କରିଯାଇଛି। ଏହି ସଙ୍କଟଜନକ ପରିସ୍ଥିତିରେ ପରିଷ୍କାର ପରିଚ୍ଛନ୍ନ ରହିବା ସହ ସାମାଜିକ ଦୂରତ୍ୱ ବଜାୟ ରଖିବା କେତେଟା ଜରୁରୀ ସେ ନେଇ ଜନସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଆଥଲେଟମାନଙ୍କ ସହଯୋଗ ଲୋଡିଥିଲେ ପ୍ରଧାନମନ୍ତ୍ରୀ। ସେ ଖେଳାଳିଙ୍କ ମତାମତ ମଧ୍ୟ ଚାହିଁଥିଲେ। ଆମକୁ ମହାମାରୀ ବିରୋଧରେ ଟିମ୍‌ ଇଣ୍ଡିଆ ଭଳି ଲଢିିବାକୁ ହେବ। ଏଥିପାଇଁ ଆପଣମାନଙ୍କ ପ୍ରେରଣା ଏକାନ୍ତ କାମ୍ୟ ବୋଲି ମୋଦି କହିଥିଲେ। ବିଶ୍ୱ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ଲାଭ କରିଥିବା ବ୍ୟାଡ୍‌୍‌ମିଣ୍ଟନ ଖେଳାଳି ବି. ସାଇ ପ୍ରଣିଥ୍‌ଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ହୋଇଥିବା ଆଲୋଚନାର ଏକ ଭିଡ଼ିଓ କ୍ଲିପ୍‌ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀଙ୍କ ସହିତ ଭିଡ଼ିଓ କଲ୍‌ରେ ସାମିଲ ହୋଇଥିବା କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ରହିଛନ୍ତି, ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ଟପ୍‌ ବ୍ୟାଟ୍ସମ୍ୟାନ ରୋହିତ୍‌ ଶର୍ମା, ପୂର୍ବତନ ପେସ୍‌ ବୋଲର ଜାହିର ଖାଁ, ଯୁବରାଜ ସିଂ। ତାଲିକାରେ ରହିଥିବା ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି, ଅଲିମ୍ପିକ ରୌପ୍ୟ ବିଜୟିନୀ ସିନ୍ଧୁ, ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା, ଚେସ୍‌ ଯାଦୁକର ବିଶ୍ୱନାଥନ ଆନନ୍ଦ, ସ୍ପ୍ରିଣ୍ଟର ହୀମା ଦାସ, ବକ୍ସିଂ ଷ୍ଟାର ଅମିତ୍‌ ପଙ୍ଘାଲ, ରେସ୍‌ଲର ଭିନେଶ ଫୋଗତ୍‌। ସ୍ବଳ୍ପ ବୟସ୍କ ପ୍ରତିଭା ମନୁ ଭାକର। ପ୍ରଧାନମନ୍ତ୍ରୀ ୧୨ଜଣଙ୍କ ସହିତ ବର୍ତ୍ତମାନର ପରିସ୍ଥିତି ଉପରେ ୩ ମିନିଟ୍‌ ଲେଖାଏଁ କଥାବାର୍ତ୍ତା ହୋଇଥିବା ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି। ହେଲେ ସେମାନଙ୍କ ନାମ ପ୍ରକାଶ କରାଯାଇ ନ ଥିଲା। ପରେ ଜାଣିବାକୁ ମିଳିଥିଲା ଯେ, ମୋଦିଙ୍କ ସହିତ ଆଲୋଚନାରେ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ଏମ୍‌.ସି ମେରୀକମ୍‌ ଓ ବିରାଟ କୋହଲି ସାମିଲ ହୋଇଥିଲେ। ନେଟଓ୍ବର୍କ ସମସ୍ୟା ଯୋଗୁ ମେରୀକମ୍‌ଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିଲା। ତେବେ ପୂର୍ବତନ ବିଶ୍ୱ ଚାମ୍ପିୟନ ଭରୋତ୍ତୋଳକ ମୀରାବାଈ ଚାନୁଙ୍କୁ ଏ ବିଷୟରେ ପଚରାଯିବାରେ କରୋନା ମହାମାରୀ ବିରୋଧରେ ଲଢେଇପାଇଁ ଆମ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ। ଭେଟେରାନ ଟେବୁଲ ଟେନିସ ଖେଳାଳି ଶରଥ କମାଲ ମଧ୍ୟ ଆଲୋଚନାରେ ସାମିଲ ହୋଇଥିଲେ। ବିଶ୍ୱ ଚାମ୍ପିୟନ ରୌପ୍ୟ ବିଜୟୀ ଶୁଟର ଅଭିଷେକ ବର୍ମା କହିଛନ୍ତି, ଆଥଲେଟ୍‌ମାନେ ସକାରାତ୍ମକ ହେବା ସହ ସକାରାତ୍ମକ ବାର୍ତ୍ତା ପ୍ରଚାର କରିବା ଉଚିତ୍‌। କୌଣସି ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ହେଲେ ଆତ୍ମ-ଶୃଙ୍ଖଳା, ସକାରାତ୍ମକ ମନୋଭାବ ଏବଂ ଆତ୍ମବିଶ୍ୱାସ ଜରୁରୀ। କ୍ରୀଡ଼ା କ୍ଷେତ୍ରରେ ଏହା ଅପରିହାର୍ଯ୍ୟ। ଭାଇରସ୍‌ର ସଂକ୍ରମଣକୁ ରୋକିବା କ୍ଷେତ୍ରରେ ମଧ୍ୟ ଏହା ପ୍ରଯୁଜ୍ୟ ବୋଲି ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri