Posted inଖେଳ

କ୍ରିକେଟରଙ୍କ ଡୋପ୍‌ ଟେଷ୍ଟ ପାଇଁ ବିସିସିଆଇର ସର୍ତ୍ତ

ନୂଆଦିଲ୍ଲୀ,୨୧।୭(ପି.ଟି.): ଶେଷରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କ୍ରିକେଟରଙ୍କ ଡୋପ୍‌ ଟେଷ୍ଟ ନେଇ ରାଜି ହୋଇଛି। ଏଥିପାଇଁ ବିସିସିଆଇ ଅବଶ୍ୟ ନୂଆ ସର୍ତ୍ତ ରଖିଛି। ବୋର୍ଡର ଅନୁମତି ନେବା ପରେ ଯାଇ କ୍ରିକେଟରଙ୍କ ଡୋପ୍‌ ଟେଷ୍ଟ କରାଯାଇପାରିବ ବୋଲି ବିସିସିଆଇ କହିଛି। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ପୂର୍ବରୁ ବିସିସିଆଇକୁ ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡ଼ା)ର ଅଧୀନରେ ସାମିଲ ହେବାକୁ ପରାମର୍ଶ ଦେଇଥିଲା। ଏ ସଂକ୍ରାନ୍ତରେ ବିସିସିଆଇକୁ ରାଜି କରିବାର ଆଇସିସି ସଫଳ ହୋଇଛି। ବିଶ୍ୱ ଆଣ୍ଟି ଡୋପିଂ ଏଜେନ୍ସି (ଓ୍ବାଡ଼ା) ମାନ୍ୟତା ପ୍ରତ୍ୟାହାର କରିବାର ସମ୍ଭାବନା ଥିତ୍ବାରୁ ଆଇସିସି ଏଭଳି ପରାମର୍ଶ ଦେଇଥିଲା। ଫଳରେ ବିସିସିଆଇ ଏବେ କିଛି ସର୍ତ୍ତରେ ପରିବର୍ତ୍ତନ ଆଣି ନାଡ଼ାର ଅଧୀନକୁ ଆସିବାକୁ ରାଜି ହୋଇଛି।
ବିସିସିଆଇ ତା’ର ସମ୍ପୂର୍ଣ୍ଣ ଅଧିକାର ନାଡ଼ାକୁ ଦେବାକୁ ଚାହୁଁନାହିଁ। ବିସିସିଆଇର ଆଣ୍ଟି ଡୋପିଂ ମ୍ୟାନେଜରଙ୍କ ଉପସ୍ଥିତିରେ ଖେଳାଳିଙ୍କ ନମୁନା ନେବାକୁ ସର୍ତ୍ତ ରଖାଯାଇଛି। କେବଳ ସେତିକି ନୁହଁ କେଉଁ ମ୍ୟାଚ୍‌ ଅବସରରେ କ୍ରିକେଟଙ୍କ ନମୁନା ନିଆଯିବ ତାହା ମଧ୍ୟ ବିସିସିଆଇ ସ୍ଥିର କରିବ। ନିୟମ ଦୃଷ୍ଟିରୁ ଯାହା ବି କରାଯିବା କଥା ତାହା ଆରମ୍ଭରୁ ୬ ମାସ ମଧ୍ୟରେ ଟ୍ରାଏଲ ଭାବେ କରାଯିବାକୁ କୁହାଯାଇଛି। ଏ ନେଇ ଡ୍ରାଫ୍ଟରେ ପରିବର୍ତ୍ତନ ଆଣି ବିସିସିଆଇ ଏହାକୁ ନାଡ଼ା ଓ ବିସିସିଆଇ ଦ୍ୱାରା ଅନୁବନ୍ଧିତ ହୋଇଥିବା ଏକ ନମୁନା ସଂଗ୍ରହକାରୀ ଏଜେନ୍ସି ଆଇଟିଡିଏମ୍‌ ନିକଟକୁ ପଠାଇଛି।
ବୋର୍ଡ ଏ ନେଇ କ୍ରୀଡ଼ା ସଚିବଙ୍କ ସହ ଚୁକ୍ତିରେ ହସ୍ତାକ୍ଷର କରିବ ଓ ଏସଂକ୍ରାନ୍ତରେ ଅକ୍ଟୋବରରୁ ଆରମ୍ଭ ହେବାକୁ ଥିବା ଘରୋଇ ସେସନରେ ଟ୍ରାଏଲ କରିବ। ନାଡ଼ା ତା’ର ନିୟମ ଅନୁସାରେ କାର୍ଯ୍ୟ କରିବ। ଫଳରେ ଘରୋଇ ସେସନ ପ୍ରାରମ୍ଭରେ କ୍ରିକେଟରଙ୍କ ନମୁନା ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ। ପୁଣି ଯଦି ବିସିସିଆଇ ଏହି କାର୍ଯ୍ୟରେ ବାଧା ଉପୁଯାଏ ତାହାଲେ ଓ୍ବାଡ଼ାକୁ ନାଡ଼ା ନକାରାତ୍ମକ ରିପୋର୍ଟ ଦେବାକୁ ବାଧ୍ୟ ହେବ ବୋଲି କୁହାଯାଇଛି। ଓ୍ବାଡ଼ା ଡେଡ୍‌ଲାଇନ୍‌ ଜାରି କରିଥିବାରୁ ବିସିସିଆଇକୁ ଆଇସିସି ସତର୍କ କରାଇଥିଲା। ଖୁବ୍‌ଶୀଘ୍ର ନାଡ଼ା ସହିତ ଥିବା ସମସ୍ୟାର ସମାଧାନ କରିବାକୁ ପରାମର୍ଶ ଦେଇଥିଲା ଓ ଏଥିରେ ବିସିସିଆଇକୁ ମନାଇବାରେ ଆଇସିସି ଅବଶ୍ୟ ସଫଳ ହୋଇଛି। ତେବେ ବିସିସିଆଇର ଏହି ସର୍ତ୍ତରେ ନାଡ଼ା ସମ୍ମତି ପ୍ରକାଶ କରୁଛି କି ନା ତାହା ଦେଖିବାକୁ ଏବେ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱ ରେସଲିଂ ଚାମ୍ପିୟନଶିପ୍‌ରେ ରବୀନ୍ଦରଙ୍କୁ ରୌପ୍ୟ

ବୁଦାପେଷ୍ଟ, ୩୧।୧୦ (ପି.ଟି.)- ଭାରତୀୟ କୁସ୍ତିଯୋଦ୍ଧା ରବୀନ୍ଦର ଏଠାରେ ଅନୁଷ୍ଠିତ ୨୩ ବର୍ଷରୁ କମ୍‌ ବିଶ୍ୱ ରେସଲିଂ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ହାସଲ କରିଛନ୍ତି। ପୁରୁଷ...

୪୮,୩୯୦ କୋଟି ଟଙ୍କାରେ ବିକ୍ରି ହେଲା ଆଇପିଏଲ୍‌ ମିଡିଆ ରାଇଟ୍‌

ନୂଆଦିଲ୍ଲୀ,୧୪।୬: ଆଗାମୀ ୫ ବର୍ଷ ଲାଗି ଆଇପିଏଲ୍‌ର ପ୍ରସାରଣ ଅଧିକାର ନିଲାମ ପ୍ରକ୍ରିୟା ମଙ୍ଗଳବାର ଶେଷ ହୋଇଛି। ଭାରତରେ ଟିଭି ଓ ଡିଜିଟାଲ ସମେତ ପୂରା...

ଧାଓ୍ବନଙ୍କ ଧମାଲ ଜାରି: ଅରେଞ୍ଜ କ୍ୟାପ୍‌ ରେସ୍‌ରେ ରାହୁଲଙ୍କୁ ପଛରେ ପକାଇଲେ

ୟୁଏଇ,୨୩।୯: ଆଇପିଏଲ ୨୦୨୧ରେ ଶିଖର ଧାୱନଙ୍କ ଶାସନ ପୁଣି ଥରେ ଜଲଓ୍ବା ଦେଖାଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୪୨ ରନର ଇନିଂସ...

୩୦୩ ତମ ଟେଷ୍ଟ ଖେଳାଳି ହେଲେ ଶ୍ରେୟାସ, କାନପୁର ‘ବାଦଶାହା’ ଦେଲେ କ୍ୟାପ୍‌

କାନପୁର,୨୫।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଶ୍ରେୟସ ଆୟର ତାଙ୍କର ଟେଷ୍ଟ ଡେବ୍ୟୁ କରିଛନ୍ତି । ଭାରତୀୟ ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର...

୩୪୬ ରନ୍‌ରେ ଆଗୁଆ ଭାରତ, ତଥାପି ବ୍ୟାଟିଂ ଛାଡ଼ିନି

ଲଣ୍ଡନ,୫।୯: ଇଂଲଣ୍ଡ ବିପକ୍ଷ ଚଳିତ ଓଭାଲ ଟେଷ୍ଟରେ ଚତୁର୍ଥ ଦିନର ଟି ବ୍ରେକ ସୁଦ୍ଧା ଭାରତୀୟ ଦଳ ୮ ଉଇକେଟ କ୍ଷତିରେ ୪୪୫ ରନ୍‌ କରି...

ଆଇପିଏଲ୍‌ ପୂର୍ବରୁ ଇଞ୍ଜେକ୍ସନ ନେବେ ଷ୍ଟୋକ୍ସ

ଲଣ୍ଡନ, ୨୯ା୩ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଖେଳିବା ଲାଗି ଭାରତ ଯିବା ପୂର୍ବରୁ ଇଂଲଣ୍ଡ ଟେଷ୍ଟ ଅଧିନାୟକ ବେନ୍‌ ଷ୍ଟୋକ୍ସଙ୍କୁ ଏକ ଇଞ୍ଜେକ୍ସନ...

ଶିଖର ଧାୱନଙ୍କୁ ମିଳିଲା ପୁଣି ନୂଆ ଦାୟୀତ୍ୱ

ଚଣ୍ଡିଗଡ଼,୪।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୩ ସଂସ୍କରଣ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କୁ ହଟାଇ ତାଙ୍କ ସ୍ଥାନରେ ଶିଖର ଧାୱନଙ୍କୁ ନୂତନ ଅଧିନାୟକ...

ପୋଲାର୍ଡଙ୍କ ସହ ହ୍ୟାଙ୍ଗ ଆଉଟ୍‌ କଲେ ଟିମ୍‌ ଇଣ୍ଡିଆ ଖେଳାଳି

ନୂଆଦିଲ୍ଲୀ,୧୩।୮- ଓ୍ବେଷ୍ଟଇଣ୍ଡିଜ ଦଳର ଅନ୍ୟତମ ବିପଜ୍ଜନକ ବ୍ୟାଟ୍ସମ୍ୟାନ କିରୋନ ପୋଲାର୍ଡ ଭାରତୀୟ କ୍ରିକେଟର ଶିଖର ଧାଓ୍ବନ, ନବଦୀପ ସାଇନି, ଶ୍ରେୟାସ ଆୟାର, ଖଲିଲ ଅହମ୍ମଦ, ରିଦ୍ଦିମାନ...

Advertisement
Archives

Model This Week