କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ ଥାନା ଘେରାଉ

ପାଲଲହଡା,୨୦ା୧(ଡି.ଏନ.ଏ.)-ଆଦିବାସୀ ଯୁବକ ବୁଧୁରାମ କୂଂକାଲଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ, କ୍ଷତିପୂରଣ ପ୍ରଦାନ ଏବଂ ଦୋଷୀ ବନକର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସୋମବାର ସ୍ଥାନୀୟ ଆଦିବାସୀ ମଞ୍ଚ ଏବଂ ହୋ ସମାଜ ପକ୍ଷରୁ ପାଲଲହଡା ଥାନା ଘେରାଉ କରାଯାଇଛି। ଆଦିବାସୀ ନେତା ଲକ୍ଷ୍ମଣ ହେମ୍ବ୍ରମ, ଚନ୍ଦ୍ରମୋହନ ମୁଣ୍ଡୁରୀ, ଈଶ୍ବରଚନ୍ଦ୍ର ପିଙ୍ଗୁଆଙ୍କ ନେତୃତ୍ୱରେ ୧୦୦ରୁ ଊର୍ଦ୍ଧ୍ୱ ଆଦିବାସୀ ମହିଳାପୁରୁଷ ଏକ ଶୋଭାଯାତ୍ରାରେ ଆସି ଥାନା ସମ୍ମୁଖରେ ପହଞ୍ଚି ଧାରଣା ଦେଇଥିଲେ। ପରେ ମୃତ ବୁଧୁରାମଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା, ସ୍ତ୍ରୀଙ୍କୁ ସରକାରୀ ଚାକିରି ପ୍ରଦାନ ଏବଂ ବୁଧୁରାମଙ୍କୁ ହତ୍ୟା କରିଥିବା ଫରେଷ୍ଟର ଓ ବନକର୍ମଚାରୀଙ୍କୁ ଚାକିରିରୁ ବାରଖାସ୍ତ କରାଯାଇ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କରିଥିଲେ। ଖବରପାଇ ଉପଖଣ୍ଡ ପୋଲିସ ଅଧିକାରୀ ଯଶୋବନ୍ତ ସାମଲ ଘଟଣାସ୍ଥଳରେ ପହଞ୍ଚି ଆଦିବାସୀ ନେତାଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ପରେ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଆଦିବାସୀ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପାଲଲହଡା ଉପଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଆଗମୀ ଦିନରେ ଯଦି ସମସ୍ତ ଦାବି ପୂରଣ କରା ନ ଯାଏ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି। ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଥାନା ସମ୍ମୁଖରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୪ ମାସ ହେଲା ଚାଲିଛି ଫାଇଲ କାମ

ଖଇରା, ୧।୨(ଡି.ଏନ.ଏ):  ବାଲେଶ୍ୱର ଓ ଭଦ୍ରକ ୨ ଜିଲାର ଉପାନ୍ତ ଅଞ୍ଚଳକୁ ସଂଯୋଗ କରୁଥିବା ମହତୀପୁର-ଚରମ୍ପା ଭାୟା ବାରାପୁର ଅନ୍ତରା ଆରଡି ରାସ୍ତା କାର୍ଯ୍ୟ ୨ମାସ...

ନବ ଦମ୍ପତିଙ୍କୁ ପିଆଜ ଭେଟି

ଅନୁଗୋଳ ଅଫିସ, ୧୦।୧୨ ଚଢ଼ା ଦରରେ ବିକ୍ରି ହେଉଥିବା ପିଆଜ ଏବେ ଉପହାର ପାଲଟିଯାଇଛି। ମୂଲ ଆକାଶ ଛୁଆଁ ହୋଇଥିବାରୁ ଏହାକୁ ଲୋକେ ବିବାହ ଆଦି...

ସୂଚନା ଅଧିକାର ଆଇନରେ ତଥ୍ୟ ମିଳୁନି

ରସୁଲପୁର,୨୧ା୧(ଡି.ଏନ.ଏ.): ରସୁଲପୁର ତହସିଲ କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ-୨୦୦୫କୁ ଉଲ୍ଲଂଘନ କରାଯାଉଛି। ଏହି ଆଇନକୁ ତହସିଲଦାର ନିରଞ୍ଜନ ସାହୁ ଠିକ ଭାବରେ ଅନୁପାଳନ କରୁନାହାନ୍ତି। ସୂଚନା...

ପଲିଥିନ ବ୍ୟବହାରରେ ଅଙ୍କୁଶ ନାହିଁ

ଅମରପାଲି,୩ା୩(ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ ପଲିଥିନ ନିଷିଦ୍ଧ ପ୍ରହସନ ପାଲଟିଛି। ୨୦୧୯ ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀରୁ ଓଡ଼ିଶା ସରକାର ପଲିଥିନ ବିକ୍ରି ଓ...

ପ୍ରତି କରୋନା ଯୋଦ୍ଧା ପାଇଁ ଆମେ ଗର୍ବିତ : ଡିଜିପି

ଛତ୍ରପୁର, ୨୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ୧୨ ଜଣ ପୋଲିସ ଯୋଦ୍ଧା କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହେବା ପରେ ରବିବାର ପୁଣିଥରେ କାର୍ଯ୍ୟରେ ଯୋଗ ଦେଇଛନ୍ତି।...

ସ୍ଲରି ପାଇପ୍‌ ଲାଇନ ଟ୍ରେଞ୍ଚ୍‌ ସାଜିଛି ବିପଦ

କେନ୍ଦୁଝର,୧୨ା୧(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ ମୃତ୍ୟୁ ଚିନ୍ତାଜନକ ହୋଇଛି। ଏହାକୁ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ବହୁବିଦ୍ଧ ପଦକ୍ଷେପ ଗ୍ରହଣ କରାଯାଉଛି। ହାତୀମାନଙ୍କ ସୁରକ୍ଷିତ...

୬ ବର୍ଷ ପରେ ବଡ଼ବିଲରେ ପୁଣି ଡେଙ୍ଗୁ ଭୟ

ବଡ଼ବିଲ,୨୯ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ୬ ବର୍ଷ ପରେ ପୁଣି ଥରେ ଡେଙ୍ଗୁ ଭୟ ଦେଖାଦେଇଛି। ବଡ଼ବିଲ ପୌରାଞ୍ଚଳ ଓ ଆଖପାଖ ପଞ୍ଚାୟତରେ ଡେଙ୍ଗୁ ରୋଗୀ...

ଶ୍ରମିକ ନେତା ଯୋଗେନ୍ଦ୍ର ତ୍ରିପାଠୀଙ୍କ ପରଲୋକ

ଢେଙ୍କାନାଳ ଅଫିସ, ୭ା୨: ବିଶିଷ୍ଟ ଶ୍ରମିକ ନେତା ତଥା ଆଇନଜୀବୀ ଯୋଗେନ୍ଦ୍ରନାଥ ତ୍ରିପାଠୀଙ୍କ ଶନିବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ୭୮ବର୍ଷ ହୋଇଥିଲା। ସେ...

Advertisement
Archives

Model This Week