Posted inଖେଳ

କୋହଲି, ସ୍ମିଥଙ୍କ ରେକର୍ଡ ଭାଙ୍ଗିଲେ ନେପାଳ ଅଧିନାୟକ

କାଠମାଣ୍ଡୁ ,୩୦।୯: ନେପାଳ କ୍ରିକେଟ ଦଳର ଅଧିନାୟକ ପାରସ ଖାଡ୍‌କା ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହାଇଛନ୍ତି। ଶନିବାର ସିଙ୍ଗାପୁର ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ଶତକ ଲଗାଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ଟାର୍ଗେଟର ପିଛା କରୁଥିବାବେଳେ ଶତକ ଲଗାଇବାରେ ଖାଡ୍‌କେ ପ୍ରଥମ ଅଧିନାୟକ। ସେ ୪୯ ତମ ବଲରେ ଶତକ ଲଗାଇଥିଲେ, ଯାହାକି ଏସିଆନ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ୪ର୍ଥ ଦ୍ରୁତତମ। ୫୨ ବଲର ସମ୍ମୁଖୀନ ହୋଇ ୧୦୬ ରନ୍‌ କରିଥିଲେ। ତାଙ୍କ ଇନିଂସରେ ୭ ଚୌକା ଓ ୯ ଛକା ସାମିଲ ଥିଲା। ଏଥିଯୋଗୁ ନେପାଳ ୪ ଓଭର ପୂର୍ବରୁ ୯ ଉଇକେଟ ହାତରେ ରଖି ୧୫୨ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା। ଏଥିପୂର୍ବରୁ ନେଦରଲାଣ୍ଡର ପିଟର ସିଲାରଙ୍କ ୯୬ ରନ୍‌ର ଇନିଂସ ଥିଲା ଅନ୍ତର୍ଜାତୀୟ କ୍ରିକେଟରେ ବିଜୟ ଲକ୍ଷ୍ୟର ପିଛା କରୁଥିବାବେଳେ ଅଧିନାୟକଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର। ଏହି ତାଲିକାରେ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ (୨୦୧୫, ଇଂଲଣ୍ଡ ବିପକ୍ଷରେ ୯୦) ଓ ଓ୍ବେଷ୍ଟଇଣ୍ଡିଜର କ୍ରିସ ଗେଲ (୨୦୦୯, ଅଷ୍ଟେଲିଆ ବିପକ୍ଷରେ ୮୮) ରହିଛନ୍ତି। ଏଥିରେ ଭାରତୀୟ ଅଧିନାୟକ ବିରାଟ କାହଲିଙ୍କ ୮୨ ରନ୍‌ର ଇନିଂସ ରହିଛି। ୨୦୧୭, ଶ୍ରୀଲଙ୍କା ବିପକ୍ଷରେ ସେ ଏହି ଇନିଂସ ଖେଳିଥିଲେ। ଖାଡ୍‌କା ଦିନିକିଆ କ୍ରିକେଟରେ ଶତକ ହାସଲ କରିଥିବା ଦେଶର ପ୍ରଥମ କ୍ରିକେଟର। ଏପର୍ଯ୍ୟନ୍ତ ଦୁଇ ଥର ଟପ୍‌ ୧୦ ମଧ୍ୟରେ ସ୍ଥାନ ପାଇସାରିଛନ୍ତି। ଉଲ୍ଲେଖଥାଉ କି, ସିଙ୍ଗାପୁର ପ୍ରଥମେ ବ୍ୟାଟିଂ କରି ଧାର୍ଯ୍ୟ ୨୦ ଓଭରରେ ୩ ଉଇକେଟ ହରାଇ ୧୫୧ ରନ୍‌ କରିଥିଲା। ଦଳ ପାଇଁ ଅଧିନାୟକ ଟିମ ଡାଭିଡ ୬୪ ରନ୍‌ର ଇନିଂସ ଖେଳିଥିଲେ। ବିଜୟୀ ଦଳ ପାଇଁ ଷ୍ଟାର ସ୍ପିନର ସନ୍ଦୀପ ଲାମିଚାନେ ଉଇକେଟ ନେଇ ନ ଥିଲେ ମଧ୍ୟ ୪ ଓଭରରେ ମାତ୍ର ୧୮ ରନ୍‌ ଖର୍ଚ୍ଚ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଭରବ୍ରିଜ ନିର୍ମାଣ ଦାବି: ଗମନାଗମନରେ ଲୋକେ ହେଉଛନ୍ତି ହନ୍ତସନ୍ତ

କେସିଙ୍ଗା,୯।୯(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଡୁମେରମୁଣ୍ଡା ଗ୍ରାମ ଦେଇ କେସିଙ୍ଗା ସହରକୁ ଯାଇଥିବା…

ଧୁରନ୍ଧରକୁ ପଛରେ ପକାଇଲା ଫିଲ୍ମ ‘ହନୁମାନ ଅଂଶ’

ମୁମ୍ବାଇ: ଆଧ୍ୟାତ୍ମିକ ଗୁରୁ ନୀମ କରୋଲି ବାବାଙ୍କ ଜୀବନ ଏବଂ ଶିକ୍ଷା ଉପରେ ଆଧାରିତ ଫିଲ୍ମ ‘ହନୁମାନ ଅଂଶ’ ବକ୍ସ ଅଫିସରେ ୧୫୦ କୋଟିରୁ ଅଧିକ ଟଙ୍କା…

୧୧ରେ ମୋଦି-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ,୯ା୯: ନୂଆଦିଲ୍ଲୀରେ ହେବାକୁ ଯାଉଥିବା ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୧ ତାରିଖ ଶୁକ୍ରବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ…

ଭାରତ ସହ ସହଯୋଗ ବଢ଼ାଇବ ଇରାନ

ନୂଆଦିଲ୍ଲୀ,୯ା୯: ଆଞ୍ଚଳିକ ଉତ୍ତେଜନା ବୃଦ୍ଧି ଏବଂ ଆମେରିକାର କଟକଣା ନୀତିକୁ ନେଇ ଲାଗିରହିଥିବା ଅନିଶ୍ଚିତତା ସତ୍ତ୍ୱେ ଚାବହାର ବନ୍ଦରର ରଣନୀତିକ ମୂଲ୍ୟବୋଧ ଓ ଭାରତ ସହ ସମ୍ପର୍କ…

ବିଚାରପତି ବି ଅସହାୟ

ଭାରତୀୟ ଗଣତନ୍ତ୍ରରେ ବିଧାନପାଳିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ତିନୋଟି ପ୍ରମୁଖ ସ୍ତମ୍ଭ ଭାବେ ଜଣାଶୁଣା। ତନ୍ମଧ୍ୟରୁ ନ୍ୟାୟପାଳିକା ଉପରେ ଜନସାଧାରଣ ନ୍ୟାୟ ପାଇଁ ସବୁଠାରୁ ଅଧିକ ଭରସା…

ଦୁର୍ବିଷହ ହୋଇପଡ଼ିଛି ଭୂଷଣଙ୍କ ଜୀବନ: ସହାୟତା ପାଇଁ ଜିଲାପାଳଙ୍କୁ ଫେରାଦ ହେଲେ ଦିବ୍ୟାଙ୍ଗ

ବରଗଡ଼,୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡେନ୍‌ ବ୍ଲକ ରେମଣ୍ଡା ହରିଜନପଡ଼ା ନିବାସୀ ଭୂଷଣ ଭାଏନାଙ୍କ ଜୀବନଯାପନ ଦୁର୍ବିଷହ ହୋଇ ପଡ଼ିଛି। ସେ ୨୦୨୪ରେ ସଂକ୍ରମଣ ହେବା କାରଣରୁ ତାଙ୍କ…

ରାଜଧାନୀରେ ଚାଞ୍ଚଲ୍ୟ: ଗୋଟିଏ ରାତିରେ ଯୁବତୀ-ମହିଳାଙ୍କୁ ବଳାତ୍କାର, ଘରେ ପଶି…

ଭୁବନେଶ୍ୱର,୯ା୯(ତ୍ରିନାଥ ମହାନ୍ତି):ରାଜଧାନୀରେ ଗୋଟିଏ ରାତିରେ ଯୁବତୀ ଏବଂ ମହିଳାଙ୍କୁ ବଳାକତ୍ାର କରାଯାଇଛି। ଭରତପୁର ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ପଡୋଶୀ ବଳାତ୍କାର କରିଥିବା ବେଳେ ଚନ୍ଦ୍ରଶେଖରପୁର ଥାନାଞ୍ଚଳରେ…

ଆସୁଛି ପୁଣି ଲଘୁଚାପ: ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ, ଆଜିଠାରୁ…

ଭୁବନେଶ୍ୱର, ୯ା୯(ବନ୍ଦନା ସେଠୀ):ଆସନ୍ତା ୧୧ ତାରିଖ ବେଳକୁ ପଶ୍ଚିମ-ମଧ୍ୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri