Posted inଖେଳ

କୋହଲି ଜଣେ ରନ୍‌ ମେଶିନ: ଲାରା

ନଭି ମୁମ୍ବାଇ, ୫।୭(ପି.ଟି.)- କିମ୍ବଦନ୍ତୀ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା ଗୁରୁବାର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଜଣେ ରନ୍‌ ମେଶିନ ବୋଲି ଆଖ୍ୟା ଦେଇଛନ୍ତି। ସେହିଭଳି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ଲାରାଙ୍କ ଫେଭରାଇଟ୍‌ ରହିଥିଲେ ମଧ୍ୟ ସମୟ ବଦଳିବା ସହ ବର୍ତ୍ତମାନ ଯୁଗରେ କୋହଲି ଶ୍ରେଷ୍ଠ ବୋଲି ଲାରା କହିଛନ୍ତି। ‘ସେ (କୋହଲି) ଜଣେ ରନ୍‌ ମେଶିନ। କିନ୍ତୁ ସଚିନ ମୋ ପସନ୍ଦ ହୋଇଥିବାରୁ ତାଙ୍କୁ କ୍ଷମା ମାଗିବାକୁ ଚାହୁଁଛି’ ବୋଲି ଡ. ଡି.ଓ୍ବାଇ. ପାଟିଲ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡକ୍ଟରେଟ୍‌ ଉପାଧି ଲାଭ କରିବା ପରେ ଲାରା ଏହା ପ୍ରକାଶ କରିଛନ୍ତି। ଏଥିସହ ଏହି ମହାନ ଓ୍ବେଷ୍ଟଇଣ୍ଡିଜ ବାମହାତୀ ବ୍ୟାଟ୍ସମ୍ୟାନ କହିଛନ୍ତି, ‘କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରେ କୋହଲି ଓ ବିଶ୍ୱର ବଳକା ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ବଡ଼ ଦୂରତା ରହିଛି। ରୋହିତ୍‌ ଶର୍ମା ଚଳିତ ବିଶ୍ୱକପ୍‌ରେ ୪ ଶତକ ହାସଲ କରିପାରିଥାନ୍ତି, ଜନି ବେୟାରଷ୍ଟୋର କିମ୍ବା ଅନ୍ୟ କେହି ହୁଅନ୍ତୁ ଯଦି କେହି ଟି୨୦, ଟି୧୦, ୧୦୦ ବଲ୍‌ କ୍ରିକେଟ୍‌ କିମ୍ବା ଟେଷ୍ଟରେ ଆଜିର ଦିନରେ ବ୍ୟାଟିଂ କରିପାରିବ ସେ ହେଉଛନ୍ତି କେବଳ ବିରାଟ କୋହଲି’। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୨୨,୩୫୮ ରନ ସଂଗ୍ରହ କରିଥିବା ଲାରା ଆହୁରି ମଧ୍ୟ କହିଛନ୍ତି, ଭାରତୀୟ ବ୍ୟାଟ୍ସମ୍ୟାନମାନେ ଆଜି ଯଦି ବିଦେଶ ମାଟିରେ ଭଲ ପ୍ରଦର୍ଶନ କରିବାରେ ସଫଳ ହୋଇଛନ୍ତି ତେବେ ଏହାର କାରଣ ହେଉଛନ୍ତି ସଚିନ। ଯିଏକି ପ୍ରାରମ୍ଭରୁ ସେମାନଙ୍କୁ ଆତ୍ମବିଶ୍ୱାସ ଦେଇଥିଲେ। ଭାରତୀୟ ବ୍ୟାଟ୍ସମ୍ୟାନ ଯେତେବେଳେ ଘରୋଇ ପରିବେଶ ଛାଡ଼ି ବାହର ପିଚ୍‌ରେ ଖେଳୁଥିଲେ ସେମାନେ ବିଫଳ ହେଉଥିଲେ। କିନ୍ତୁ ସଚିନ ସମସ୍ତ ପିଚ୍‌ରେ ସର୍ବଦା ଭଲ ଖେଳୁଥିଲେ। ମୁଁ ଭାବୁଛି ତାଙ୍କ (ସଚିନ) ବହିରୁ ଅନ୍ୟମାନେ ଗୋଟିଏ ଗୋଟିଏ ଲେଖାଏ ପୃଷ୍ଠା ନେଇଛନ୍ତି’ ବୋଲି ଏହି ପ୍ରାକ୍ତନ ଓ୍ବେଷ୍ଟଇଣ୍ଡିଜ କ୍ରିକେଟର୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ଗସ୍ତରେ ମନମୋହନ ସାମଲ: କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା ନେଇ ଚର୍ଚ୍ଚା

ଭୁବନେଶ୍ୱର, ୭।୯: ଦିଲ୍ଲୀ ଗସ୍ତରେ ଯାଇଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ। ରାଜ୍ୟ ଭାଜପାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଶେଷ ହେବା ପରେ ତାଙ୍କର ଏହି…

ନାନା ସମସ୍ୟାରେ ଛନ୍ଦି ହୋଇଛି ବରି ହାଇସ୍କୁଲ, ମଧ୍ୟାହ୍ନଭୋଜନ ଅର୍ଥରେ କିଣାଯାଉଛି ଚକ୍‌ଖଡ଼ି

ସିମୁଳିଆ,୭ା୯(ସନ୍ତୋଷ ନାୟକ): ୨୦୨୪-୨୫ ଶିକ୍ଷାବର୍ଷରୁ ବାଲେଶ୍ୱର ଜିଲାରେ ପ୍ରଥମ ପିଏମ୍‌ଶ୍ରୀ ବିଦ୍ୟାଳୟର ମାନ୍ୟତା ପାଇଥିବା ସିମୁଳିଆ ବ୍ଲକର ବରି ହାଇସ୍କୁଲ ନାନା ସମସ୍ୟା ମଧ୍ୟରେ ଛନ୍ଦି ହୋଇରହିଛି।…

ଦେବଗିରି ମହାବିଦ୍ୟାଳୟର ୧୫ତମ ପ୍ରତିଷ୍ଠା ଦିବସ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ କୋରାପୁଟ ସାଂସଦ ସପ୍ତଗିରି ଉଲାକା

କଲ୍ୟାଣସିଂହପୁର, ୭।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକସ୍ଥିତ ଦେବଗିରି ମହାବିଦ୍ୟାଳୟ ପରିସରରେ ୧୫ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କଲେଜ ପରିଚାଳନା…

ଆଡଲ୍ଟ କଣ୍ଟେଣ୍ଟ ଉପରେ ମୋଟା ରକମ ପାଇବାକୁ ଚିନ୍ତା କରୁଛି ୟୁକ୍ରେନ, ଆଣିବ ନୂଆ ଆଇନ

କ୍ୱିଭ,୭।୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି; ଦୁଇ ଦେଶ ଦୀର୍ଘ ସମୟ ଧରି ପରସ୍ପର ସହିତ ଲଢୁଛନ୍ତି। ଏହି ବିବାଦ ମଧ୍ୟରେ, ୟୁକ୍ରେନିଆନ ସରକାର…

‘ହର୍ମୁଜ ସେତେବେଳେ ଖୋଲିବ ଯେତେବେଳେ…’: ଆମେରିକା ପାଇଁ ନୂଆ ସର୍ତ୍ତ ରଖିଲା ଇରାନ

ତେହରାନ,୭।୯: ହର୍ମୁଜ ପ୍ରଣାଳୀ ଉପରେ ବିବାଦ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଇରାନ ଏହି ପ୍ରଣାଳୀ ଖୋଲିବା ସମ୍ପର୍କରେ ଆମେରିକା ପାଇଁ ଏକ ସର୍ତ୍ତ ରଖିଛି। ଇରାନର…

ରାଜନୀତିରେ ହଇଚଇ… ତ୍ରିଶାଙ୍କୁ ଇଙ୍ଗିତ କରି ଏଭଳି କହିଦେଲେ ବିଜୟ, ଚାରିଆଡେ ଚର୍ଚ୍ଚା

ଚେନ୍ନାଇ,୭ା୯: ମହିଳାଙ୍କ ବିରୋଧରେ ଅଶାଳୀନ ଓ ଅପମାନଜନକ ମନ୍ତବ୍ୟକୁ ନେଇ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ । ସୋମବାର ବିଧାନସଭାରେ ସେ…

‘Please Save Me Alive’… ଭଗ୍ନାବଶେଷ ତଳୁ ଛାତ୍ରଙ୍କ ୧୧ ସେକେଣ୍ଡର SOS, ଦିଲ୍ଲୀ ଦୁର୍ଘଟଣାର ଛାତିଥରା ଭିଡିଓ

ନୂଆଦିଲ୍ଲୀ,୭।୯: ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଛାତ୍ରଙ୍କ ରହଣୀ ନିମନ୍ତେ ବ୍ୟବହୃତ ଏକ ବହୁତଳ କୋଠା ଭୁଶୁଡ଼ି ପଡ଼ିବା ପରେ ଏକ ଭିଡିଓ ସାମ୍ନାକୁ ଆସିଛି ।…

ସରକାରୀ ଅଧିକାରୀଙ୍କୁ ବ୍ଲାକ୍‌ମେଲ କରି ଟଙ୍କା ନେବା ପଡ଼ିଲା ମହଙ୍ଗା, ୨ ଖବରଦାତାଙ୍କ ସହ ଆଉ ଜଣେ ଗିରଫ

ଭବାନୀପାଟଣା,୭ା୯(ଉତ୍ତମ କୁମାର ଦାଶ): ଜଣେ ସରକାରୀ ଅଧିକାରୀଙ୍କୁ ବ୍ଲାକ୍‌ମେଲ୍‌ କରି ଟଙ୍କା ନେବା ଘଟଣାରେ ୨ ଖବରଦାତାଙ୍କ ସହ ଜଣେ ଗିରଫ ହେବା କଳାହାଣ୍ଡି ଜିଲାରେ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri