କୋହଲିଙ୍କ ସମସ୍ୟା ଚିନ୍ତାଜନକ ନୁହେଁ

ସାଉଥମ୍ପଟନ,୨ା୬(ପିଟି)- ନେଟ୍ସର ଅଭ୍ୟାସ କରୁଥିବାବେଳେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ବୁଢ଼ା ଆଙ୍ଗୁଠିରେ ଆଘାତ ଲାଗିଥିଲା। ହେଲେ ତାଙ୍କ ସମସ୍ୟା ଚିନ୍ତା ଜନକ ବିଷୟ ନୁହେଁ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ତାଙ୍କ ଆଙ୍ଗୁଠିରେ ବଲ ବାଜିବା ପରେ ଫିଜିଓଥେରାଫିଷ୍ଟ ପାଟ୍ରିକ ଫର୍ହାଟ ତୁରନ୍ତ ମ୍ୟାଜିକ ସ୍ପ୍ରେ ବ୍ୟବହାର କରିଥିଲେ। ଅଧିନାୟକଙ୍କ ଆଙ୍ଗୁଠିରେ ଟେପ ବାନ୍ଧିବା ପରେ ବରଫ ଲଗାଇଥିଲେ। ଆଉ ଅଭ୍ୟାସରେ ଯୋଗଦେଇ ନ ଥିଲେ। ଅଲରାଉଣ୍ଡର ବିଜୟ ଶଙ୍କର କହୁଣି ଆହତ ସମସ୍ୟା ଯୋଗୁ ଦୁଇଟି ଓ୍ବାର୍ମଅପ୍‌ ମ୍ୟାଚ୍‌ ଖେଳି ନ ଥିଲେ। କେଦାର ଯାଦବ ଏବେ ମଧ୍ୟ ସମ୍ପୂର୍ଣ୍ଣ ଫିଟ୍‌ନେସ ହାସଲ କରିପାରି ନାହାନ୍ତି। ଭାରତୀୟ ଦଳ ତା’ର ପ୍ରଥମ ବିଶ୍ୱକପ୍‌ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ିଆରେ ରାଗିଗଲେ କୋହଲି, ଅମ୍ପାୟାରଙ୍କ ସହ କଲେ ଯୁକ୍ତି ତର୍କ: ଜାଣନ୍ତୁ କାହିଁକି

କୋଲକାତା,୨୧।୪:ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚରେ ପ୍ରଥମେ ଖେଳୁଥିବା କୋଲକାତା ନାଇଟ ରାଇଡର୍ସ ୨୨୨ ରନ ସ୍କୋର କରିଥିଲା। ବିରାଟ କୋହଲି ଏବଂ ଫାଫ ଡୁ...

ଶେଷ ବଲ୍‌ରେ ଆରସିବିଠାରୁ ମ୍ୟାଚ୍‌ ଛଡାଇନେଲା କେକେଆର୍‌

କୋଲକାତା,୨୧।୪: ଆଇପିଏଲ୍‌ ୨୦୨୪ର ଏକ ରୋମାଞ୍ଚକର ମ୍ୟାଚ୍‌ରେ କୋଲକତା ନାଇଟ୍‌ ରାଇଡର୍ସଠାରୁ ମାତ୍ର ୧ ରନ୍‌ରେ ପରାସ୍ତ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ପ୍ରଥମେ ବ୍ୟାଟିଂ...

ମୋଦିଙ୍କୁ ପ୍ରଶଂସା କରି ରାହୁଲଙ୍କୁ ଜୁମଲା ବୋଲି କହିଲେ ରେସଲର ଦ ଗ୍ରେଟ ଖଲି

ନୂଆଦିଲ୍ଲୀ,୨୧।୪: ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟେଜରେ ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା କୁସ୍ତି ଯୋଦ୍ଧାମାନଙ୍କୁ ପରାସ୍ତ କରିଥିବା ଦି ଗ୍ରେଟ ଖଲି ଓରଫଦିଲୀପ ସିଂ ରାଣା ମଧ୍ୟ ଭାଜପା...

ଆର୍ୟଲ୍ୟାଣ୍ଡ-ସ୍କଟଲ୍ୟାଣ୍ଡ ଜର୍ସିରେ ଦେଖିବାକୁ ମିଳିବ ଦେଶି ଟଚ୍‌,ଏହି ଡେରି ପ୍ରୋଜେକ୍ଟ କରିବ ସ୍ପନସର

ନୂଅଦେିଲ୍ଲୀ,୨୧।୪: କର୍ନାଟକ ମିଲ୍କ ଫେଡେରେଶନ (କେଏମଏଫ) ଟି -୨୦ ବିଶ୍ୱକପରେ ସ୍କଟଲ୍ୟାଣ୍ଡ ଏବଂ ଆର୍ୟଲ୍ୟାଣ୍ଡ ଦଳକୁ ପ୍ରାୟୋଜିତ କରିବାକୁ ଯାଉଛି। ସୂଚନାଯୋଗ୍ୟ, ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ...

‘ହାର୍ଦ୍ଦିକ କି ପନ୍ତ ନୁହନ୍ତି, ଏହି ୨୪ ବର୍ଷୀୟ ଖେଳାଳି ହେବେ ଟିମ୍‌ ଇଣ୍ଡିଆର ଆଗାମୀ ଅଧିନାୟକ’

ନୂଆଦିଲ୍ଲୀ,୨୧।୪: ପୂର୍ବ ଭାରତୀୟ କ୍ରିକେଟର ସୁରେଶ ରାଇନା ୨୪ ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲଙ୍କୁ ଆଗାମୀ ଭାରତୀୟ ଅଧିନାୟକ ଭାବେ ଚୟନ କରିଛନ୍ତି। ସେ...

ଗ୍ରୀନ୍‌ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଲା ଆରସିବି: ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୨୧।୪: ଇଣ୍ଡିଆନ ପ୍ରିମିୟର ଲିଗ ଫ୍ରାଞ୍ଚାଇଜ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରତିବର୍ଷ ଗ୍ରୀନ୍‌ ଜର୍ସି ପିନ୍ଧି ଟୁର୍ନାମେଣ୍ଟର ଗୋଟିଏ ମ୍ୟାଚ ଖେଳେ। ଆଜି କେକେଆର...

କୋହଲିଙ୍କ ବ୍ୟାଟ୍‌ ଭାଙ୍ଗିଦେଲେ ରିଙ୍କୁ ସିଂ: ପୁଣି ମାଗିବାରୁ ମିଳିଲା ଏମିତି ପ୍ରତିକ୍ରିୟା

କୋଲକାତା,୧।୪: କୋଲକାତାର ଇଡେନ ଗାର୍ଡେନ୍ସରେ କେକେଆର୍‌ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂ ଏବଂ ବିରାଟ କୋହଲିଙ୍କ ମଧ୍ୟରେ ଏକ ମଜାଦାର ବାର୍ତ୍ତାଳାପ ହୋଇଥିଲା। ଏହି ବାର୍ତ୍ତାଳାପ ଏତେ...

ଏହି କାରଣ ପାଇଁ ମାନସିକ ସମସ୍ୟା ଦେଇ ଗତି କରୁଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା: ରବୀନ ଉଥପ୍ପା

ନୂଆଦିଲ୍ଲୀ,୨୧।୪: ଆଇପିଏଲ୍ ୨୦୨୪ ଆରମ୍ଭ ହେବା ଦିନରୁ ପ୍ରଶଂସକଙ୍କ ସମାଲୋଚନାର ଶିକାର ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ରୋହିତ ଶର୍ମାଙ୍କୁ ବାଦ ଦେଇ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri