କୋଷ୍ଠକାଠିନ୍ୟ, ଗ୍ୟାସ ସମସ୍ୟାରୁ ମୁକ୍ତି ଲାଗି ଆପଣାନ୍ତୁ କିଛି ଘରୋଇ ଉପଚାର

ବର୍ତ୍ତମାନର ଜୀବନଶୈଳୀ ଓ କର୍ମବ୍ୟସ୍ତତା ପାଇଁ ଅଧିକାଂଶ ଲୋକ ସ୍ବାସ୍ଥ୍ୟପ୍ରତି ଯତ୍ନଶୀଳ ହୋଇପାରି ନ ଥାନ୍ତି। ଫଳରେ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଇଥାଏ। ତନ୍ମଧ୍ୟରୁ କୋଷ୍ଠକାଠିନ୍ୟ ଓ ଗ୍ୟାସ ମୁଖ୍ୟ ସମସ୍ୟା। ତେବେ ଏହି ସମସ୍ୟା ଛୋଟ ଲାଗୁଥିଲେ ମଧ୍ୟ ଏହାର ଯନ୍ତ୍ରଣା ଅଧିକ କଷ୍ଟକର ହୋଇଥାଏ। ଗ୍ୟାସ ଲାଗି ହେଉଥିବା ପେଟ ଦରଜ ଓ ମୁଣ୍ଡବିନ୍ଧା ଏକ ଚିନ୍ତାର ବିଷୟ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକେ ଗରମପାଣି, ହେଙ୍ଗୁ, ଜୁଆଣି ଓ ବିଟ୍‌ ଲୁଣରେ ଘରୋଇ ଚିକିତ୍ସା କରିଥାନ୍ତି। ଘରୋଇ ଚିକିତ୍ସା ପରେ ତାହା କିଛି ସମୟ ପାଇଁ ଭଲ ହୋଇଯାଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପୁଣି ହୋଇଥାଏ। ତେବେ ସବୁଦିନ ପାଇଁ ଏଥିରୁ ମୁକ୍ତି ପାଇବାକୁ ଏହିସବୁ ଦିଗ ଉପରେ ଧ୍ୟାନ ଦିଅନ୍ତୁ।

ବାହାର ଖାଦ୍ୟ ଓ ଜଙ୍କ୍‌ ଫୁଡ୍‌ଠାରୁ ଦୂରେଇ ରୁହନ୍ତୁ:

ବାହାର ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ। ଯଦି କାର୍ଯ୍ୟବ୍ୟସ୍ତତା ପାଇଁ ବାହାରେ ଖାଇବାକୁ ବାଧ୍ୟ ହେଉଛନ୍ତି,ତେବେ ରାଗ, ତେଲ, ମସଲାଠାରୁ ଦୂରେଇ ରୁହନ୍ତୁ।

ଔଷଧ

ଅନେକ ସମୟରେ ଅଧିକ ଆଣ୍ଟିବାଓଟିକ ଔଷଧ ସେବନ କରୁଥିବା ଲୋକଙ୍କଠାରେ ମଧ୍ୟ ଗ୍ୟାସ ସମସ୍ୟା ଦେଖାଯାଇଥାଏ। ଟିକେ ଟିକେ ସମସ୍ୟାରେ ଆମେ ଅନେକ ପେନକିଲର ଖାଇଦେଇଥାଉ। ତେବେ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ସେବନ କରନ୍ତୁ ନାହିଁ।

ଖାଦ୍ୟକୁ ଚୋବାଇ ଖାଆନ୍ତୁ

କର୍ମବ୍ୟସ୍ତତା ପାଇଁ ଅଧିକାଂଶ ଲୋକ ଖାଦ୍ୟକୁ ତରତରରେ ଗିଳି ଦେଇଥାନ୍ତି। ଯାହା ପାଚନ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଖାଦ୍ୟକୁ ଚୋବାଇ ଖାଇବା ଉଚିତ।

ଖାଇ ସାରିବା ପରେ ଚାଲନ୍ତୁ

ସାଧାରଣତଃ ଖାଇ ସାରିବା ପରେ ଆମେ ବସି ଯାଇଥାଉ। ମତ୍ର ଖାଇ ସାରିବା ପରେ ଚାଲିବା ଉଚିିତ


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri