Posted inଖେଳ

କୋଲକାତାରେ ସିଏଏ ବିକ୍ଷୋଭ : ଚିନ୍ତାରେ ଆଇପିଏଲ ଫ୍ରାଞ୍ଚାଇଜ୍‌

ନୂଆଦିଲ୍ଲୀ,୧୬।୧୨- ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ସମଗ୍ର ଦେଶରେ ବିରୋଧ କରାଯାଉଛି। ଏଥିଯୋଗୁ ପଶ୍ଚିମବଙ୍ଗ ପ୍ରବଳ ପ୍ରଭାବିତ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପୋଡ଼ାଜଳା ହୋଇଥିବା ଜଣାପଡ଼ିଛି। ଏଠାରେ ଆସନ୍ତା ୧୯ ତାରିଖରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଖେଳାଳିଙ୍କ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ। ଏହି ଇଭେଣ୍ଟକୁ ଆଉ ୭୨ ଘଣ୍ଟାରୁ କମ୍‌ ସମୟ ବାକି ରହିଛି। ବିକ୍ଷୋଭ ହିଂସାରୂପ ନେବା ପରେ ମଲାଡା, ମୁର୍ଶିଦାବାଦ, ହାଓ୍ବଡା, ଉତ୍ତର ୨୪ ପ୍ରଗଣା, ଦକ୍ଷିଣ ୨୪ ପ୍ରଗଣା ଅଞ୍ଚଳରେ ଇଣ୍ଟରନେଟ ସୁବିଧା ରବିବାର ବନ୍ଦ କରିଦିଆଯାଇଛି। ତୃଣମୂଳ କଂଗ୍ରେସ ଏହାର ପ୍ରତିବାଦରେ ସିଏଏକୁ ବିରୋଧ କରି ସୋମବାର ବଡ଼ ରାଲି କରିବ ବୋଲି ଘୋଷଣା କରିଥିଲା। ଏକ ଫ୍ରାଞ୍ଚାଇଜ୍‌ର ସିନିୟର ଅଫିସିଆଲ କହିଛନ୍ତି, ଅଧିକ ଚିନ୍ତା କରିବାର ନାହିଁ। କିନ୍ତୁ ସମସ୍ତ ଫ୍ରାଞ୍ଚାଇଜ୍‌ ହିଂସାତ୍ମକ ବିକ୍ଷୋଭ ଉପରେ ନଜର ରଖିଛନ୍ତି। ପ୍ରାୟ ଫ୍ରାଞ୍ଚାଇଜ୍‌ର ମାଲିକ ୧୮ ତାରିଖ ଦିନ ଏଠାରେ ପହଞ୍ଚତ୍ ୧୯ରେ ଯିବେ। ସମସ୍ତ ଦଳର ଅନ୍ୟ ସଦସ୍ୟମାନେ ଗୋଟିଏ ଦିନ ଅଧିକ ରହିବେ। ଅନ୍ୟ ଏକ ଫ୍ରାଞ୍ଚାଇଜ୍‌ର ଜଣେ ଅଫିସିଆଲ କହିଛନ୍ତି, ଅକ୍‌ଶନ ଭେନ୍ୟୁରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ବିସିସିଆଇକୁ ଅନୁରୋଧ କରାଯାଇ ନାହିଁ। ଏଣୁ ଅପେକ୍ଷା କରି ରାଜ୍ୟର ସ୍ଥିତି ଦେଖିବାର ଅଛି। ଆଉ ଜଣେ କହିଛନ୍ତି, ବିସିସିଆଇ ଯୋଜନା ଉପରେ ଆମର ସମ୍ପୂର୍ଣ୍ଣ ଭରସା ରହିଛି। ଆମେ ବିକ୍ଷୋଭ ଉପରେ ନଜର ରଖିଛୁ। କିନ୍ତୁ ବୋର୍ଡ ସୁରକ୍ଷା ବ୍ୟବସ୍ଥା ନେଇ ସମସ୍ତ ପ୍ରକାର ଆବଶ୍ୟକ ପଦକ୍ଷେପ ନେବ ବୋଲି ଆମର ଦୃଢ଼ ବିଶ୍ୱାସ ରହିଛି। ଆମର କିଛି ସଦସ୍ୟ ମଙ୍ଗଳବାର ଯାଇ ପହଞ୍ଚତ୍ବେ। ଏଥିରେ କିଛି ପରିବର୍ତ୍ତନ ଲାଗି ବିସିସିଆଇ ପକ୍ଷରୁ କୁହାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ କ୍ରିକେଟର୍‌ ନୂତନ ଯୁଗ ଆରମ୍ଭ

ଜୟପୁର,୧୬।୧୧: ଟିମ ଇଣ୍ଡିଆର ନୂତନ ଯୁଗ ଆରମ୍ଭ ହୋଇଛି। ନବ ନିଯୁକ୍ତ ମୁଖ୍ୟ କୋଚ ରାହୁଲ ଦ୍ରାଭିଡ ଏବଂ ନୂତନ ଟି-୨୦ ଅନ୍ତର୍ଜାତୀୟ ଅଧିନାୟକ ରୋହିତ...

ହାରିଗଲେ ଦୀପିକା: ପଦକ ଆଶା ଧୂଳିସାତ୍‌

ଟୋକିଓ,୩୦।୭: ଟୋକିଓ ଅଲିମ୍ପିକ୍ସରେ ଭାରତର ଦୀପିକା କୁମାରୀ କୋରିଆର ସାନ ଉନ ବିପକ୍ଷରେ କ୍ୱାର୍ଟର ଫାଇନାଲ ମ୍ୟାଚକୁ ୦-୬ରେ ପରାସ୍ତ ହୋଇଛନ୍ତି। ଫଳରେ ନୀରନ୍ଦାଜୀରେ ଭାରତର...

ସୁରେଶ ରାଇନାଙ୍କୁ ଲାଗିଲା ଡବଲ୍‌ ଝଟ୍‌କା

ୟୁଏଇ,୨୦।୯: ଆଇପିଏଲ ୨୦୨୧ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଦୁବାଇରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ୨୦...

ଇତିହାସ ରଚିଲେ ଆମି: ମାତ୍ର ୧୬ ବର୍ଷ ବୟସରେ କଲେ ଏମିତି କାରନାମା

ହରାରେ,୧୨।୧୦: ଜିମ୍ବାୱେ ବିପକ୍ଷରେ ଆୟାରଲାଣ୍ଡ ମହିଳା ବ୍ୟାଟ୍ସମ୍ୟାନ ଆମି ହଣ୍ଟର୍‌ ନିଜର ପ୍ରଥମ ଦିନିକିଆ ଶତକ ହାସଲ କରିଛନ୍ତି। ସେ ଦିନିକିଆରେ ଏକ ଶତକ ହାସଲ...

ରୋମାଞ୍ଚକ ମୋଡ଼ରେ ଦ୍ୱିତୀୟ ଟେଷ୍ଟ, ଟାର୍ଗେଟ ୩୭୦: ଦକ୍ଷିଣ ଆଫ୍ରିକା ୧୨୭/୧

ରାଓ୍ବଲପିଣ୍ଡି,୮।୨: ପାକିସ୍ତାନ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ରୋମାଞ୍ଚକ ମୋଡ଼ରେ ପହଞ୍ଚିଛି। ଟସ୍‌ ଜିତି ପାକିସ୍ତାନ...

ଅଷ୍ଟ୍ରେଲିଆ ୩୩୮ରେ ଅଲଆଉଟ୍‌

ସିଡନୀ,୮।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂଶରେ ଅଷ୍ଟ୍ରେଲିଆ ୩୩୮ ରନ୍‌ରେ ଅଲଆଉଟ ହୋଇଯାଇଛି। ଷ୍ଟିଭ୍‌ ସ୍ମିଥ୍‌ଙ୍କ...

ପୃଥ୍ବୀ ଡୋପ୍‌ ଟେଷ୍ଟରେ ବିଫଳ: ୮ ମାସ ବାସନ୍ଦ

ନୂଆଦିଲ୍ଲୀ,୩୧।୭(ପି.ଟି.)- ଉଦୀୟମାନ ଭାରତୀୟ ଓପନର ପୃଥ୍ବୀ ଶ’ ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି। ଫଳରେ ତାଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଙ୍ଗଳବାର କ୍ରିକେଟର...

ବିଜୟ ଲକ୍ଷ୍ୟରେ କୋଲକାତା

ଦୁବାଇ, ୨୯।୧୦(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଗୁରୁବାର ଚେନ୍ନାଇ ସୁପରକିଙ୍ଗ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। କୋଲକାତା ୧୨...

Advertisement
Archives

Model This Week