Posted inଖେଳ

କୋରିଆ ଓପନ: ସିନ୍ଧୁ, ପ୍ରଣୀଥ ଆଉଟ୍‌

ଇଞ୍ଚୋନ,୨୫।୯(ପିଟି): ବିଶ୍ୱ ଚାମ୍ପିୟନ ପି. ଭି. ସିନ୍ଧୁ ଏଠାରେ ଚାଲିଥିବା କୋରିଆ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରେ ପରାଜୟ ସହ ବିଦାୟ ନେଇଛନ୍ତି। ଅନ୍ୟପକ୍ଷରେ ଭାରତୀୟ ପୁରୁଷ ଖେଳାଳି ବି. ସାଇ ପ୍ରଣୀଥ ଆହତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି। ସିନ୍ଧୁ ୭-୨୧, ୨୪-୨୨, ୧୫-୨୧ ଗେମ୍‌ରେ ଆମେରିକାର ବେଇଓ୍ବେନ ଝାଙ୍ଗଙ୍କଠାରୁ ହାରିଯାଇଛନ୍ତି। ରିଓ ଅଲିମ୍ପିକ୍‌ ରୌପ୍ୟ ପଦକଧାରୀ ସିନ୍ଧୁ ବିଶ୍ୱ ଚାମ୍ପିୟନଶିପ ସ୍ବର୍ଣ୍ଣ ପଦକ ଜିତିବା ପରେ ଆଶାନୁଯାୟୀ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ନିକଟରେ ସେ ଚାଇନା ଓପନ ଟୁର୍ନାମେଣ୍ଟର ଦ୍ୱିତୀୟ ରାଉଣ୍ଡରୁ ବିଦାୟ ନେଇଥିଲେ। ବିଶ୍ୱ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଥିବା ପ୍ରଣୀଥ ୯-୨୧, ୭-୧୧ ବ୍ୟବଧାନରେ ପଛୁଆ ଥିବାବେଳେ ଆହତ ହୋଇଥିଲେ। ତେବେ ସେ କେଉଁ ପ୍ରକାର ଆହତ ସମସ୍ୟା ଯୋଗୁ ମ୍ୟାଚ୍‌ରୁ ଓହରିଥିଲେ, ସେଥିନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସିନ୍ଧୁ ‘ଆଇ ଆମ୍‌ ବ୍ୟାଡମିଣ୍ଟନ’ ଅଭିଯାନର ଆମ୍ବାସାଡର

ନୂଆଦିଲ୍ଲୀ,୨୨।୪ (ପି.ଟି.): ବିଶ୍ୱ ବ୍ୟାଡ୍‌ମିଣ୍ଟନର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ବ୍ୟାଡମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ‘ଆଇ ଆମ ବ୍ୟାଡମିଣ୍ଟନ’ ସଚେତନତା ଅଭିଯାନ ଆରମ୍ଭ କରିଛି। ବିଡବ୍ଳ୍ୟୁଏଫ୍‌...

ବିଳାସପୂର୍ଣ୍ଣ କାର୍‌ କିଣିଲେ ଶ୍ରେୟାସ, ଦାମ୍‌ ଜାଣିଲେ…

ମୁମ୍ବାଇ,୩।୬: ଭାରତୀୟ ବ୍ୟାଟ୍ସମ୍ୟାନ ତଥା କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ଅଧିନାୟକ ଶ୍ରେୟାସ ଆୟର ଏକ ବିଳାସପୂର୍ଣ୍ଣ କାର୍‌ କିଣିଛନ୍ତି। ସେ ମର୍ସିଡିଜ- ଏଏମ୍‌ଜି ଜି...

ବ୍ରାଥଓ୍ବେଟଙ୍କୁ ଭର୍ତ୍ସନା

ସାଉଥାମ୍ପଟନ,୧୫।୬(ପିଟି): ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର କାର୍ଲୋସ ବ୍ରାଥଓ୍ବେଟଙ୍କୁ ଭର୍ତ୍ସନା କରାଯାଇଛି। ଏଠାରେ ଶୁକ୍ରବାର ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ସେ ଅମ୍ପାୟରଙ୍କୁ ଖରାପ ବ୍ୟବହାର କରିଥିଲେ।...

ଭିସେଞ୍ଜାରେ ପାଓଲୋ ରୋସିଙ୍କ ଅନ୍ତ୍ୟେଷ୍ଟି

ଭିସେଞ୍ଜା, ୧୪।୧୨(ଏପି): ଇଟାଲୀ କିମ୍ବଦନ୍ତୀ ଫୁଟବଲର ତଥା ୧୯୮୨ ବିଶ୍ୱକପ୍‌ ହିରୋ ପାଓଲୋ ରୋସିଙ୍କ ଅନ୍ତ୍ୟେଷ୍ଟ୍ରି କ୍ରିୟା ରବିବାର ଭିସେଞ୍ଜାରେ ଅନୁଷ୍ଠିତ ହୋଇଯାଇଛି। ୬୪ ବର୍ଷରେ...

ଡ୍ରାଭିଡଙ୍କୁ ନିଯୁକ୍ତି ମିଳିଲା

ନୂଆଦିଲ୍ଲୀ, ୯ା୭ (ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡଙ୍କୁ ସୋମବାର ଜାତୀୟ କ୍ରିକେଟ ଏକାଡେମୀ (ଏନସିଏ)ର କ୍ରିକେଟ ମୁଖ୍ୟ...

ଜୈବିକ କୃଷି ପ୍ରେମରେ ଧୋନୀ, ଆଜିକାଲି ଏମିତି କାଟୁଛନ୍ତି ସମୟ

ନୂଆଦିଲ୍ଲୀ,୨୮।୬: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅର୍‌ଗାନିକ(ଜୈବିକ) କୃଷି ପ୍ରେମରେ। ନିକଟରେ ସେ ଏକ ଟ୍ରାକ୍ଟର କିଣିଥିଲେ। ଏବେ ସେହି...

କୋଭିଡ୍‌-୧୯: ଇଣ୍ଡିଆନ ଓମ୍ୟାନ୍ସ ଲିଗ୍‌ ସ୍ଥଗିତ

ନୂଆଦିଲ୍ଲୀ,୭।୪(ପି.ଟି.): ଓଡ଼ିଶାରେ ଆୟୋଜନ ହେବାକୁ ଯାଉଥିବା ଇଣ୍ଡିଆନ ଓମ୍ୟାନ୍ସ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌)କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ରାଜ୍ୟରେ କୋଭିଡ୍‌-୧୯ ମାମଲାରେ ବୃଦ୍ଧି ଘଟୁଥିବାରୁ...

ଓ୍ବେଷ୍ଟଇଣ୍ଡିଜକୁ ଆଣ୍ଡରସନଙ୍କ ପ୍ରଶଂସା

ଲଣ୍ଡନ, ୧୨ା୬ (ଏପି)-କରୋନା ମହାମାରୀର ପ୍ରକୋପ ସତ୍ତ୍ୱେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ଲାଗି ବ୍ରିଟେନ ଆସିବା ଓ୍ବେଷ୍ଟଇଣ୍ଡିଜ ଖେଳାଳିଙ୍କ ନିଷ୍ପତ୍ତି ପ୍ରଶଂସାଯୋଗ୍ୟ...

Advertisement
Archives

Model This Week