Posted inଖେଳ

କୋଭିଡ-୧୯ ମହାମାରୀ: ୟୁରୋପିଆନ ଚାମ୍ପିୟନଶିପ୍‌ ବାତିଲ

ପ୍ୟାରିସ୍‌,୨୪।୪ (ଏଏଫ୍‌ପି): କୋଭିଡ୍‌-୧୯ ମହାମାରୀ କାରଣରୁ ଆଉ ଏକ ବଡ଼ ଇଭେଣ୍ଟ ବାତିଲ ହୋଇଛି। ପ୍ୟାରିସ୍‌ରେ ଆସନ୍ତା ଅଗଷ୍ଟ ମାସରେ ଆୟୋଜନ ହେବାକୁ ଥିବା ହାଇପ୍ରୋଫାଇଲ ୟୁରୋପିଆନ୍‌ ଆଥଲେଟିକ୍ସ ଚାମ୍ପିୟନଶିପ୍‌କୁ କରୋନା ଭାଇରସ ସଂକ୍ରମଣ କାରଣରୁ ବାତିଲ କରାଯାଇଛି। ଏ ନେଇ ଚାମ୍ପିୟନଶିପ୍‌ର ଆୟୋଜକ କମିଟି ଓ ଫ୍ରେଞ୍ଚ୍‌ ଆଥଲେଟିକ୍‌ ଫେଡେରେଶନ (ଏଫ୍‌ଏଫ୍‌ଏ) ସୂଚନା ଦେଇଛନ୍ତି। କରୋନା ଭାଇରସ ସଂକ୍ରମଣ ବିରୋଧରେ ଲଢେଇ ପାଇଁ ଓ ମାନବ ସ୍ବାସ୍ଥ୍ୟକୁ ଅଗ୍ରାଧିକାର ଦେଇ ଆମେ ଏହି ନିଷ୍ପତ୍ତି ନେଇଛୁ ବୋଲି ଏହି ଦୁଇ କ୍ରୀନା ପ୍ରଶାସନିକ ସଂସ୍ଥା ସୂଚନା ଦେଇଛନ୍ତି।
ୟୁରୋପିଆନ ଚାମ୍ପିୟନଶିପ୍‌ ଅଗଷ୍ଟ ୨୫ରୁ ଆରମ୍ଭ ହୋଇ ୩୦ ତାରିଖରେ ଶେଷ ହେବାର କାର୍ଯ୍ୟକ୍ରମ ଥିଲା। ଏହାପୂର୍ବରୁ ଟୋକିଓ ଅଲିମ୍ପିକ୍ସ ଓ ଓେରେଗନ୍‌ର ୟୁଗେନେରେ ଆୟୋଜନ ହେବାକୁଥିବା ଡାଇମଣ୍ଡ ଲିଗ୍‌କୁ ମଧ୍ୟ ସମାନ କାରଣ ଯୋଗୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନଆଯାଇଛି। ୟୁରୋପିଆନ ଇଭେଣ୍ଟକୁ ଆମେ ନିର୍ଦ୍ଧାରିତ ସମୟରେ ଆୟୋଜନ କରିବାକୁ ଆମେ ପ୍ରୟାସ କରିଥିଲୁ ବୋଲି ପ୍ୟାରିସ ୟୁରୋପିଆନ ଚାମ୍ପିୟନଶିପ୍‌ ଆୟୋଜକ କମିଟି ଅଧ୍ୟକ୍ଷ ଜିନ୍‌ ଗ୍ରାସିଆ କହିଛନ୍ତି। ପରିସ୍ଥିତିରେ ଉନ୍ନତି ଘଟିବ ବୋଲି ଆମେ ଆଶା କରୁଥିଲୁ। ଆଥଲେଟ୍‌ମାନଙ୍କ ସଂଖ୍ୟା ଓ ଦର୍ଶକ ସଂଖ୍ୟା କମାଇବା ଲକ୍ଷ୍ୟରେ ଥିଲୁ। କିନ୍ତୁ ଦୁର୍ଭାଗ୍ୟବଶତଃ ଏପରି ହୋଇ ନ ଥିଲା।
ଆୟୋଜକ କମିଟି ଓ ଏଫ୍‌ଏଫ୍‌ଏ ବୈଠକରେ ବସିବା ପରେ ଚାମ୍ପିୟନଶିପ୍‌କୁ ବାତିଲ କରିବା ନେଇ ନିଷ୍ପତ୍ତି ନିଆଯାଇଥିଲା ବୋଲି କଣ୍ଟିନେଣ୍ଟାଲ ଗଭର୍ଣ୍ଣିଂ ବଡି ୟୁରୋପିଆନ୍‌ ଆଥଲେଟିକ୍ସ ସୂଚନା ଦେଇଛି। ଆଥଲେଟ୍‌, ପ୍ରଶଂସକ, ଅଫିସିଆଲ, ପାର୍ଟନର ଓ କୀଡ଼ା ସହିତ ସମ୍ପର୍କିତ ସବୁ ଲୋକଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଇଛି। ଆଗକୁ ବିଶ୍ୱର ଆଥଲେଟିକ କ୍ୟାଲେଣ୍ଡରର ଅନ୍ୟ କ’ଣ ପରିବର୍ତ୍ତନ ହେବା ନେଇ ତାହା ଉପରେ ୟୁରୋପିଆନ୍‌ ଆଥଲେଟିକ୍ସ ନଜର ରଖିଛି। ତେବେ ଏହି ମେଗା ଇଭେଣ୍ଟ ବାତିଲ ହେବା ଦ୍ୱାରା ବିଶ୍ୱ ଆଥଲେଟିକ୍‌ ଜଗତକୁ ଜବରଦସ୍ତ ଝଟ୍‌କା ଲାଗିଛି। ଏହି ଇଭେଣ୍ଟର ପୁନଃ ଆୟୋଜନ ହେବନାହିଁ। ଏବେ ବର୍ଷର ତୃତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ପ୍ରେଞ୍ଚ୍‌ ଓପନ ଓ ଟୁର ଡି ଫ୍ରାନ୍ସ ଆୟୋଜନ ନେଇ ଆଶଙ୍କା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀ- ଇଶାନ କିଶନଙ୍କୁ ଆପ୍ୟାୟିତ କରିବାକୁ ପ୍ରସ୍ତୁତ ଜାପାନ

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ସାନୋ କ୍ଲବ୍ଠାରେ ଭାରତ ଏବଂ ଜାପାନ ମଧ୍ୟରେ ଏକ ଐତିହାସିକ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଜାପାନରେ ବିହାରର ଲୋକମାନଙ୍କର ଉଲ୍ଲେଖନୀୟ…

CSKର ମୁଖ୍ୟ କୋଚ ହେବା ପରେ ଆସିଲା ଜାହିର ଖାନଙ୍କ ପ୍ରତିକ୍ରିୟା: କହିଲେ…

ନୂଆଦିଲ୍ଲୀ,୨୨।୯: ଚେନ୍ନାଇ ସୁପର କିଙ୍ଗ୍ସର ମୁଖ୍ୟ କୋଚ ଭାବରେ ନିଯୁକ୍ତ ହେବା ପରେ ଭାରତର ପୂର୍ବତନ ଦ୍ରୁତ ବୋଲର ଜାହିର ଖାନ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।…

ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କୁ ବଡ଼ ଝଟକା; ଆମେରିକୀୟ ସର୍ଭେରୁ ସାମ୍ନାକୁ ଆସିଲା ଚକିତ କଲାଭଳି ତଥ୍ୟ

ଓ୍ବାଶିଂଟନ,୨୨।୯: ଆମେରିକା-ଇରାନ ସଂଘର୍ଷ ଏବଂ ମଧ୍ୟ-ପୂର୍ବରେ ଜାରି ରହିଥିବା ଅସ୍ଥିରତା ମଧ୍ୟରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଦେଶ ଭିତରେ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ପିଇଓଙ୍କ ବାସଭବନରେ ଭିଜିଲାନ୍ସର ତନାଘନା

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲା ଗାଇସିଲେଟ ବ୍ଲକ କାଟାବାହାଲ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ବାସଭବନରେ ଭିଜିଲାନ୍ସ…

Asian Games: ପ୍ରଥମ ସେଟ ଜିତିବା ପରେ କ୍ୱାର୍ଟର ଫାଇନାଲରେ ପ୍ରଶଂସକଙ୍କୁ ନିରାଶ କଲେ ପି.ଭି. ସିନ୍ଧୁ

କାକାମିଗାହାରା,୨୨।୯: ୨୦୨୬ ଏସୀୟ କ୍ରୀଡ଼ାର ମହିଳା ବ୍ୟାଡମିଣ୍ଟନ ଦଳଗତ କ୍ୱାର୍ଟର ଫାଇନାଲରେ, ଭାରତୀୟ ଦଳ ଜାପାନ ବିପକ୍ଷ ପ୍ରାରମ୍ଭିକ ମ୍ୟାଚରେ ପରାଜିତ ହୋଇଛି। ୟାମାଗୁଚିଙ୍କ ବିପକ୍ଷ ମୁକାବିଲାରେ…

ହସ୍ପିଟାଲରେ ନିଆଁ, ଜଣେ ଶିଶୁ ମୃତ, ୨୮ ଉଦ୍ଧାର

ଆଦିଲାବାଦ,୨୨।୯: ତେଲଙ୍ଗାନାର ଆଦିଲାବାଦ ସ୍ଥିତ ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ (RIMS) ହସ୍ପିଟାଲର ଶିଶୁ ବିଭାଗରେ ନିଆଁ ଲାଗିବା ଫଳରେ ଏକ ନବଜାତ ଶିଶୁର…

ଗଣମାଧ୍ୟମ ସହ ବିବାଦ ମଧ୍ୟରେ ବଡ଼ ପଦକ୍ଷେପ ନେଲେ ଟ୍ରମ୍ପ, ଲଞ୍ଚ କଲେ ନିଜର TV ଚ୍ୟାନେଲ

ଓ୍ବାଶିଂଟନ,୨୨।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଜଡ଼ିତ ‘ଟ୍ରମ୍ପ ଟିଭି’ (Trump TV) ବର୍ତ୍ତମାନ ଲାଇଭ ଷ୍ଟ୍ରିମିଂ ସୁବିଧା ଯୋଗାଇବ। ଏହି ପ୍ଲାଟଫର୍ମ ସପ୍ତାହର ସାତୋଟି…

୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପଛରୁ ପିଟିଲା DJ ଗାଡ଼ି

ଜମନକିରା,୨୨।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ୫୩ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଠିଆ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?