କୋଭିଡ୍‌ ହେଲ୍‌ଥ ସେଣ୍ଟରରେ ୫-ଟି ସଚିବ

ନୟାଗଡ଼ ଅଫିସ/ରଣପୁର,୬ା୫(ସ୍ବ.ପ୍ର.): ରାଜ୍ୟରେ କରୋନା ସଂକ୍ରମଣ ରୋକିବା ଲାଗି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ ଯାଇ ସ୍ଥିତି ପରଖୁଛନ୍ତି। ଏହି କ୍ରମରେ ବୁଧବାର ୫-ଟି ସଚିବ ଭି.କେ. ପାଣ୍ଡିଆନ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର ନୟାଗଡ଼ ଜିଲା ରଣପୁର ବ୍ଲକ ଚାନ୍ଦପୁରସ୍ଥିତ କୋଭିଡ୍‌ ହେଲଥ୍‌ ସେଣ୍ଟର ପରିଦର୍ଶନ କରି ଫେରିଛନ୍ତି। ପୂର୍ବାହ୍ନ ସାଢ଼େ ୯ଟାରେ ପହଞ୍ଚିବା ପରେ ଉଭୟଙ୍କୁ ସୁରକ୍ଷା ବଳୟ ଭିତରେ ଡାକ୍ତରଖାନା ଭିତରକୁ ନିଆଯାଇଥିଲା। ଉଭୟେ ହସ୍ପିଟାଲର ବିଭିନ୍ନ ୱାର୍ଡ ବୁଲି ଦେଖିବା ସହ ନିୟୋଜିତ କର୍ମଚାରୀଙ୍କୁ ସ୍ବାସ୍ଥ୍ୟସେବା ସମ୍ପର୍କରେ ପଚାରି ବୁଝିଥିଲେ। କରୋନା ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ। ରାଜ୍ୟ ସରକାରଙ୍କ ୧୦ଟି ଆଇସିୟୁ ଶଯ୍ୟା ଓ ୫ଟି ଭେଣ୍ଟିଲେଟରକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଜିଲାପାଳ ଓ ସିଡିଏମଓଙ୍କୁ ପରାମର୍ଶ ଦେଇଥିଲେ। କରୋନା ମୁକାବିଲା କ୍ଷେତ୍ରରେ ଜିଲା ପ୍ରଶାସନର ପଦକ୍ଷେପ ସମ୍ପର୍କରେ ଜିଲାପାଳଙ୍କୁ ପଚାରି ବୁଝିଥିଲେ। ଚାନ୍ଦପୁର କୋଭିଡ୍‌ ହେଲଥ୍‌ ସେଣ୍ଟରରେ ୧୩ଜଣ ଡାକ୍ତରଙ୍କ ସମେତ ୧୦୦ଜଣ ବୈଷୟିକ ଜ୍ଞାନକୌଶଳଧାରୀଙ୍କୁ ନିୟୋଜିତ କରାଯାଇଥିବା ଜିଲାପାଳ ଦର୍ଶାଇଥିଲେ। ସେହିଭଳି ଦୁଇଟି କୋଭିଡ୍‌ ୧୯ କେୟାର ହସ୍ପିଟାଲ ଚାଲୁଥିବା କହିଥିଲେ। ଗ୍ରୀନ ଜୋନରେ ଥିବା ନୟାଗଡ ଜିଲାରେ ସାମାଜିକ ଦୂରତା ରକ୍ଷାକୁ ଅଣଦେଖା କରା ନ ଯାଉ ବୋଲି ୫-ଟି ସଚିବ ପରାମର୍ଶ ଦେଇଥିଲେ। ଜିଲାପାଳ ପୋମା ଟୁଡୁ, ଏସ୍‌ପି ପ୍ରତ୍ୟୁଷ ଦିବାକର, ସିଡିଏମ୍‌ଓ ଶ୍ୱେତ ମହାପାତ୍ର, ଚାନ୍ଦପୁର କୋଭିଡ୍‌ ହେଲ୍‌ଥ ସେଣ୍ଟରର ଡାକ୍ତର ବି. ସୁର଼୍ୟା ରାଓ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଂସୁଆରୁ ମା’, ମାମୁଘର ପୋଖରୀରୁ ଝିଅଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ରାଜନଗର,୨୧ା୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଅଧୀନ ମାଣପଡ଼ା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଶନିବାର ପୂର୍ବାହ୍ନରେ ଦୁଇ ଝିଅଙ୍କୁ ଛାଡ଼ି ସ୍ଥାନୀୟ ଜରିମୂଳସ୍ଥିତ...

ଟ୍ରକ ଧକ୍କାରେ ଡାକ୍ତରଖାନା ପାଚେରି ଭାଙ୍ଗିଲା

ତାଳଚେର, ୮ା୪(ନି.ପ୍ର.)-  କଣିହାଁସ୍ଥିତ ଏକ କମ୍ପାନୀରେ କୋଇଲା ଅନଲେୋଡ କରି ତାଳଚେର ଅଭିମୁଖେ ଯାଉଥିବା  ଏକ ଟ୍ରକ୍ ମଙ୍ଗଳବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ କଣିହାଁ...

ତୋରଣରେ ଷ୍ଟାଚ୍ୟୁ ଅଫ ଲିବର୍ଟି

କଟକ ଅଫିସ,୧।୧୦: ଶାରଦୀୟ ପୂଜା ପାଇଁ ଚଳଚଞ୍ଚଳ ହୋଇଛି କଟକର ବିଭିନ୍ନ ପୂଜା ମଣ୍ଡପ। ଦଶହରା ଯେତିକି ପାଖେଇ ଆସୁଛି ପୂଜା ମଣ୍ଡପ କର୍ମକର୍ତ୍ତାଙ୍କ ମଧ୍ୟରେ...

ଖବରଦାତାଙ୍କୁ ଦୁର୍ବ୍ୟବହାର ଅଭିଯୋଗ: ଓୟୁଜେ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ବୋଲଗଡ଼,୧୯ା୭(ଡି.ଏନ.ଏ.)-ନିର୍ବାଚନ କାର୍ଯ୍ୟ ଚାଲିଥିବାବେଳେ କେନ୍ଦ୍ରାପଡ଼ା ପାଟକୁରାଠାରେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଜଣେ କାର୍ଯ୍ୟରତ ଖବରଦାତାଙ୍କୁ ଏସ୍‌ପିଙ୍କ ଦୁର୍ବ୍ୟବହାର ନେଇ ଅଭିଯୋଗ ହୋଇଛି। ଓଡ଼ିଶା ୟୁନିୟନ...

ନକଲି ଔଷଧ ବ୍ୟବସାୟୀଙ୍କୁ ସରକାରଙ୍କ ଚେତାବନୀ

ଭୁବନେଶ୍ୱର,୧୩।୬: ରାଜ୍ୟରେ ହେଉଥିବା ନକଲି ଔଷଧ କାରବାରରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ...

ନାବାଳିକା ଅପହରଣ , ଉଦ୍ଧାର କଲା ପୋଲିସ

ଗଞ୍ଜାମ,୧୬।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହୁମା ହାଟରୁ ଜଣେ ନାବାଳିକାଙ୍କୁ ଅପହରଣ କରିନେଇଥିଲେ। ଏ ନେଇ ନାବାଳିକାଙ୍କ ମା’-ବାପା ରମ୍ଭା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ...

କରୋନା ସଂକ୍ରମଣ: ୧୫ ମାର୍ଚ୍ଚ ପରେ ବିବାହ ମନା

ନାସିକ,୯ ।୩: କରୋନାର ଲେଉଟାଣି ପୁଣି ଥରେ ଦେଶବାସୀଙ୍କୁ ଚିନ୍ତାରେ ପକାଇଥିବା ବେଳେ ବିଶେଷ ଭାବେ ପ୍ରଥମଥର ଭଳି ଏଥର ବି ମହାରାଷ୍ଟ୍ର ଉପରେ ଯେମିତି...

କେୟାର ହସ୍ପିଟାଲରେ ଅସ୍ଥି, ଖଞ୍ଜା ଦିବସ

ଭୁବନେଶ୍ୱର,୫।୮:ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ‘କେୟାର ହସ୍ପିଟାଲ’ ପକ୍ଷରୁ ନ୍ୟାସନାଲ ବୋନ ଆଣ୍ଡ ଜଏଣ୍ଟ ବା ଜାତୀୟ ଅସ୍ଥି ଓ ଖଞ୍ଜା ଦିବସ ପାଳିତ ହୋଇଯାଇଛି।...

Advertisement
Archives

Model This Week