କୋଭିଡ୍‌ରୁ ସୁସ୍ଥ ହେବା ପରେ କମୁଛି ଶ୍ରବଣ ଶକ୍ତି

ଭୁବନେଶ୍ୱର,୩।୩(ବ୍ୟୁରୋ): କୋଭିଡ୍‌ରୁ ସୁସ୍ଥ ହେଉଥିବା ବ୍ୟକ୍ତି ଏକାଧିକ ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କଠାରେ ଭିନ୍ନ ଭିନ୍ନ ରୋଗର ଲକ୍ଷଣ ଦେଖାଯାଉଛି। ଅଧିକାଂଶ ଲୋକଙ୍କ ଶ୍ରବଣ ଶକ୍ତି ହ୍ରାସ ପାଇବା ଭଳି ଲକ୍ଷଣ ଦେଖାଯାଉଛି। ଏହାର ପ୍ରଭାବ ସେପରି ମାରାତ୍ମକ ଲାଗୁ ନ ଥିଲେ ମଧ୍ୟ ବିଶ୍ୱର ବିଶେଷଜ୍ଞମାନେ ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ବିଶ୍ୱରେ ଏଭଳି ଘଟଣା ବୃଦ୍ଧି ପାଉଛି। ଏଥିସହ କେତେଜଣ କରୋନା ରୋଗୀ ଭାଇରାଲ ସଂକ୍ରମଣ ପରେ ଅପୂରଣୀୟ କ୍ଷତି ସହୁଛନ୍ତି। ତେଣୁ ଠିକ୍‌ ସମୟରେ ଚିକିତ୍ସା ସୁନିଶ୍ଚିତ କରିବା ସହ ଏ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଜରୁରୀ। ଏହାଦ୍ୱାରା ଶ୍ରବଣ ଶକ୍ତି ପୁଣିଥରେ ଫେରାଇ ଅଣାଯାଇ ପାରିବ ବୋଲି ଭାରତର ଡାକ୍ତରମାନେ କହିଛନ୍ତି। ମାର୍ଚ୍ଚ ୩ ବିଶ୍ୱ ଶ୍ରବଣ ଦିବସ ଉପଲକ୍ଷେ ଡାକ୍ତରଙ୍କ ଏଭଳି ସତର୍କତା କୋଭିଡ୍‌ ଆକ୍ରାନ୍ତଙ୍କ ପାଇଁ ବେଶ୍‌ ଗୁରୁତ୍ୱ ବହନ କରୁଛି।
ବିଭିନ୍ନ କାରଣରୁ ଲୋକଙ୍କର ଶ୍ରବଣ ଶକ୍ତି ହ୍ରାସ ପାଉଥିବାବେଳେ ଏବେ କୋଭିଡ୍‌ ଅନ୍ୟତମ କାରଣ ପାଲଟିଛି। ଏ ସମ୍ପର୍କରେ ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜର ବିଭାଗୀୟ ଏଚ୍‌ଓଡି ଡା. ଅନୀଲ କୁମାର ଦାସ (ଏମ୍‌ଏସ୍‌ ଇଏନ୍‌ଟି) କହିଛନ୍ତି, କୋଭିଡ୍‌ରୁ ସୁସ୍ଥ ହେଉଥିବା ରୋଗୀଙ୍କଠାରେ ହଠାତ୍‌ ଶୁଣିବା ଶକ୍ତି ହ୍ରାସ ପାଇବା ଭଳି ମାମଲା ବିଶ୍ୱବ୍ୟାପୀ ଦେଖିବାକୁ ମିଳିଛି। ଭାରତରେ ମଧ୍ୟ ଆମେ ଗତବର୍ଷ ଏଭଳି ମାମଲାଗୁଡିକର ବର୍ଦ୍ଧିତ ସଂଖ୍ୟା ଦେଖିବାକୁ ପାଇଥିଲୁ। କୋଭିଡ୍‌ ସଂକ୍ରମଣରୁ ସୁସ୍ଥ ହେବା ପରେ କିଛି ରୋଗୀ ହଠାତ୍‌ ଶୁଣିବାର ଶକ୍ତି ହରାଉଥିବା ଅନୁଭବ କରିଥିଲେ। ତେବେ ଠିକ୍‌ ସମୟରେ ଡାକ୍ତରୀ ପରାମର୍ଶ ନେବା ଓ ଚିକିତ୍ସା କରାଇବା ଦ୍ୱାରା ଏହାକୁ ଠିକ୍‌ କରାଯାଇପାରିବ। ତେଣୁ ଏଭଳି ମାମଲାରେ ଶୀଘ୍ର ଚିକିତ୍ସା ଗ୍ରହଣ କରିବା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଷ୍ଟିର୍‌ଏଡ୍‌ ଓ ଆଣ୍ଟିି-ଭାଇରାଲ ଔଷଧଗୁଡିକର ସେବନ କିଛି ମାତ୍ରାରେ କିମ୍ବା ସମସ୍ତ ଶ୍ରବଣ କ୍ଷମତାକୁ ସୁରକ୍ଷିତ ରଖିବା ସହ ରୋଗର ପୂର୍ବ ଲକ୍ଷଣରେ ସୁଧାର ଆଣିବାରେ ସାହାଯ୍ୟ କରିଥାଏ। ଇଏନ୍‌ଟିଓଡି ଫାର୍ମାସ୍ୟୁଟିକାଲ୍ସର କାର୍ଯ୍ୟକାରୀ ନିର୍ଦ୍ଦେଶକ ନିଖିଳ ମସୁରକର କହିଛନ୍ତି, ଶ୍ରବଣ ଶକ୍ତି ହରାଇବା ଲକ୍ଷଣକୁ କୋଭିଡ୍‌ ସମ୍ବନ୍ଧିତ ଜଟିଳତା ସହିତ କାହିଁକି ଯୋଡାଯାଉଛି ତାହାର ଅନେକ ଭିନ୍ନ ଭିନ୍ନ କାରଣ ରହିଥାଇପାରେ। ଶରୀରର ବିଭିନ୍ନ ଅଙ୍ଗରେ ଏସିଇ-୨ ଏଞ୍ଜାଇମ୍‌ ଦେଖିବାକୁ ମିଳିଥିଲା। ଏହା ସାର୍‌ସ-କୋଭ୍‌-୨ ଭାଇରସ୍‌ ପାଇଁ ଏକ ରିସେପ୍ଟର ଭୂମିକା ନିଭାଇଥାଏ। ଏହାଦ୍ୱାରା ଭାଇରସ୍‌ କୋଷିକାଗୁଡିକୁ ସଂକ୍ରମିତ କରିବା ପାଇଁ ସକ୍ଷମ କରିଥାଏ। ଏସିଇ-୨ ରିସେପ୍ଟର କାନର ମଝିରେ ଥିବା ଏପିଥେଲିଆଲ୍‌ କୋଷଗୁଡିକରେ ମଧ୍ୟ ଦେଖିବାକୁ ମିଳିଥାଏ, ଯେଉଁଠାରେ ସାର୍‌ସ-କୋଭ୍‌-୨ ଭାଇରସ୍‌ ସେମାନଙ୍କ ସହିତ ବାନ୍ଧି ହୋଇଥାଏ। ସମାନ ରୂପେ ଏକ ଭାଇରାଲ ସଂକ୍ରମଣ ଦ୍ୱାରା ସୃଷ୍ଟି ହୋଇଥିବା ଶରୀରର ରୋଗ ପ୍ରତିରକ୍ଷା ପ୍ରତିକ୍ରିୟା କାରଣରୁ ମଧ୍ୟ ଶ୍ରବଣ ଶକ୍ତି ହରାଇବା ସମ୍ଭାବନା ରହିଥାଏ। କୋଚଲିଆରେ ପ୍ରଦାହ ଓ କୋଷିକା ଚାପ ସୃଷ୍ଟି କରୁଥିବା ପ୍ରଦାହଜନକ ପ୍ରତିକ୍ରିୟା ଏବଂ ସଂକ୍ରମଣ କାରଣରୁ ସାଇଟୋକାଇନ୍‌ସର ବୃଦ୍ଧି ଯୋଗୁ ମଧ୍ୟ ଶ୍ରବଣ ଶକ୍ତି ହ୍ରାସ ହେବା ଆଶଙ୍କା ଅଧିକ ରହିଥାଏ ବୋଲି ମସୁରକର ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୟାକରି ଘରକୁ ଫେରିଯାଅ…ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କୁ ସଲମାନ କଲେ ଏଭଳି ଅପିଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଏବଂ ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ବଲିଉଡ୍ ଅଭିନେତା ସଲମାନ ଖନ୍ ପୁଣିଥରେ ଏକ ଗୁରୁତ୍ୱପୂର୍ଣ୍ଣ ସୋସିଆଲ ମିଡିଆ…

ପୋଲିସ ଗାଡ଼ି ଅଟକାଇ ଚର୍ଚ୍ଚାରେ ଯୁବତୀ, ଭିଡିଓ ଭାଇରାଲ

ମୁମ୍ବାଇ, ୨୩।୭ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଛାତ୍ର ଆନ୍ଦୋଳନ ଚାଲିଥିବା ବେଳେ ମୁମ୍ବାଇର ଦାଦର ନିକଟସ୍ଥ ଶିବାଜୀ ପାର୍କ ନିକଟରୁ ଏକ…

ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର, ଆଉ ଫେରିବ ନାହିଁ ଇଥାନଲ୍‌ମୁକ୍ତ ପେଟ୍ରୋଲ

ନୂଆଦିଲ୍ଲୀ,୨୩ା୭: ଆଉ କୌଣସି ପରିସ୍ଥିତିରେ ବିନା ଇଥାନଲ୍‌ ପେଟ୍ରୋଲ ଫେରିବ ନାହିଁ । ପେଟ୍ରୋଲରେ ୨୦ ପ୍ରତିଶତ ଏଥାନଲ୍ ମିଶ୍ରଣ (E20) ଏକ ସୁରକ୍ଷିତ, ସ୍ୱଚ୍ଛ ଏବଂ…

ଦିଲ୍ଲୀ ପୋଲିସ କମିଶନରଙ୍କୁ ମିଳିଲା ବଡ଼ କ୍ଷମତା

ନୂଆଦିଲ୍ଲୀ,୨୩ା୭: ଦିଲ୍ଲୀରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି)ର ବିକ୍ଷୋଭ ହିଂସାତ୍ମକ ରୂପ ନେଉଥିବାରୁ କେନ୍ଦ୍ର ସରକାର ଦିଲ୍ଲୀ ପୋଲିସ କମିଶନରଙ୍କୁ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ…

ରଥ ମେଲଣରେ ଯୋଗଦେଲେ ଉପ ମୁଖ୍ୟମନ୍ତ୍ରୀ

ଅତାବିରା,୨୩।୭(ଯୁଧିଷ୍ଠିର ମହାପାତ୍ର) ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବରଗଡ଼ ଜିଲା ଅତାବିରା ଗସ୍ତରେ ଆସି ଗୁରୁବାର ସନ୍ଧ୍ୟାରେ କାଠଡେରା ଶ୍ରୀଗୁଣ୍ଡିଚା…

ରାସ୍ତା କାଦୁଅ ପଚ ପଚ, ଦୁର୍ଦ୍ଦଶାରେ ଲୋକେ

କୋକସରା,୨୩ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଡଙ୍ଗରୀଗୁଡା ଛକଠାରୁ କାଦୋପଦର ଭାୟା କାଶିବାହାଲ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।…

ଦିଲ୍ଲୀ ତାତି ବରଗଡ଼ରେ: ଗାନ୍ଧୀଛକରେ କଂଗ୍ରେସର ବିକ୍ଷୋଭ ସହ ମୋଦୀ-ଶାହ-ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଉପରେ ପୋଲିସର ଦମନଲୀଳା ଏବଂ ଶୀର୍ଷ ନେତୃବୃନ୍ଦଙ୍କ ଗିରଫଦାରୀ ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ବରଗଡ଼ ଜିଲା…

ଜନ୍ତର ମନ୍ତର ଅନ୍ଦୋଳନକୁ ନେଇ ଗୃହ ମନ୍ତ୍ରଣାଳୟର ବଡ଼ ନିର୍ଦ୍ଦେଶ: ଏସବୁ ଅଞ୍ଚଳରେ ବନ୍ଦ ହେବ ମୋବାଇଲ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ,୨୩।୭: ଗୃହ ମନ୍ତ୍ରଣାଳୟ ଜନ୍ତର ମନ୍ତର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି। ଚାଲିଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି, ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଜନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri