କୋଭିଡି-୧୯: ଆରୋଗ୍ୟ ଲାଭ କଲେ କଲମ୍ବିଆ ସାଇକ୍ଳିଷ୍ଟ

ବୋଗୋଟା,୨୭।୩ (ଏଏଫପି):  ସାରା ବିଶ୍ୱରେ କାରୋନା ଭାଇରସର ଆତଙ୍କ ଜାରି ରହିଥିବାବେଳେ କଲମ୍ପିଆର ଜଣେ ସାଇକ୍ଲିଷ୍ଟ ଏଥିରୁ ଆରୋଗ୍ୟ ଲାଭ କରିଛନ୍ତି। ୨୫ ବର୍ଷୀୟ ଫର୍ଣ୍ଣାଣ୍ଡୋ ଗାଭିରିଆ କରୋନା ଭାଇରସରୁ ମୁକ୍ତ ହୋଇଛନ୍ତି ବୋଲି କହିଛନ୍ତି। ୟୁନାଇଟେ ଆରବ ଏମିରେଟ୍ସ (ୟୁଏଇ) ଗସ୍ତରେ ଯାଇଥିବା ଦଳର ସଦସ୍ୟ ଥିଲେ ଗାଭିରିଆ। ଏହି ଗସ୍ତ ଗତ ଫେବୃୟାରୀ ୨୭ ତାରିଖରେ ବାତିଲ କରାଯାଇଥିଲା। ତେବେ ଏହାପୂର୍ବରୁ ଗାଭିରିଆଙ୍କ ସମେତ ଦଳର କେତେଜଣ ସଦସ୍ୟ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିଲେ।
ଟେଷ୍ଟରେ ମୋର ନେଗେଟିଭ ଫଳାଫଳ ଆସିଥିଲା ଓ ଡାକ୍ତର ମୋତେ ହସ୍‌ପିଟଲରୁ ଡିସ୍‌ଚାର୍ଜ କରିଛନ୍ତି ବୋଲି ଇନ୍‌ଷ୍ଟାଗ୍ରାମ୍‌ରେ ଗାଭିରିଆ ଉଲ୍ଲେଖ କରିଛନ୍ତି। ସଂକ୍ରମିତ ହେବା ପରେ ଗାଭିରିଆ ମାର୍ଚ୍ଚ ୧୨ ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେ ୟୁଏଇରେ ହିଁ ରହିଥିଲେ ଓ ତାଙ୍କର ଚିକିତ୍ସା କରାଯାଇଥିଲା। ଏବେ ମୁଁ ଘରକୁ ଫେରିବା ସହ ପରିବାର ଲୋକଙ୍କ ସହ ମିଶିବାର ସୁଯୋଗ ହାସଲ କରିବି ବୋଲି ସେ କହିଛନ୍ତି। ତେବେ କଲମ୍ବିଆ ଆଗାମୀ ଏପ୍ରିଲ ୧୩ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଲକ୍‌ ଡାଉନ ହୋଇଛି। କଲମ୍ବିଆ ତାର ସୀମା ସିଲ କରିବା ସହ ବିଦେଶୀ ବିମାନକୁ ଦେଶରେ ପ୍ରବେଶ କରିବାକୁ ବାତିଲ କରିଛି। କଲମ୍ବିଆରେ ୫୦୦ ବ୍ୟକ୍ତି କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି ଓ ଏଥିରେ ୬ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପେରେଜ ପୁଣି ପଜିଟିଭ୍‌

ସିଲଭରଷ୍ଟୋନ୍‌, ୮ା୮ (ଏପି)-ସର୍ଗିଓ ପେରେଜଙ୍କର ପୁଣି କରୋନା ଭାଇରସ୍‌ ଟେଷ୍ଟରେ ପଜିଟିଭ୍‌ ଆସିଛି। ଫଳରେ ରବିବାର ସିଲ୍‌ଭରଷ୍ଟୋନ୍‌ରେ ହେବାକୁଥିବା ଦ୍ୱିତୀୟ ଫର୍ମୁଲା ଓ୍ବାନ ରେସ୍‌ରେ ସେ...

ପାକିସ୍ତାନକୁ ଧୋକା ଦେଲା ଚାଇନା

ଇସ୍‌ଲାମାବାଦ,୫ ।୪: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ଏକ ପ୍ରକାର ସାରା ବିଶ୍ୱକୁ ବ୍ୟାପି ଗଲାଣି କହିଲେ ଚଳେ । ତେବେ ଏହି...

ସିଡନୀ ଟେଷ୍ଟ: ଭାରତ ୨୪୪ରେ ଅଲ୍‌ଆଉଟ୍‌; ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ଝଟକା

ସିଡନୀ,୯।୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟର ତୃତୀୟ ଦିନରେ ଶନିବାର ଖେଳ ଜାରି ରହିଛି। ଘରୋଇ ଟିମ୍‌ ପ୍ରଥମ ପାଳିରେ ୩୩୮ ରନ୍‌ କରିଥିବା...

ଟୋକିଓ ଅଲିମ୍ପିକ୍ସରୁ ଓହରିଲା କାନାଡା

ଟୋକିଓ,୨୩।୩- ବିଶ୍ୱକୁ ଗ୍ରାସ କରୁଥିବା କରୋନା ଭାଇରସ ଟୋକିଓ ଅଲିମ୍ପିକ୍ସକୁ ସାଙ୍ଘାତିକ ଭାବେ ପ୍ରଭାବିତ କରୁଛି। ବିଶ୍ୱର ସବୁଠୁ ବଡ଼ କ୍ରୀଡ଼ା ମହାକୁମ୍ଭରୁ ଦଳ ଓହରିବା...

୧୫% ଛାଡ଼ ପାଇଁ ଘରୋଇ ବିଦ୍ୟାଳୟ ସଂଘର ପ୍ରସ୍ତାବ

କଟକ ଅଫିସ,୨।୭: ଲକ୍‌ଡାଉନ୍‌ ଯୋଗୁ ଘରୋଇ ସ୍କୁଲଗୁଡ଼ିକ ଫି’ ଛାଡ଼ ପାଇଁ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାରେ ବୁଧବାର ଘରୋଇ ବିଦ୍ୟାଳୟ ସଂଘ ପକ୍ଷ ରଖିଛି।...

କୋଭିଡ-୧୯: ନେମାରଙ୍କ ୧୦ ଲକ୍ଷ ଡଲାର ସହାୟତା

ରିଓ ଡି ଜନେରୋ(୪।୪): କରୋନା ଭାଇରସ ମୁକାବିଲା ପାଇଁ ବ୍ରାଜିଲ ଫୁଟବଲ ସୁପର ଷ୍ଟାର୍ ନେମାର ୧୦ ଲକ୍ଷ ଆମେରିକୀୟ ଡଲାର ସହାୟତା ପ୍ରଦାନ କରିଛନ୍ତି।...

ଦିଲ୍ଲୀ ଶୁଟିଂ ବିଶ୍ୱକପ୍‌ରୁ ଓହରିଲେ ଚାଇନା, ପାକିସ୍ତାନ

ପୁଣେ,୧୮।୨- ଆସନ୍ତା ମାର୍ଚ୍ଚରେ ନୂଆଦିଲ୍ଲୀ ସ୍ଥିତ ଡ. କାର୍ନି ସିଂ ଶୁଟିଂ ରେଞ୍ଜରେ ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ ଆୟୋଜନ ହେବ। ଇଭେଣ୍ଟ ପୂର୍ବରୁ ଆୟୋଜକଙ୍କୁ ବଡ଼ ଆଶ୍ୱସ୍ତି...

ପୂର୍ବତନ ବିଧାୟକ ଭରତ ପାଇକଙ୍କ ପରଲୋକ

ପାରଳାଖେମୁଣ୍ଡି,୯ା୪(ସ୍ବ.ପ୍ର.): ଗଜପତି ଜିଲା ରାମଗିରି ନିର୍ବାଚନମଣ୍ଡଳୀ (୨୦୦୯ ପୂର୍ବର)ର ପୂର୍ବତନ ବିଧାୟକ ଭରତ ପାଇକ (୬୧)ଙ୍କ ମଙ୍ଗଳବାର ପରଲୋକ ହୋଇଛି। ସେ କିଛିଦିନ ଧରି ଅସୁସ୍ଥ...

Play 250+ Trending Games
Archives

Model This Week

Why Dharitri